ବୋଉର ଦିନ

ବୋଉର ଦିନ

ବୋଉର ଦିନ

ବୈଷ୍ଣବ ଚରଣ ମହାନ୍ତି


୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ମୋ ବୋଉ ମରିଥିଲା| ସେ ଦିନର ତିଥି ଥିଲା ବାରୁଣୀ ଅମାବାସ୍ୟା| ସେଇଦିନଠୁ ପ୍ରତିବର୍ଷ ବାରୁଣୀ ଅମାବାସ୍ୟାକୁ ମୋ ବୋଉର ଶ୍ରାଦ୍ଧ ଦିବସ ବା ମୋବୋଉର ଦିନଭାବେ ମୁଁ ପାଳିଆସୁଛି| ଶ୍ରାଦ୍ଧ ଦିବସକୁ ଆମ ଓଡ଼ିଶାରେଦିନକୁହାଯାଏ, ଏଇ ଯେମିତି ମୋବାପାଙ୍କର ଦିନ’, ମୋଜେଜେଙ୍କର ଦିନବାମୋ ବୋଉର ଦିନଇତ୍ୟାଦି|

କିନ୍ତୁ ଆମ ଦେଶରେ ମେ ମାସ ଦ୍ବିତୀୟ ରବିବାରକୁବୋଉର ଦିନ’ (Mother’s Day) ଭାବେ ପାଳନ କରାଯାଉଛି| ଆମ ଓଡ଼ିଶାର ପୁଅଝିଅମାନେ ମଧ୍ୟ ଆଜିକାଲି ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁବୋଉର ଦିନଭାବେ ପାଳନ କରୁଛନ୍ତି| ୟା ଅର୍ଥ ନୁହଁ ଯେ ସାରା ଦେଶଟାଯାକର ବୋଉ ଏଇ ମେ ମାସ ଦ୍ବିତୀୟ ରବିବାର ଦିନ ମରିଥିଲେ ଏବଂ ସେମାନଙ୍କ ପାଇଁ ଦିନ ପାଳନ କରାଯାଉଛି| ଏଇବୋଉର ଦିନକିନ୍ତୁ ମଲା ବୋଉମାନଙ୍କ ପାଇଁ ନୁହେଁ, ଜିଅନ୍ତା ବୋଉମାନଙ୍କ ପାଇଁ| ଏହା ହାଲି ଆମଦାନି କରା ହୋଇଥିବା ଏକ ବିଦେଶୀ ଚଳଣି, ଏକ ଉଧାରକରା ପଶ୍ଚିମା ପରମ୍ପରା|

ଗତ ମେ ଦ୍ବିତୀୟ ରବିବାର ଦିନ ପଡ଼ିଶାଘର ପୁଅଟିଏ ଗୋଟାଏ ଫୁଲ ତୋଡ଼ା ଗୋଟାଏ ଉପହାର ପୁଡ଼ିଆ ଧରି ଆସୁଥିବାର ଦେଖି ପଚାରିଲି- ‘ଆରେ ବାବୁ! ଇଏ ସବୁ ? ଆଜି କି?’

ପୁଅଟି ମୋତେ ଓଲଟା ପ୍ରଶ୍ନକଲା- ‘ଅଙ୍କଲ୍! ଜାଣି ନାହାନ୍ତି କି ଆପଣ? ଆଜିପରାମଦର୍ସ ଡ଼େ|’

ତଥାପି ବି କଥାଟାର ମର୍ମ ବୁଝି ନପାରି ଓଲମାଙ୍କ ଭଳି ବଲବଲ କରି ଚାହିଁ ରହିବାରୁ ସେ ସରଳାର୍ଥରେମଦର୍ସ ଡ଼େ ମର୍ମାର୍ଥ ବୁଝେଇ ଦେଲା- ‘ଆଜି ହଉଚି ମଦର୍ସ ଡ଼େ| ମଦର୍ସ ଡ଼େ ଅବଜର୍ଭେସନ୍ମାଧ୍ୟମରେ ଆମେ ଆମ ମଦର୍ଙ୍କ ସାକ୍ରିଫାଇସ୍‌, ତାଙ୍କ ଲଭ୍‌, ଆଫେକ୍ସନ୍ବିଷୟରେ କନ୍ସସ୍ହେବୁ, ସେ ସବୁର ଭାଲ୍ୟୁ ଦବୁ| ମଦର୍ଙ୍କର କେୟାର ନବୁ| ତାଙ୍କୁ ରେସ୍ପେକ୍ଟ କରିବୁ, ପ୍ରେଜେଣ୍ଟେସନ୍ଦବୁ| ଏଇପରା, ମୋ ମମିଙ୍କ ପାଇଁ ମୁଁ ଗିଫ୍ଟ ପ୍ୟାକେଟ୍ଧରି ଆସୁଚି|’

ପଡ଼ିଶା ପୁତ୍ରଟି ପ୍ରେଜେଣ୍ଟେସନ୍ଧରି ଚାଲିଗଲା|

ମୁଁ ଭାବୁଥିଲି, ସାରା ସୃଷ୍ଟିଟାକୁ ଆଣି ବୋଉର ପାଦତଳେ ଅଜାଡ଼ି ଦେଲେ ବି, ତାଋଣ କାଣିଚାଏ ସୁଝି ହବନି| ଇଏ ତାକୁ କି ଗିଫ୍ଟ ଦବ? କି ପ୍ରେଜେଣ୍ଟେସନ୍ଦେଇ ପୂଜା କରିବ? ଉଡ଼ି ଶିଖିବା ପରେ ମାଚଢ଼େଇ ବସାରୁ ଛୁଆ ଚଢ଼େଇ ଫୁର୍କିନା ଉଡ଼ି ପଳେଇବା ପରି ବିଦେଶରେ ପୁଅଝିଅଙ୍କ ମୁଣ୍ଡକୁ ହାତ ପାଇଲେ ମାବାପାଙ୍କୁ ଛାଡ଼ି ଛୁଆଏ ପଳେଇ ଯାଆନ୍ତି| ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୂନେଇଁକି ମାଇଁ ମାଇଁ ନୀତିରେ ବରଷକୁ ଥରେଏଇ ମଦର୍ସ ଡ଼େଦିନ କୋଉ ଜରାନିବାସ କି କୋଉ ଘର କଣରେ ପଡ଼ିଥିବା ମାବାପାଙ୍କୁ ସତେ ଅବା ଦୟା ଦେଖେଇବା ଭଳି ଦୟାବନ୍ତ ସନ୍ତାନମାନେ ଗିଫ୍ଟ ପ୍ୟାକେଟ୍ଧରି ଆସିଥାନ୍ତି|

ଏଠି ବୋଉ ପାଇଁ କି ପ୍ରେଜେଣ୍ଟେସନ୍ନେଇ ଯାଉଚି ଟୋକା! ଏଠି ପରା ବୋଉ ଅକାଶଠାରୁ ପ୍ରଶସ୍ତ, ଅବନୀଠାରୁ ବିଶାଳ, ସ୍ବର୍ଗାଦପି ଗରୀୟସୀ| କୋଇଲି ଯାଇ କାଉ ବସାରେ ଅଣ୍ଡା ଦେବା ଭଳି ବିଦେଶିନୀ ବୋଉଟି ଛୁଆ ଜନମ କରି ଆଉ କାହା ଦାୟିତ୍ବରେ ତାକୁ ପାଳିବା ପାଇଁ ଛାଡ଼ିଦେଇ ପାରେ ସିନା, ଏଠି ଆମ ଦେଶୀ ବୋଉମାନେ ଆମକୁ ତାଙ୍କ ଆଖି ଆଢ଼ୁଆଳକୁ ବି ଛାଡ଼ନ୍ତି ନାହିଁ| ହେତୁ ପାଇବା ପରେ ବି ପୁଅ ଦିନେ ଦିଦିନ ମାମୁଁ ଘରକୁ ଗଲେ ଆମ ବୋଉମାନେ ବାହୁନନ୍ତି- ‘କୋଇଲି ଲୋ! ଦୁଧ ସର ଦେବି ମୁଁ କାହାକୁ? ଖାଇବାର ପୁତ୍ର ଗଲା ମଥୁରାପୁରକୁ, ଲୋ କୋଇଲି!’ ଏଠି ଆମ ବୋଉମାନଙ୍କ ପାଇଁ ତାଙ୍କ ପିଲା ହଉଚି ନୟନପିତୁଳା, ଜୀବନଧନ, ରଙ୍କରତନ, ଗଳାରମାଳି| ଏଠି ଆମ ମା ପିଲାର ସମ୍ପର୍କ ଦିନେଅଧକର ସମ୍ପର୍କ ନୁହଁ, ପ୍ରତି ନିଶ୍ବାସ ପ୍ରଶ୍ବାସରେ, ପ୍ରତି ହୃଦ୍ସ୍ପନ୍ଦନରେ ମାଆଉ ପିଲାମାନଙ୍କ ଭିତରେ ସମ୍ପର୍କର ସ୍ରୋତଟିଏ, ଆବେଗର ବେଗବତୀଟିଏ ନିରବଧି ବହୁଥାଏ| ଆମ ଓଡ଼ିଶାରେ ମଦର୍ସ ଡ଼େ ପାଳିବା ଯାହା, ଓଡ଼ିଆଟିଏ ଇଂଲଣ୍ଡ ଯାଇ ଇଂରେଜମାନଙ୍କୁ ଇଂରେଜୀ କହି ଶିଖାଇବା ପାଇଁ ସ୍ପୋକନ୍ଇଙ୍ଗ୍ଲିସ୍ସ୍କୁଲ୍ଖୋଲିବା ସେଇଆ|

ଜଗତୀକରଣ ଯୁଗରେ କୌଣସି ଆନ୍ତର୍ଜାତୀୟ ସଂସ୍ଥା ଯଦି କିଛି ଗୋଟାଏ ଦିବସ ପାଳନର ପରମ୍ପରା ଆରମ୍ଭ କରେ, ତେବେ ଯେଉଁ ଦେଶ ବା ଇଲାକାର ଲୋକମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ବା ପ୍ରୟୋଜନୀ, ସେମାନେ ତାହା ପାଳନ କରନ୍ତୁ| କିନ୍ତୁ ଓଧମାନଙ୍କୁ ଦେଖି ବଣଭୁଆମାନେ ବାଈ ହେଉଛନ୍ତି କାହିଁକି? ପରମ୍ପରା ପାଳନ ପୂର୍ବରୁ ସ୍ଥାନ କାଳ ପାତ୍ରର ବିଚାର କରିବ! ଯୋଉଠି ବିଚାର ନଥାଏ ସେ ପାଳନକୁ କେବଳ ଅନ୍ଧାନୁକରଣ ହିଁ କୁହାଯିବ| ‘ମାଧିଆ ଭାଇ, ନାହୋଇ ହୋ ନୀତିରେ ଦୂରଦର୍ଶନ ବା ପତ୍ରପତ୍ରିକାରେ ସମ୍ପର୍କରେ ସାକ୍ଷାତ୍କାର ଦେଉଥିବା ବାବୁଜାତୀୟ ବ୍ୟକ୍ତିତ୍ବମାନେ ବେଳେ ବେଳେ ମୁହଁଉପ୍ରୋଧରେ ଦିବସ ପାଳନ ସପକ୍ଷରେ କହିଥାନ୍ତି| ପୁଣି କେତେକ ଗାଲୁଆମିରେ ବାରବାଟି ନହେଉ ପଛେ ଗୁଣ୍ଠେ ବା ବିଶ୍ବାଏ ଚଷିଥାନ୍ତି|

ବୋଉର ଦିନକହିଲେ ଆମ ଆଧୁନିକ ଓଡ଼ିଆ ପୁଅମାନେ କଥାଟାକୁ ଆଦୌ ବୁଝିପାରିବେନି| ସଂସ୍କୃତରେମାତୃ ଦିବସକହିଲେ କିଛି କିଛି ବୁଝିବେ ଏବଂମଦର୍ସ ଡ଼େକହିଲେ ଭଲଭାବେ ବୁଝିବେ| ମଦର୍ସ ଡ଼େକୁ ଖାଣ୍ଟି ଓଡ଼ିଆରେ କହିଲେବୋଉର ଦିନହେବ| ‘ବୋଉର ଦିନକହିଲେ ଆମ ଓଡ଼ିଆଏ ବୋଉର ଶ୍ରାଦ୍ଧ ବୋଲି ବୁଝିବେ| ବୋଉଶବ୍ଦଟା ଆମ ଆଧୁନିକ ଓଡ଼ିଆଙ୍କ ସମ୍ବୋଧନରୁ ପ୍ରାୟ ବୁଡ଼ିବାକୁ ବସିଲାଣି| ଭିତରେ ଆମ ଅଧିକାଂଶଓଡ଼ିଆଣୀ ବୋଉ’ ‘ମଦରହେଇଗଲେଣି ଏବଂ ସଂକ୍ଷେପରେମମିପାଲଟି ଗଲେଣି| ପଡ଼ିଶାଘର ସାନ ଝିଅଟିକିବୋଉବନାନ କରିବାକୁ କହିବାରୁ ସେ ଉତ୍ତର ଦେଲା- ‘ଏମ୍‌, , ଟି, ଏଚ୍‌, , ଆର୍‌|’ ଥରେ ମୁଁ ମୋର ଜଣେ ସାଙ୍ଗକୁ ପଚାରିଲି- ‘କୁଆଡ଼େ ଯାଇଥିଲ କି?’ ସେ ଉତ୍ତର ଦେଲା- ‘ମଦର୍ଙ୍କ ଦେହ ଖରାପ ଥିଲା …|

ଉଚ୍ଚାରଣ ଅନୁସାରେ ଆମର ଆଚରଣ ହୋଇଥାଏ| ଆଚରଣ ଅନୁସାରେ ଆମ ଉଚ୍ଚାରଣ ବଦଳିଥାଏ| ଆମେ ଓଡ଼ିଆଗୁଡ଼ାକ ଆମ ବାପାଙ୍କୁ ସାଧାରଣତଃତମେବା କ୍ବଚିତ୍‌ ‘ଆପଣସମ୍ବୋଧନ କରିଥାଉ, କିନ୍ତୁ ବୋଉକୁ ଆମେତୁବୋଲି କହୁ| ତୁସମ୍ବୋଧନଟା ସମ୍ପର୍କରେ ନିବିଡ଼ତା ବା ହୃଦୟର ନିକଟତା ପ୍ରକଟ କରିଥାଏ| ନିହାତି ଆପଣାର ହେଲେ କେହି କାହାକୁ ‘‘ତୁକହେନି| ଆଜିର ବୋଉମାନେମମିହୋଇଯିବା ପରେ ସେମାନଙ୍କ ପିଲାମାନେ ଅଧିକାଂଶ ସ୍ଥଳେ ସେମାନଙ୍କୁତମେସମ୍ବୋଧନ କରୁଛନ୍ତି| ଏଇ ପଚାଶ ବର୍ଷ ତଳେ ଅଧିକାଂଶ ଓଡ଼ିଆଣୀ ବୋଉ ଅପାଠୋଈ ଥିଲେ, ଅବଶ୍ୟ ଏବେକାର ମମିମାନେ ପାଠୋଈ| ଏଇ ପାଠୋଈ ମମିମାନଙ୍କୁ ସେମାନଙ୍କ ସନ୍ତାନତୁସମ୍ବୋଧନ କଲେ ସେମାନଙ୍କ ସମ୍ମାନ ତଳେ ପଡ଼ିଯିବନି? ଅନ୍ୟ ଏକ ଦୃଷ୍ଟି କୋଣରୁ ବିଚାର କଲେ ଆଜିର ନାରୀ ସବୁ କ୍ଷେତ୍ରରେ ପୁରୁଷ ସହ ସମାନ ବୋଲି କୁହାଯାଉଛି, କିନ୍ତୁ ଖୋଦ୍ନିଜଘରେ ନିଜ ଛୁଆ ବାପାଙ୍କୁତମେ ବୋଉକୁତୁକହିବ! ଏହା ନାରୀ ଜାତିପାଇଁ ନିହାତି ଅସମାନ ଅସମ୍ମାନର କଥା ନୁହେଁ କି?

ତାଛଡ଼ା ଆମ ବୋଉମାନେ ଆମକୁ କ୍ଷୀରପାନ କରାଉଥିଲେ, ଘୁଅମୂତ ପୋଛୁଥିଲେ, କୋଳରେ ଜାକି ଶୋଉଥିଲେ| ଆଜିକାଲି ଛୁଆ ଜନମ ହଉ ହଉ ମଦର ବା ମମିଜାତୀୟା ମାମାନେ ନିଜ ଶେଯଠାରୁ ନିରାପଦ ଦୂରତାରେ ଦୋଳି ଝୁଲଣାରେ ନବଜାତ ଛୁଆକୁ ଶୁଆଉଛନ୍ତି| ଆୟା ଆଉ ବୋତଲ ଦାୟିତ୍ବରେ ଛୁଆକୁ ଛାଡ଼ୁଛନ୍ତି| ପିଲାବେଳେତୁ…, ତା…’ ହଉଥିବା ସାଙ୍ଗଟିକୁ ଦୀର୍ଘ ପନ୍ଦର କୋଡ଼ିଏ ବର୍ଷ ବ୍ୟବଧାନରେ ଭେଟିଲେ ବା ସାଙ୍ଗ ଭିତରୁ ଜଣେ ଅଫିସର୍ଜଣେ ମୂଲିଆ ହେଲେ, ଯେମିତି ସମୟର ଫାଙ୍କ ବା ସାମାଜିକ ଦୂରତା ସକାଶେ ଉଚ୍ଚାରଣ ଭିତରକୁ ଆପେ ଆପେତମେବାଆପଣସମ୍ବୋଧନ ଆସିଯାଏ| ଆଜିକାଲିରମମିଆଉ ସେମାନଙ୍କ ପିଲାଙ୍କ ଭିତରେ ତମେସମ୍ବୋଧନଟା ଆବେଗିକ ଦୂରତା ସକାଶେ ନୁହେଁ ? ଜନନୀ ଜନ୍ମିତଙ୍କ ଭିତରେ ମୋହ, ମମତା, ସମ୍ପର୍କର ନିବିଡ଼ତା କମିଯିବାରୁ ତୁଟାତୁମେହେଇ ଯାଉନି ? ଆଜିର ନାରୀ ସଶକ୍ତୀକରଣ ଯୁଗରେ ଶକ୍ତିମୟୀ ମମିମାନଙ୍କୁ ଶକ୍ତିହୀନ ଛୁଆଗୁଡ଼ାକତୁସମ୍ବୋଧନ କରିବେ କେମିତି ?

ଆଜିକାଲିର ମମିମାନଙ୍କର ଉଚ୍ଚାଭିଳାଷରେ ଯେମିତି ବଡ଼ବଡ଼ ପର ଲାଗିଲାଣି ସେମାନଙ୍କ ସନ୍ତାନମାନେ ନିଶ୍ଚୟ ଦିନେ ନା ଦିନେ ଉଡ଼ି ଦୂର ବିଦେଶ ପଳେଇବେ ବର୍ଷକେ ଥରେ ଦୂରରୁ ମଦର୍ସ ଡ଼େ କାର୍ଡ଼ ବା ଗିଫ୍ଟ ପ୍ୟାକେଟ୍ପାର୍ସଲ କରି ନିଶ୍ଚୟ ପଠେଇବେ| ସେତେବେଳେ ଯାଇ ମଦର୍ସ ଡ଼େ ପାଳନର ସାର୍ଥକତା ଆସିବ| ବର୍ତ୍ତମାନ ହୁଏତ ତା ପୂର୍ବପ୍ରସ୍ତୁତି, ତା ଅଭ୍ୟାସର ବେଳ| ଏହାର ପ୍ରସାର ପ୍ରଚାରରେ ବ୍ୟବସାୟିକ ଫାଇଦା ଥିବାରୁ ବ୍ୟବସାୟୀ ବିଜ୍ଞାପନ ବେପାରୀମାନେଅନାହୂତୋ ପ୍ରବିଶନ୍ତି, ଅପୃଷ୍ଟୋ ବହୁଭାଷତେକରୁଛନ୍ତି|

ବର୍ତ୍ତମାନ କିନ୍ତୁ କ୍ଷୀର ସମୁଦ୍ରର ମାଛକୁ କ୍ଷୀର ଚଖେଇବା ଯାହା, ଆମ ଓଡ଼ିଆ ସନ୍ତାନଙ୍କୁ ମଦର୍ସ ଡ଼େ ପାଳନ କରିବାକୁ କହିବା ସେଇଆ| ପରିବେଶ ପରିସ୍ଥିତିର ପ୍ରଭାବରେ ଆମର ଚାଲିଚଳଣି, ଚେହେରା, ଚରିତ୍ର ବଦଳିବ ନିଶ୍ଚୟ, କିନ୍ତୁ ବେଗ ଧାରଣ କରିନପାରିଲେ ଗାମୁଛା ବଦଳିବା ଭଳି ଆମ ସଂସ୍କୃତିକୁ ଏମିତି ବେଇଗି ବେଇଗି ବଦଳି ପକେଇବା କେମିତି? ବିଦେଶୀବାଲା ଆମ ସଂସ୍କୃତିରୁ ହାଣ୍ଡିଏ ନେଇ ଆମକୁ ସେଥିରୁ ଚାମୁଚେ ଚଖେଇଲେ, ଆମେ ତାକୁ ପରମ ଆହ୍ଲାଦରେ ଚାଟି ପକେଇତମର ଭଲ ଭଲ ଲାଗୁଚିବୋଲି କହିବା କେମିତି?

ଗାଁରେ ଆମ ବାପା ଗୋସବାପା ଶହ ଶହ ନଡ଼ିଆ ଗଛ ଲଗାଇଛନ୍ତି| ବେପାରୀ ଆମରି ବାଡ଼ିରୁ ନାସିଲଗା ପଇଡ଼ ଟ୍ରକ୍ପାରିଆଣି ସହରରେ ବିକୁଚି ଏବଂ ଆମେ ଗୋଟାକ ଦଶ ଟଙ୍କା ପନ୍ଦର ଟଙ୍କା ଦେଇ ସେ ବାସି ପଇଡ଼ ପିଇ ଓଠ ଚାଟି କହୁଚୁଆହା କି ମିଠା’| ଇଏ ସେମିତି ଆମରି ସଂସ୍କୃତିରୁ ଶିଖି, ଆମ ବୋଉ ପ୍ରତି ଆମର ଜୀବନତମାମ ସେବା, ଯତ୍ନ, ଶ୍ରଦ୍ଧା ଭକ୍ତିକୁ ଦେଖି ଆମକୁ ଦିନଟିଏ ବୋଉ ପାଇଁ ସଚେତନ ହେବା ପାଇଁ ଶିଖଉଛନ୍ତି| ତମେ ଜିଅନ୍ତା ବୋଉର ଦିନ ପାଳନ କରି ପ୍ରେଜେଣ୍ଟେସନ୍ଦଉଛ, ଆମେ ପରା ମଲା ବୋଉର ଦିନ ପାଳନ କରି ତାକୁ ପିଣ୍ଡଦାନ କରୁଛୁ, ତାକୁ ଶ୍ରଦ୍ଧାରେ ସ୍ମରଣ କରି ଶ୍ରାଦ୍ଧ ଦଉଛୁ, ତା ସ୍ମୃତିତର୍ପଣ କରୁଛୁ, ଆଖି ଓଦା କରୁଛୁ ଆବେଗରେ, ଆନ୍ତରିକତାରେ| ତମେ ତେଣୁ ଆଜୀବନ ଅଖଣ୍ଡ କୀର୍ତ୍ତନିଆଙ୍କୁ କୀର୍ତ୍ତନ ଶିଖଉଛ ???

 


0 Response to "ବୋଉର ଦିନ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel