ଗିରିଜାକୁମାର ବଳୀୟାରସିଂହ
ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
ପ୍ରଜନ୍ମର ପ୍ରଜ୍ଜ୍ବଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ
ଆରବୀୟ ଅନ୍ଧକାର ଆବୋରୁ ଏ ଇନ୍ଦ୍ରପ୍ରସ୍ଥ ଆଗ
ୟା’ପରେ ମୋ ହଂସୀ ହାୟ ହସ୍ତିନାରେ ହଜିଲେ ହଜନ୍ତା!
ମାସମାସ ମାମଲାରେ ମସିହାର ମୃତ୍ୟୁ ଦଣ୍ଡାଦେଶେ
ଆକୁମାରୀ ହିମାଚଳ କୁମାରୀ କୁମାୟୁନ୍ କରେ
ଏଠି ଏକ ଉଇହୁଙ୍କା; ଉପଦ୍ରୁତ ଉପମହାଦେଶ
ସର୍ପାହତ ସ୍ବପ୍ନରେ ମୁଁ ସର୍ବସ୍ବାନ୍ତ ସର୍ବୋତ୍ତଭାବରେ !
ଆମ କ୍ଷତଚିହ୍ନତକ ଆମେ କ’ଣ ଖୋଜି ପାଇଲୁଣି ?
ଦୁଃଖିତ ଦ୍ରାବିଡ଼ଖଣ୍ଡ ଆର୍ଯ୍ୟାବର୍ତ୍ତ ଆଶ୍ଚର୍ଯ୍ୟଚକିତ
ପାତାଳରେ ପୋତାହୁଏ ପତାକାର ପତିଆରା ପୁଣି
ଜାତିର ଏ ଜେହାଦରେ ଜର୍ଜରିତ ଜାତୀୟସଙ୍ଗୀତ !
ଫାଇଲର ଫିତା ଫିଙ୍ଗେ ଫାଲ୍ଗୁନର ଫାଶୀଆଳ ଫେର୍
ଦ୍ବିଖଣ୍ଡିତ ଦେଶରେ ମୋ ଦିଶହରା ଦିହଜାର ତେର୍ !
0 Response to "୨୦୧୩"
Post a Comment