ବିକ୍ଷିପ୍ତ ଭାବନା

ବିକ୍ଷିପ୍ତ ଭାବନା

ବିକ୍ଷିପ୍ତ ଭାବନା

 ପ୍ରଜ୍ଞା ପାରମିତା ମହାନ୍ତି

ବିବଶ ମୁଁ,
ବିପଥଗାମୀ ନୁହେଁ
ବିବ୍ରତ ମୁଁ,
ବର୍ତ୍ତମାନର ବିଚାରରେ
ବ୍ୟତିକ୍ରମ
ବାରବାର ଘଟୁଅଛି
ବିଳମ୍ବିତ

ବେଳ-ବାରବର୍ଷରେ
ବିଚାରପଣର
ବିଷୋଦଗାର ଜାରିରହିଛି
ବ୍ୟଥିତ
ବିସ୍ଥାପିତ ମନ-ମସ୍ତିଷ୍କ
ବେଖିଆଲି
ବେପଥୁ ସ୍ଵପ୍ନେ ଉଡି ଭ୍ରମେ
ବିତିଯାଇଛି
ବିଭୋର ସମୟସବୁ ମୋ
ବାସ୍ତବତାକୁ
ବାଟ ଭାଙ୍ଗି ମାଡି ଚାଲେ
ବତୀଘର-
ବେଳାଭୂମି ତଟପ୍ରାନ୍ତର କ୍ରମି
ବାରିଧି
(ଦିଗ)ବଳୟକୁ ସ୍ପର୍ଶ କରି କରି

…………….
ବାସ! ବାସ!
ବନ୍ଦ ହେଉ ବାଚାଳାମି

ବାର୍ତ୍ତା-ବାତ୍ୟା(ପ୍ରାୟ)
ବିଶ୍ଳେଷଣ ବଞ୍ଚିବାର |

0 Response to "ବିକ୍ଷିପ୍ତ ଭାବନା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel