ଆମ ସମୟର ଚରିତ୍ରମାନେ

ଆମ ସମୟର ଚରିତ୍ରମାନେ

ଆମ ସମୟର ଚରିତ୍ରମାନେ

ତାପସ ରଞ୍ଜନ ତ୍ରିପାଠୀ

ଗାଁର ଚାନ୍ଦାଭେଦା ଦେଇ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ | ସେଇଠୁ ଧୋବା ବାରିକ ତାଙ୍କୁ ଖଟନ୍ତିନାହିଁ | ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି | ବାହାଘର ପାଇଁ ଯେନତେନ ପ୍ରକାରେ ପୁଅଟିଏ ଠିକଣା କରିପାରୁନାହାନ୍ତି  | ରାମ ମିଶ୍ରଙ୍କର ଦାଢ଼ି ପେଟକୁ ଛୁଇଁବାକୁ ବସିଲାଣି | ଲୋକେ ଭାବନ୍ତି ଦୁଃଖ ଗଲେ ସେ ଦାଢ଼ି କାଟିବାକୁ ମନସ୍ଥ କରିଥିବେ | ପ୍ରକୃତରେ ସେଲୁନ୍ରେ ବ୍ୟୟ ସାପେକ୍ଷ ହେବା ହେତୁ ସେ ଦାଢ଼ି ମୁଣ୍ଡବାଳକୁ ସ୍ବାଧୀନ କରିଦେଇଛନ୍ତି |
ଡହଡହ ଖରା ବେଳଟାରେ ସେ ବହୁ ସାହସ ସଞ୍ଚୟ କରି ବ୍ଲକ୍ ଅଫିସ୍ରେ ପହଞ୍ଚିଲେ | ବି.ଡ଼ି..ଙ୍କ ପିଅନକୁ ପଚାରିଲେଆଜ୍ଞା ବାବୁଙ୍କୁ ଦେଖା କରିହେବ | ସେ ବିରକ୍ତି ପ୍ରକାଶ କରି, ଅପେକ୍ଷା କର ବୋଲି କହିଲା | ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣାକୁ ହଜମ କରିବା ପରେ ଭିତରକୁ ପଶିଲେ | ବି.ଡ଼ି.. କଞ୍ଚା ବୟସର | ରାମ ମିଶ୍ରଙ୍କ ଚେହେରାଟା ଦେଖି ତାଙ୍କର ହୃଦୟଟା ବୋଧେ ତରଳିଗଲା | ତହୁଁ ପଚାରିଲେ, ହେଲା ? ଥର ଥର ହୋଇ ରାମ ମିଶ୍ରେ କହିଲେଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ କରିଥିଲି- ଏକମାତ୍ର ପୁଅ ପୋଲିଓ ରୋଗରେ ଅକାମି, ଦୁଇଟି ବାଡୁଅ ଝିଅ, ବୋହୂ, ଗୋଟିଏ ନାତି, ମୁଁ ଭାରିଜା ମିଶିଲେ ସାତଜଣ, କିପରି ବ୍ରାହ୍ମଣପଣ କରି ବୟସରେ ଘର ଚଳାଉଛି ତାମୁଁ ଜାଣେ | ମୋ ଗୁହାରି ଶୁଣିବେନି ! ନାୟକ ବାବୁଙ୍କୁ ସାକ୍ଷାତ୍ କର ବୋଲି ବି.ଡ଼ି.. ମହାଶୟ କହିଲେ |

ରାମ ମିଶ୍ରେ ଆଶୀର୍ବାଦ ଶ୍ଳୋକଟିଏ ବୋଲି ସେଠୁ ବିଦାୟ ନେଇ ପଚାରିପଚାରି ସେଇ ମହାମାନବ ପାଖରେ ପହଞ୍ଚିଗଲେ | ସେତବେଳକୁ ନାୟକ ମହାଶୟ ଉଦର ପୂର୍ଣ୍ଣ କରୁଥିଲେ | କହିଲେ ହେଲାଭତ୍ତା କଥା ” ? ସବୁ ହୋଇଯାଇଛି ହେଲେ ଦି ଖଣ୍ଡ ଦେଲେ ସେଇମିତି ବସିଥିବ | ଦୁଇଶହ ଟଙ୍କା ନାୟକ ବାବୁଙ୍କ ପକେଟରେ ଭର୍ତ୍ତି କରିବାକୁ ରାମ ମିଶ୍ରଙ୍କୁ ପ୍ରାୟ ମାସ ଲାଗିଗଲା | ଯାହେଉ ରାମ ମିଶ୍ରେ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି | ସେ ଯେଉଁଠି ବସନ୍ତି ନାୟକ ବାବୁଙ୍କ ନିର୍ମଳ ପ୍ରଶଂସା କରନ୍ତି |
ଜଗୁ ମହାନ୍ତି ଦିନ ଚାରିଟା ବେଳେ ଡାକ୍ତର ପଣ୍ଡାଙ୍କ ଘର କଲିଙ୍ଗ୍-ବେଲ୍ ଚିପିଲା | ସଙ୍ଗେ ସଙ୍ଗେ ଦୁଆର ମଧ୍ୟ ଖୋଲିଗଲା | ଚାକର ଟୋକା ପଚାରିଲା ହେଲା ? ଉତ୍ତର- ‘ଡାକ୍ତରଙ୍କୁ କହିବ ଜଗୁ ମହାନ୍ତି ଆସିଛନ୍ତି |’ ଡାକ୍ତର ମହାଶୟ ଭଗବାନଙ୍କୁ ପାଇଲା ଭଳି ଲୁଙ୍ଗି ଗାମୁଛା ସହ ଆଖି ମଳି ମଳି ପହଞ୍ଚିଗଲେ କହିଲେକିଓ ଅସମୟରେ- ଆମକୁ ପୁରା ଭୁଲିଗଲଣି, ବସ ବସ |’ ଜଗୁ ମହାନ୍ତି ଛାତି ଫୁଲାଇ କହିଲା-‘ମୋ ଘର ଲୋକଟା ତା ସାଇର ଗୋଟେ ଟୋକାକୁ ବାଡ଼େଇପକାଇଛି | ସେ ଯାଏଁ ପୋଲିସ୍ ଷ୍ଟେସନ୍ ଆସିନି | ଆମେ ଆଗୁଆ ଗୋଟିଏ ଏଫାୟାର୍ ଦେଇ ଦେଲେ ଆଉ ଡରଭୟ ଥିବ |

ଜଗୁ ମହାନ୍ତି କଥା ଅନୁସାରେ ଲୋକଟିର ଦେହସାରା ମିଛ ବ୍ୟାଣ୍ଡେଜ୍ କରିଦେଲେ ଡାକ୍ତର ମହାଶୟ | ମସ୍ତବଡ଼ ରିପୋର୍ଟ ମଧ୍ୟ ଲେଖିଦେଲେ | ଶେଷରେ କହିଲେଏଇ ଛୋଟିଆ କାମରେ ମୋର ଦ୍ବାରସ୍ଥ ହେଲ ! ହଁ- ଆମ ପ୍ରତି ନିଘା ରଖିଥିବ, ଟ୍ରାନସ୍ଫର ଚାଲିଛି | ଜଗୁ ହସିହସି କହିଲାମୁଁ ଏବେ ବିଧାୟକଙ୍କ ସହ ଆପଣଙ୍କ ବିଷୟ ଏକ ଘଣ୍ଟା କଥା ହୋଇଛି |’ ତାପରେ ଚା ସିଗାରେଟ୍- ତାପରେ ପାନ | ତହିଁ ପରଦିନ ଜଗୁ ମହାନ୍ତି ବଛା ପାଟକପୁରା କଦଳୀ କାନ୍ଧିଟିଏ ଡାକ୍ତରଙ୍କ ଘରକୁ ପଠାଇଥିଲା ତା ଲୋକ ହାତରେ | ପ୍ରକୃତରେ ଜଗୁ ମହାନ୍ତିର ଗୋଟେ ଲୋକ ବୁଢ଼ୀ ପାଗେଳୀଟାକୁ ଦିନ ଦିପହରରେ ରମଣ କଲା | ସାଇଟୋକା ଦୟା ବେହେରା ଏହାର ପ୍ରତିବାଦ କରି ଜେଲ୍ ଗଲା | ବିଜୟା ସ୍ବେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଜଗୁ ମହାନ୍ତି ସ୍ବେଚ୍ଛାସେବୀଗୋପବନ୍ଧୁପୁରସ୍କାର ଗ୍ରହଣ କଲାବେଳେ କରତାଳି ଆରମ୍ଭ କରିଥିଲେ ଡାକ୍ତର ମହାଶୟ |

ଅଧ୍ୟାପକ ବୀରବାବୁ କଲେଜ୍ରୁ ଫେରି ଘରେ ପଶୁପଶୁ ଦେଖିଲେ ସତର ଅଠର ବର୍ଷର ପିଲାଟିଏ ଦାଣ୍ଡଘରେ ବସିଥିଲା- ଛିଡ଼ା ହୋଇଗଲା | ବସ ବସ, ହେଲା ? କାନରେ ହାତ ମାରିମାରି ପିଲାଟି କହିଲାସାର୍ ଚିଠିଟା ଆପଣଙ୍କ ସାଙ୍ଗ ଦାମ ବାବୁ ଦେଇଛନ୍ତି |ଏକ ନିଶ୍ବାସକେ ପଢ଼ି ମୁହଁଟାକୁ ଆମ୍ବିଳେଇଦେଇ କହିଲେ ସେ ଭଲ ଅଛନ୍ତି ? ‘ଆଜ୍ଞା’ | ‘ଶୁଣ ମୁଁ ଖାତାରେ ମାର୍କ ବଢ଼ାଇବା ବା କପି କରିବାର ପକ୍ଷରେ ନୁହେଁ | କଥା ଦାମବାବୁ ବେଶ୍ ଭଲ ଭାବରେ ଜାଣନ୍ତି |’ ପିଲାଟିର ଫିଉଜ୍ ଆସ୍ତେ ଆସ୍ତେ ଉଡ଼ିଯିବା ବେଳକୁ ମାଡ଼ାମ୍ଙ୍କର ନିର୍ଦ୍ଦେଶପୂର୍ଣ୍ଣ ଡାକରା ଆସିଲା | ପିଲାଟି ସହ କଥାବାର୍ତ୍ତା ଅଧା ରଖି ସେ ଘର ଭିତରକୁ ଧସେଇପଶିଲେ |

ସହଧର୍ମିଣୀ କହିଲେଦେଖ ଇଏ ? ବୀରବାବୁ ଥତମତ ହୋଇ କହିଲେଚିଙ୍ଗୁଡ଼ି | ପିଲାଟି ଆଣିଥିଲା କି ?’ ‘ହଁ |ବୀରବାବୁ ଗର୍ବର ସହ କହିଲେଜାଣ ମୁଁ ଯେଉଁ ଘନିଷ୍ଠ ବନ୍ଧୁଙ୍କ କଥା କହେନିଦାମୋଦର ମିଶ୍ର | ସେ ନିମାପଡ଼ାରେ ସେଟଲ୍ କରିଗଲା | ବଢ଼ିଆ ଫାର୍ମଟିଏ କରିବା କଥା କହୁଥିଲା  | ଏଇ ଚିଙ୍ଗୁଡ଼ିର ମାର୍କେଟ୍ ରେଟ୍ ତିନିଶ ଟଙ୍କାରୁ କମ୍ ହେବନି |ଡ୍ରଇଁ ରୁମ୍କୁ ଆସି ପିଲାଟିକୁ କହିଲେଶୁଣ କେବଳ ଦାମବାବୁଙ୍କ ଯୋଗୁଁ ବାଧ୍ୟ ହୋଇ ଅପକର୍ମଟି କରିବି | ଇଂରାଜୀ , ପଚାଶ ମାର୍କରୁ ଅଧିକ ଆଶା କରିବନି | ଖାଇଲାବେଳେ ସହଧର୍ମିଣୀ କହିଲେଚିଙ୍ଗୁଡ଼ି ଝୋଳଟା କେମିତି ଲାଗୁଛି ?’ ଅଧ୍ୟାପକ ମହାଶୟ ଚିଙ୍ଗୁଡ଼ି ସମ୍ପର୍କରେ ଲମ୍ବା ଭାଷଣଟିଏ ଆରମ୍ଭ କରିବାରେ ସହଧର୍ମିଣୀ ବିରକ୍ତ ହୋଇ କହିଲେଭାଷଣ ମୋତେ ଭଲ ଲାଗେନି | ଦେଖିଛ ସୁଧାବାବୁଙ୍କର ସବୁ କଲେଣି- ନାହିଁ ତାଙ୍କ ଘରେ | ତୁଳନା କରିଛ କେତେବେଳେ ? ଛାଡ଼, ୱାଡ଼ର୍ସ ୱାର୍ଥଙ୍କ ସଙ୍ଗେ ମଧୁସୂଦନଙ୍କ ତୁଳନାର କୌଣସି ମୂଲ୍ୟ ନାହିଁ | ମୋତେ ଲଜ୍ଜା ଲାଗୁଛି ତାଙ୍କ ଘରକୁ ଗଲାବେଳେ ବା ତାଙ୍କ ମିସେସ୍ ଆମ ଘରକୁ ଆସିଲାବେଳେ | ରକ୍ତମାଂସର ଶରୀର କେତେ ବା ସହ୍ୟ କରିବ ?’
ବର୍ତ୍ତମାନ ବୀରବାବୁ ଗୋଟିଏ ନୂତନ ମାରୁତି ଭ୍ୟାନ୍ରେ କଲେଜ ଯିବାଆସିବା କରନ୍ତି | ପ୍ରତି ସଞ୍ଜରେ ସ୍ତ୍ରୀଙ୍କ ସହ ବଜାର ପରିଭ୍ରମଣ କରନ୍ତି | ପ୍ରଗତିର କାରଣ ତାଙ୍କ ସହଧର୍ମିଣୀ ବୋଲି ଅତି ଗର୍ବର ସହ କୁହନ୍ତି |

ହରି ମାଷ୍ଟ୍ରେ ଅଗଷ୍ଟ ପନ୍ଦର ଦିନ ସନ୍ଧ୍ୟାରେ ବଜାରକୁ ଦେଢ଼ କେଜିର ରୋହି ମାଛଟିଏ ଧରି ଘରେ ପହଞ୍ଚିଲେ | ତାଙ୍କର ଦୁଇ ପୁଅ ତିନିଝିଅ ଭିଡ଼ାଓଟରା ହୋଇ ମାଛଟାକୁ ଧରି ତଳ ଘରକୁ ଚାଲିଗଲେ | ତାଙ୍କ ସ୍ତ୍ରୀ ବିରକ୍ତ ହୋଇ କହିଲେଏଇଟା ମାଛ ଖାଇବାର ବେଳ ?’ ଉତ୍ତରରେ ମାଷ୍ଟ୍ରେ କହିଲେମୋର ଛାତ୍ରଟିଏ ଏବେ ... ପାଇଛି | ସେ ନିଜେ ମାଛଟି ଧରି ଆମ ଘରକୁ ଆସୁଥିଲା | ମୋ ବିବେକ ବାଧା ଦେଲା | ହାତେ ହାତେ ନେଇଆସିଲି |’ ପ୍ରକୃତରେ ହରିମାଷ୍ଟ୍ରେ ଅଗଷ୍ଟ ପନ୍ଦରକୁ ପିଲାଙ୍କୁ ମିଠା ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ସତୁରି ଟଙ୍କା ବାଟମାରଣା କରି ମାଛଟିକୁ ଖରିଦ କରିଥିଲେ | ମାତ୍ର ଦୁଇବର୍ଷ ପରେ ହରିମାଷ୍ଟ୍ରେ ରାଜ୍ୟପାଳ ପୁରସ୍କାର ପାଇଲେ |

ମହାପାତ୍ରବାବୁଙ୍କୁ କାକୁତିମିନତି ହୋଇ ନକୁଳ ନାୟକ କହିଲାବାବୁ ମୁଁ ନଡ଼ିଆ ଛଡ଼ାଏ | ପେଟ କାଟିକାଟି ସାତ ହଜାର ଟଙ୍କା ରଖିଥିଲି | ଏଇ ଖାଲୁଆ ଜମିଟା କିଣିଲି | କିବା ସମ୍ପତ୍ତି, କହୁଛନ୍ତି ଚାରି ହଜାର ଟଙ୍କା କାହୁଁ ଦେବି ଆଜ୍ଞା |’ ମହାପାତ୍ରବାବୁ ନାଶିକା କୁଞ୍ଚନ କରି କହିଲେତୁ ସିନା ଜାଣୁଛୁ ଖାଲୁଆ ଜମି- ପଟାରେ ଅଛିପତିତ’ | ମୋ ହାତରେ ଆଉ କଥା ନାହିଁ, ଅଫିସରଙ୍କୁ ମୁଁ ବହୁତ ବୁଝାଇଲିଣି- ସେ ବୁଝିବା ମଣିଷ | ଯାବଳୀ ପିଅନକୁ କହିବୁ |’ ଏଇ କଥାବାର୍ତ୍ତା ଭିତରେ ସେ ପାଞ୍ଚଥର ଡ୍ର ଖୋଲି ବନ୍ଦ କରିଥିଲେ | ନକୁଳ ଛଳଛଳ ଆଖିରେ ବଳୀକୁ କହିଲାମତେ ଉଧାର କର |’ ବଳୀ କହିଲାକେତେ ତୋତେ ଅଧିକା ପଡୁଛି |’ ଉତ୍ତରଚାରି’ | ଆରେ ନିର୍ବୋଧ ବାବୁ ଡ୍ର ଖୋଲିବା ବନ୍ଦ କରିବା ଦେଖିଛୁ ? ‘ହଁ |’ ତହୁଁ ନକୁଳ ପଶିଲା ଅଫିସ୍ ଭିତରକୁ | ମହାପାତ୍ରବାବୁ ଟେବୁଲ୍ ଡ୍ର ଖୋଲିବାରେ ନକୁଳ ଚାରିଶହ ଟଙ୍କା ସାହସର ସହ ଫିଙ୍ଗିଦେଲା | ମହାପାତ୍ରବାବୁ ହସହସ ମୁହଁରେ କହିଲେତୁ ସବୁ ଭେଜା ମୋର ଖାଇଗଲୁଣି | ଯା’- ହଉ କିଛି ଗୋଟେ କରିଦେବା |’ ନକୁଳ ସାଧାସିଧା ମଣିଷଟା | ନନ୍ଦଛନ୍ଦ ଜାଣେନି | ସେଇଦିନଠୁଁ ମହାପାତ୍ରବାବୁ ତାକୁ ନିଜର ମଣିଷଟେ ଭଳି ଲାଗନ୍ତି | ବାଡ଼ିରେ ସଜନା ଛୁଇଁ, ଅମୃତଭଣ୍ଡା, ଭେଣ୍ଡି, ଜହ୍ନି ଯାହା କରେ ମଝିରେ ମଝିରେ ଦେଇଆସେ ଅକପଟ ମନରେ |ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରେଳ ଷ୍ଟେସନ୍ର ଶେଷ ବେଞ୍ଚରେ ଏଇ ଆୟ ସବ୍ରେଜିଷ୍ଟରଙ୍କ ଉପସ୍ଥିତିରେ ଭାଗ ବଣ୍ଟାଯାଏ | ପିଅନ, କିରାଣୀ ଅଫିସର ବିଭିନ୍ନ ପ୍ରକାର ଭାଗ ପାଆନ୍ତି | ନେଇ ଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ | କେତେ ଅଫିସର୍, କିରାଣୀ ପିଅନ ଆସିଲେଣି ଗଲେଣି ସବୁ ଚାଲିଛି ଠିକ୍ଠାକ୍ |

ବିଧାୟକ ତାଙ୍କ ଅତି ନିକଟ ମଣିଷ ରାଜୁ ପ୍ରଧାନିଙ୍କୁ କହିଲେଏଇ ଚାହିଁଲ ଗେଟ୍ ସାମ୍ନାରେ କିଏରାଜଦୂତରୁଓହ୍ଲାଉଚି ?’ ରାଜୁ ପ୍ରଧାନି ଚୋରୀ ଜଳାରେ ଭଲ କରି ଦେଖିନେଇ କହିଲାସପ୍ଲାଇ ଇନସ୍ପେକ୍ଟର ବସନ୍ତ ମହାପାତ୍ର | ମୁଁ କହୁ ଥିଲି ସେ ଆପଣଙ୍କୁ ସାକ୍ଷାତ୍ କରିବାକୁ ଚାରିଥର ପ୍ରାୟ ଆସିଲାଣି | କୋରାପୁଟ ଟ୍ରାନସ୍ଫର ହୋଇଛି |’ ବିଧାୟକଙ୍କ ମୁହଁଟା ଲାଲ୍ ହୋଇଗଲା | ରାଜୁ ପ୍ରଧାନି ସାହସରେ କହିଲାଆଜ୍ଞା ମୁଁଏକକହିଛି’ | ବିଧାୟକ ମହାଶୟ ଉତ୍କ୍ଷିପ୍ତ ହୋଇ କହିଲେତୁମେ ଏତେ କମ୍ କହିଲ ? ରାଜୁ ପ୍ରଧାନି ଥର ଛେପ ଢୋକି କହିଲାଦେଢ଼ କହିବି ? ବିଧାୟକ କହିଲେସେ କେଉଁଠା ଚାହୁଁଚି ?’ ‘ଆଜ୍ଞା ପୁରୀ |’ ‘ତାହେଲେ ଦୁଇ |’ଦୁଇ ଦିନ ପରେ ସପ୍ଲାଇବାବୁ ବିଧାୟକଙ୍କ ଘରେ ଘର ମଣିଷ ଭଳି ଅଟାଚି ଧରି ପହଁଚିଲେ | ରାଜୁ ପ୍ରଧାନିଙ୍କ ହାତକୁ ବଢ଼ାଇ କହିଲେଗଣିବାର ଆବଶ୍ୟକତା ନାହିଁ ପୁରା ଦୁଇ ଲକ୍ଷ |’ ରାଜୁ ପ୍ରଧାନି କହିଲେତୁମର ମଧ୍ୟ ଭାବିବାର ନାହିଁ, ତୁମ କାମ ସରିବଣି | ବାବୁ ଖାସ୍ ତୁମ କାମରେ ଯାଇଛନ୍ତି |’ ଗାଁ ପାନ ଦୋକାନରେ ବଦଳିର ଶୀକାର ହୋଇଥିବା ନିରୀହ ଶିକ୍ଷକ ରମାକାନ୍ତଙ୍କୁ ସପ୍ଲାଇବାବୁ କହିଲେବିଧାୟକଙ୍କ କାନ କଲନି | ଆଗରୁ ଏତେ ବିଧାୟକ ହୋଇଥିଲେ, ହେଲେ ଏତେ ପରୋପକାରୀ ପ୍ରଭାବଶାଳୀ ବିଧାୟକ ଅଞ୍ଚଳ ପାଇ ଥିଲା | ଶଳା ଲୋକଙ୍କ ବିଚାର ବୋଲି କିଛି ନାହିଁ | ଖାଲି ଖାଇଗଲା, ଖାଇଗଲା | ଈର୍ଷା ଆମ ଦୁର୍ଗତିର କାରଣ |’

ଅଫିସ୍ ଭିତରୁ ପୋଲିସ୍ ଇନ୍ସପେକ୍ଟର ସରବାବୁ ଚଢ଼ାଗଳାରେ କହିଲେସେ ସବିତା ତାଲୋକଙ୍କୁ ଡାକ |’ ସବିତା ତାର ଭାଇ ଦୀର୍ଘ ଚାରି ଘଣ୍ଟା ଧରି ଏଇ ଡାକରାକୁ ଅପେକ୍ଷା କରିଥିଲେ | ସରବାବୁ କହିଲେତମେ ସବିତା ପ୍ରଧାନ, ହେଇଚି ?’ ଲୁହ ସରସରରେ ସବିତା କହିଲାଗତ କାଲି ରାତି ନଟାରେ ମୁଁ ସାଙ୍ଗ ଘରୁ ଫେରୁଥିଲି | ଏଇ ପହଲି ପ୍ରଧାନ କହିଲାଏକଲା ଯାଉଚୁ କିଲୋ ? ମୁଁ କହିଲି, ଯାଉଚି |’ ତହୁଁ ଭିଡ଼ାଓଟରା କଲା | ସରବାବୁ ରାଗରେ ପାଚିଯାଇ କହିଲେତୁ କାଇଁ ରାତି ନଟାରେ ଏକଲା ଫେରୁଥିଲୁ | ଏଇଟା ଆମେରିକା ? କଥା ରଟିଗଲେ ବାହେଇ ପାରିବୁ ? ବାଡ଼ୁଅ ଝିଅଟା କିଛି ବୁଝିପାରୁନୁ ? ନିଜକୁ ଲୁସ୍ନା କି ଅଞ୍ଜନା ଭାବିଦେଉଛ | ମୁର୍ଖଗୁଡ଼ାକ | ହଇରେ ପହଲି, ପହଲି ପ୍ରଧାନ ! ପହଲି ଆଜ୍ଞା ଆଜ୍ଞା ହୋଇ ପଶିଆସିଲା | ଛାଟଖୁମ୍ବକୁ ଯାଉଥିବା ବୋଦା ଭଳି ଛିଡ଼ା ହୋଇରହିଲା | ତହୁଁ ସରବାବୁ କହିଲେ- ‘ତୁ ସବିତାକୁ ଭୁଲ୍ ମାଗେ- ଆଜିଠୁ ତମେ ଭାଇଭଉଣୀ | ରାତି ଏଗାରଟା ସରିକି ପହଲି ପ୍ରଧାନ ସରବାବୁଙ୍କ ଘରେ ପହଞ୍ଚ ତାଙ୍କ ମିସେସ୍ଙ୍କ ହାତରେ ଲଫାପାଟିଏ ଦେଲା | ସେଥିରେ ମାତ୍ର ତିନି ହଜାର ଟଙ୍କା ଥିଲା |

ମୋ ସହଧର୍ମଣୀ ତିନି ଦିନ ହେଲା ମୋତେ ମୋର ଗପକୁ ଏକବାରେ ଜଗିଛନ୍ତି | ନିଜକୁ ସଞ୍ଜତ କରିପାରି କହିଲେ | ଶୁଣ ମୋ ଭାଇ ନାଁରେ ଯଦି ଧାଡ଼ିଟିଏ ଲେଖ ତୁମ ଗପଲେଖା ଛଡ଼ାଇଦେବି | ମୁଁ ମିଛରାଗରେ କହିଲିହଁ ହଁ ତୁମ ଭାଇଙ୍କୁ ମୁଁ ଚାରି ମାସ ତଳେ ଚାରି ହଜାର ଇଲେକ୍ଟ୍ରି ବିଲ୍ ହେଲାଣି ବୋଲି କହିଥିଲି | ସେ ଉଡ଼େଇଦେବ ବୋଲି କହିଥିଲା | ଏସ୍.ଡ଼ି. ହୋଇଛି ନା ଚପରାଶି ? ଶୁଣ ଯଦି ବିଲ୍ଟି ଉଡ଼ାଏ ତେବେ ପାଳି ୟା ପରେ |’ ସ୍ତ୍ରୀ କହିଲେ କାମ ତାକୁ ଘଡ଼ିଏ ଲାଗିବନି | ମୁଁ କହିଦେବି | ଏକଦମ୍ ଭୋଳାଟା |

 

0 Response to "ଆମ ସମୟର ଚରିତ୍ରମାନେ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel