ଟୁକୁନା, ଲତାଅପା ଓ ଦୁଷ୍ଟଲୋକ

ଟୁକୁନା, ଲତାଅପା ଓ ଦୁଷ୍ଟଲୋକ

ଟୁକୁନା, ଲତାଅପା ଓ ଦୁଷ୍ଟଲୋକ
ସହଦେବ ସାହୁ

କେଁ କେଁ କେନ୍ଦରା ମୁଁ କେତେ ବଜେଇଲି |
ଏକା ଲୀଳା ଲାଗି ସିନା ଯୋଗୀ ହୋଇଗଲି |

ଟୁକୁନା ଗୁଣୁଗୁଣୁ ହୋଇ ଏହି ଦୁଇଧାଡ଼ି ଗୀତ ବୋଲୁଥାଏ | ଲତା ଅପାଠାରୁ ସେ ଏହି ଗୀତ ପଛରେ ଥିବା ଗପ ଶୁଣିଥିଲା |

ସାଧବ ଭାରିଜା ଲୀଳା, ଖୁବ୍ସୁନ୍ଦରୀ | ରାଜାପୁଅର ଆଖି ପଡ଼ିଗଲା | ସେ ସାଧବ ଭାରିଯାକୁ ବିଭାହେବ ବୋଲି ମନକଲା |

ରାଜାପୁଅ ନଈ ତୁଠରେ ଖଟିଆ ପକେଇ ଜଗିବସିଥାଏ | ବନ୍ସୀ ପକଉଥାଏ ଏବଂ ଗଉଡ଼କୁ ଜଗେଇଥାଏ | ସାଧବ ଭାରିଯା ନଈତୁଠକୁ ଆସିଲେ ଖଟିଆରେ ପକେଇ ନଅରକୁ ଉଠେଇନେବ | ସାଧବ ଭାରିଯା ବାହାରକୁ ବାହାରେନାହିଁ |

ସାଧବ ସବୁଦିନେ ଘରେ ରହିପାରିବନାହିଁ, ସେ ବେପାରବଣିଜ କରିବାକୁ ଦେଶବିଦେଶ ଯିବ | ସାଧବ ବୋଇତ ସଜ କଲା, କିନ୍ତୁ ମନରେ ଶଙ୍କା | ଲୀଳାବତୀର ସୁରକ୍ଷା ପାଇଁ ଘର ଚାରିପାଖେ ମେଘନାଦ ପାଚେରି ବୁଲେଇଲା, ପାଚେରି ଭିତରେ ଧୋବା, କାଚରା, ବଣିଆ, ତେଲି, ଭଣ୍ଡାରି, ମାଳୀ, କେଉଟ- ଏମିତି ସବୁ ପାଟକରୁ ଜଣେ ଜଣେ ରଖେଇଲା | ଯାହା ଯାହା ଦରକାର, ସବୁ ଖଞ୍ଜିଦେଲା, ଯେମିତିକି ଭାରିଯାକୁ ବାହାରକୁ ଯିବାକୁ ପଡ଼ିବନାହିଁ | ଭାରିଯାକୁ କହିଲା, ରାଜାପୁଅ ଭାରି ହଟିଆ, ବାହାରେ ପକେଇବସିଛି ଖଟିଆ, ଓର ଉଣ୍ଡୁଛି ତତେ ଧରିନେବ | ବାଟରେ କଦଳୀଗଛ ଲଗେଇଲା ଏବଂ କଦଳୀ ଗଛକୁ କହିଲା, ତୁ ଯେବେ ସତ୍ୟଯୁଗର କଦଳୀଗଛ ହୋଇଥିବୁ, ମୁଁ ବାହୁଡ଼ିଲା ବେଳକୁ ଲୀଳାବତୀ ଘରେ ଥିଲେ, ତୁ ଜିଇଁଥିବୁ | ଯଦି ମୋଭାରିଯାକୁ ରାଜାପୁଅ ହରିନେଇଥାଏ, ତେବେ ତୁ ମରିଯିବୁ | ସାଧବ ବଣିଜ କରିବାକୁ ବୋଇତ ନେଇ ଚାଲିଗଲା |

ରାଜାପୁଅ ଭଣ୍ଡାରୁଣୀକୁ ଲୋଭ ଦେଖେଇ ସଲାସୁତୁରା କଲା | ଭଣ୍ଡାରୁଣୀ ନଖ କାଟିବା ବାହାନାରେ ସାଧବ ବୋହୂ ପାଖକୁ ଗଲା | ସାଧବ ବୋହୂକୁ ଫୁସୁଲାଫୁସୁଲି କରି ନଈତୁଠକୁ ପଠେଇଦେଲା | ରାଜାପୁଅ ନଈତୁଠରୁ ସାଧବ ବୋହୂକୁ ଖଟିଆରେ ଉଠେଇନେଲା ନଅର ଭିତରକୁ- ତାକୁ ନୂଆରାଣୀ କରିରଖିଲା | କିଛି ବରଷ ପରେ ସାଧବପୁଅ ବଣିଜ କରି ଫେରିଲା | ଦେଖିଲା କଦଳୀଗଛ ମରିଯାଇଛି | ଆଉ ଘରକୁ ଯିବ , ଯାହା ଧନ ଅରଜିଥିଲା ପାଣିକୁ ପକେଇଦେଲା | ନାଉରିକୁ ଦେଇଦେଲା ବୋଇତ | କଉପୁନି ଖଣ୍ଡେ ମାଇଲା, ମୁଣ୍ଡରେ ଜଟା ଛାଡ଼ିଲା, ଦେହରେ ପାଉଁଶ ବୋଳିହେଲା ଏବଂ କେନ୍ଦରାଟାଏ ଧରି ଘର ଘର ବୁଲି ଭିକ ମାଗିଲା | କେନ୍ଦରାରେ ଗୀତ ବୋଲୁଥାଏ, କେଁ କେଁ କେନ୍ଦରା ମୁଁ କେତେ ବଜେଇଲି…..


ଏହି ଗପ ଲତାଅପାଠାରୁ ଶୁଣିଲା ବେଳେ ଟୁକୁନାର ମନେପଡ଼େ ମାମୁଘର ଗାଁରେ ଦେଖିଥିବା ଯୋଗୀ | ତାମାମୁଘର ମଫସଲ ଗାଁରେ, ଚଇତ୍ର ବୈଶାଖ ମାସରେ ସ୍କୁଲ ଛୁଟି ହେଲେ, ସେ ମାମୁଘରକୁ ଯାଏ | ଗୋଟିଏ ଯୋଗୀ ଆସେ, କେନ୍ଦରା ବଜେଇବଜେଇ ଗୀତ ବୋଲି ଭିକ ମାଗେ | ତାଗୀତ ବହୁତ କରୁଣ ଲାଗେ | ଗାଁରେ ସ୍ତ୍ରୀଲୋକ ମାନେ ସେ ଯୋଗୀକୁ ଅଧିକ ଚାଉଳ ଦେଇ, ତାକୁ ବସେଇ ତାଠାରୁ ଗୀତ ଶୁଣନ୍ତି |

ଏହି ଗପ ଲତାଅପାଠାରୁ ଶୁଣିଲା ବେଳେ ଟୁକୁନାର ମନେପଡ଼େ ମାମୁଘର ଗାଁରେ ଦେଖିଥିବା ଯୋଗୀ | ତାମାମୁଘର ମଫସଲ ଗାଁରେ, ଚଇତ୍ର ବୈଶାଖ ମାସରେ ସ୍କୁଲ ଛୁଟି ହେଲେ, ସେ ମାମୁଘରକୁ ଯାଏ | ଗୋଟିଏ ଯୋଗୀ ଆସେ, କେନ୍ଦରା ବଜେଇବଜେଇ ଗୀତ ବୋଲି ଭିକ ମାଗେ | ତାଗୀତ ବହୁତ କରୁଣ ଲାଗେ | ଗାଁରେ ସ୍ତ୍ରୀଲୋକ ମାନେ ସେ ଯୋଗୀକୁ ଅଧିକ ଚାଉଳ ଦେଇ, ତାକୁ ବସେଇ ତାଠାରୁ ଗୀତ ଶୁଣନ୍ତି |

ଲତାଅପା ଅନେକ ଗପ ଜାଣେ | ସାଧବ ପୁଅ, ଚାରି ସଙ୍ଗୀତ, ବୁଢୀ ଅସୁରୁଣୀ, ଚକୁଳିଆ ପଣ୍ଡା- ଏମିତି କେତେ ଗପ | ପୁଣି କଟକ ସହର ବିଷୟରେ, କଟକର ଇତିହାସ ପରମ୍ପରା | କଟକ ସହରରେ ଆଗେ ବିଜୁଳି ବତି ଥିଲା | ମ୍ୟୁନିସିପାଲଟି ତରଫରୁ ମୁଖ୍ୟ ରାସ୍ତା କଡ଼ରେ କିରୋସିନି ବତି ଜଳାହେଉଥିଲା | ଏତେ ଲୋକ ହାଉଜାଉ ହେଉ ଥିଲେ | ଯୋବ୍ରା, ଶିଖରପୁର ଅଞ୍ଚଳ ବଣୁଆ ଥିଲା, ଖରାବେଳେ ବିଲୁଆ, ଗଧିଆ ବୁଲୁଥିଲେ | ମହାନଦୀ କୂଳେ, ଶିଖରପୁର ରେଳପୋଲ ପାଖରେ ଯୋଉ ବରଗଛ ଅଛି, ସେପଟେ ଲୋକେ ଦିନରେ ବି ଯିବାକୁ ଭୟ କରୁଥିଲେ | ସେ ବରଗଛରେ ଗୋଟିଏ ଭୂତୁଣୀ ବାସ କରୁଥିଲା | ସଞ୍ଜ ଗଡ଼ିଗଲା ପରେ ସେ ଭୂତୁଣୀ ଗୋଟିଏ ସୁନ୍ଦର ଝିଅ ବେଶରେ ସେହି ବରଗଛ ପାଖରେ ଛିଡ଼ା ହେଉଥିଲା | ସେପଟେ ଯାଉଥିବା ଲୋକେ ଝିଅଟିକୁ ଦେଖୁଥିଲେ | ଖରାପ ପ୍ରକୃତିର ଲୋକେ ତାପିଛା କରୁଥିଲେ | ଝିଅଟି ଚାଲିଚାଲି ନଈ ଭିତରକୁ ଚାଲିଯାଉଥିଲା | ତାକୁ ପିଛା କରୁଥିବା ଲୋକେ ମୋହଗ୍ରସ୍ତ ହୋଇପଡ଼ୁଥିଲେ, ତାଙ୍କର ଜ୍ଞାନ ହଜିଯାଉଥିଲା | ନଈରେ ପଡ଼ି ସେମାନେ ଭାସିଯାଉଥିଲେ | ଏମିତି କେତେ ଲୋକ ମରିଛନ୍ତି | ଟୁକୁନା ପଚାରେ, ସେ ଝିଅ କିଏ ?

ଲତାଅପା କହେ, ସେ ଝିଅଟିର ଘର ମଫସଲ ଗାଁରେ, ରେଭେନ୍ସା କଲେଜରେ ହଷ୍ଟେଲରେ ରହି ପଢୁଥିଲା | ତାସାଙ୍ଗରେ ପଢୁଥିବା ଗୋଟିଏ ପିଲାକୁ ସେ ଭଲପାଉଥିଲା | ଦିନେ ସେମାନେ ନିରୋଳା ଜାଗା ଦେଖି ଗପସପ ହେବାକୁ ଏହି ବରଗଛ ମୂଳକୁ ଚାଲିଆସିଥିଲେ | ସଂଜ ହୋଇଆସୁଥିଲା | ତିନି ଚାରିଜଣ ଦୁଷ୍ଟ ଲୋକ ସେ ଦୁହିଁଙ୍କୁ ଦେଖି, ସେ ଟୋକାକୁ ବାଡ଼େଇ, ଝିଅଟିକୁ ଟେକି ନେଇଗଲେ | ତାସହ ଖରାପ ବ୍ୟବହାର କଲେ, ତା ଉପରେ ଅତ୍ୟାଚାର କଲେ | ଝିଅଟି ମରିଗଲା | ସେମାନେ ଝିଅଟିକୁ ମହାନଦୀରେ ଭସେଇଦେଲେ | ସେହି ଝିଅଟିର ଆତ୍ମା ସେ ବରଗଛରେ ରହୁଛି | ଆଗରୁ ଏମିତି ଅନେକ ଦୁଷ୍ଟ ଲୋକଙ୍କୁ ସେ ଭ୍ରମରେ ପକେଇ ମାରିଦେଇଛି, ପ୍ରତିଶୋଧ ନେଇଛି | ଏବେ କିଛିବର୍ଷ ହେଲା ସେ ଭୂତୁଣୀ ଲୋକଙ୍କୁ ମାରୁନାହିଁ | ବେଳେବେଳେ ସେ ଗଛ ମୂଳେ ମନ ମାରି ବସିଥିବାର ଲୋକେ ଦେଖିଥିବା କଥା କୁହନ୍ତି, ସେ କାନ୍ଦୁଥିବାର ମଧ୍ୟ ଲୋକେ ଶୁଣିଛନ୍ତି ବୋଲି କୁହନ୍ତି |

ଟୁକୁନାର ସେ ଭୂତୁଣୀକୁ ଦେଖିବାକୁ ଇଚ୍ଛା ହୁଏ | ସେ ଲତାଅପାକୁ ପଚାରେ, ସେ ଝିଅ ମତେ ଦେଖିଲେ ମାରିଦେବ? ଲତାଅପା ହସେ, ତାଗାଲକୁ ଚିମୁଟିଦେଇ କହେ, ତୁ ପିଲାଲୋକ, ତୁ କଣ ଦୁଷ୍ଟଲୋକ? ସେ କେବଳ ଦୁଷ୍ଟଲୋକ, ଖରାପ ଚରିତ୍ରର ଲୋକଙ୍କୁ ମାରେ |

ଟୁକୁନା ଷଷ୍ଠ ଶ୍ରେଣୀରେ ପଢ଼େ | ଲତାଅପା ତାଦାଦାଙ୍କ ଝିଅ | ତାଦାଦାଙ୍କର ବାପା ତାବାପାଙ୍କର ବାପା ଜଣେ ଲୋକ ନୁହନ୍ତି | ତାଜେଜେଙ୍କ ବାପା ଲତାଅପାର ଜେଜେଙ୍କ ବାପା ଜଣେ | ସେମାନେ ଅନେକ ଦିନରୁ ଭିନ୍ନେ ହୋଇଛନ୍ତି, ଅଲଗା ଅଲଗା ରୁହନ୍ତି | କିନ୍ତୁ ସମ୍ପର୍କ ଘନିଷ୍ଠ | ଟୁକୁନାର ନିଜର ଦୁଇ ଭାଇ, ଦୁଇ ଭଉଣୀ | ତା ଦୁଇ ଜଣ ଅପା ବାହା ହୋଇଯାଇଛନ୍ତି | ଲତାଅପାର ଗୋଟିଏ ଭାଇ, ସେ ବଡ଼ | ସେ ଚାକିରି କରିଚି, ଲତାଅପା ସୁନ୍ଦର, ତାକଥା ମଧୁର | ତାନିଜ ଅପାଙ୍କର କଥାଗୁଡ଼ାକ ଟାଆଁଶିଆ | ସେମାନେ କେହି ଗପ ଜାଣନ୍ତିନାହିଁ, କିଛି ଜାଣନ୍ତିନାହିଁ | ଟୁକୁନା ବାପାଙ୍କର ଦୋକାନ ଅଛି | ତାବାପା ବଡ଼ଭାଇ ବେପାର କରନ୍ତି | ସହଳ ସହଳ ସକାଳୁ ବାହାରିଯାଆନ୍ତି, ଘରକୁ ଫେରନ୍ତି ରାତି ଦଶଟା ଏଗାରଟା ବେଳକୁ | ତାବାପା ଭାଇ ସବୁବେଳେ ଗରଗର, ରାଗିଲା ରାଗିଲା ମୁହଁ | ତାଙ୍କୁ କିଛି ପଚାରିବାକୁ ଟୁକୁନାକୁ ଭୟ ଲାଗେ | ଲତା ଅପାଙ୍କ ବାପା ସ୍କୁଲରେ ପାଠ ପଢାନ୍ତି | ତାଙ୍କର ଚାଳଘର ଥିଲା | ଲତାଅପାର ଭାଇ ଚାକିରି କଲା ପରେ, ଚାଳଘର ଭାଙ୍ଗି ଏହି ବର୍ଷେ ହେଲା ସେମାନେ କୋଠାଘର କରିଛନ୍ତି |

ଲତାଅପା ବାହାହୋଇଥିଲା, ଛଅମାସ ପୂରୁଣୁ ଶାଶୂଘରେ ଝଗଡ଼ା କରି ଏକାଏକା ଚାଲିଆସିଛି | ଘରେ ସମସ୍ତଙ୍କ ମନ ଦୁଃଖ | ଦାଦା ଗୁମ୍ମାରି ବସିଛନ୍ତି, ଖୁଡ଼ୀ ଗରଗର ହେଉଛନ୍ତି | କିନ୍ତୁ ଟୁକୁନାର ମନ ଖୁସି, ଲତାଅପା ଶାଶୂଘରୁ ଆସିଲା ଦିନରୁ ଟୁକୁନା ତାପାଖ ଛାଡ଼ୁନି | ଘର ଭିତରେ ଲତାଅପା ଶାଶୂଘର ବିଷୟରେ ଗପ ଚାଲିଛି | ଟୁକୁନା ସବୁ ଶୁଣୁଛି |

ଲତାଅପା ଶାଶୂଘର ନିପଟ ମଫସଲ ଗାଁରେ | ବର ପାଠ ପଢି କଲେଜରେ ଅଧ୍ୟାପକ ହେଲେ କଣ ହେବ, ତାବାପାମାନିପଟ ଗାଉଁଲି | ବସ୍ଷ୍ଟାଣ୍ଡରୁ ତାଙ୍କ ଗାଁ ପାଞ୍ଚ ମାଇଲ୍ | ରିକ୍ସା ବି ଚାଲେନି | ଝିଅବୋହୂ ବସଷ୍ଟାଣ୍ଡରୁ ଶଗଡ଼ ଗାଡ଼ିରେ ଯାଆନ୍ତି | ଲତାଅପା ତାଶାଶୂଘର କଥା କହେ | ସେ ଯେବେ ପ୍ରଥମେ ପହଞ୍ଚିଲା, ତାକୁ ଦେଖିବାକୁ ଗାଁ ମାଇପେ ଘେରିଗଲେ | ଗୋଟିଏ ବୁଢୀ ତାଓଠକୁ ଟେକି ମୁହଁକୁ ନିରେଖିଦେଖିଲା | ଲତାଅପା ଭାବିଲା, ସେ ତାମୁହଁ ସିନା ଦେଖୁଛି, କିନ୍ତୁ ସେ ବୁଢୀ କହିଲା, ନାକ ଫୋଡ଼େଇନି? ତୋ ବାପାକୁ ସୁନା ଟିକକରେ ନାକଫୁଲ ଦିଟା କରିବାକୁ ପଡ଼ିବ ବୋଲି ଫୋଡ଼େଇନୁ ନା ବା ?

ରାଗରେ ଲତାଅପାର ଦେହ ଜଳିଗଲା, କିନ୍ତୁ ସେ କିଛି କହିଲାନାହିଁ | ଜଣେ ସ୍ତ୍ରୀଲୋକ କହିଲା, ଆଜିକାଲି କୋଉ ଝିଅ ନାକ ଫୋଡ଼ାଉଛନ୍ତି ? ସେ ମରହଟ୍ଟୀ ଯୁଗ ଗଲାଣି | ତମେ ଗାଁରେ ରହିଲ, ଜାଣିବ କାହୁଁ ?

ସେ ବୁଢୀ ତାବେକ, ହାତ, କହୁଣୀ, ମଥା, କାନକୁ ଦେଖିଗଲା ଏବଂ କହିଲା, କାହିଁ ସେମିତି କିଛି ସୁନା ଜିନିଷ ଦେଇନାହାନ୍ତି! ଯାହା ଦେଇଛନ୍ତି ସେଗୁଡାକ କେମିତିକା ସୁନା କେଜାଣି! ଆମେ ଗାଉଁଲି, ମୂର୍ଖ | ପଦନ ପାଠୋଇ ବୋହୂ, କଟକୀ ଝିଅ ବାହା ହୋଇଛି, ଜିନିଷ ଯାହା ଦେଲେ ଦେଲେ, ବୋହୂର ଗୁଣ କେମିତି ଦେଖିବା !

ଲତାଅପାର ଶାଶୂଘରେ ଚଳିବାକୁ ଅସୁବିଧା ହେଲା | ପାଇଖାନା ନାହିଁ | ସକାଳୁ ଫର୍ଚ୍ଚା ହେବା ପୂର୍ବରୁ କିମ୍ବା ସଞ୍ଜ ଅନ୍ଧାର ହେଲା ପରେ ବାହାରକୁ ପୋଖରୀପାଣି ଯିବାକୁ ହୁଏ | ସହଳ ସହଳ ଉଠିବାକୁ ପଡ଼ିବ | ପ୍ରଥମ କିଛି ଦିନ ତା ଝାଡ଼ା ସଫା ହେଲାନାହିଁ, ବାନ୍ତି ବାନ୍ତି ଲାଗିଲା | ଗାଧୁଆ ଘର ନାହିଁ, କୂଅ ପାଖରେ ଚାରିଖଣ୍ଡ ବାଉଁଶକଣି ପୋତାଯାଇ ଅଖାପାଲ ଟଙ୍ଗା ହୋଇ ଆଢୁଅ କରାଯାଇଛି | ସେଇଠି ଗାଧୋଇବ | ଗାଧୋଇବାକୁ କୂଅରୁ ପାଣି କାଢି କୁଣ୍ଡରେ ରଖିବାକୁ ହେବ | ପ୍ରଥମେ ପ୍ରଥମେ କେହି କିଛି କହୁ ଥିଲେ | ବାହାଘର ଦିନ ପାଞ୍ଚଟା ଯାଇଛି କି ନାହିଁ, ଆରମ୍ଭ ହୋଇଗଲା | ସବୁ କଥାରେ ଖୁଣିଲେ, ଟିକେ ଟିକେ କଥାକୁ ଧରିବସିଲେ, ଖୁଣ୍ଟା ଦେଲେ | ତରକାରୀ ଟିକେ ଅଲଣା ହୋଇଗଲେ କିମ୍ବା ପାନରୁ ଚୂନ ଖସିଗଲେ ଶାଶୂ କହିବେ, ତୋ ମାକଣ ଏତିକି ଟିକେ ଶିଖେଇନି! ଶାଶୂଘରକୁ ପଠେଇବା ଆଗରୁ ତେବେ ଶିଖେଇଛି ବା?

ଲତାଅପା ସହିଯାଉଥିଲା, କିଛି ଉତ୍ତର ଦେଉ ଥିଲା | କିନ୍ତୁ ଆସ୍ତେ ଆସ୍ତେ ଅସହ୍ୟ ହେଲା | ଦିନେ ସକାଳୁ ଉଠି ତା ଶଶୁର ମୁହଁ ଧୋଇବାକୁ ସେ ପାଣି ରଖିଥିଲା | ତା ସାନ ନଣନ୍ଦ ସେହି ପାଣି ନେଇ ମୁହଁ ଧୋଇଦେଲା | ଶଶୁର ଉଠି ଦେଖିଲେ, ମୁହଁ ଧୋଇବାକୁ ତାଙ୍କ କୋଠରି ଆଗରେ ପାଣି ନାହିଁ | ସେ ଶାଶୂଙ୍କୁ ମାଗିଲେ | ଶାଶୂ ପାଣି ଦେଇ ଲତାଅପାଙ୍କୁ କହିଲେ ତତେ ତୋ ମାଏତିକି ସଣ୍ଠଣା ଶିଖେଇନି?

ଲତାଅପା କହିଲା, ମୁଁ ପାଣି ରଖିଥିଲି |
ଶାଶୂ କହିଲେ, ପାଣି ରଖିଥିଲୁ, ଗଲା କୁଆଡ଼େ? ଢାଳର କଣ ହାତଗୋଡ଼ ଅଛି, ଚାଲିଗଲା?

ଲତାଅପା ଚାରିଆଡ଼କୁ ଚାହିଁଲା ଏବଂ ଦେଖିଲା, ସେହି ଢାଳ ତା ନଣନ୍ଦ ପଦ୍ମା ପାଖରେ ଅଛି, ସେ କହିଲା, ପଦ୍ମା ନେଇଯାଇଛନ୍ତି |

ପଦ୍ମା ମନାକଲା | କହିଲା, ମୁଁ କୂଅରୁ ପାଣି କାଢି ଆଣିଲି | ଲତାଅପା ଜାଣିଲା, ପଦ୍ମା ମିଛ କହୁଛି | ସେ କିଛି କହି ନିରବ ରହିଲା | ତାଶାଶୂ କିନ୍ତୁ ନିରବ ରହୁ ଥିଲେ, ସେ ଖେଞ୍ଚିକରି କଡ଼ା କଥା କହୁଥିଲେ | ଲତାଅପା ରାଗିଗଲା | କହିଲା, ମତେ ସଣ୍ଠଣା ମୋ ମାଶିଖେଇନି ବୋଲି କହୁଛ, ପଦ୍ମା ମା ତାକୁ ଭଲ ସଣ୍ଠଣା ଶିଖଉଛନ୍ତି! ସାମାନ୍ୟ କଥାକୁ ମାନି ପଦ୍ମା ମିଛ କହିବ ଏବଂ ତାଙ୍କ ମା ବୁଝି ସୁଝି ସମର୍ଥନ କରିବେ |

ସେତିକିରେ ଶାଶୂ ନଣନ୍ଦ ଚୁପ୍ ହେବା ଜନ୍ତୁ ନୁହନ୍ତି | କିନ୍ତୁ ଶଶୁର ଥିଲେ | ସେ ପାଟି କରି କହିଲେ, ସକାଳୁ ସକାଳୁ କାହିଁକି ପାଟି କରୁଛ ? ସମସ୍ତେ ଚୁପ୍ ହୋଇଗଲେ |

ଶାଶୂଙ୍କ ଅଭ୍ୟାସ ନଣନ୍ଦର ପ୍ରକୃତି, ଟିକେ ଟିକେ କଥାରେ ଖୁଣ୍ଟା ଦେବା, ଲତାଅପାର ବାପାମାଙ୍କୁ ଦୋଷ ଦେବା | ତାସ୍ବାମୀ କଲେଜକୁ ଚାଲିଯାଆନ୍ତି | ଶନିବାର ଦିନ ସଂଜକୁ ଗାଁକୁ ଆସନ୍ତି, ପୁଣି ସୋମବାର ଦିନ ସକାଳୁ ବାହାରିଯାଆନ୍ତି | ଲତାଅପା ତା ସ୍ବାମୀକୁ କଥା କହିଲେ, ତାସ୍ବାମୀ କହନ୍ତି, ଟିକେ ଚଳେଇନିଅ | ସେ କହିଲା, କଲେଜ ପାଖରେ ବଡ଼ ଘରଟିଏ ଭଡ଼ା ନିଅ, ମତେ ସେଠାକୁ ନେଇଯାଅ | ତାସ୍ବାମୀ ରାଜି ହେଲେନାହିଁ | କହିଲେ ବାପା ମା, ବନ୍ଧୁବାନ୍ଧବ କେହି ପସନ୍ଦ କରିବେନାହିଁ | ତାଙ୍କ ସାନଭାଇ ବାହାହେବା ପରେ ସେ ତାକୁ ନେଇ ସହରରେ ରହିବେ | କିଛି ହେଲେ ବର୍ଷେ ଦୁଇବର୍ଷ ଯାଉ ଦେଖାଯିବ |

ଲତାଅପାର ସ୍ବାମୀ ବାପାମାଙ୍କର ଆଜ୍ଞାଧୀନ ପୁତ୍ର, ଭାଇଭଉଣୀଙ୍କର ଆଦର୍ଶ ଭାଇ ସବାଶେଷରେ ତା ସ୍ବାମୀ |

ସେଦିନ ଥିଲା ଛୁଟିଦିନ | ସ୍ବାମୀ ଘରେ ଥିଲେ | ଖାଇସାରି ଖରାବେଳେ ଖଟରେ ଗଡୁଥିଲେ | ନିଜ କାମ ସାରି ଲତାଅପା ସେହି ଘରକୁ ଯାଉଥିଲା | ପଦ୍ମା କହିଲା, ନୂଆବୋଉ, ଦିନୁଟାରେ ଭାଇଙ୍କ ପାଖକୁ ଚାଲିଯାଉଛ, ସମ୍ଭାଳି ପାରୁନ ?

ଲତାଅପା ଚିଡ଼ିଗଲା | କହିଲା, ଭାଇଙ୍କ ପାଖକୁ ମୁଁ ଗଲେ ଯଦି ସହିପାରୁନ, ତମେ ଚାଲିଯାଅ, ମୁଁ ରହିଯାଉଛି |

ପଦ୍ମାକୁ ବାଧିଲା | ସେ ଶାଶୂଙ୍କୁ କହିଲା, ଶାଶୂ ନଣନ୍ଦ ମିଶିଗଲେ | ଶାଶୂ ଶୁଣେଇଶୁଣେଇ କହିଲେ, ହଁ, ବୋହୂ ଆମର କଟକୀ, ସହରୀ ଝିଅ | ସେୟାଡ଼େ ସେମିତିକା ଚଳଣି ଥିବ, ଭାଇଭଉଣୀ ଶୋଉଥିବେ | ସେଇ ପାଠ ଏଠି ପଢଉଛି…. |

ଲତାଅପା ରାଗିଲା, ସେ ବି ଉଚିତ୍ଜବାବ ଦେଲା | ତାସ୍ବାମୀ ଚିଡ଼ିଗଲେ | ନିଜ ମାଭଉଣୀକୁ କିଛି କହି, ଭଲମନ୍ଦ ବୁଝି ସମସ୍ତଙ୍କ ସାମ୍ନାରେ ଲତାଅପାକୁ ଥାପଡ଼ଟିଏ ପକେଇଲେ | ଲତାଅପା ରାଗି ତାଶାଶୂଘରୁ ପଳେଇଆସିଲା | ସେହି ଖରାବେଳେ ଚାଲିଚାଲି ବସ୍ଷ୍ଟାଣ୍ଡକୁ ଆସିଲା, ସେଇଠୁ ବସ୍ଧରି ରାତି ଆଠଟାରେ କଟକରେ ପହଞ୍ଚିଲା |

ଘରେ ସମସ୍ତେ ଚିନ୍ତିତ ହୋଇପଡ଼ିଲେ | ତାବାପା ଗୁମ୍ମାରି ବସିଲେ- କିଛି କହିଲେ ନାହିଁ | ତାଙ୍କ ନିରବତାରେ ଜଣେଇଦେଲେ, ଲତା ଯାହା କଲା, ସେଥିରେ ସେ ସନ୍ତୁଷ୍ଟ ନୁହଁନ୍ତି | ତାମା ବିରକ୍ତ ହେଲେ | କହିଲେ, ତୁ କିଛି ଠିକ୍କଲୁନି | ଯାହା ହେଲେ ବି ଶାଶୂଘର | ସବୁଘରେ ଭଲମନ୍ଦ ଥାଏ | ଜୋଇଁ ଯଦି ରାଗିକରି ଟିକେ କହିଦେଲେ, ତୁ ଶାଶୂଘର ଛାଡ଼ି ଗାଁ ଦାଣ୍ଡରେ ଚାଲିଚାଲି ବାପଘରକୁ ଚାଲିଆସିବାଟା ଉଚିତ ହେଲାନି |

ଲତାଅପା କହିଲା, ସେମାନେ ଛଅମାସ ହେଲା ଯାହା ନାହିଁ ତାହା କହୁଥିଲେ, ସେ ସବୁ ଜାଣୁଥିଲେ, କିନ୍ତୁ କିଛି କହୁ ଥିଲେ | ମୁଁ ସହିଆସୁଥିଲି | ତାବୋଲି ସେ ମତେ ହାତ ଉଠେଇ ମାରିବେ, ସମସ୍ତଙ୍କ ସାମ୍ନାରେ ?

ଲତାଅପାର ବଡ଼ଭାଇ ଇଞ୍ଜିନିୟର | ମିଲିଟାରୀରେ ଚାକିରି କରେ, ଦିଲ୍ଲୀରେ ରୁହେ | ସେ ଘରକୁ ଛୁଟି ନେଇ ଆସିଥିଲା, ସବୁ ଶୁଣିଲା | କହିଲା, ମୁଁ ମନା କରୁଥିଲି | ଏମିତି ଘରେ ବାହାଘର କରନା | ବାପା କହିଲେ, ସେଇଠି ବାହାଘର କରିବା, କଣ ନା ବର ଶିକ୍ଷିତ, ଅଧ୍ୟାପକ! ଖାଲି ପାଠପଢି ଅଧ୍ୟାପକ ହୋଇଗଲେ ହେବ, କୋଉ ଗାଉଁଲି, ମଫସଲ ଅଞ୍ଚଳରେ ଘର | ସଭ୍ୟତା କୋଉଠୁ ଆସିବ!

ସେଦିନ ଚାଲିଗଲା | ତିନି ଚାରିଦିନ ପରେ ଲତାଅପାର ବାପା କହିଲେ, ସଂସାର କରିଥିଲେ ପଥର ପଡ଼ିଲେ ସହି | ସବୁଘରେ ଭଲମନ୍ଦ କିଛି ନା କିଛି ଥାଏ, ରାଗରୁଷା ହୁଏ | ତୁ ବୋହୂ, ସହିବା ତୋର ଧର୍ମ | କଥାକୁ ଏମିତି ଧରିବସିଲେ ଚଳିବ ? ମୁଁ ତୋ ଶାଶୂଘରକୁ ଯାଉଛି, ହୋଇଛି, ବୁଝାବୁଝି କରିଆସୁଛି |

ଲତାଅପା କହିଲା, ନଣନ୍ଦ ଶାଶୂ ମତେ କାହିଁକି ସବୁବେଳେ ଖେଞ୍ଚିକରି କହୁଥିବେ, କାହିଁକି ସବୁବେଳେ କହିବେ, ତୋ ବାପା ମାଏମିତି, ତୋ ମାତତେ କିଛି ସଣ୍ଠଣା ଶିଖେଇନି? ସେ କିଛି ବୁଝିବେନି, ଓଲଟା ମୋଉପରକୁ ହାତ ଉଠେଇବେ, କଣ ନା ମରଦପୁଅ ! ମାଭଉଣୀ ଯାହା କହିବେ ସେୟା, ନ୍ୟାୟ ଅନ୍ୟାୟ କିଛି ବିଚାର ନାହିଁ |

ଲତାଅପାର ମାବୁଝେଇଲା, ବୋହୂମାନଙ୍କୁ ଶୁଣିବାକୁ ପଡ଼େ | ମୋଶାଶୂଶଶୁର ଅବଶ୍ୟ ଏମିତିକା ଥିଲେ | ମୋ ନାନୀ କୁହେ, ତାକୁ ତା ଶାଶୂ, ସେ ନୂଆନୂଆ ବୋହୂ ହେଇଯାଇଥିଲା ବେଳେ, ହାତ ଉଠାଇ ମାରୁଥିଲେ | ଗାଁଗହଳି କଥା | ଗାଁରେ କୁହନ୍ତି, ଶୁଆକୁ ପଢେଇବ ଛୁଆବେଳେ, ବୋହୂକୁ ମାରିବ ନୂଆବେଳେ | ତୋ ବାହାଘର ହେବା ଛଅମାସ ପୂରିନି, ଗାଁ ଦାଣ୍ଡରେ ଘରୁ ଗୋଡ଼କାଢି ଚାଲିଆସିଲୁ, ଠିକ୍ହେଲାନି |

ଲତାଅପା କହିଲା, ବାପା କାହିଁକି ଯିବେ, ସେ କାହିଁକି ଆସିବେନି?

ଲତାଅପାର ମାକହିଲା, ଆମେ ଝିଅ ପକ୍ଷ, ନରମ ହେବା ଆମର କର୍ତ୍ତବ୍ୟ | ଯେତେହେଲେ ବି ତୁ ଘରୁ ଗୋଡ଼ କାଢି ଦାଣ୍ଡରେ ଚାଲିଆସିଲୁ, ତୋର ଭୁଲ୍‌ |

ଲତାଅପାର ବଡ଼ଭାଇ ଶୁଣୁଥିଲା | କହିଲା, ସେ ଘରୁ ଗୋଡ଼ କାଢି ଚାଲିଆସିଲା, ତାର ଭୁଲ ହୋଇଗଲା | ତାସ୍ବାମୀ କିଛି ବୁଝି ଶୁଝି ହାତ ଉଠାଇମାରିଲା, ତା ଭୁଲ୍ନୁହେଁ ? ଅଭଦ୍ର କୋଉଠିକାର | ଲତା ଏଇଠି ଥାଉ | ତାବର କଲେଜ ପାଖରେ ଘରଭଡ଼ା ନେଇ, ଯଦି ଆମ ଘରକୁ ଆସିବ, ତେବେ ଲତା ଯିବ |

ସମସ୍ତେ ଚୁପ୍ହୋଇଗଲେ | ଲତାଅପା ବଡ଼ଭାଇର ସିଧା କଥା | ତା ଛୁଟି ପୂରିଗଲା, ସେ ଦିଲ୍ଲୀ ଚାଲିଗଲା |

ଦାଦାଙ୍କ ଘରେ ନିଜ ଘରେ ଯାହା ସବୁ ଆଲୋଚନା ହେଉଥିଲା, ଟୁକୁନା ଶୁଣୁଥିଲା | ସେ ବୁଝିପାରୁ ଥିଲା, ଲତାଅପାର ଭୁଲ୍କୋଉଠି ହେଲା | ଲତାଅପା ଠିକ୍କରିଛି | ତା ଶାଶୂଘର ଲୋକେ ସବୁ ଖରାପ, ତାବର ଗୋଟାଏ ଦୁଷ୍ଟଲୋକ | କିନ୍ତୁ ଲତାଅପାର ବାପା, ମା ଏବଂ ତାନିଜ ବାପା ମା ଲତାଅପାର ଏମିତି ଚାଲିଆସିବାଟାକୁ ପସନ୍ଦ କରୁ ଥିଲେ |

ଟୁକୁନା ଲତାଅପାର ବଡ଼ଭାଇକୁ ଡରେ, ମନେ ମନେ ତା ଉପରେ ଚିଡ଼େ | ସେ ଯୋଉଠି ଦେଖିଲେ ତାକୁ ପାଠ ପଚାରେ | ବାହାରେ ଖେଳୁଥିଲେ, କାନ ମୋଡ଼ି ଚାପୁଡ଼ା ମାରେ | କିନ୍ତୁ ଏବେ ଦେଖିଲା, କେବଳ ସେ ହିଁ ଠିକ୍କଥା କହୁଛି | ଭାବିଲା, ସେ ପ୍ରକୃତରେ ଭଲ | ତାଭଲ ପାଇଁ ସେ ପାଠ ପଚାରନ୍ତି, ଖରାପ ପିଲାଙ୍କ ସହ ଖେଳିବାକୁ ବାରଣ କରନ୍ତି | ଟୁକୁନା ଲତାଅପା ପାଖକୁ ଗଲା, କହିଲା, ଅପା ତୁ ଠିକ୍କରିଛୁ | ସେମାନେ ଖରାପ ଲୋକ, ତୋବର ଗୋଟାଏ ଦୁଷ୍ଟଲୋକ | ଲତାଅପା ଟୁକୁନାକୁ ଚାହିଁଲା, ତାଗାଲକୁ ଚିମୁଟିଦେଇ ଟିକେ ହସିଦେଲା | ଟୁକୁନାର ମନ ପୂରିଗଲା | ଟୁକୁନାକୁ ଲାଗିଲା, ଲତାଅପା ସିନା ହସିଲା, କିନ୍ତୁ ମନ ଭିତରେ ଖୁସି ଥିଲା ପରି ଜଣାପଡ଼ୁନି | ସେ ତଥାପି କାହାକୁ ଡରିଲା ପରି ଲାଗୁଛି |

ଟୁକୁନା ଲତାଅପା ପାଖକୁ ଯାଏ କହେ, ଗପ କହ | ଲତାଅପା କହେ, କି ଗପ କହିବି? ମନେ ପଡ଼ୁନି | ପରେ କହିବି | ତାମନରେ ସରାଗ ଥାଏ | କହେ, ଚାଲ୍ଲୁଡୁ ଖେଳିବା | ଦୁହେଁ ବସି ଲୁଡୁ ଖେଳନ୍ତି |

ଖରାଦିନ, ସକାଳ ସ୍କୁଲ | ଲତାଅପାର ବାପା ସ୍କୁଲକୁ ସକାଳୁ ଚାଲିଯାଆନ୍ତି, ଖରାବେଳଟା ସ୍କୁଲରେ କଟାଇ, ଖରା ନରମିଲେ ଘରକୁ ଫେରନ୍ତି | ତାଙ୍କ ମାଖାଇସାରି ଶୋଇପଡ଼ିଥାନ୍ତି | ଅନ୍ୟ ଘରେ ଲତାଅପା, ଟୁକୁନା ଲୁଡୁ ଖେଳୁଥାନ୍ତି | ଲତାଅପା ହାରିଗଲା, କହିଲା, ଆଉ ଖେଳିବାନି, ଶୋଇପଡ଼ିବା | ଟୁକୁନା କହିଲା, ଗୋଟିଏ ଗପ କହ |

କି ଗପ କହିବି ? ସବୁ ଗପ କହିସାରିଛି | ତୁ ଯାଆ, କବାଟ ବନ୍ଦ କରିଦେ, ଅନ୍ଧାର ହେବ | ଶୋଇବାକୁ ଭଲ ଲାଗିବ | ମୁଁ ଗପ ମନେପକଉଛି |

ଟୁକୁନା କବାଟ ବନ୍ଦ କରିଦେଇଆସିଲା | ଲତାଅପା ପାଖରେ ଶୋଇଲା | ଲତାଅପା ଆଗରୁ କହିଥିଲା, ପୁଣିଥରେ କହିଲା, ବୁଢୀ ଅସୁରୁଣୀ କଥା:

ବୁଢୀ ଅସୁରୁଣୀ ରାଜା ଝିଅକୁ ବନ୍ଦୀ କରି ରଖିଥାଏ | ସେ ମଣିଷ ମାଉଁସ ଖାଏ, କିନ୍ତୁ ରାଜାଝିଅକୁ ନିଜ ଝିଅ ପରି ରଖିଥାଏ | ରାଜାଝିଅର ଖସିଆସିବାର ବାଟ ଥାଏ | ଅଗନାଅଗନି ବନସ୍ତରେ ଶିକାର ଖୋଜୁଖୋଜୁ ବାଟ ଭୁଲି ଗୋଟିଏ ରାଜାପୁଅ ପହଞ୍ଚିଗଲା ସେଇଠି | ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଯାଇଥିଲା | ରାଜାଝିଅ ଏକା ଥିଲା | ଦୁହେଁ କଥାଭାଷା ହେଲେ | ରାଜାଝିଅଠାରୁ ତାକାହାଣୀ ରାଜାପୁଅ ଶୁଣିଲା | ରାଜାପୁଅ ବିଚାର କଲା, କେମିତି ବୁଢୀ ଅସୁରୁଣୀ କବଳରୁ ରାଜାଝିଅକୁ ଉଦ୍ଧାରିବ | ବୁଢୀ ଅସୁରୁଣୀର ଫେରିବା ସମୟ ହେଲା | ରାଜାଝିଅ ରାଜାପୁଅକୁ ଲୁଚେଇଦେଲା | ବୁଢୀ ଅସୁରୁଣୀ କହିଲା, କଣ ମଣିଷ ଗନ୍ଧ ଆସୁଛି ? ରାଜାଝିଅ କହିଲା, ଏଠି ମଣିଷ କୋଉଠୁ ଆସିବ ! ମୋର ଗନ୍ଧ ତମକୁ ଲାଗୁଥିବ | ଅସୁରୁଣୀ ରାଜାଝିଅକୁ ବିଶ୍ବାସ କରିଗଲା ଏବଂ ଶୋଇପଡିଲା | ପରଦିନ ସକାଳୁ ପୁଣି ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଚାଲିଗଲା | ରାଜାଝିଅ, ରାଜାପୁଅ ଦୁହେଁ ବସି ବିଚାର କଲେ, କେମିତି ସେଠାରୁ ମୁକୁଳିବେ, ଉପାୟ ପାଞ୍ଚିଲେ…. |

ଟୁକୁନା ରାଜାଝିଅ ଦେଖିନି | ଟି.ଭି.ରେ, ସିନେମାରେ ଦେଖିଛି | ରାଜା ଝିଅ ଖୁବ୍ସୁନ୍ଦର | ଲତାଅପା ଦିଶୁଥିଲା ଦୁଃଖିନୀ ରାଜାଝିଅ ପରି | ଲତାଅପା କେଶ ମୁକୁଳା କରିଦେଇଥିଲା | ଶାଶୂଘରକୁ ଗଲାବେଳେ ଯୋଉ ଗହଣା ପିନ୍ଧିଥିଲା, ସେସବୁ ତା ଦେହରେ ଥିଲା | ସେ କେମିତି ଉଦାସ ଦିଶୁଥିଲା | ଟୁକୁନା ଭାବୁଥିଲା, ସେ ହୋଇଯିବ ରାଜାପୁଅ | ମୁଣ୍ଡରେ ମୁକୁଟ, ହାତରେ ତରବାରି | ଘୋଡାରେ ବସି ସେ ଯିବ….. |

ଟୁକୁନା ଲତାଅପା ପାଖରେ ଶୋଇ ତା ମୁହଁକୁ ଚାହିଁ ଗପ ଶୁଣୁଥିଲା ଏବଂ ଭାବୁଥିଲା | ଲତାଅପା ତାକୁ ପାଖକୁ ଟାଣିନେଲା, ତା ମୁହଁରେ ଚୁମା ଦେଲା, ନିଜ ଛାତିରେ ଭିଡିଧରିଲା | ଲତାଅପା ତା ଛାତିରୁ ଲୁଗା ଖସେଇଦେଲା | କହିଲା, ଗରମ ହେଉଛି ଏବଂ ଟୁକୁନାର ମୁହଁକୁ ତା ଛାତିରେ ଚାପିଧରିଲା | ଟୁକୁନାକୁ ମୁଲାୟମ ଲାଗୁଥିଲା, ସେ ଆଖି ବୁଜିଦେଲା | ଲତାଅପା ଦେହରୁ କେମିତି ଗୋଟେ ବାସ୍ନା ଆସୁଥିଲା, ସେ ବାସ୍ନା ଆଘ୍ରାଣରେ ତାକୁ ଅପୁର୍ବ ଆନନ୍ଦ ମିଳୁଥିଲା | ସେ ଲତାଅପା ଛାତିରେ ମୁହଁ ଘଷିଲା ଏବଂ ତାକୁ ଭିଡିଧରିଲା |

କିଛି ସମୟ କଟିଗଲା, ଟୁକୁନାକୁ ଲାଗିଲା ଏସବୁ ଖରାପ କାମ | ସେ ଲତାଅପା ପାଖରୁ ଘୁଞ୍ଚିଆସିଲା | ତାକୁ ଭୟ ଲାଗିଲା | ଲତାଅପା ଶୋଇପଡିଥିଲା | ସେ ତାକୁ ଉଠେଇଲାନାହିଁ, କବାଟ ଖୋଲି ପଳେଇଆସିଲା | କିନ୍ତୁ ଲତାଅପା ଦେହର ବାସ୍ନା ତା ନାକ ଭିତରେ ରହିଯାଇଥିଲା | ସଞ୍ଜବେଳକୁ ଟୁକୁନାକୁ ଲତାଅପା ଡକେଇପଠେଇଲା ଏବଂ କହିଲା, ତୁ କୁଆଡେ ଚାଲିଗଲୁ, ମୁଁ ତତେ ଖୋଜୁଛି | ଟୁକୁନା କିଛି କହିଲାନାହିଁ | ଲତାଅପା କହିଲା, ହଉ ଶୁଣ୍‌, ତୁ ମୋ ପାଖରେ ରାତିରେ ଶୋଇବୁ | ମତେ ଏକା ଏକା ଭଲ ଲାଗୁନି | ରାତିରେ ମୁଁ ଗପ କହିବି | ତୁ ଘରେ କହିବୁ, ଲତାଅପା ପାଠ ବତେଇଦେଉଛି | ଟୁକୁନା ନାକରେ ତଥାପି ଥିଲା ଲତାଅପା ଦେହର ବାସ୍ନା | ସେ କହିଲା, ହଁ |
ସେଦିନ ରାତିରେ ସେ ଖାଇସାରି ମାକୁ କହିଲା, ମୁଁ ଯାଉଛି, ଲତାଅପା ପାଖରେ ଶୋଇବି |

ମା କହିଲେ, କାହିଁକି ଆମ ଘରେ କଣ ଜାଗା ନାହିଁ?

ଟୁକୁନା କହିଲା, ଲତାଅପା ମତେ ପାଠ ବତେଇଦେଉଛି |

ମା କହିଲେ, ଭାରି ପାଠରେ ମନ! ଦିନସାରା ଯାହା ପଢୁଛୁ, ପୁଣି ରାତିରେ ପଢିବୁ?

କହିବୁ , ଲତାଠାରୁ ଗପ ଶୁଣିବୁ | ହଉ ଯାଆ |

ସେହିଦିନୁ ଲତାଅପାପାଖରେ ଟୁକୁନା ସବୁଦିନ ଶୋଇଲା |

ଲତାଅପା ଭାଇର ବାହାଘର ଠିକ୍ହୋଇଗଲା | ଝିଅ ଦେଖାଦେଖି କରି ସେ ଦିଲ୍ଲୀ ଯାଇଥିଲେ | ବାହାଘର ପାଇଁ ତିଥିବାର ଠିକ୍ହେଲା ପରେ, ଦିଲ୍ଲୀରୁ ଆସିଲେ | ଲତାଅପାଘର ତା ଶାଶୂଘରକୁ ଗୁଆ ପଠେଇଥିଲେ, ତାଙ୍କର ବାପା ଯାଇ ବୁଝାସୁଝା କରି, ଜୋଇଁଙ୍କୁ କହିଆସିଥିଲେ ବାହାଘରକୁ ଆସିବାକୁ | ବାହାଘରକୁ ଲତାଅପାର ସ୍ବାମୀ ଆସି ପହଞ୍ଚିଲେ | ଟୁକୁନା ଦେଖୁଥିଲା | ରାଗିଲାରାଗିଲା ମୁହଁ, ଟାଏଁଟାଏଁ କଥା | ଦୁଷ୍ଟଲୋକ | ତାକୁ ଦେଖି ଚିଡିମାଡୁଥିଲା ଟୁକୁନାକୁ | ଲତାଅପାର ସାଙ୍ଗ ନବଜ କରି ତାଙ୍କୁ କହିଲା, କଲେଜରେ ସୁନ୍ଦରୀ ଝିଅ ଅଧ୍ୟାପିକାଙ୍କୁ ଦେଖିଦେଖି ଆମ ଲତାକୁ କଣ ଭୁଲିଗଲ?
ସେ କହିଲେ, ଆମେ ଗାଉଁଲି, ମଫସଲି, ଅସଭ୍ୟ | ଆମେ ମନେରଖିବା କିମ୍ବା ଭୁଲିବାରେ କାହାର କଣ ଯାଏଆସେ? କେମିତି ଫୋପାଡିଲା ପରି କଥା, କଥା ନୁହେଁ ପଥରଖଣ୍ଡ !

ବର ଯାଉଥିଲା ବରହମପୁର | ମାର୍କୁଣ୍ଡି ହୋଇଥିଲା ଟୁକୁନା | ଲତାଅପା ବି ବରଯାତ୍ରୀଙ୍କ ସହିତ ଯାଉଥିଲା | ଲତାଅପା ସହ ଟୁକୁନା ବର ଯାଉଥିବା କାର୍ରେ ବସିଲା | ଲତାଅପାଙ୍କ ବାପା ପୁରୋହିତ ମଧ୍ୟ ସେହି କାର୍ରେ ବସିଲେ | ବରଯାତ୍ରୀମାନଙ୍କ ପାଇଁ ଗୋଟିଏ ବସ୍ଭଡ଼ା କରାଯାଇଥିଲା | କାର୍ପାଖରେ ବସ୍ଛିଡା ହୋଇଥିଲା | ଲତାଅପାର ଭାଇଙ୍କ ସାଙ୍ଗ ସବୁ ସାହିଲୋକେ ସେ ବସ୍ରେ ଯାଉଥିଲେ | ଲତାଅପାଙ୍କ ସ୍ବାମୀ ମଧ୍ୟ | କେହି ଜଣେ ସାହିଲୋକ ଟାପରା କରି କହିଲା, ଜୋଇଁପୁଅଙ୍କ ପାଇଁ କଣ କାର୍କରିନାହାନ୍ତି?

ସେ କହିଲା, ଆମେ କି ଜୋଇଁପୁଅ ? ଆମେ ଧୋବାବାରିକଠାରୁ ମଧ୍ୟ ହୀନ | ଏବଂ ସେ ଉଠିଲା ବସ୍ଭିତରକୁ |

ଲତାଅପାକୁ ଶୁଣେଇଶୁଣେଇ କହୁଥିଲା | ଲତାଅପା ମୁହଁ ମୋଡିଦେଲା | ଟୁକୁନା ମନେମନେ ରାଗୁଥିଲା, ଲତାଅପାର ବାପା, ତାର ସାଙ୍ଗ ସାହିଲୋକଙ୍କ ଉପରେ | ଲତାଅପାର ବାପା କାହିଁକି ଚାଲିଗଲେ, ଜୋଇଁକୁ ଆସିବା ପାଇଁ ନିମନ୍ତ୍ରଣ କରିବାକୁ? ଯଦିବା ସେ ଗଲେ, ଲୋକଟା ବି ଚାଲିଆସିଲା | ଲତାଅପାର ସାଙ୍ଗ ସାହିଲୋକ କାହିଁକି ତା ସାଙ୍ଗରେ କଥା ହେଉଛନ୍ତି ? ଏମିତି ଏକ ସୁନ୍ଦର ପରିବେଶକୁ ନଷ୍ଟ କରିଦେଉଛି ଦୁଷ୍ଟ ଲୋକଟା | ଦୁଷ୍ଟ ଲୋକଟା ପ୍ରତି ତା ମନରେ ବି ଭୟ ରହୁଥିଲା | କେତେବେଳେ କଣ କରିଦେବ, କିଏ କହିବ!

ବରହମ୍ପୁରରେ ବରଯାତ୍ରୀଙ୍କ ପାଇଁ କନ୍ୟାପକ୍ଷ ଗୋଟିଏ ହୋଟେଲରେ ତିନିଟା ରୁମ୍ରିଜର୍ଭ କରିଥିଲେ | ବର ପହଞ୍ଚିଲା ପରେ ସେଠାରେ ଜଳଯୋଗ କରିସାରି ରୋଶଣି ଆରମ୍ଭ ହେଲା | ହୋଟେଲରୁ କନ୍ୟାଘର ଅଳ୍ପଦୂର | ବର ପହଞ୍ଚିଲା ପରେ ବରକୁ ବରଣ କରି କନ୍ୟାପକ୍ଷ ନେଇଗଲେ | ବରପାଇଁ ପ୍ରସ୍ତୁତ ସ୍ବତନ୍ତ୍ର କୋଠରିରେ ବର ସହିତ ଟୁକୁନା ବସିଲା | ଲତାଅପାକୁ କନ୍ୟାପକ୍ଷର ସ୍ତ୍ରୀଲୋକମାନେ ପାଛୋଟି ଘର ଭିତରକୁ ନେଇଗଲେ | ସେମାନେ ଲତାଅପାକୁ ବହୁତ ଆଦର କରୁଥିଲେ | ଲତାଅପା ତା କେଶରେ ମଲ୍ଲୀଫୁଲ ହାର ଲଗେଇଥିଲା, ବହୁତ ସୁନ୍ଦର ଦିଶୁଥିଲା, ରାଜାଝିଅ ପରି | ବରଯାତ୍ରୀମାନେ ଭୋଜି ଖାଇଲେ | ଲତାଅପା ପାଖରେ ଟୁକୁନା ଖାଉଥିଲା | ଟୁକୁନା ଲକ୍ଷ୍ୟ କଲା, ଲତାଅପା ତା ସ୍ବାମୀକୁ କଣେଇ କଣେଇ ଚାହୁଁଥିଲା | ଭୋଜି ପରେ ବରଯାତ୍ରୀମାନେ ବସ୍ରେ ଫେରିଆସିଲେ, କିନ୍ତୁ ଲତାଅପାର ସ୍ବାମୀ ଫେରିଲାନାହିଁ | ଲତାଅପାର ବାପା ତାକୁ ଅଟକେଇଦେଲେ- କହିଲେ, ରୁହ, ବାହାଘର ସରୁ | ଟୁକୁନା ଲତାଅପାଙ୍କ ବାପାଙ୍କ ଉପରେ ଚିଡୁଥିଲା | ବାହାଘର ଆରମ୍ଭ ହେଲା | ବେଦୀ ପାଖରେ ବସି ବାହାଘର ଦେଖୁଥିଲା, ତାର ସ୍ବାମୀ  |

ବର ପାଇଁ ସ୍ବତନ୍ତ୍ର ପ୍ରସ୍ତୁତ କୋଠରିରେ ବସିଥିଲା ଟୁକୁନା  | ପାଖରେ ଲତାଅପା  | ବାହାଘର କାମ ପାଇଁ ପ୍ରୟୋଜନୀୟ ସାମଗ୍ରୀ ସେହି ଘରେ ଥିଲା | ବିଭିନ୍ନ କର୍ମରେ ବର ବେଦୀକୁ ଯାଉଥିଲା, ଆସୁଥିଲା | ଟୁକୁନା ଶୋଇପଡିଲା  |

ଘଣ୍ଟେ ଦେଢ଼ଘଣ୍ଟା ପରେ ହଠାତ୍ଟୁକୁନାର ନିଦ ଭାଙ୍ଗିଗଲା | ଦେଖିଲା, ତା ପାଖରେ କେହି ନାହିଁ  | ବାହାଘର ଚାଲିଥିଲା, ବର ବସିଥିଲା ବେଦୀ ଉପରେ, ପାଖରେ କନ୍ୟା, ସେ ଲତାଅପାକୁ ଖୋଜିଲା, କିନ୍ତୁ କୋଉଠି ବି ଦେଖୁ ଥିଲା ତାକୁ | ଯୋଉ ଝିଅମାନେ ଲତାଅପାକୁ ପାଛୋଟିନେଇଥିଲେ, ସେମାନେ ଏପଟ ସେପଟ ହେଉଥିଲେ | ସେମାନଙ୍କ ଭିତରେ ଲତାଅପା ଥିଲା | ଲତାଅପାର ସ୍ବାମୀକୁ ବି ସେ ଦେଖୁ ଥିଲା | ଲତାଅପା କୁଆଡ଼େ ଗଲା ? ତାକୁ ଡର ଲାଗିଲା | ସେ ଲତାଅପାର ବାପାଙ୍କୁ ପଚାରିଲା  | ସେ କହିଲେ, ଏଇଠି କୋଉଠି ନାହିଁ ? ହୋଟେଲ୍କୁ ପଳେଇଯାଇଥିବ |

ସେଇଠୁ ହୋଟେଲ୍ବେଶି ଦୂର ନୁହଁ  | ଅନେକ ରାତି, ଶୁନ୍ଶାନ୍ରାସ୍ତା | ଟୁକୁନା ହୋଟେଲ୍ଆଡ଼େ ମୁହାଁଇଲା | ହୋଟେଲ୍ରେ ବରଯାତ୍ରୀମାନଙ୍କ ପାଇଁ ତିନୋଟି ରୁମ୍ରିଜର୍ଭ ଥିଲା | କୋଉ ରୁମ୍ରେ ସେ ଥିବ? ତାର ମନେପଡ଼ିଲା, ପ୍ରଥମ ରୁମ୍ରେ ବର, ସେ ଲତାଅପା ବସିଥିଲେ | ଲତାଅପା ସେଇ ରୁମ୍ରେ କଟକରୁ ଗୋଟିଏ ବ୍ରିଫ୍କେଶ୍ରେ କଣ ସବୁ ଆଣିଥିଲା, ସେଇ ରୁମ୍ରେ ରଖିଥିଲା | ଟୁକୁନା ସେଇ ରୁମ୍ଠକ୍ଠକ୍କଲା | କବାଟ ଖୋଲୁ ଥିଲା, ଟିକେ ଜୋର୍ରେ ବାଡ଼େଇଲା | ଭିତରେ ଲାଇଟ୍ଜଳିଲା, କିଛି ମୁହୁର୍ତ୍ତ ପରେ ଲତାଅପା କବାଟ ଖୋଲିଲା |

ଲତାଅପାକୁ ଏଠାରେ ଦେଖି ସେ କହିଲା, ତୁ ପଳେଇଆସିଛୁ, ମୁଁ ତତେ ଏଣେତେଣେ ଖୋଜୁଛି ଏବଂ ସେ ଚମକିପଡ଼ିଲା | ତାର ଆଖି ପଡ଼ିଗଲା, ରୁମ୍ଭିତରେ ଖଟ ଉପରେ ଶୋଇଥିବା ଲୋକଟା ଉପରେ | ସେ ଲତାଅପାର ସ୍ବାମୀ  | ଲୁଙ୍ଗି ଖଣ୍ଡେ ପିନ୍ଧିଛି, କାଳିଆ ଫୁଙ୍ଗୁଳା ଦେହ, ଗଣେଷ ପେଟ, ଫୁଲୁକା ଗାଲ, ଯାତ୍ରାରେ ରାକ୍ଷସ ନିହତ ହୋଇ ତଳେ ପଡ଼ିଥିଲା ପରି ଖଟରେ ପଡ଼ିଛି | ସେ ଲତାଅପାକୁ ନିରେଖିଚାହିଁଲା, ଲତାଅପାର କେଶ ବିପର୍ଯ୍ୟସ୍ତ, ତା କେଶର ମଲ୍ଲୀଫୁଲ ଖଟ ଉପରେ ବିଛୁରିହୋଇ ପଡ଼ିଛି | ଲତା ଅପା ଅଳସ ଭାଙ୍ଗିଲା | କହିଲା, ତତେ ଖୋଜିଲି, ପାଇଲିନାହିଁ |

ଲତାଅପା ମିଛ କହୁଛି | ସେ ତାକୁ ଖୋଜିନି, ସେ ଭାଇ ପାଖରେ ଥିଲା, ଗଦିରେ ଶୋଇପଡ଼ିଥିଲା, କୁଆଡ଼େ ଯାଇନାହିଁ | ଟୁକୁନା ଭାବିଲା ଏବଂ ତାକୁ କାନ୍ଦ ଲାଗିଲା | ସେ କଣ କହିବ ଜାଣିପାରୁ ଥିଲା | କହିଲା, ମୁଁ ଯାଉଛି | ଲତାଅପା କଣ କହିଆସୁଥିଲା, ସେ ଅପେକ୍ଷା କଲାନାହିଁ | ତା ଆଗରୁ ଦୌଡ଼ି ପଳେଇଆସିଲା  | ପରଦିନ ବୋହୂକୁ ସାଙ୍ଗରେ ଧରି ସେମାନେ ଫେରିଆସିଲେ | ଘରେ ଗହଳଚହଳ ଲାଗିରହିଥିଲା | ଟୁକୁନା ଦେଖିଲା ଲତାଅପା ବଦଳିଯାଇଛି | ତା ସ୍ବାମୀ ବରହମ୍ପୁରରୁ ଫେରି ତା କଲେଜ୍କୁ ଯିବାକୁ ବାହାରିଲାବେଳେ ଲତାଅପା ତା ସହ ହସିହସି କଥାବାର୍ତ୍ତା କରୁଥିଲା | ଚତୁର୍ଥୀକୁ ଆସିବାକୁ କହୁଥିଲା | ତା ସ୍ବାମୀହଉ ଦେଖିବାକହି ଚାଲିଗଲା | ଟୁକୁନା ଲକ୍ଷ୍ୟ କରୁଥିଲା, ତା ସ୍ବାମୀ କେମିତି ଗୋଟେ ଅଲଗା ଆଖିରେ ଲତାଅପାକୁ ଚାହୁଁଥିଲା | ଚତୁର୍ଥୀକୁ ଲତାଅପାର ସ୍ବାମୀ ଆସିଲା, ପରଦିନ ତାକୁ ସାଙ୍ଗରେ ନେଇ ଚାଲିଗଲା | ସମସ୍ତେ ଖୁସି ହେଉଥିଲେ, ଟୁକୁନାକୁ କାନ୍ଦ ମାଡ଼ୁଥିଲା |

ଲତାଅପା ତା ସ୍ବାମୀ ସହ ଚାଲିଗଲା ପରେ ଟୁକୁନା ଶିଖରପୁର ରେଳପୋଲ ପାଖ ବରଗଛ ମୂଳେ, ଯୋଉ ବରଗଛରେ ସେ ଭୂତୁଣୀ ରହୁଥିଲା, ସେଇଠି ବସିଥିଲା ଏବଂ ଗୁଣୁଗୁଣୁ ହୋଇ ବୋଲୁଥିଲା, କେଁ କେଁ କେନ୍ଦରା, ମୁଁ କେତେ ବଜେଇଲି …….  |

 

0 Response to "ଟୁକୁନା, ଲତାଅପା ଓ ଦୁଷ୍ଟଲୋକ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel