ଭାଗବତ

ଭାଗବତ

 

nmcom.ml

ଶୀମଦ୍ଭାଗବତ

ପ୍ରଥମସ୍କନ୍ଧ

ପ୍ରଥମ ଅଧ୍ଯାୟ

ଓଁ ନମୋ ଭଗବତେ ବାସୁଦେବାୟ

 

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ବକ୍ଷସି

ଯସ୍ୟାସ୍ତେ ହୃଦୟେ ସମ୍ବିତ୍ତଂ ନ୍ସିଂହମହଂ ଭଜେ ||

ବିଶ୍ଵସର୍ଗବିସର୍ଗାଦିନବ ଲକ୍ଷଣଲକ୍ଷିତମ୍

ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତତ୍‌ ||

ମାଧବୋ ମାଧବାବୀଶୌ ସର୍ବସିଵିବିଧାୟିନୌ

ବନ୍ଦେ ପରସ୍ପରାତ୍ନାନୌ ପରସ୍ପରନତିପ୍ରିୟୌ ।।

ମୂକଂ କରୋତି ବାଚାଳଂ ପଘ୍ଗୁଂ ଲଙ୍ଘୟତେ ଗିରିମ୍

ଯତ୍କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍‌ ||

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍କୁନ୍ଵନ୍ତି ଦିବ୍ୟୈଃ ସ୍ତବୈ

ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ଗାଁୟନ୍ତି ଯଂ ସାମଗାଃ

ଧ୍ପାନାବସ୍ଥିତତଦ୍୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ

ଯସ୍ୟାନ୍ତଂ ବିଦୁଃ ସୁରାସୁରଗଣା ଦେବାୟ ତସ୍କହୈ ନମଃ ||

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋଜ୍ତମମ୍

ଦେବୀଝଂ ସରସ୍ଵତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍।।

ଜନ୍ମାଦ୍ୟସ୍ୟ ଯତୋଃନ୍ୟାଦିତରତଶଷ୍ଚାର୍ଥେଷ୍ଵଭିଜ୍ଞଃ ସ୍ଵରାଟ୍

ତେନେ ବ୍ରହ୍ମହ୍ୃଦା ଆଦିକବୟୋ ମୁହ୍ୟନ୍ତି ଯତ୍ସୁରୟଃ

ତେଜୋ ବାରିମ୍ପଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଃମୃଷା

ଧାମ୍ନା ସ୍ଵେନ ସଦା ନିରସ୍ତକୁହକଂ ସତ୍ୟଂ ପରଂ ଧୀମହି ।।

ଧର୍ମଃ ପ୍ରୋଜ୍ଝିତ କୈତବୋଃତ୍ର ପରମୋ

ନିର୍ମତ୍ସରାଣାଂ ସତାଂ

ବେଦୀୟଂ ବାସ୍ତବମତ୍ର ବସ୍ତୁ ଶିବଦଂ

ତାପତ୍ରୟୋନ୍କ୍ଳନମ୍

ଶ୍ରୀମଦ୍ଭାଗବତେ ମହାମୁନିକୃତେ

କିମ୍ବା ପରୈରୀଶ୍ଵରଃ

ସଦ୍ୟୋ ହୃଦ୍ୟବରୁଧ୍ୟତେଏତ୍ର କୃତିଭିଃ

 ଶୁଶରୁଷୁଭିସ୍ତତ୍କ୍ଷଣାତ୍।।

ନିଗମକଳ୍ପତରୋଗଳିତଂ ଫଳଂ

ଶୁକମୁଖାଦମ୍ପୃତ ଦ୍ରବସଂଯୁତମ୍

ପିବତ ଭାଗବତଂ ରସମାଳୟଂ

ମୁହୁରହୋ ରସିକା ଭୁବି ଭାବୁକାଃ |

ଶ୍ରୀ ଗଣେଶାୟ ନମଃ

ନମଇଁ ନୃସିଂହ ଚରଣ ଅନାଦି ପରମକାରଣ ||

ଯା ବିନୁ ଆଦି ମଧ୍ଯ ଅନ୍ତ ବିଚାରେ ଘଟେ ଜଗତ

ଇନ୍ଦ୍ରିୟ ଅର୍ଥ ଯେ ଜାଣଇ ସ୍ଵତେଜେ ନିତ୍ଯ ପ୍ରକାଶଇ

ଆନନ୍ଦମନେ ବେଦସାର ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର

ଯାର ସ୍ଵରୂପ ହୃଦେ ଚିନ୍ତି ବେଦପୁରୁଷେ ଜାଣନ୍ତି

ମୃୂଜିକା ବିକାର ଯେମନ୍ତ ଜଳରେ ହୁଅଇ କଳ୍ପିତ ।।

ଜଳେ ଉପଳ ବୁଝି କରି ମୂଗତୃଷ୍ଣାରେ ଯେହ୍ନେ ବାରି

ରୂପ ଅରୂପ ସ୍ତ୍ିତି ତିନି ଯାର ଗୋଚରେ ଅନୁମାନି

ସ୍ଵଭାବେ ନୋହେ ସେ ଏମନ୍ତ ସାଂଖ୍ୟଯୋଗୀଙ୍କର ମତ |

ଆତ୍ନପ୍ରକାଶେ ସଦା ଥାଇ ନିରସ୍ତ କୁହୁକ ବୋଲାଇ ୧୦

ସତୀପରମାନନ୍ଦ ହରି ଯାହାର ଭାବେ ଭବୁ ତରି ୧୧

ଏମନ୍ତେ ସତ୍ୟ ରୂପ ଯାର ତା ପାଦେ ମୋର ନମସ୍କାର ୧୨

ତାର ଚରଣେ ନିତ୍ୟେ ଧ୍ଯାନ କରି ତରନ୍ତି ସର୍ବଜନ || ୧୩

ସେ କୃଷ୍ଣପାଦ ହୃଦେ ଧରି ପ୍ରବନ୍ଧେ ଗୀତନାଦ କରି ୧୪

ଅଶେଷ ଜଗତର ହିତେ ବର୍ଣ୍ଣର ଦାସ ଜଗନ୍ନାଥେ ।। ୧୫

ନିର୍ମଳ ମୁନିଙ୍କର ମତେ ହରି-ଚରିତ ଭାଗବତେ ।। ୧୬

କହିବି ଅଛି ଯେତେ ଗୁଣ ସୁଜନେ ସାବଧାନେ ଶୁଣ ।। ୧୭

ନାହିଁ ତାହାଙ୍କ ଅହଙ୍କାର ସହିଷ୍ଣୁ ଭୂତେ ଦୟାପର ।। ୧୮

କପଟ ଧର୍ମ ଯାର ନାହିଁ ସ୍ବଭାବେ ସନ୍ଗ୍ସେ ବୋଲାଇ ୧୯

ସେ ସାଧୁଜନଙ୍କର ଧର୍ମ ମାୟାବର୍ଜିତ ଶୁଦ୍ଧକର୍ମ || ୨୦

ତାଙ୍କ ବିଚାରେ ଧର୍ମ ଯେତେ ଶୁଣ କହିବା ଦୃଢ଼ଟିତ୍ତେ ।। ୨୧

ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ ବୋଧ ବିଚାରେ ପରିମାଣି ।। ୨୨

ସେ ଧର୍ମ ଯହିଁ ଅନ୍ମାନି ଏଣେ ସଂସାରେ ଯେତେ ଜ୍ଞାନୀ ।। ୨୩

ସେ ବସ୍ତୁ ଅଛି ଯହି ପୂରି ଯାହା ଚିନ୍ତନ୍ତି ବ୍ରହ୍ବଚାରୀ ।। ୨୪

ଶ୍ରିବଣ ମାତ୍ରେ ମୋକ୍ଷ ପାଇ ତାପତ୍ରିତୟ କ୍ଷୟ ଯାଇ || ୨୫

ହୃଦୟେ ବସଇ ତକ୍ଷଣ ଅନାଦି ପ୍ରଭୁ ନାରାୟଣ ।। ୨୬

ଏଣୁ ଅଧ୍ବକ ଅନ୍ୟ ଗ୍ରନ୍ଛେ କି ପ୍ରୟୋଜନ ଜଗତେ ।। ୨୭

ଏଣୁ ଭାଗବତ ଯେହି ଶ୍ରବଣମାତ୍ରେ ଭକ୍ତି ହୋଇ ।। ୨୮

ଭାଗବତର ମହିମା କେ ଚିନ୍ତିପାରେ ଗୁଣସୀମା ।। ୨୯

ସକଳ ଶାସ୍ତ୍ରଫଳ ଏହି ଶ୍ରୀଭାଗବତ ନାମ ଯେହି ୩୦

ସକଳ ବେଦ ହୋଇ ବୃକ୍ଷେ ଫଳ ଫଳିଲେ ଅନ୍ତରୀକ୍ଷେ ।। ୩୧

କେତେହେଁ ଦିନେ ପାଚି ତଳେ ବୃକ୍ଷୁ ପଡ଼ିଲେ ବାୟୁବଳେ ୩୨

ଶୁକ ଧାଇଁଲେ ତାହା ଦେଖୁ ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ।। ୩୩

ତୋଷେ ଅଧର କ୍ଷତ କଲା ଭିତରେ ସୁରଙ୍ଗ ଦିଶିଲା ।। ୩୪

ତହୁଁ ଗଳିଲା ରସସାର କି ଅବା ଦେବା ପଟାନ୍ତର ।। ୩୫

ଅମୃତ ନିନ୍ଦେ ସ୍ଵାଦୁ ପଣେ ସୁଜନେ ପିବ ଅନୁକ୍ଷଣେ ।। ୩୬

ଆନନ୍ଦେ କର ସୁଧାପାନ ଯେଣେ ପାଇବ ଦିବ୍ୟଜ୍ଞାନ ।। ୩୭

ଚାରିବେଦଙ୍କର ମୂଳ ନିଗମବୃଷର ଫଳ ।। ୩୮

ପିବ ଜୀବନ ଅନ୍ତଯାଏ ଯେବେ ବଞ୍ଚୁବ ମାୟାମୋହେ | ୩୯

ଏବେ ହୋ ଶୁଣ ସାଧୁଜନେ ହରିଚରିତ ଶୁଦ୍ଧମନେ || ୪୦

ସର୍ବଦେବଙ୍କ ରମ୍ୟସ୍ମାନ ନାମ ଯେ ନୈମିଷଅରଣ୍ୟ ।। ୪୧

କଳିର ଆଗମନ ଦେଖ ମୁନିଏ ସ୍ଥାନ ଉପଲକ୍ଷି || ୪୨

ଶୌନକ ଆଦି ମୁନିଗଣେ ମିଳିଲେ ନୈମିଷଅରଣ୍ୟେ ।। ୪୩

କଳି-କଳୁଷ ଭୟ କରି ମୁନିଏ ଏକାନ୍ତେ ବିଚାରି ।। ୪୪

ସଂକଳ୍ପ କରି ଏତ ତୁଲେ ସହସ୍ର- ଯଜ୍ଞ ଆରମ୍ଭିଲେ || ୪୫

ଜାଣନ୍ତି ଶୁଭପ୍ରଦ ବାଞ୍ଚା ସ୍ଵର୍ଗାଦିଲୋକେ କଲେ ଇଚ୍ଛା ୪୬

ସକଳେ ମିଳି ପ୍ରାତଃକାଳେ କର୍ମ ସମ୍ପାଦିଲେ ଅନଳେ ୪୭

ସୂତମୁନିଙ୍କି ପୂଜା କରି ବସିଲେ ସକଳେ ଆବୋରି ୪୮

ସକଳମୁନି ଶୁଦ୍ଧମନେ ପୁନ୍ଥିଲେ ଅମୂତଂବଚନେ ୪୯

                ରଷିଗଣ ଉବାଚ

ହେ ସୂତ ଶୁଣ ସାବଧାନେ ତୁମ୍ଭ ମହିମା ଅନୁମାନେ ୫୦

ସର୍ବ-ପୁରାଣ ଇତିହାସ ଶୁଣିଲୁ ତୁମ୍ଭର ସକାଶ || ୫୧

ସଂସାରେ ଧର୍ମଶାସ୍ତ୍ର ଯତେ ସର୍ବ ଗୋଚର ତୁମ୍ଭମତେ ୫୨

ବେଦବିଦଙ୍କ ମଧ୍ଷେ ଶ୍ରେଷ୍ଠ ଯେ ବ୍ୟାସମୁନି ତପୋନିଷ୍ଠ ।। ୫୩

ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ କଥା ଭଲେ ଜାଣୁ ଆମ୍ଭେ ୫୪

ପୂର୍ବେ ଯେ ଥଲେ ବ୍ରହ୍ମମୁନି ତାଙ୍କ ବଚନ ତୁମ୍ଭେ ଶୁଣି ।। ୫୫

ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦପୁରାଣେ ଯେତେ କହି ୫୬

ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ୫୭

ଦଇବେ ଅଛି ଏହି ମତ ଯେ ଶିଷ୍ୟ ଗୁରୁରେ ଭକତ ୫୮

ଶିଷ୍ୟ ଭକ୍ତିରେ ଦୟା ବହେ ସକଳ ଗୁଢ଼ତତ୍ତ୍ଵ କହେ || ୫୯

ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଅଗ୍ରତେ ୬୦

ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ଜୀବ ତରିବ ଯେମନ୍ତେ ୬୧

ଯେଣେ ତୁଟଇ ବିଷ୍ଣୁ ମାୟା କହ ଆମ୍ଭଙ୍କୁ ଯେବେ ଦୟା ୬୨

କଳିଯୁଗେ ଯେତେ ପ୍ରାଣୀ ଅଳ୍ପ ଆଯୁଷ ପରିମାଣି || ୬୩

ସ୍ଵଭାବେ ମନ୍ଦମତି ହୋନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି || ୬୪

ଯୁଗ ବେଭାରେ ପରିମାଣି ସକଳ ଧର୍ମ ତୁମ୍ଭେ ଜାଣି ।। ୬୫

ପ୍ରଶ୍ନ ଶୁଭ ଆମ୍ଭମତେ ସାର ଉଦ୍ଧାରି ଦୃଢ଼ଟିର୍ତେ ୬୬

କହ ସଂସାରେ ପ୍ରାଣୀଙ୍କର ଯେମନ୍ତେ ମାୟାରୁ ନିସ୍ତାର ।। ୬୭

ଯେଣେ ପ୍ରସନ୍ନ ହୋଇ ହରି ଜୀବ ଆତ୍ାକୁ ଉଦ୍ଧାରି ।। ୬୮

କର ମାୟାରୁ ନିସ୍ତାର ଜୀବମାନଙ୍କୁ ଉଦ୍ଧାର ।। ୬୯

ତୁମ୍ଭ ପ୍ରସନ୍ନେ ଯୋଗବଳେ ପ୍ରକାଶ କର ମହୀତଳେ ।। ୭୦

କି ପ୍ରୟୋଜନ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ।। ୭୧

ସେ ହେତୁ କହ ଶୁଦ୍ଧଚିତ୍ତେ ଆମ୍ଭେ ପଚାରୁ ଜନହିତେ ୭୨

ସଂସାରେ ଯାର ଅବତାର ପ୍ରାଣୀ-ମଙ୍ଗଳଂବୃଦ୍ଧିକର ।। ୭୩

ଜଗତ ପାର ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ।।

ଘୋର-ସଂସାରେ ପ୍ରାଣୀ ପଡ଼ି ଆଡ୍ନା-ନିସ୍ତାର-ଂପଥ ହୁଡ଼ି ।। ୭୫

ଯାହାର ନାମ ଉଚ୍ଚାରିଲେ ସଙ୍କଟୁ ତରିଯାନ୍ତିଭତିଲେ ।। ୭୬

ଯେ ଭୟ ଜୀବ ତେଜ ହରେ ସେ ହରି ନାମ ଶୁଣି ଡରେ ।। ୭୭

ଯାର ଚରଣେ ଆଶ୍ରେ କରି ପବିତ୍ର ହୋନ୍ତି ବ୍ରହ୍ମଚାରୀ ।। ୭୮

ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେସନେ ସ୍ନାନପାନେ ୭୯

ଯାହାର ଯଶ ପୁଣ୍ୟଶ୍ଳୋକେ ସୁଖେ ଗୁଣନ୍ତି ଜ୍ଞାନୀଲୋକେ ।। ୮୦

କଳିକଳୁଷ ଲାଗଇ କେବା ତରେ ଏହା ଗାଇ ୮୧

ଯା ଯଶ ଗାଇ ମୁନିଗଣେ ସୁଖେ ତରନ୍ତି ଭଉବବଣେ ।। ୮୨

ଯେ ହରି ବ୍ରହ୍ମାଣ୍ଡ ଭିତରେ ଲୀଳା ସରାଗେ ଅବତରେ ।। ୮୩

ବିଶ୍ଵ-ଉପରି-ସ୍ଥିତି- ନାଶ କି ରୂପେ କର ତା ପ୍ରକାଶ ।। ୮୪

ମତସ୍ଥ୍ୟାଦି ଅବତାରମାନ ଧରିଣ ପ୍ରଭୁ ଭଗବାନ ।। ୮୫

ଆତ୍ଲାର ଯୋଗମାୟା ବଳେ ବିହରେ ଅବନୀ-ମଣ୍ଡଳେ ।। ୮୬

ସେ ହରି ସ୍ଵଚ୍ଛ ଶୁଭ କଥା କହ ହେ ସୁତ ଧର୍ମଜ୍ଞାତା ।। ୮୭

ତାର ମହିମା ଶୁଣି ନିତ୍ୟେ ତୋଷ ନଲଭୁ ଆମ୍ଭଚିତ୍ତେ ।। ୮୮

ଜିହ୍ଵା ଯେସନ ସୁଧାରସ ପିବନ୍ତେ ନୁହଇ ସନ୍ତୋଷ ।। ୮୯

ଅନନ୍ତ ସଙ୍ଗେ ଥାଇ ହରି ଜଗତେ ଯେତେ କର୍ମ କରି ।। ୯୦

କପଟେ ନରରୂପ ଧରି ଅତିମାନୁଷ କର୍ମ କରି || ୯୧

କଳି ଆଗମ ଆମ୍ଭେ ଦେଖ ସକଳ ସମ୍ପଦ ଉପେକ୍ଷି || ୯୨

ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ କୃଷ୍ଣର କଥା ଅନୁକ୍ଷଣେ ।। ୯୩

କରି ତରିବୁ ବିଷ୍ଣୁ ମାୟା ଭୋ ମୁନି ତୁମ୍ଭେ କର ଦୟା ୯୪

ଆମ୍ଭର ପୂର୍ବ ପୁଣ୍ୟଫଳେ ସଙ୍ଗ ହୋଇଲୁ ତୁମ୍ଭ ମେଳେ ।। ୯୫

ଭୟଙ୍କର କଳିକାଳେ ଆମ୍ଭେ ଯେ ଅଛୁ ଭବଜଳେ ୯୬

ଜଳୁ ତୁମ୍ଭେକର ପାର ବୋଇଡେ ଯେଡ୍ନକେ କର୍ଣ୍ଣଧାର ୯୭

ଯେ ହରି ବ୍ରହ୍ଲାଣ୍ଡ- ବସ୍ସଳ ସର୍ବଦେବଙ୍କ ଆଦିମୁଳ ୯୮

ଧର୍ମ-କବଚ ଯାର ଅଙ୍ଗେ ସୁଖେ ବିହରେ ନାନାରଙ୍ଗେ ୯୯

କଳି ଆଗମେ ଭଗବାନ ଗମିଲେ ଆପଣା ଭୁବନ ୧୦୦

ଯେ ଧର୍ମ ସଂସାର ରଖୂବ ସେ କାହିଁ ଶରଣ ପଶିବ ୧୦୧

କଥା କହ ମୁନିବର ଆମ୍ଭ ସଂଶୟ ଯାଉ ଦୂର ୧୦୨

ଏମନ୍ତେ ନଇମିଷ ବନେ ସର୍ବମୁନିଙ୍କ ସନ୍ନିଧାନେ ।। ୧୦୩

ଶୌନକ ଆଦି ମୁନିଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ ।। ୧୦୪

ନିର୍ମଳ ବିଷ୍ଣୁର ଚରିତ କୃଷ୍ଣବିଷୟ ଭାଗବତ || ୧୦୫

ସୁଜନଜନଙ୍କର ହିତେ କହଇ ଦାସ ଜଗନ୍ନାଥେ ୧୦୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଧ୍ୟଃ

ଦ୍ବିତୀୟ ଅଧ୍ଯାୟ

ସୂତ ଉବାଚ

ମୁନିଙ୍କ ପ୍ରଶ୍ନ କର୍ଣ୍ରେ ଶୁଣି ହରଷମନେ ମନେ ଗୁଣି ||

ଗୁରୁଙ୍କୁ ମନେ ମନେ ଧ୍ୟାୟି ପରମ-ପ୍ରୀତି-ବାକ୍ୟେ ଗାଇ ॥।

ଜୀବର ହିତେ କୃତକୃତ୍ୟ ହସି କହନ୍ତି ମୁନି ସୂତ

ଯେ ଶୁକ ଏକାନ୍ତ ଗମନ କରିଣ ଦେହ କଲେ ଶୂନ୍ୟ

ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚକରି ||

ପିତାର ସ୍ନେହ ରକ୍ଷା ଅର୍ଥେ ଉତ୍ତର ଦେଲେ ବୃକ୍ଷପଥେ

ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବପ୍ରାଣୀଙ୍କର

ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତ୍ତେ

ଅଖୂଳ-ବେଦର ଯେ ସାର | ଯେ ଅନୁଭବ ଆପଣାର ||

କହିଲେ ପୁରାଣର ସାର ତାହାଙ୍କ୍ମୋର ନମସ୍କାର ୧୦

ବାଣୀ ନର ଯେ ନାରାୟଣ ଯେ ଗ୍ରନ୍ଥ ସଂସାରଂତାରଣ ୧୧

ଉଦିତ କଲେ ସଂସାରେ ନମଇଁ ତାହାଙ୍କ ପୟରେ ||୧୨

ଏମନ୍ତେ ନମସ୍କାର କରି କହନ୍ତି ମନେ ମୋଦଭରି ୧୩

ଶୁଣ ସକଳ ମୁନିଜନ ସାଧୁ ତୁମ୍ଭର ବଚନ ୧୪

ପରମ-ମଙ୍ଗଳ ବାଣୀ ଜୀବ ନିସ୍ତରେ ଯାହା ଶୁଣି ୧୫

ପରମଧର୍ମ ଜଗତେ .. କୃଷ୍ଣ ଭକତି ଯେଉଁ ମତେ ୧୬

ଫଳର ଆଶା ଯହି ନାହି ବିଘ୍ନ ପଶିବ ଅବା କାହି ୧୭

ଯେ ଭକ୍ତବଳେ ସଂସାର ନୁହଇ ପୁଣ ଜୀବର ୧୮

ଭକତି କଲେ ଜ୍ଞାନ ହୋଏ ଜୀବ ପଡ଼େ ମାୟାମୋହେ ୧୯

କୃଷ୍ଣଚରିତ ଶୁଣି ଯେବେ ଭକ୍ତି ଜନ୍ମେ ମୂଢ଼ୁଭାବେ ୨୦

କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମଘୋର ||୨୧

ଅର୍ଥସଞ୍ଚୁତ ଯେତେ ନର କେବଳ ଦୁଃଖ ତାହାଙ୍କର ୨୨

ଅର୍ଥେ ପାଇ ଧର୍ମ ମୋକ୍ଷ ସେ କାମ ଲୋଭଟି ପ୍ରତ୍ୟକ୍ଷ ୨୩

ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ଲୋଭେ ଭ୍ରମର କାମ ଅର୍ଥେ ୨୪

ଯାବତ ଜୀବନ ଧରଇ କାମ ଲୋଭରେ ସୁଖ କାହ ୨୫

ଜୀବର ତତ୍ତ୍ଵ ଜାଣିବାରେ କେ ଜ୍ଞାନୀ ଅଛି ସଂସାରେ ୨୬

ତତ୍ଵ୍ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଜଗତେ ୨୭

କେହୁ କହନ୍ତି ବ୍ରହ୍ମତତ୍ତ୍ଵ କେ ଅବା ବୋଲେ ପରମାର୍ଥ ୨୮

କେହୁ ବୋଲଡ୍ତି ଭଗବାନ ନିର୍ମଳରସ ଗୋପ୍ଯଂଜ୍ଞାନ ॥। ୨୯

ସେବୋଲେ ଶ୍ରଦ୍ଧା ଯେ କରନ୍ତି ଜ୍ଞାନବୈରାଗ୍ୟ ଆଚରନ୍ତି || ୩୦

କରନ୍ତି ବିଷ୍ଯଣୁରେ ଭକତି ଆତ୍ନାରେ ଆତ୍ଲାକୁ ଦେଖନ୍ତି ।।୩୧

ହରି ଚରଣେ ଭକ୍ତିଜାତ ଅଜ୍ଞାନେ ଜାଣେ ଜଗତ ।॥।୩୨

ଏଣୁ ଅଖ୍ରଳ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ୩୩

ସ୍ଵଭାବ ଧର୍ମ ଆଚରଣେ ଭକ୍ତି ଉପୁଜେ ନାରାୟଣେ ॥।୩୪

ତେଣୁ ସନ୍ତୋଷ କୃଷ୍ଣ ହୋଇ ପ୍ରାଣୀଙ୍କି ଚଉବର୍ଗ ଦେଇ ।।୩୫

ଘେନି ହୋଇ ଏକମନ ଭାବେ ତୋଷିବ ଭଗବାନ ୩୬

ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ନିତ୍ୟେ ଶୁଣିବ କର୍ଣ୍ଣେ ।।୩୭

ନିର୍ମଳ କରି ଦୃଢ଼ମନ ନିରତେ କରିବ କୀର୍ଭନ ୩୮

ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ପୂଜା କରିବ ସୃକ୍ଷ୍ମକଳ୍ପେ || ୩୯

ଭାବେ ଭକ୍ତିଯୋଗ ବଢ଼େ କର୍ମ-ବନ୍ଧନ-ଚ୍ରନ୍ଧି ଛିଡ଼େ || ୪୦

ଏଣୁ ଜଗତେ ଜ୍ଞାନୀ ଯେତେ କୃଷ୍ଣ ଭଜିବେ କେମନ୍ତେ ୪୧

କୃଷ୍ଣକଥାରେ ରତି ଯାର ସେ ପ୍ରାଣୀ ଭବ ମକ୍ଷେ ସାର ॥।୪୨

ହରିଚରଣେ ଯାର ଶ୍ରଦ୍ଧା ତାକୁ ଲାଗେ ଭବବାଧା ୪୩

ସେପୁଣ୍ୟେ ସାଧୁସଙ୍ଗ ମିଳେ ପୁଣ୍ୟତୀର୍ଥକୁ ଆଶ୍ରେ କଲେ ୪୪

ଭକତ ସଙ୍ଗେ ଯେବେ ମିଶେ ତେବେ ସେ ହରିରସେ ରସେ ୪୫

କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି ୪୬

ତାହାଙ୍କ ହୃଦେ ହରି ବସେ ସକଳ କଳ୍ଳଷ ବିନାଶେ ୪୭

ସେ ପୁଣ୍ୟ-ଶ୍ରବଣ- କୀର୍ତ୍ନ ବେଦେ କହନ୍ତି ମୁନିଜନ ୪୮

ସାଧୁଜନଙ୍କ ମିତ୍ର ହରି ଏଣୁ ଭକତକୁ ଆବୋରି ୪୯

ହେଳେ ତାରଇ ଭବସିନ୍ଧୁ ଯେଣୁ ଭକତଜନ ବନ୍ଧୁ || ୫୦

ଭକତଜନ ସେବା ଫଳେ ଦହନ ହୋନ୍ତି ଅମଙ୍ଗଳେ ॥।୫୧

ତେଣୁ ସେ ଗୋବିନ୍ଦ ବିଷୟେ ଭକ୍ତି ଉପୁଜେ ନରଦେହେ ॥।୫୨

ସ୍ଵଭାବେ ରଜ ତମ ଦୁଇ କାମାଦି ଯେତେ ରିପୁ ଥାଇ ।॥୫୩

ଚିତ୍ତୁ ବାହାର ହୋଇଯାନ୍ତି ସାଜ୍ଢ୍ରିଗୁଣ ଆବୋରନ୍ତି || ୫୪

ଏହି ପ୍ରକାରେ ଯେବେ ମନ ହୋଇବ ନିର୍ମଳ ପ୍ରସନ୍ନ || ୫୫

ପ୍ରଥମ ସ୍କନ୍ଧ-ଦ୍ବିତୀୟ ଅଧ୍ୟାୟ ୧୧

ତେବେ ସେ ଭକ୍ତିଯୋଗ ବଳେ କୃଷ୍ଣଭକତ ସଙ୍ଗମେଳେ .

ନିର୍ମଳ ଜ୍ଞାନ ପ୍ରକାଶଇ ଜନ୍ମ ମରଣ ଆଉ କାହି ।॥ ୫୭

ଅଶେଷ-କର୍ମ-ଗଣ୍ଡି-ଛନ୍ଦ ଏଣେ ଛିଡ଼ଇ ସର୍ବଦ୍ନ୍ଦ୍ ୫୮

ସର୍ବ ସଂଶୟ ତୁଲେ କର୍ମ ତୁଟଇ ବିଶ୍ଵମାୟାଭ୍ରୂମ ୫୯

ଆତ୍ନାରେ ଆତ୍ନାକୁ ଦେଖନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ୬୦

ଏଣୁ ପଣ୍ଡିତଜନ ଯେତେ ଆନନ୍ଦେ ଭକ୍ତିଯୋଗମତେ ॥।୬୧

ହରି ବିଷୟ ଦୃଢ଼ଚିତ୍ତେ ନିତ୍ୟେ ଭଜନ୍ତି ଆତ୍ନା ହିତେ ୬୨

ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମାତ ୬୩

ଯେ ସଦ୍ତ୍ବ-ରଜ-ତମ ଗୁଣ ସୃଷ୍ଟି ପାଳନ ସଂହାରଣ ।॥ ୬୪

ଅନାଦି-ପରମ-ପୁରୁଷ ତିନିଗୁଣେ ସେ ପ୍ରକାଶ ।।୬୫

ସୂଷ୍ଟି ଉଦୟେ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋଲାଇ ୬୬

ସଂହାର କାଳେ ରୁଦ୍ର ରୂପେ ସୁଖେ ବିହରେ ମୋହକଳ୍ପେ ୬୭

ସେ ଶୁଦ୍ଧସତ୍ତ୍ଵ ବିଷ୍ଣୁଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ୬୮

କାଷ୍ଠ ସଂଯୋଗେ ଧୂମ ଜାତ ଧୁମରୁ ଅନଳ ସମ୍ପୂତ || ୬୯

ତୃତୀୟ ଅଙ୍ଗାର ପ୍ରମାଣ ତାମସ ରଜ ସକତ୍ତ୍ଗୁଣ ||୭୦

ଭାବେ ବ୍ରହ୍ମ ପରିମାଣି ଭବସାଗର ତରେ ପ୍ରାଣୀ ୭୧

ନିର୍ମଳଚେତା ମୁନି ଯେତେ ବିଚାର କରି ଆଡ୍ଲାହିତେ ||୭୨

ବିଷ୍ଣୁଙ୍କୁ ସତ୍ତ୍ବଗୁଣେ ଜାଣି ଭଜିଲେ ମୋକ୍ଷ ପରିମାଣି ୭୩

ତାମସ ରଜଗୁଣେ ଯେତେ ଯେ ଭୂତପତି ଜଗତେ ୭୪

ସ୍ଵଭାବେ ଘୋର ଭୟଙ୍କର ଏଣୁ ଭଜେ ସାଧୁନର ୭୫

ଅହିଂସା ଶାନ୍ତିଗୁଣେ ଥାନ୍ତି ହରି ଚରିତ ଚିଭେ ଚିନ୍ତି ୭୬

ଧନ ସମ୍ପଦେ ଯାର ଇଚ୍ଛା ସେ କରେ ଭୂତପ୍ରେତ ଦୀକ୍ଷା ୭୭

ସଂସାରେ ଦେବଯଜ୍ଞ ଯେତେ ଯୋଗସାଧନ କ୍ରିୟାମେତେ ୭୮

ପରମଜ୍ଞାନ ତପ ଆଦି କଠୋର ଯେତେ ଧର୍ମ ସାଧ୍ୟ ୭୯

ସର୍ବଗତି ନାରାୟଣ ଏବେ ହୋ ମୁନିଗଣେ ଶୁଣ ୮୦

ସର୍ବବିଧ୍ଵ୍ଧର୍ମ ଯେତେ କରିବ ବିଷ୍ଣୁପ୍ରୀତି ଅର୍ଥେ ୮୧

ତିନିଗୁଣେ ନାରାୟଣ ସୃଷ୍ଟି ପାଳନ ସଂହାରଣ ୮୨

ଏମନ୍ତେ ବିଶ୍ଵରୂପ ଧରେ ମାୟାସଂସାରେ ସେ ବିହରେ ୮୩

ସ୍ଵଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବୋରି ।।୮୪

ସକଳ ଜୀବ ମଧ୍ଷେ ଥାଇ ଅଜ୍ଞାନେ ଜୀବ ଜାଣଇ ୮୫

ଅଶେଷ ମହିମା ଯେ ଧରେ ବିବା ଉପମା ଦେବା ତାରେ ୮୬

ସେ ହରି-ଚରଣ-ପଙ୍କଜ ସୁଜନଜନ ନିତ୍ୟେ ଭଜ ୮୭

କହଇ ଦାସ ଜଗନ୍ନାଥ ଗୀତ-ପ୍ରବନ୍ଧେ ଭାଗବତ ୮୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ବିତୀୟୋଃଧ୍ୟାୟଃ

 

ତୃତୀୟ ଅଧ୍ୟାୟ

ସୂତ ଉବାଚ

ସୂତ କହନ୍ତି ଶୁଦ୍ଧ ଚିତ୍ତେ ହରଷେ ମୁନିଙ୍କ ଅଗ୍ରତେ ||

ଶୁଣ ସକଳ ମୁନିଜନେ ହରିଚରିତ ସାବଧାନେ ||

ସୃଷ୍ଟିର କାଳେ ସେ ମୁରାରି | ମହାପୁରୁଷ ରୂପ ଧରି

ମହତ ଆଦି ଅଙ୍ଗେ ମିଶି ବିରାଟ ରୂପେ ବ୍ରହ୍ମରାଶି |

କଳା ବହଇ ଷଡ଼ଦଶ ଅନାଦି-ପରମ-ପୁରୁଷ ||

ବୁଦ୍ଧି ଚେତନା ଅହଙ୍କାର ମନ ଅନ୍ତରୀକ୍ଷ ସମୀର ||

ଅନଳ ଜଳ ବସୁମତୀ ବୁଛି ଇନ୍ଦ୍ରିୟ ଯାହା ଚିନ୍ତି

ଜୀବ ପରମ ଷୋଡ଼ଶ ଆଦି ସୃଷ୍ଟି ଉପଦେଶ

ସେ ସୃଷ୍ଟି ସର୍ଗ ଇଚ୍ଛା କରି ଜଳେ ଯୋଗନିଦ୍ରା ବିସ୍ତାରି |

ତା ନାଭିକମଳୁ କମଳ ପ୍ରକାଶି ଆଚ୍ଛାଦିଲା ଜଳ || ୧୦

ବ୍ରହ୍ମା ହୋଇଲା ତହୁଁ. ଜାତ ଯେ ପ୍ରଜାପତିଙ୍କର ନାଥ || ୧୧

ତାର ଶରୀରୁ ସୃଷ୍ଟ ଲୋକ ବିସ୍ତାର ହୋଇଲା ଅନେକ |୧୨

ସେ ଶୁଦ୍ଧ ସତ୍ତ୍ଵ ବିଷ୍ଣୁ ରୂପ ଯାହା ଭିଆଣ ମାୟାକନ୍ନ ୧୩

ଜ୍ଞାନଚକ୍ଷୁର ଦ୍ଵାରେ ଭରି ଯେ ରୂପ ଦେଖେ ବ୍ରହ୍ମଚାରୀ ୧୪

ପ୍ରଥମ ସ୍କନ୍ଧ- ତୃତୀୟ ଅଧ୍ୟାୟ

ସହସ୍ରପାଦ ଉରୁ ଭୁଜ ଶିର ବଦନ ନାସା ତେଜ ॥।୧୫

ସହସ୍ର ଲୋଚନ ଶ୍ରବଣ ବସନ କୁଣ୍ଡଳ ଭୂଷଣ || ୧୬

ମଣି କଙ୍କଣ ଝଟକନ୍ତି ଦିଶଇ ଅତି ରୂପକାନ୍ତି ୧୭

ସୃଷ୍ଟି ମଧ୍ପେ ମାୟାଧର କରଇ ଯେତେ ଅବତାର ୧୮

ତାହାଙ୍କ ମୁଳବୀଜ ଏହି ଜଗତେ ବ୍ରହ୍ମା ସେ ବୋଲାଇ | ୧୯

ଯାହାର ଅଂଶାଅଂଶ ବଳେ ଗଗନ ପ୍ୂଥ୍ଵବୀ ପାତାଳେ ୨୦

ଦେବ ମନୁଷ୍ୟ ପଶୁ ଆଦି ନିଗମ ଗୋଚରେ ସମ୍ପାଦି ।॥।୨୧

ପ୍ରଥମେ କୁମାର ରୁପେ ସେ ସୃଷ୍ଟି ଉଦୟ ଉପଦେଶେ ||୨୨

ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ ତପ ସାଧ୍ଵଲା ଦୃଢ଼ଟିତ୍ତେ ||୨୩

ଦ୍ବିତୀୟେ ସୃଷ୍ଟିର ଆଗମେ ସାଧ୍ଵଲା ଯଜ୍ଞେଶ୍ବର ନାମେ ୨୪

ପୂର୍ବ ପ୍ରଳୟକାଳ ବେଳେ ମହୀ ଯେ ଥିଲା ରସାତଳେ ୨୫

ତାର ଉଦ୍ଧାରେ ନରହରି ତକ୍ଷଣେ କୋଳରୂପ ଧରି | ୨୬

ଉଦ୍ଧରି ଜଳେ ବସାଇଲା ବରାହକଳ୍ପ ବୋଲାଇଲା ୨୭

ତୂୃତୀୟେ ଷିସର୍ଗେ ହରି ନାରଦ ମୁନି ରୂପଧରି ୨୮

କୃଷ୍ଣଭକତ ଜନହିତ ନିଷ୍କାମ ଶାସ୍ତ କଲେ ଉକ୍ତ ୨୯

ଚତୁର୍ଥେ ଜନ୍ମ ଧର୍ମକଳା ଦେବ ଉଦ୍ଦେଶ୍ୟେ କର୍ମ କଲା ୩୦

ସେ ରୂପ ନର ନାରାୟଣ ସୂଜିଲେ ଧର୍ମ ଆଚରଣ || ୩୧

ତପ ସାଧ୍ଲେ ଦୃଢ଼ଚିତ୍ତେ ସୃଷ୍ଟିକଳ୍ପନା ଅଭିମତେ ||୩୨

ପଞ୍ଚମେ ସିଦ୍ଧ ଅବତାରେ ଜନ୍ମିଲେ କର୍ଦ୍ଦମର ଘରେ ୩୩

ନାମେ ସେ କପିଳ ବୋଲାଇ ପିତାମାତାଙ୍କୁ ଜ୍ଞାନ କହି ୩୪

ଷଷ୍ଠେ ସେ ଅତ୍ରିପୁତ୍ର ହୋଇ ଅନସୂୟାଙ୍କ ମାତା ପାଇ |।।୩୫

ପ୍ରହ୍ଲାଦ ଆଦି ଦୈତ୍ୟଗଣେ ଜ୍ଞାନ କହିଲେ ଜଣେ ଜଣେ ୩୬

ସପ୍ତମସର୍ଗେ ନରହରି | ଆକୂତି ଗଭେ ଅବତରି ।॥ ୩୭

ଅନେକ 7୍ଞାନଶାସ୍ତ୍ର କଲେ ସ୍ବାୟମ୍ବୁ ମନ୍ଵନ୍ତ୍ର ପାଳିଲେ ୩୮

ଅଷ୍ଟମେ ନାଭିଗ୍ଧହେ ଜାତ ରଷଭ ମେରୁଦେବୀ ସୁତ ୩୯

ଅତି କଠୋର ତପ କଲେ ॥।  ୍ଞାନୀଙ୍କି ପଥ ଦେଖାଇଲେ ୪୦

ନବମେ ପ୍ରୁଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରୀ ୪୧

କ୍ଷୀରେ ଧରଣୀ କଲେ ସମ ନାମ ବହିଲେ ଉଶତ୍ତମ || ୪୨


1 Response to "ଭାଗବତ "

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel