ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ

ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ

ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ

ଓଡ଼ିଆସାହିତ୍ୟ ପ୍ରେସ୍‌

ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେଉତ୍କଳ ସମ୍ମିଳନୀପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୁରୁଣା ଭୁବନେଶ୍ବରର ଏକାମ୍ର କ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ସମାପ୍ତ ହୋଇଥିଲା | ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଘୋଡାନାଚ, ଚଢେୟା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ମୁଖ୍ୟ ଆକର୍ଷଣ ଥିଲା |
ଶୋଭାଯାତ୍ରାର ଶୁଭାରମ୍ଭ ଅବସରରେ ଆୟୋଜିତ ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଅନ୍ୟ ଅତିଥିମାନେ ଓଡିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ | ଉକ୍ତ ଶୋଭାଯାତ୍ରାରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଜିଲ୍ଲା ପ୍ରତିନିଧି ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଏଥିରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଅଶୋକ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର ସମ୍ପାଦକ ରାଧାନାଥ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ |

0 Response to "ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel