ଠନ୍ ଠନ୍ ଠନ୍ |
ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ | ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ | ରେସିଡ଼େନ୍ସିଆଲ
ସ୍କୁଲ |
ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ | ସତେକି ଛାତିରୁ ଅତଡ଼ା ଖସି ଯାଉଛି | ନିଦ ନହେଲେ ଲାଗେ ମତେ କିଏ ଡାକୁଛି | କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ ! ମୁଁ ବିରକ୍ତ ହୋଇଯାଏ | ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା | ମୋ ନିଦ ପୁରାପୁରି ଭାଙ୍ଗିଯାଏ | କାନ ଡେରି ଭଲ କରି ଶୁଣେ | ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି | ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ |
ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ | ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ | ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା‘ | ଦିନେ ମୁଁ ହାଉଳି ଖାଇଲି | ଜେଜିମା କହିଲା ‘ଇଲୋ କ’ଣ ହେଲା |’ ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି | ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ | ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା | ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ | ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ |
ଏହିପରି ଅନେକ
ଘଟଣା | ସେସବୁ
ମନେପକାଇ କି ଲାଭ | ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ
ଅପଚିନ୍ତାକୁ ସେଇଠି
ରଖିଲା | ଘରସାରା
ଅନ୍ଧାର ତିମିରେ
| ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି,
ଏକମାତ୍ର ଚେଇଁଚି
ସିଏ | ସାମ୍ନା
କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ
ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି
ଗଲା | ବସ୍ମିତା
କ’ଣ ଭାବି ପାୟଲ ଦେୱାଙ୍ଗନ
(କ୍ଲାସ୍ ନାଇନ୍)
କୁ ହଲେଇ
କହିଲା, ‘ସି ସମବଡ଼ି ଇଜ୍ ଦେୟାର
|’ ପାୟଲ ନିଦ ବାଉଳାରେ କହିଲା ହ୍ବାଟ
ହାପେନ ?
ଏହିପରି ଅନେକ ଘଟଣା | ସେସବୁ ମନେପକାଇ କି ଲାଭ | ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା | ଘରସାରା ଅନ୍ଧାର ତିମିରେ | ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ | ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା | ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍ ନାଇନ୍) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍ ଦେୟାର |’ ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ? ତା’ର ପ୍ରତିକ୍ରିୟା ଦେଖି ବିସ୍ମିତା ପାତ୍ର କୌଣସି ସାହାସ ସଞ୍ଚୟ ନକରି ଏକଦମ୍ ଚୁପ୍ ହେଇଗଲା | ମୁହଁ ଜାକି ଶୋଇ ପଡ଼ିଲା | ମନେ ମନେ ଭାବିଲା ଯେଉଁଠି ଘର ଲୋକ ତା’ର ହେଲେନି ତା’କଥା ଆଉ କିଏ ଶୁଣିବାକୁ ଯିବ |
ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି | କ୍ଲାସ୍ରୁମରେ ଏମିତିକି ଡର୍ମିଟାରୀରେ
ବି | ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ | ହେଲେ ସିଏ କ’ଣ କରିପାରିବ | ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି | ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ | କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି | ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍ ସ୍କୁଲରେ ପଢୁଛି | ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ |
ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ | କାଳେ ତା’ର ପାଦ ଖସିଯିବ |
ଆଇସ୍କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି | ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ | ଟାଇଟ୍ ଫିଟିଙ୍ଗ୍ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ |
ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି | ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ | ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ | ମୋ ଛାତିରେ ବିଜୁଳି ଖେଳିଯାଏ | ଝାଳ ସରସର୍ ହେଇଯାଏ |
ବାପାଙ୍କର ସରକାରୀ ଚାକିରି | ବହୁ ଝିନଝଟ୍ | ବଦଳି ପାଲାରେ ଆମେ ଓଡ଼ିଶାର ଅଧେଯାଗା ବୁଲି ସାରିଲୁଣି | ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା | ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା | ହେଲେ ସବୁବେଳେ ଭିଡ଼ | ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ | ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି | ତାକୁ ଆକ୍ତାମାକ୍ତା ଲାଗେ | ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା | ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା | ଗୋରା ଦେହରେ ଠାଏ ଠାଏ ନାଲି ଦାଗ |
ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି |
କିନ୍ତୁ ସେଠି ବି ସେଇ ନାଟ | ମୋ ଆଡ଼କୁ ସମସ୍ତେ ଚାହାଁନ୍ତି |
ଭୋର୍ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ | ଷ୍ଟାଣ୍ଡାର୍ଡ଼ ସିକ୍ସ୍ରେ ପଢୁଥିଲି | ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ | ଦିନେ ସିଏ ମୋ ହାତ ଧରିଲେ | ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ | ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ | ଦିଶୁଥିଲେ ସିଏ ଭାରି ଭୟଙ୍କର | ମୁଁ ସେଠୁ ଦୌଡ଼ି ପଳେଇ ଆସିଲି | ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ |
ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର | ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା | ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା | ଟୋକାମାନେ କହୁଥିଲେ ମାଷ୍ଟର ପିସ୍ | ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା | ମୁଁ କିନ୍ତୁ ଟିଉସନ୍ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ | ପରିଡ଼ା ସାର୍ଙ୍କ ଆଖି ଓଃ କି ଭୟଙ୍କର ସତରେ ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି ? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି | ମୁଁ କିନ୍ତୁ ନିରୁପାୟ |
କ୍ଲାସ୍ରେ ପିଲାମାନ ଅନ୍ୟାମନସ୍କ, ଦୋଷ ମୋର | ହେଲେ ସାର୍ମାନେ କାହିଁକି ମତେ ସେଣ୍ଟର କରି ନାହାଁନ୍ତି | ସବୁ ପିଲାଙ୍କୁ ଅନେଇଲେ କ୍ଷତି କ’ଣ ?
ପିଲାମାନେ କମ୍ପ୍ଲେନ କରିଛନ୍ତି | ସାର୍ମାନେ ଖାଲି ବିସ୍ମିତାକୁ ଚାହିଁଛନ୍ତି | ଗୋଟେ ଗୁପ୍ତ ବୈଠକ ପ୍ରିନ୍ସିପାଲ୍ ଡକାଇବାପରେ ଏବେ ସମସ୍ତେ ସାଇଜ୍ |
ହେଲେ ଷ୍ଟଡ଼ି ଆୱାର୍ରେ, ଡାଉଟ୍ କ୍ଲିୟର କଲାବେଳେ, ଡ୍ରିଲ୍ କ୍ଲାସ୍ରେ, ଖେଳ ପିରିୟଡ୍ରେ, ଗୀଟାର ଶିଖିଲାବେଳେ ସେ ମଣିଷମାନଙ୍କର ଭୟଙ୍କର ଆଖିକୁ ଏଡ଼େଇ ପାରୁନି |
ସମସ୍ତେ ବ୍ୟଗ୍ର ତା’ ସଙ୍ଗେ ଖେଳିବାକୁ |
ଗୀଟାର ବଜା ଶିଖିଲାବେଳେ ଅଯଥା ଚିନ୍ତା ସବୁ ତାକୁ ମାଡ଼ି ମାଡ଼ି ପଡ଼େ, ସାର୍ମାନେ ଦିଶନ୍ତି ଭୟଙ୍କର ଜନ୍ତୁ ଭଳି |
ୱାଡ଼େନ୍ ସାର୍ ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି | ଠିକ୍ ଛାଇ ଭଳି | ଏଇ ମଣିଷମାନଙ୍କୁ ମୁଁ ଡରୁଛି ଖୁବ୍ ଆଜିକାଲି | ରୋହିତ ସହ କ’ଣ ଦି’ପଦ କଥା ହେଇଗଲି ଯେ, ୱାଡ଼େନ୍ ପ୍ରିନ୍ସିପାଲ୍ଙ୍କୁ ଫୋଡ଼ିଦେଲା |
ୱାଡ଼େନ୍ ମଣିଷଟା ଆସି ଅବେଳରେ କବାଟ୍ ଠକ୍ ଠକ୍ କରେ |
ଯଦିଓ ସେ ଜାଣିଥାଏ କେହି ନାହାଁନ୍ତି ମୁଁ ଏକଲା |
ଏମିତିକି ରାତି ଏଗାରଟାରେ କବାଟ କଣାରେ ଉଣ୍ଡୁଥିବାର ମୁଁ ଦେଖିଛି | (ସତରେ ସିଏ ମୋର ବହୁତ ଯତ୍ନ ନେଇଛନ୍ତି ପରା |)
ଥରେ ଅଙ୍କ ବୁଝିବାକୁ ଗଲାବେଳେ ଅଙ୍କସାର୍ ଟେବୁଲ୍ ତଳେ ମୋ ପାଦକୁ ଜୋତାରେ ରଗଡ଼ିଗଲେ | ମୁଁ ବିଷ୍ଣୁ କହିଲି | ଭାବିଲି ଅଜାଣତରେ ହେଇଥିବ | ହେଲେ ଥରେ ନୁହେଁ ବାରମ୍ବାର ରଗଡ଼ିଲେ | ଓ କି କଷ୍ଟ, ମୁଁ ପୁରା କାନ୍ଦି ପକାଇଲି |
ଥରେ ସାର୍ ମୋ ଖୋଲାପିଠିକୁ ସାଉଁଳେଇ ଦି’ ଚାପୁଡ଼ା ଦେଇଥିଲେ | ମୁଁ ଥମ୍ ଥମ୍ ହୋଇପଡ଼ିଲି | ତା’ପରଠୁ ଘରେ କହିଲି ଆଉ ଟିଉସନ ଯିବିନି | ଟିଉସନ ଯିବୁନି ତ ପାଠ ପଢ଼ିବୁ କେମିତି | ବାପାଙ୍କର କି ରାଗ ଦେଖ | ସେଇଦିନରୁ ମୋ ନାଁ ଲେଖା ହେଲା ଦାମନଯୋଡ଼ି ରେସିଡ଼େନ୍ସିଆଲ ସ୍କୁଲରେ | ବାପାଙ୍କର ଯିବା ଆସିବା କରି ଦେଖାଚାହାଁ କରିବାରେ ବହୁତ ଅସୁବିଧା ହେଲା | ସେଇଠୁ ସ୍କୁଲ ଚେଞ୍ଜ ହେଲା ବରଗଡ଼ ରେସିଡ଼େନ୍ସିଆଲ କୁ |
ବାପା ଚାକିରି ପାଇଁ ଜାଗା ବଦଳାଇଥିଲେ, ଆଉ ମୁଁ ସ୍କୁଲ |
ମୁଁ ଟିକେ ଡବଡ଼ବି |
ମୁଁ କଥା ରଖିପାରେନି କହିଦିଏ | ସେଇଥିପାଇଁ ସାଙ୍ଗମାନେ ମତେ ଛିଗୁଳାନ୍ତି, ହଜାରେ ସ୍କୁଲ ଛାଡ଼ରୀ |
ମୋର ବା କ’ଣ ଭୁଲ୍ |
ଏଠି ବି କୋଉ ସୁରକ୍ଷିତ ଏକଥା ବିସ୍ମିତା ଭାବେ |
ଗୋଟେ ଅଜଣା ଭୟ ଯେମିତି ତାକୁ ଘେରେଇ ବସେ |
ପ୍ରିନସିପାଲ ସେଦିନ ଡକେଇଥିଲେ |
ଡିଡ୍ ୟୁ ନୋ ଦିସ୍ ମ୍ୟାଟର ? (ପଚାରିଲେ)
ହୁଇଚ୍ ମ୍ୟାଟର ? (ସେ କହିଥିଲା)
ଗୋଟେ କ୍ଲାସ୍ମେଟ ପୁଅ ତା’କୁ କୁଆଡ଼େ ପ୍ରେମ ଚିଠି ଦେଇଥିଲା |
ପ୍ରିନ୍ସିପାଲ୍ଙ୍କର କିନ୍ତୁ ପୁରାପୁରି ସନ୍ଦେହ ତା’ଉପରେ |
ଘଟଣାଟା କୁଆଡ଼େ ମୋ ଆଡୁ ଘଟିଥିବ |
ମୁଁ ଏକଥା କେବେ ଘରେ କହିନି |
ଟେନ୍ଥ କ୍ଲାସ୍ | ପୁଣି ସ୍କୁଲ ବଦଳ | ପୁଣି ଝିନ୍ଝଟ୍ |
କିଏ ପାରିବ | ତା’ଛଡ଼ା ଘରେ ମୋର କିଛି କଥା ଶୁଣିବାକୁ ନାରାଜ, କହିବେ ଆଡ଼ଜଷ୍ଟ କର |
ଦିନେ ମୁଁ ଶୋଇଯାଇଛି ଅଚେତନରେ | ଭାଲୁ ମଲାଶବକୁ ଶୁଙ୍ଘିଲା ପରି କେହି ଜଣେ ମତେ ଶୁଙ୍ଘିଦେଇଗଲା |
କିଏ ସିଏ ?
ଡର୍ମିଟାରିରେ କେହି ନଥିଲେ | କିନ୍ତୁ ନାଁ…. କାହାକୁ କହିଲେ ପୁଣି ବିପଦ | ଆଡ଼ଜଷ୍ଟ କରି ଚଳିବାକୁ ହେବ | କାରଣ ଟେନ୍ଥ ପରୀକ୍ଷା ମୁଣ୍ଡ ଉପରେ |
ଆଉ ଦିନେ ରାତି ବାଥ୍ରୁମ୍ ଲାଗିବାରୁ ଉଠିଲା | କରିଡ଼ରରେ ମତେ ଏକବାର କିଏ ଯେମିତି କାବୁ କରିନେଲା | ଛାତିରେ ଜାକିଧରି ସର୍ବାଙ୍ଗ ଛାଇଗଲା | ମୁହଁରୁ ବାହାରୁଥିଲା ଆଲ୍କହଲର ଗନ୍ଧ |
ସେ ମୁଖା ପିନ୍ଧିଥିଲା, ଗ୍ଲୋବ୍ସ ନାଇଥିଲା |
କିଏ ସିଏ ?
ପରେ ଭାବିଲି, ନାଁ ସବୁ ଆଡ଼ଜଷ୍ଟ କରିବାକୁ ହେବ | ଡର୍ମିଟାରିରେ ନିଶ୍ଚେତ ହୋଇ ଶୋଇ ପଡ଼ିଲି |
ଦୁଇଦିନ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଥାଏ ମୋ ଛାତିରେ |
ବାପାଙ୍କର ଭିଜିଟିଂ ଦିନ ସନ୍ଡ଼େ |
ତାଙ୍କୁ କ’ଣ ଏ ସବୁ ଘଟଣା କହିହେବ | ପରୀକ୍ଷା ମୁଣ୍ଡ ଉପରେ | ନାଁ ନ କହିଲେ ବରଂ ଭଲ |
ଆଡ଼ମିନିଷ୍ଟ୍ରେଟିଭ
ବ୍ଲକ୍ ପାଖ ଲୋକାରଣ୍ୟ |
ମୁଁ ଧାଇଁଲି ସେଇଠିକି | ବିସ୍ମିତା ପାତ୍ର ଓରଫ୍ କ୍ଲାସ୍ ଟେନ୍ଥ | ଦେଖିବାକୁ ସୁନ୍ଦରୀ |
ଭୂଇଁ ଉପରେ ପଡ଼ିଛି ସିମ୍ପଲ ଅଗ୍ରୱାଲର ମଲାଦେହ | କ୍ଲାସ୍ ନାଇନ୍, ଘର ଛତିଶଗଡ଼ | ଶୋଇ ଯାଇଛି ଯେମିତି ଗାଢ଼ ନିଦରେ | ଯେଉଁଠି ସ୍କାଭେଞ୍ଜରମାନେ ରହନ୍ତି | ପାଞ୍ଚତାଲା ଉପରେ ପାଣିଟାଙ୍କି ସାଇଡ୍ ଘର କାନ୍ଥରେ କୁଆଡ଼େ ସିମ୍ପଲ ଚଢ଼ିଥିଲା | ଖସି ପଡ଼ିଲା | ଏଁ ସିମ୍ପଲ ପଡ଼ିଗଲା ପାଞ୍ଚତାଲା ଉପରୁ !
କିନ୍ତୁ ମୁଁ ! ମୁଁ ତ ପଡ଼ିଗଲି ନାହିଁ !
କାହିଁକି ? କାହିଁକି ?
ବାପା ଯଦି ଜାଣିବେ ମୋ ଘଟଣା; ତାହେଲେ କ’ଣ କହିବେ !
ମୋ ଝିଅର ସବୁ ସରିଗଲା |
ନାଁ ଆଡ଼ଜଷ୍ଟ ହବ କିଛି !
0 Response to "କେମିତି ଅଛି ଝିଅ"
Post a Comment