ନାରୀ

ନାରୀ
ଶୁଭେନ୍ଦୁ ମହାନ୍ତି

କି ଦେଇ ପୂଜିବି ତୋତେ
ଭକତି ର ଚେନା ଫୁଲେ
ବାସନା ର ଗନ୍ଧ କାହିଁ ଆଜି?
ନୈବେଦ୍ୟ ର ଥାଳି ହାତେ ଧରି
ରକ୍ତ ରଙ୍ଗେ କେ ଖେଳିଛି ହୋରି ?

ଚନ୍ଦନ ସିନ୍ଦୂର ଟୋପା ନୁହେଁ
ଦର୍ପାହତ ମଥା ଆଜି
ଲୁଣ୍ଠିତ ମୋ ଶିରୀ !
ନିଜତ୍ବ ର ସନ୍ଦିହାନ ପଥେ
ପଚାରିବି କାହା
ହାତ ଧରି
ଜନ୍ମ କିବା ବୃଥା ମୋର ଅବା
କଳଙ୍କିତ ମୁଁ ଯେ ଅଶରିରୀ !!
ପୂଜା ତୋର ନ ହେଉ ଏ ହାତେ
ଅପାବନ ଏ ମନ ମନ୍ଦିରେ
ପିତା,ପୁତ୍ର, ଭ୍ରାତୃ ନୁହେଁ ଆଜି
ତୋ ଚରଣେ ଦୋଷୀ ମୁଁ , ହେ ନାରୀ୤

0 Response to "ନାରୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel