« ଅମାବାସ୍ୟାର କାଳ ରାତି »

« ଅମାବାସ୍ୟାର କାଳ ରାତି »

« ଅମାବାସ୍ୟାର କାଳ ରାତି »



ଲେଖକ
ବିଶ୍ୱଜିତ ସାହୁ



 ସେଦିନ ଅମାବାସ୍ୟାର ଘନ ଅନ୍ଧାର ରାତିରେ ଶ୍ୟାମ ବାବୁଙ୍କର ମାର୍କେଟରେ କାମ ସରିବାରେ ଟିକେ ବିଳମ୍ବ ହୋଇଯାଇଥାଏ l ଶ୍ୟାମବାବୁ ତରବରିଆ ହୋଇ କିଛି ପରିବା କିଣି ବ୍ୟାଗଟିକୁ ନିଜର ସାଇକେଲରେ ଝୁଲାଇ ଦେଇ ନିଜ ଘର ଅଭିମୁଖେ ବାହାରି ପଡିଲେ l ସବୁଦିନ ପରି ଶ୍ୟାମବାବୁଙ୍କର ହସ ହସ ଚେହେରାଟି ଆଜି କଣ ପାଇଁ ମଳିନ ପଡିଯାଇଥିଲା ସତେକି ଯେପରି ଆକାଶର ଜହ୍ନ ଉପରେ କଳା ବାଦଲର ଆସ୍ତରଣ ପଡିଯାଇଛି l ଶ୍ୟାମବାବୁ ଏକ ଦୀର୍ଘ ନିଶ୍ୱାସ ମାରି ସାଇକେଲର ପେଡାଲ ମାରିଲେ ଆଉ ଟିକେ ଉପରକୁ ଚାହିଁଲେ l ଉପରକୁ ଅନାଇ କଣ ଭାବିଲେ କେଜାଣି ସାଇକେଲର ବେଗ ବଢ଼ାଇ ଏକ ଉଚ୍ଚସ୍ଵର ରେ “ସ୍ୱପ୍ନା” ବୋଲି ଚିତ୍କାର କରିଉଠିଲେ l ସ୍ୱପ୍ନା ଥିଲା ଶ୍ୟାମବାବୁଙ୍କ ଝିଅ ର ନାମ l ସ୍ୱପ୍ନାକୁ କୋଡିଏ ଛୁଇଁଲାଣି l ଶ୍ୟାମବାବୁ ବି ସ୍ୱପ୍ନାର ବାହାଘର ପାଇଁ ବରପାତ୍ର ଦେଖିବା ଆରମ୍ଭ କରିଦେଇଥିଲେ l ହେଲେ ସ୍ୱପ୍ନା ବାପାଙ୍କର ଏହି କଥାକୁ ପସନ୍ଦ କରୁନଥିଲା l ସେ ଚାଁହୁଥିଲା ନିଜ ଇଚ୍ଛାରେ ପ୍ରେମ କରି ବାହାହେବାକୁ ସେଥିପାଇଁ ସେ ପାଖ ଗାଁ’ର ଏକ ପିଲାକୁ ପ୍ରେମ କରୁଥିଲା l ଦୁହେଁ ମିଶି ଘରୁ ଲୁଚିକରି ଯାଇ ବାହାହେବାକୁ ସ୍ଥିର ମଧ୍ୟ କରିସାରିଥିଲେ l ସେଦିନ ସ୍ୱପ୍ନା ଫୋନରେ କଥା ହେଲାବେଳେ ଅମାବାସ୍ୟା ରାତିରେ ଘରୁ ଲୁଚି ପଳେଇବାକୁ କହୁଥିବାର ଶ୍ୟାମବାବୁ ଶୁଣିଦେଇଥିଲେ l ହେଲେ କଥାଟିକୁ ସମ୍ପୂର୍ଣ ବୁଝିପାରିନଥିଲେ ଶ୍ୟାମବାବୁ l ସେଦିନ ରାତିରେ ଯେତେବେଳେ ଆକାଶକୁ ଚାହିଁଛନ୍ତି ଶ୍ୟାମବାବୁ ଆଉ ଦେଖିଛନ୍ତି ଆକାଶରେ ଜହ୍ନ ନାହଁ, ଆଉ ଜାଣିପାରିଲେ ଆଜି ଅମାବାସ୍ୟା ବୋଲି ହଠାତ ଶ୍ୟାମବାବୁଙ୍କର ମନେପଡିଗଲା ଝିଅ ସ୍ୱପ୍ନା ର ସେ ଫୋନରେ କହୁଥିବା କଥା l ଶ୍ୟାମବାବୁ ନିଜକୁ ଆଉ ସମ୍ଭାଳି ପାରିଲେନି lଗାଁ ମୁଣ୍ଡରୁ ସ୍ୱପ୍ନା ସ୍ୱପ୍ନା ବୋଲି ଚିତ୍କାର କରି ଆସୁଥାନ୍ତି ଶ୍ୟାମ ବାବୁ l ଘର ପାଖରେ ପହଞ୍ଚି ଦେଖନ୍ତି ତ ଘର ଭିତରୁ କବାଟ ବନ୍ଦ ଅଛି l ଶ୍ୟାମବାବୁ କବାଟ ବନ୍ଦ ଥିବା ଦେଖି ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ ଭାବିଲେ କି ସ୍ୱପ୍ନା ନିଶ୍ଚୟ ଘରେ ଅଛି l ଶ୍ୟାମ ବାବୁ ସ୍ୱପ୍ନାକୁ ଡ଼ାକୁଥାନ୍ତି କବାଟ ଖୋଲିବାକୁ ହେଲେ ଭିତରୁ କିଛି ଉତ୍ତର ଆସୁନଥାଏ l ଶ୍ୟାମବାବୁ ବ୍ୟସ୍ତ ବିବ୍ରତ ହୋଇ ପାଖରେ ପଡ଼ିଥିବା ଲୁହା ବାଡ଼ି ଗୋଟେ ଆଣି କବାଟ ଭାଙ୍ଗି ଦେଖିଲେ ତ ସ୍ୱପ୍ନା ଆତ୍ମହତ୍ୟା କରିଦେଇଛି ଦଉଡି ଦେଇକି l ଶ୍ୟାମବାବୁଙ୍କର ଚାରିପାଖ ଯେପରି ଅନ୍ଧାର ହେଇଗଲା ନିଜକୁ ଆୟତ୍ତରେ ରଖିପାରୁନଥାନ୍ତି ଶ୍ୟାମବାବୁ l ହଠାତ ଶ୍ୟାମବାବୁଙ୍କର ନଜର ପଡିଗଲା ସ୍ୱପ୍ନାର ପାଦ ଉପରେ l ସ୍ୱପ୍ନାର ପାଦଦେଇ ବହିଯାଉଥାଏ ରକ୍ତର ସୁଅ l ଶ୍ୟାମବାବୁ କିଛି ବୁଝିବା ପୂର୍ବରୁ ଆଖିପଡିଗଲା ଟେବୁଲ ଉପରେ ଥିବା ସ୍ୱପ୍ନାର ରକ୍ତ ଭିଜା ଚିଠି ଉପରେ l ଲେଖା ହୋଇଥାଏ ସେଥିରେ “ବାପା ! ମୁଁ କିଛି ଭୁଲ କରିନି, ତାକୁ ମୁଁ ଭଲପାଉଥିଲି, ହେଲେ ସେ ତା ସାଙ୍ଗ ମାନଙ୍କ ପାଖରେ ମୋତେ ବିକିଦେଲା, ମୁଁ କଷ୍ଟ ସହିନପାରି ଆତ୍ମହତ୍ୟା କରିଦେଲି ବାପା ” l ଏତିକି ପଢୁ ପଢୁ ସତେ ଯେପରି ଶ୍ୟାମବାବୁଙ୍କ ପାଦତଳୁ ମାଟି ଖସିଗଲା l ସତେ ଯେପରି ଅମାବାସ୍ୟାର କଳା ଆକାଶଟା ଶ୍ୟାମବାବୁଙ୍କ ଉପରେ ଫାଟିପଡିଲା l ଝିଅ ମୁଁହକୁ ଚାହିଁ ହଠାତ ଟଳି ପଡିଲେ ଶ୍ୟାମବାବୁ l ସେଦିନର ସେ କାଳ ଅମାବାସ୍ୟାର କାଳ ରାତି ସିନା ଦୁଇଟି ଜୀବନ ନେଇଗଲା ହେଲେ ଆଜି ସମାଜର ପ୍ରତିଟି ମୁହୂର୍ତ୍ତ ସାଜିଛି କାଳ ଅମାବାସ୍ୟାର କାଳ ରାତି, ପ୍ରତି ମୁହୂର୍ତ୍ତରେ ଯାଉଛି କେତେଯେ ସ୍ୱପ୍ନା ପରି ଝିଅଙ୍କର ଜୀବନ l ସମୟ ଏବେ ଚୁପ ବସିବାର ନୁହେଁ ସ୍ୱପ୍ନା ପରି ଝିଅମାନଙ୍କୁ ସେ ଅମାବାସ୍ୟା ର ରାକ୍ଷସମାନଙ୍କଠୁ ବଞ୍ଚେଇବାର l ନାରୀକୁ ସମାଜ ଆଗରେ ମୁଣ୍ଡ ଟେକି ଠିଆ ହେବାକୁ ସାହାଯ୍ୟ କରିବାର|

0 Response to "« ଅମାବାସ୍ୟାର କାଳ ରାତି »"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel