କୋମଳ ଗାନ୍ଧାର

କୋମଳ ଗାନ୍ଧାର

କୋମଳ ଗାନ୍ଧାର
 ତରୁଣକାନ୍ତି ମିଶ୍ର

ତାବିଷୟରେ ଏବେ ଲେଖିବସି ଭାବୁଛି, ମୋପକ୍ଷରେ ଠିକ୍ହେଲା ନାହିଁ | ତାବିଷୟରେ ମୁଁ ବା ନଜାଣେ ? ଏଇ ବିଗତ ପଚିଶ ବର୍ଷ ଧରି ସେ କେଉଁଠି ଅଛି, କିପରି, ମୋଟଉପରେ ସେ ବଞ୍ଚିଛି କି ନାହିଁ, ମୁଁ ଜାଣେନା | ମୋ ପକ୍ଷରେ ତାବିଷୟରେ ଲେଖିବା କେତେଦୂର ସମୀଚୀନ, ଯେତେବେଳେ ତାର ମୋର ପରିଚୟ ମାତ୍ର ଗୋଟିଏ ବର୍ଷର; ଆଉ ଯେତେବେଳେ ଆମ ଦୁହିଁଙ୍କର ବୟସ ଥିଲା ମାତ୍ର ପନ୍ଦର ବର୍ଷ | ମୁଁ ବୋଧହୁଏ ତାଠାରୁ ସାମାନ୍ୟ ବଡ଼ ଥିଲି- ଏଇ ଦୁଇ, ଚାରି ମାସର ପାର୍ଥକ୍ୟ ମାତ୍ର |

ତଥାପି ମୁଁ ଲେଖିବସିଛି | ସେଦିନର କଥା ମୋର ଅବିକଳ ମନେ ନାହିଁ; ସେଇ ପୁରୁଣା ପରିତ୍ୟକ୍ତ ସହରର ରୂପ ମଧ୍ୟ ମନେ ନାହିଁ ଠିକ୍ଭାବରେ | କିଛି ଅନୁମାନ, କିଛିଟା ଧାରଣା |
କିନ୍ତୁ, ତାମୁହଁଟା ମୋର ଠିକ୍ମନେ ଅଛି- ଏଇ ଏବେ ମଧ୍ୟ ମୋ ଆଖି ସାମନାରେ ସେଇ ମୁହଁଟି ଦେଖାଯାଉଛି | ଗହଳ କଳା ମଥାଏ ବାବୁରି ବାଳ, ଉଚ୍ଚ କପାଳ, ଲମ୍ବା ନାକ, ଗୋରା ସୁନ୍ଦର ସୁଢ଼ଳ ଗୋଟିଏ ମୁହଁ |

ତାନାମଟା କହି ନାହିଁ ଯେ-ତାନାମ ସୁମନ୍ୟୁ |
ବାଲେଶ୍ବରରୁ ବାପାଙ୍କର ବଦଳି ହେଲା କେନ୍ଦୁଝର  | ସେଇ କେନ୍ଦୁଝର ଗିବ୍ସନ୍ହାଇସ୍କୁଲରେ ମୁଁ ନାମ ଲେଖାଇଲି, ଏକାଦଶ ଶ୍ରେଣୀରେ | ସେ ବର୍ଷ ମାଟ୍ରିକ ପରୀକ୍ଷା ଦେବି |
ସେଇ ସ୍କୁଲରେ ମୋର ତାସହିତ ପରିଚୟ |
ନୂଆକରି ମୁଁ ସେଦିନ କ୍ଲାସ୍କୁ ଆସି ବଡ଼ କୁଣ୍ଠିତ ହୋଇପଡ଼ିଥିଲି; ଲଜ୍ଜା ଠିକ୍ନଥିଲେ ବି ସଙ୍କୋଚ ମୋର ଥିଲା ଖୁବ୍‌ | ଶ୍ରେଣୀରେ ପଛ ବେଞ୍ଚରେ ଯାଇ ବସିଥିଲି |
ଯେଉଁଠି ବସିଲି, ସେଠାରେ ସବୁ ସିଟ୍ଶୂନ୍ୟ, ଜଣେ କେବଳ ବସିଥିଲା ଏକାକୀ-ନିଜକୁ ଅନ୍ୟଠାରୁ ଦୂରେଇନେବା ପରି, ସେ ସୁମନ୍ୟୁ |
ଉଚ୍ଚତାରେ ସେ ଏମିତି ବେଶି କିଛି ନୁହେଁ, ତଥାପି ସେ ବସିଥିଲା ପଛରେ | କାହିଁକି, ସେକଥା ମୁଁ ବୁଝିଥିଲି ପରେ |

ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ | ସେ ଗେଟ୍ସେପଟରୁ ଧୀର ପାଦରେ ବାହାରିଆସିଲା | ଛପି ଛପି ଅତି ସନ୍ତର୍ପଣରେ | ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା | କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର |
ସୁମନ୍ୟୁ, ମୁଁ ତୁମକୁ ଭଲପାଏ |

ସେଇ ପଛ ବେଞ୍ଚରେ ତା ମୋର ପରିଚୟ | ପ୍ରଥମେ ସେ ଚୋରେଇ ଚୋରେଇ ମୋ ଖାତାରେ ଲେଖାଥିବା ନାମକୁ ପଢ଼ିଲା | ମୋ ମୁହଁକୁ ଚାହିଁଲା | ମୁଁ ମଧ୍ୟ ତାଖାତାକୁ ଚାହିଁଲି-ତାନାମ ଜାଣିବା ଅଭିପ୍ରାୟରେ | କିନ୍ତୁ ଖାତା ଉପରେ କିଛି ନାମ ଲେଖା ଥିଲା | ତେଣୁ ପଚାରିଲି, ତୁମ ନାଆଁ କଅଣ ?
‘-
ସୁମନ୍ୟୁ’ | ଅତି ଚାପା, କ୍ଷୀଣ ତା କଣ୍ଠ | ପନ୍ଦର ବର୍ଷ ବୟସରେ କଣ୍ଠସ୍ବରରେ ଏକ ଆପାତ କର୍କଶତା ଥାଏ, କିନ୍ତୁ ସେପରି କର୍କଶତା ତାସ୍ବରରେ ଥିଲା |
ମୋ ନାମ ଦୀପକ | ଦୀପକ ପଟ୍ଟନାୟକ |
ସେ ମୁଣ୍ଡ ହଲାଇ ଆସ୍ତେ ହସିଲା | ତାଅର୍ଥ ମୁଁ ଜାଣେ |
ତାପରେ କଥାବାର୍ତ୍ତାରେ ଖିଅ ବଢ଼ିଲା |
ବୟସ ପନ୍ଦର ବର୍ଷ, ପଢୁଛୁ ଏକାଦଶ ଶ୍ରେଣୀରେ, ଆଉ ଦଶ ମାସ ପରେ ମାଟ୍ରିକୁଲେସନ୍ପରୀକ୍ଷା ଦେବୁ | ଏଣୁ ଯାହା କଥାବାର୍ତ୍ତା ହେବାର କଥା- ପଢ଼ାପଢ଼ି କେତେ ଆଗେଇଛି, କୋଉ ସାର୍କେମିତି ପଢ଼ାନ୍ତି |

ତୁମର ପୋଜିସନ୍କ୍ଲାସ୍ରେ ଥିଲା ? ମୁଁ ପଚାରିଲି | ମୋର ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ | ସେ କହିଲା ମୁଁ ଶ୍ରେଣୀରେ ସେକେଣ୍ଡ ହୁଏ |
ମୁଁ ମନେ ମନେ ସତର୍କ ହୋଇଗଲି | ତେବେ ମୋର ଜଣେ ପ୍ରତିଦ୍ବନ୍ଦ୍ବୀ ହେବ ଏଥରକ |
:
ଟୋଟାଲ ମାର୍କ କେତେ ଥିଲା ?
:
ଚାରିଶହ ସତୁରୀ |
ମୁଁ ଅଶ୍ବସ୍ତ ହେଲି | ମୋ ମନ ଭିତରର ଆଶଙ୍କା କ୍ଷୀଣ କ୍ଷୟିଷ୍ଣୁ ହୋଇ ଲୋପ ପାଇଗଲା |
:
ତମର ଏଗ୍ରିଗେଟ୍ କେତେ ଥିଲା ? ସେ ପଚାରିଲା  |
:
ମୋର ଥିଲା ପାଞ୍ଚଶହ ସତାଅଶୀ | ମୁଁ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି |
ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା | ଏତେ ବଡ଼ ଗୋଟାଏ ସଂଖ୍ୟା ସେ ମୋଠାରୁ ଶୁଣିବାକୁ ଚାହିଁ ଥିଲା ନିଶ୍ଚୟ | ମନେ ମନେ ଟିକିଏ ସଙ୍କୁଚିତ ହୋଇଉଠିଥିବ ହୁଏତ | ସେଇ ସଙ୍କୋଚ ମନରେ ରଖି କହିଲା : ତୁମେ ସେଠି ଫାଷ୍ଟ ହେଉଥିଲ ?
ମୁଁ ମୁଣ୍ଡ ହଲାଇଲି |
ସୁମନ୍ୟୁ ଆଉ କିଛି କହିଲା ନାହିଁ | ଚୁପ୍ରହିଲା |
:
ଏଠି ଫାଷ୍ଟ ହୁଏ କିଏ ? ମୁଁ ପଚାରିବସିଲି |
: ଇନ୍ଦୁ |
ଏତେବେଳ ଯାଏଁ ମୋର ଦୃଷ୍ଟିରେ ସେ ପଡ଼ି ଥିଲା | କିନ୍ତୁ ଏଥର ଦେଖିବାକୁ ପାଇଲି, କ୍ଲାସର ସବା ଆଗ ଧାଡ଼ିରେ ଅଲଗା, ଏକୁଟିଆ ଗୋଟିଏ ସିଟ୍ରେ ଗୋଟିଏ ଝିଅ | ସୁମନ୍ୟୁର କଥା ଅନୁସାରେ, ଇନ୍ଦୁ |
:
ଏଇ ?
ସୁମନ୍ୟୁ ମୁଣ୍ଡ ହଲାଇଲା | ସ୍ବୀକୃତି ସୂଚକ | ମୁଁ ଲକ୍ଷ୍ୟ କଲି, ଆପାତତଃ ଏଇ ମୋର ପ୍ରତିଦ୍ବନ୍ଦ୍ବୀ | ମୋତେ ବେଶ୍ଭଲ ଲାଗିଲା, ମୋ ବୟସର ଗୋଟିଏ ଝିଅକୁ ପ୍ରତିଦ୍ବନ୍ଦ୍ବୀ ମନେକରି |
ଦେଖିବାକୁ ବେଶ୍ସୁନ୍ଦର, ପିନ୍ଧିବା ପୋଷାକରୁ ମନେ ହେଲା ଯେମିତି ଅତି ଧନୀ ଘରର ଝିଅ | ମୁଁ ମନେ ମନେ ଉତ୍ସାହିତ ବୋଧ କଲି |
କେତେ ନମ୍ବର ଥିଲା ?

ସେ ଦିନ ପ୍ରଥମ ସାକ୍ଷାତ | ତେଣୁ ମୁଁ ଲକ୍ଷ୍ୟ କରିପାରି ଥିଲି, କି ଏକ ଅଦ୍ଭୁତ ଉଜ୍ଜ୍ବଳ ସମ୍ଭ୍ରମବୋଧ ସୁମନ୍ୟୁ ମୁହଁରେ ଫୁଟିଉଠିଥିଲା | ଏକ ପ୍ରଚ୍ଛନ୍ନ ଗୌରବବୋଧ ତାସହିତ; କିନ୍ତୁ କ୍ଷଣିକରେ ସେ ଅଭିବ୍ୟକ୍ତି ତାମୁହଁରୁ ଲିଭିଯାଇଥିବ, କାରଣ ସେ କହିଲା : ଏଠାରେ ବଡ଼ ଷ୍ଟ୍ରିକ୍ଟ୍ମାର୍କିଂ ହୁଏ | ବେଶି ନମ୍ବର ମିଳେ ନାହିଁ | ସେମିତି ନମ୍ବର ମିଳୁଥିଲେ ସେ ଛଅଶହଠୁ କମ୍ନମ୍ବର ପାଆନ୍ତେ ନାହିଁ | ତୁମେ ଜାଣି ନାହଁ, ସେ ବଡ଼ ବ୍ରିଲିଆଣ୍ଟ୍‌, ବଡ଼

ସୁମନ୍ୟୁର କଥାଟା ଅସମ୍ପୂର୍ଣ୍ଣ ରହିଲା, କାରଣ ସେ କହେ ଅତି ସଂକ୍ଷେପରେ, ଗୋଟିଏ ଦୁଇଟି ଶବ୍ଦରେ ସବୁ କିଛି କହିଦେବାକୁ ଚାହେଁ | କିନ୍ତୁ ଏଇଠି ସେ ପାରିଲା ନାହିଁ | ରହିଗଲା |
ସେ ବଡ଼ ବ୍ରିଲିଆଣ୍ଟ୍‌ | ଅତି ଭଲ ପଢ଼ନ୍ତି | ତୁମେ ନୂଆ ଆସିଛ, ଜାଣିପାରିବ ନାହିଁ |
ତେବେ- ମୁଁ ସଂଖ୍ୟାଟି ଜାଣିବାକୁ ଚାହିଁଲି, କାରଣ ସେହି ସଂଖ୍ୟାଟି ଉପରେ ମୋର ଅନେକ କିଛି ନିର୍ଭର କରୁଥିଲା- କେତେ ରଖିଥିଲା ସେ ଝିଅଟି ?
ମୁଁ ସେଦିନ ଜାଣିପାରି ଥିଲି ମୋ ସ୍ବରରେ କିଭଳି ଉପେକ୍ଷା ଅବଜ୍ଞା ଫୁଟିଉଠିଥିଲା, ସେ ଝିଅଟା କହିବା ଭିତରେ- ମୁଁ ଜାଣିପାରି ଥିଲି | ସୁମନ୍ୟୁ ମନେ ମନେ ଏଥିରେ ମୋ ଉପରେ ବଡ଼ ଅସନ୍ତୁଷ୍ଟ ହୋଇଥିବ ନିଶ୍ଚୟ; କାରଣ ପରେ ବନ୍ଧୁତା ଜମିଉଠିବା ପରେ ମୁଁ ସୁମନ୍ୟୁକୁ ଅଧିକ ଚିହ୍ନିବାର ସୁଯୋଗ ପାଇଥିଲି !

ସୁମନ୍ୟୁ ଶେଷକୁ ମତେ ନମ୍ବରଟି କହିଥିଲା | ପାଞ୍ଚଶହ ସତେଇଶି, ମୋଠାରୁ ଷାଠିଏ ନମ୍ବର କମ୍‌ | ମୁଁ ମନେ ମନେ ଆଶାନ୍ବିତ ହେଲି | ଝିଅଟିକୁ ଚାହିଁ ଦେଖିଲି ମୋର ପନ୍ଦର ବର୍ଷ ବୟସର କିଶୋର ପ୍ରାଣରେ ପୁଲକ ସଞ୍ଚରିଗଲା |

ସେଇ ସଞ୍ଚରିତ ପୁଲକକୁ ମଁ ଅନୁଭବ କଲି ଆସିବାର ପ୍ରଥମ ଦିନ- ଥରେ ନୁହେଁ ଦୁଇଥର | ଗଣିତ ଶିକ୍ଷକ ଦୁଃଖୀଶ୍ୟାମ ବାବୁ କ୍ଲାସ୍ରେ ଉପସ୍ଥାନ ନେଇସାରି, ଶେଷରେ ଲେଖାଥିବା ମୋର ନାମ ପଢ଼ିଲେ ପଚାରିଲେ, ‘ତୁମେ ସେଇ- ବାଲେଶ୍ବରରୁ ଆସିଛ ? ‘
ମୁଁ ଠିଆ ହୋଇ ହିଁ ଭରିଲି |
:
କ୍ଲାସ୍ରେ ଫାଷ୍ଟ୍ ହେଉଥିଲ ? କେତେ ଥିଲା ଏଥର ପରୀକ୍ଷାରେ ?
ଇନ୍ଦୁ ଆଡ଼କୁ ମୁଁ ଥରେ ଚାହିଁ ଦେଇଥିଲି ଭିତରେ | ସେ ଚୁପ୍ଚାପ୍ଡେସ୍କ ଉପରର ଗୋଟିଏ ବହିକୁ ଚାହିଁରହିଥିଲା | କିନ୍ତୁ ଗଣିତ ଶିକ୍ଷକଙ୍କ ଦ୍ବିତୀୟ ପ୍ରଶ୍ନ ଶୁଣି ସେ ଥରେ ମୋ ଆଡ଼କୁ ଚାହିଁଲା, ସମାନ୍ୟ ଏକ ମୁହୂର୍ତ୍ତ ପାଇଁ |

ମୁଁ ମୋ ନମ୍ବର କହିଲି | ପାଞ୍ଚଶହ ସତାଅଶି | କ୍ଲାସ୍ ସବୁ ପିଲା ଫେରି ମତେ ଚାହିଁଥିଲେ, ନୂଆ ଏକ ମେଧାବୀ ଛାତ୍ରକୁ ଚିହ୍ନିବା ପାଇଁ | ମୁଁ ପୁଲକିତ ହୋଇଉଠିଥିଲି | ସେଠି ଆମର ବଏଜ୍ସ୍କୁଲ | କିନ୍ତୁ ଏଠି ତାହା ନୁହେଁ, ଯାହା ସଦ୍ୟ ବିକାଶପ୍ରାୟ ଗୋଟିଏ କିଶୋର ପାଇଁ ଗୋଟିଏ ଅନବଦ୍ୟ ବ୍ୟାପାର | ପୁଣି ଯେଉଁଠି ପ୍ରତିଦ୍ବନ୍ଦିନୀ ଜଣେ ବାଳିକା, ଏକା ବୟସର |

ଇନ୍ଦୁ ଯେତେବେଳେ ମୋ ଆଡ଼କୁ ଚାହିଁଲା, ଏକ ଚଞ୍ଚଳ ଶିହରଣ ଖେଳିଗଲା ମୋ ଭିତରେ, ମୁଁ ତାଆଡୁ ଆଖି ଫେରାଇ ଆଣି ଗମ୍ଭୀର ହେବାକୁ ଚେଷ୍ଟା କଲି |
ଗଣିତରେ ତୁମର କେତେ ଥିଲା ? ସାର୍ପଚାରିଲେ |
କମ୍ପଲସରୀରେ ଶହେ, ଅପ୍ସନାଲ୍ରେ ଅନେଶତ |
ଦୁଃଖୀଶ୍ୟାମ ସାର୍ସେଦିନ ଭାରି ଖୁସି ହୋଇଉଠିଥିଲେ | ଆହୁରି ଅନେକ କଥା ବି ପଚାରିଥିଲେ |
ତେବେ ପ୍ରଥମରୁ ହିଁ ମୋର ସନ୍ଦେହ ହୋଇଥିଲା, ସୁମନ୍ୟୁ ନାମକ ପତଳା, ସ୍ବାସ୍ଥ୍ୟହୀନ କିନ୍ତୁ ସୁନ୍ଦର ବାଳକଟି ମୋର ପ୍ରକାର ସମ୍ବର୍ଦ୍ଧନାରେ ସନ୍ତୁଷ୍ଟ ହୋଇପାରି ଥିଲା |
ତଥାପି- ସୁମନ୍ୟୁ ସହିତ ମୋର ସାକ୍ଷାତ୍ହୋଇଥିଲା ସବୁଠାରୁ ପ୍ରଗାଢ଼ | ଯଦିଓ ମାତ୍ର ଗୋଟିଏ ବର୍ଷ ପାଇଁ ତଥାପି ଏତେ ଶୀଘ୍ର ସେ ମୋର ନିକଟ ହୋଇଆସିଥିଲା, ଏତେ ଅନ୍ତରଙ୍ଗ ହୋଇଉଠିଥିଲା, ତାହା ମତେ ଏବେ ମଧ୍ୟ ଅଭିଭୂତ କରିଦିଏ |

ତେବେ ପ୍ରଥମରୁ ହିଁ ସେ କହିଥିଲା, ତୁମେ ତାଙ୍କଠାରୁ ବେଶି ନମ୍ବର ରଖିଛ ସତ, ହେଲେ ସେ ଭାରି ଭଲ ପଢ଼ନ୍ତି | ସେ ଭଲ | ସେ ଖୁବ୍ଭଲ | ତୁମେ ନୂଆ ଆସିଚ, କିଛି ଜାଣି ନାହଁ | ସତ କହୁଚି, ସୁମନ୍ୟୁର ଏକ ଅବରୁଦ୍ଧ ଅସନ୍ତୋଷ ବିରୁଦ୍ଧ ଭାବ ମତେ ବେଶ୍ଭଲ ଲାଗିଥିଲା | କାରଣ ସ୍ପଷ୍ଟ |
ସୁମନ୍ୟୁ ପଚାରିଥିଲା : ତୁମର ହବି କଅଣ ? ତୁମକୁ ଭଲ ଲାଗେ ?
:
କ୍ରିକେଟ୍‌ |
ସୁମନ୍ୟୁ ମୋ ଉତ୍ତର ପାଇ ସନ୍ତୁଷ୍ଟ ହେଲା ବୋଲି ମୋର ମନେ ହେଲା ନାହିଁ | ମୋର କୌତୂହଳ ହେଲା, ପଚାରିଲି : ତମର ପ୍ରିୟ ଖେଳ ?
:
ମତେ ଖେଳିବାକୁ ଭଲ ଲାଗେ ନାହିଁ | ଧୀରେ, ଶାନ୍ତ ଭାବରେ ଉତ୍ତର ଦେଲା ସୁମନ୍ୟୁ | ମୋ ହବି କଥା ଯଦି ପଚାରୁଚ, ତେବେ….
ସେମାନେ ଜଣେ ଜଣେ ଥାଆନ୍ତି | ଆମ ଭିତରେ | ଆମର ଅତି ନିକଟରେ | ଅଥଚ ଆମେ କେହି ଚିହ୍ନିପାରୁନା ସେମାନଙ୍କୁ | କ୍ଲାସ୍ରେ ସବୁଠାରୁ ପଛ ବେଞ୍ଚରେ ବସୁଥିବା ଏବଂ ଶ୍ରେଣୀରେ କେବେ ଦ୍ବିତୀୟ, କେବେ ଚତୁର୍ଥ ସ୍ଥାନ ଅଧିକାର କରୁଥିବା ସେଇ ପିଲାମାନଙ୍କୁ ଆମେ ଜାଣିପାରୁ ନାହିଁ | ସେମାନେ ଥାଆନ୍ତି ନିଃଶବ୍ଦ, ଚାପା | ଯଦିଓ ଆମର ଆଖି ସାମନାରେ | ମାତ୍ର ଆମେ ସେମାନଙ୍କ ଉପସ୍ଥିତି ଜାଣିପାରୁନା, ଉପଲବ୍ଧି କରିପାରୁନା |

ସୁମନ୍ୟୁ କହିଥିଲା- ମୋ ହବି ମୁଁ ତୁମକୁ କହିବି ନାହିଁ | ତୁମେ ସେକଥା ବୁଝିପାରିବ ନାହିଁ |
ସତରେ, ସେତେବେଳେ ମୁଁ ଠିକ୍ବୁଝିପାରି ଥିଲି ତେବେ ଅଭିଭୂତ ଯେ ହୋଇପଡ଼ିଥିଲି, କଥା ଠିକ୍‌ | ନହେଲେ ଆଜି, ସେଇ ଦିନ ସବୁ ବିତିବାର ପଚିଶ ବର୍ଷ ପରେ, ତାକୁ ହଠାତ୍ମନେ ପକାଇପାରିନଥାନ୍ତି- ଆଉ ଏକ ନିରୁପାୟ ବ୍ୟାକୁଳତା ମୋ ଭିତରେ ଛାଟିପିଟି ହୁଅନ୍ତା ନାହିଁ |
-
ମୋ ହବି ତୁମେ ବୁଝିବ ନାହିଁ, ମୋଟେ ବୁଝିପାରିବ ନାହିଁ | ସେ ମୃଦୁ ସ୍ବରରେ କହିଥିଲା |
-
ତେବେ ? ମୁଁ ଆଗ୍ରହର ସହିତ ପ୍ରଶ୍ନ କରିଥିଲି, ତୁମକୁ କଣ ଭଲ ଲାଗେ, ସେକଥା ମୁଁ ବୁଝିପାରିବି ନାହିଁ ?
-
ନା-
ସୁମନ୍ୟୁ କିନ୍ତୁ ଶେଷ ପର୍ଯ୍ୟନ୍ତ କହିଥିଲା- ‘ମତେ ଭାବିବାକୁ ଭଲ ଲାଗେ | ଚୁପ୍ଚାପ୍ବସି ଭାବିବା ପାଇଁ ଭାରି ଭଲ ଲାଗେ |’
ପୁଣି କି ପ୍ରକାରର ହବି ? ଭାବିବା ଭାବିବା ପାଇଁ ଭଲ ପାଇବା ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଥିଲା |
:
ମୁଁ ବସି ବସି ଭାବେ ରାତିରେ ଶୋଇବା ଆଗରୁ, ଘଣ୍ଟା ଘଣ୍ଟା ଧରି ଭାବେ | ଅନେକ କଥା, ଅନେକ ଲୋକଙ୍କ କଥା | ମତେ ଭଲ ଲାଗେ |
:
ଭାବିବାକୁ ଭଲ ଲାଗେ ? ଭାବି ଭାବି ତୁମ ମୁଣ୍ଡ ବଥାଏ ନାହିଁ ?
ସୁମନ୍ୟୁ ହସିଥିଲା |
ରିସେସ୍ଆୱାରରେ ଅଧଘଣ୍ଟା ପାଇଁ ଛୁଟି ମିଳେ | ପଡ଼ିଆରେ ଖେଳକସରତ, ଧାଁଦଉଡ଼ ଚାଲେ | କିନ୍ତୁ ସୁମନ୍ୟୁ ଚାଲିଯାଏ ସେଇ ଗହଳି ପାଟିତୁଣ୍ଡଠାରୁ ଦୂରକୁ | ସେଠାରେ ଅନେକ ଗଛର ଛାଇ | ଚୂପ୍ଚାପ୍ସେଇଠି ବସେ ସେ | ଯେତେବେଳେ ଦେଖେ ପଡ଼ିଆରୁ ପିଲାଏ ଚାଲିଯାଉଛନ୍ତି, ସେ ଉଠେ | ଛୁଟି ସରିଲା |

ମୁଁ ତାସହିତ ସେଇ ଗଛ ଛାଇ ତଳର ଶୂନ୍ୟ ନିର୍ଜନ ସମାଧିକୁ କେତେଥର ଆସିଥିଲି | ପ୍ରଥମେ ପ୍ରଥମେ କେବେ କେମିତି, ଯାଚି ହୋଇ | କିନ୍ତୁ ତାପରେ ଦୁହେଁ ସାଙ୍ଗ ହୋଇ ଆସୁ |
-
ଆଚ୍ଛା, ତୁମେ ସବୁ ଭାବ ବସି କହିଲ ? ମୁଁ ଦିନେ ପଚାରିଦେଲି |
ମୋର ଏମିତି ପ୍ରଶ୍ନ ଶୁଣି ସେ ହସିଲା | କହିଲା- ସେ କଥା ତମେ ବୁଝିପାରିବ ନାହିଁ | ସେ ନିହାତି ବାଜେ କଥା-ଭାବି ଲାଭ ନାହିଁ  |
ମୁଁ ତା ମୁହଁକୁ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଚାହିଁରହିଲି | ପଚାରିଲି, ‘ତମେ କବିତା ଲେଖ ସୁମନ୍ୟୁ ? ‘
ଏମିତି ଧାରଣା ଗୋଟିଏ ଆସିବା ସ୍ବାଭାବିକ | ଏଇ ପ୍ରକାର ପିଲାଙ୍କଠାରୁ ଏମିତି କିଛି ଯେ ଆଶା କରାଯାଏ, ସେ କଥା ମୁଁ ଜାଣିଥିଲି |
ସୁମନ୍ୟୁ ହସି ଦେଇଥିଲା, ଯେମିତି ସେ ଲୁଚାଛପା କିଛି ଗୋଟାଏ ଅପ୍ରିୟ କାମ କେଉଁଠି କରୁଥିଲା, ଧରା ପଡ଼ିଯାଇଛି, ଆଉ ମୁକୁଳି ଯାଇପାରିବ ନାହିଁ |
:
ସତେ ? ତୁମେ କବିତା ଲେଖ ? ଗପ ଲେଖ ?
ସେ ଜଣେ କବି | କଥାଟା ଆବିଷ୍କାର କରିବା ମାତ୍ରେ ମୋ ମନ ଭିତରେ ଗୋଟାଏ ଅଦ୍ଭୁତ କୌତୂହଳର ଝଲକ ଖେଳିଗଲା |
:
କଅଣ ସବୁ ଲେଖ ତୁମେ ? କିପରି ? କିମିତିକା କବିତା ଲେଖିଛ ତୁମେ ? ମତେ ଦିନେ ଦେଖାଇବ  |

କବିତା ମୁଁ କିଛି ପଢିଥିଲି, ଜଣେ ଅଧେ କବିଙ୍କୁ ମଧ୍ୟ ଦେଖିଥିଲି | ଜଣେ ବଡ଼ କବି ଆସିଥିଲେ ମୁଁ ବାଲେଶ୍ବରରେ ପଢୁଥିବା ସ୍କୁଲର ବାର୍ଷିକ-ଉତ୍ସବରେ ଯୋଗ ଦେବା ପାଇଁ | ଦେଖିବାକୁ କି କୁତ୍ସିତ କଦାକାର | ଲୁଗାପଟା ପିନ୍ଧାରେ ଗୋଟାଏ ଅଦ୍ଭୁତ ଅସୁନ୍ଦର ଢଙ୍ଗ | ହାତ ଦୁଇଟା ଲୋମଶ, ଶିରାବହୁଳ | ଯେତେବେଳେ ଭାଷଣ ଦେଇଥିଲେ ବଡ଼ ଚିଡ଼ି ଲାଗୁଥିଲା ଶୁଣିବା ପାଇଁ | ସ୍ବରଟା ତାଙ୍କର ବଡ଼ କର୍କଶ | ଉଚ୍ଚାରଣ ମଧ୍ୟ ଅସ୍ପଷ୍ଟ |

ମୋପନ୍ଦର ବର୍ଷ ବୟସର ଅଭିଜ୍ଞତାରେ କବି ଥିଲେ ଏଇମିତି ଜଣେ | କିନ୍ତୁ ସୁମନ୍ୟୁକୁ ଦେଖି, ସର୍ବପ୍ରଥମେ ମୋ ମନରେ ଧାରଣା ଆସିଲା, ଯେଉଁ ଭାବରେ କବି କବିତାକୁ ମୁଁ ବୁଝିଛି, ତାହା ଠିକ୍ନୁହେଁ ହୁଏତ | ଏଇ ସୁମନ୍ୟୁ ହିଁ ଜଣେ କବି | ତା ପ୍ରତିଟି ଭାଷା, ପ୍ରତିଟି ହାବଭାବ ଏକ ପଙ୍କ୍ତି |
ଯେତେବେଳେ ମୁଁ ଜାଣିଲି ସୁମନ୍ୟୁ କବିତା ଲେଖେ, ମୋର ତାପ୍ରତି ଗଭୀର ଅନୁରକ୍ତି ଆସିଗଲା | ମୁଁ ତାକୁ ନୂଆ ରୂପରେ ଦେଖିବାକୁ ଚେଷ୍ଟା କଲି | ତାକଥା, ହାବଭାବରୁ ନୂଆ ଅର୍ଥ ନୂଆ ପ୍ରତୀକ ଖୋଜିବାକୁ ଚେଷ୍ଟା କଲି |
ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ତା ଅଦ୍ଭୁତ ଲଜ୍ଜାଶୀଳତା, ଯାହା ସେ ଏକ କଠିନ ଗାମ୍ଭୀର୍ଯ୍ୟ ଭିତରେ ଛପାଇ ରଖିବାକୁ ବିପନ୍ନ ପ୍ରୟାସ କରେ |
କିନ୍ତୁ ସେ ବେଳେବେଳେ ବାଙ୍ମୟ ହୋଇଉଠେ, ଅସ୍ବାଭାବିକ ଭାବରେ ପ୍ରଗଳ୍ଭ | ମୁଁ ଚୁପ୍ଚାପ୍ତାକୁ ଅନାଏ, ତାମୁହଁର ବଦଳୁଥିବା ଅଭିବ୍ୟକ୍ତିକୁ ଲକ୍ଷ୍ୟ କରେ, କଥା ଶୁଣେ |
:
ତମେ ବଡ଼ ହେଲେ ହେବ ବୋଲି ଭାବିଛ ? କଥା କହୁ କହୁ ରହିଯାଇ ଥରେ ସେ ମତେ ଏକଥା ପଚାରିଲା | ମୁଁ ଚଟ୍ପଟ୍ଜବାବ ଦେଇଥିଲି |
:
ସାଇଣ୍ଟିଷ୍ଟ ! ମତେ ସାଇନ୍ ଭାରି ଭଲ ଲାଗେ, ମୁଁ ସାଇଣ୍ଟିଷ୍ଟ ହେବି, ତମେ ? ତମେ ହେବ !
ମୋପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ ସେ, ଯେମିତିକା ମୋକଥା ସେ ଶୁଣିପାରି ନାହିଁ ଆପଣାର ବିମୃଷ୍ଟ ଚିନ୍ତାରେ ହଜିଯାଇଛି |

ଟିକିଏ ପରେ, ମୋପ୍ରଶ୍ନର ପୁନରାବୃତ୍ତି ପରେ ସେ କହିଲା, ଧୀରେ ଧୀରେ, ମନକୁ ମନ ଭାବିହେଲା ପରି  |
ମୁଁ ଜାଣିପାରୁନି, ମୁଁ ହେବି | ମୋର ହେବା ଉଚିତ | ତେବେ ମୋର ଇଚ୍ଛା, ମୁଁ ଏମିତି କିଛି ହେବି, ଏମିତି କିଛି କରିବି, ଯାହା ଫଳରେ ମୁଁ ମରିବା ସମୟରେ ମୋର ଦୁଃଖ ହେବ ନାହିଁ ଯେ, ମୋ ଜୀବନଟା ବ୍ୟର୍ଥ ହୋଇଯାଇ ନାହିଁ | ମତେ ଲାଗିବ, ମୋର ମୃତ୍ୟୁ ପରେ ବି ମୁଁ ବଞ୍ଚିଛି  |

କିଶୋର ଜୀବନରେ କାମନା ଅତି ଅସାଧାରଣ ନୁହେଁ ଅବଶ୍ୟ | ଅମର ହେବାର ଅଭିଳାଷ ଏଇ ବୟସରେ ହିଁ ରୂପ ନେଇଥାଏ | ମୃତ୍ୟୁକୁ ଜୟ କରି ସମୟ ସହିତ ସାଲିସ୍ କରି, ଅମର ଜୀବନ ପାଇବାର ଇଚ୍ଛା- ଏଇ ବୟସର ଗୁଣ |

ମୁଁ ଠିକ୍ଜାଣେ ନାହିଁ, ସୁମନ୍ୟୁର କବିତା ଲେଖିବାର ସ୍ପୃହା ଏଇ ଅମର ହେବାର ଅଭିଳାଷରୁ ଜାତ କି ନା | ତେବେ ସେ ଲେଖୁଥିଲା ବେଶ୍ଭଲ | ସାହିତ୍ୟରେ ମୁଁ ଭଲ ନମ୍ବର ରଖୁଥିଲେ ମଧ୍ୟ କଥା ମତେ ମାନିବାକୁ ହେବ, ଏପରି ଲେଖାଲେଖି ମୋଦ୍ବାରା ଆଦୌ ସମ୍ଭବ ନୁହେଁ |

ସୁମନ୍ୟୁର କବିତା ବି ମୁଁ ଠିକ ରୂପେ ବୁଝିପାରୁ ଥିଲି | ଦୁର୍ବୋଧ୍ୟ ପଦଗୁଡ଼ିକ ଦେଖାଇ ମୁଁ ପଚାରେ, ଏଇ ଧାଡ଼ିର ମାନେ କହିଲ?
ସେ ମତେ ବୁଝାଇବାକୁ ଚେଷ୍ଟା କରେ |
କିନ୍ତୁ ଗୋଟାଏ କବିତା ପଢି ମୁଁ ଚମକିଉଠିଥିଲି | ମୋର ଗଣିତ-ସର୍ବସ୍ବ ମନରେ ବି ତାହା ଗାର ଟାଣିଦେଇଥିଲା କିଛି ସମୟ ପାଇଁ |
:
ଏଇ କବିତାଟି ତୁମେ ତାକୁ ନେଇ ଲେଖିଛ !
ସୁମନ୍ୟୁର ଗୋଟିଏ ଭୀଷଣ ଅପରାଧ ଯେମିତି ମୋଆଖିରେ ଧରା ପଡ଼ିଯାଇଛି | ସେ ଲଜ୍ଜିତ ଭାବରେ ତଳକୁ ମୁହଁ ପୋତିଦେଲା | କିଛି କହିଲା ନାହିଁ |
କିନ୍ତୁ କିପରି ସମ୍ଭବ ? ଯାହା ସହିତ ସେ କେବେ ଦିନେ କଥାବାର୍ତ୍ତା ବି କରି ନାହଁ, ଯାହା ସାମନାରେ ପହଞ୍ଚିଗଲେ ସେ ପଳାଇଯିବାକୁ ବାଟ ପାଏ ନାହିଁ, ତାକୁ ନେଇ ସେ କବିତା ଲେଖିବ !
ସୁମନ୍ୟୁ ମତେ ଭୟ ଆଖିରେ ଚାହିଁଲା | ଡରିଲା ସ୍ବରରେ କହିଲା : ଏକଥା କାହାକୁ କହିବ ନାହିଁ, ତୁମ ବିଦ୍ୟା ରାଣ |
:
ନା, ମୁଁ କାହାକୁ କହିବି ନାହିଁ | ମୁଁ ଆଶ୍ବାସନା ଦେଇ କହିଲି | କିନ୍ତୁ ତାସହିତ ମୋର କୌତୂହଳ ମଧ୍ୟ ଆସିଲା, ପଚାରିଲି, ଇନ୍ଦୁକୁ ତୁମେ ଏଇ କବିତାଟି ଦେଖାଇଛ?
ଆତଙ୍କିତ ହୋଇଉଠି ସୁମନ୍ୟୁ କହିଲା; ନା, ନା- ମୁଁ କେବେ ଦେଖାଇବି ନାହିଁ |
ମୁଁ ଆଶ୍ଚର୍ଯ୍ୟ ହୋଇଥିଲି | ଯାହା ଉଦ୍ଦେଶ୍ୟରେ ତା ଏଇ କବିତାଟି ଲେଖା, ତାକୁ ସେଇଟି ଲୁଚାଇରଖିବାର ଏତେ ଚେଷ୍ଟା କାହିଁକି ?

କିଛି ସମୟ ଚୁପ୍ରହି ସୁମନ୍ୟୁ କହିଥିଲା, କବିତା ମୁଁ ତାଙ୍କୁ କେଭେ ଦେଖାଇବି ନାହିଁ | କେବେ ନୁହେଁ | ଯଦି ସେ ଜାଣିପାରନ୍ତିଯଦି ସେ ଜାଣିପାରନ୍ତିଯେ ମୁଁ ତାଙ୍କୁ ନେଇ କବିତା ଲେଖିଛି, ତେବେ
:
ତେବେ ହେବ ? ମୁଁ ବୁଝିପାରିଲି ନାହିଁ  |
:
ତେବେ ସତ କହୁଚି ମୁଁ ଆଉ ବଞ୍ଚିବି ନାହିଁ | ସତ କହୁଚି ମୁଁ ଆତ୍ମହତ୍ୟା କରିଦେବି |
ତାପରେ ସେ ମୋ ହାତରୁ ସେଇ କବିତା ଖଣ୍ଡିକ ଛଡ଼ାଇନେଇଗଲା | କାଗଜଟି ଅତି ଯତ୍ନରେ ଭାଙ୍ଗି ପକେଟରେ ପୂରାଇଲା |
ଏଇ ଘଟଣାଟି ଘଟିବାର କିଛି ଦିନ ପରେ ସେ ମତେ ଚୁପିଚୁପି ଗୋଟିଏ କଥା ପଚାରିଲା | ପ୍ରଶ୍ନଟିର ସେମିତି କିଛି ଗଭୀରତା ହୁଏତ ନାହିଁ, କିନ୍ତୁ ସେଇ ବୟସରେ ଏଇ ପ୍ରଶ୍ନଟି ଏକାନ୍ତ ମାରାତ୍ମକ |
ସେ ପଚାରିଲା : ଏଇଟା ନିହାତି ପାପକଥା ?
:
କୋଉ କଥାଟା ?
:
ଏଇମାନେତୁମେ ଖରାପ ଭାବିବକିନ୍ତୁ-
ମୁଁ ସୁମନ୍ୟୁର କୁଣ୍ଠା ଦେଖି ଟିକିଏ ଭରସା ଦେବା ପରି କହିଲି : କୁହ ! ମୁଁ ଆଦୌ ଖରାପ ଭାବିବି ନାହିଁ |
ରହି ରହି ଚାପା ମ୍ରିୟମାଣ ସ୍ବରରେ ସୁମନ୍ୟୁ ପଚାରିଲା-
:
ଏଇମୁଁ ଯେ- ମୁଁ ଯେ- ମନେ ମନେ ଇନ୍ଦୁକୁ ଲଭ୍କରୁଛି, ଏଇଟାନିହାତି ପାପ କଥା ?
:
ଇସ୍‌, ପାପ ନୁହେଁ ! ପାପ ନୁହେଁ ତେବେ ? ନିହାତି ଖରାପ କଥା |
ମୁଁ ଯେଉଁ ସ୍ବରରେ କଥା କହିଲି, ତାହା ମୋର ନିଜସ୍ବ ସ୍ବର ନୁହେଁ | ଅଭିଭାବକଙ୍କୁ ଅନୁକରଣ କରିଥିବା ଗମ୍ଭୀର ଗଳା |

ସୁମନ୍ୟୁ ତଳକୁ ମୁହଁ ପୋତି କିଛି କ୍ଷଣ ବସିରହିଲା | ମୋ ଠାରୁ ସେ ଟିକିଏ ପ୍ରଶ୍ରୟପୂର୍ଣ୍ଣ କଥା ଶୁଣିବାକୁ ଆଶା କରିଥିଲା ହୁଏତ, ମୁଁ କିନ୍ତୁ ସେତକ ପ୍ରଶ୍ରୟ ଦେଇପାରିଲି ନାହିଁ | ଝିଅଙ୍କ ସମ୍ପର୍କରେ ମୋର ଯେତେ କିଛି କୌତୂହଳ ଆଗ୍ରହ ଥିଲେ ମଧ୍ୟ, ଗୁରୁଜନଙ୍କ ତୀକ୍ଷ୍ଣ ନଜର କଠିନ ଶାସନ ଭିତରେ ଗଢି୍ଉଠିଥିବା ଏକ ଅକାଳ ପରିପକ୍ବ ବିବେକ ଭିତରୁ ଏତିକି ଭାଷା ହିଁ ଉଚ୍ଚାରିତ ହେଲା | ନିଜକୁ ନିଜେ ଶାସନ କଲାପରି- ନା- ଝିଅମାନଙ୍କ କଥା ଭାବିବା ଭଲ ନୁହେଁ | ସେମାନେ ଅଲଗା, ଆମେ ଅଲଗା | ସେମାନଙ୍କ ସହିତ ଆମର କି ସମ୍ପର୍କ ଅଛି !

ସୁମନ୍ୟୁ କିନ୍ତୁ ନିରସ୍ତ୍ର ହେଲା ନାହିଁ | ମତେ ପଚାରିଲା- ଆଚ୍ଛା, ସତ କୁହ ଇନ୍ଦୁକୁ ଦେଖିଲେ ତୁମକୁ କେମିତି ଲାଗେ ?
ଇନ୍ଦୁକୁ ଦେଖିଲେ ମତେ କିପରି ଲାଗେ, ସେ କଥା ମୋର ଏବେ ସ୍ପଷ୍ଟ ମନେ ଅଛି | ଏବେ ମଧ୍ୟ ମୋ ମନ ଭିତରେ ଏକ ଚଞ୍ଚଳ ଶିହରିତ ଆବେଗ ଚହଟିଉଠେ | ତା ସେହି ପନ୍ଦର ବର୍ଷ ବୟସର କୁମାରୀ ରୂପ ମୁଁ ଭୁଲିପାରି ନାହିଁ | ମଥାରେ ଗହଳ କଳା ବାଳ, ଯାହା ବେଶ୍ଲମ୍ବା ସୁନ୍ଦର, ଗାଢ କଳା ଭୁରୁ ତଳେ ଉଜ୍ଜଳ ଗଭୀର ଦୁଇ ଆଖି, ନରମ ଓଠ ଧଳା ଧଳା ମୁକ୍ତା ପରି ସଜଡ଼ା ଦାନ୍ତ- ସବୁ ମିଶି ସେ କେବଳ ସୁନ୍ଦର ଦେଖାଯାଏ ନାହିଁ, ମହିମାନ୍ବିତ ମନେ ହୁଏ | ଖୁବ୍ଶାନ୍ତ ଧୀର ସ୍ବଭାବର ଝିଅ ଥିଲା ସେ, ସ୍କୁଲର ସବୁଠାରୁ ଦୁର୍ଦ୍ଦାନ୍ତ ଛାତ୍ର ବି ତାକୁ ଚିଡ଼େଇବା ପାଇଁ ସାହସ ପାଏ ନାହିଁ |

ମୁଁ ଏତେ କଥା ଲେଖି ମଧ୍ୟ ଯେତିକି ବୁଝାଇପାରୁ ନାହିଁ, ସେତକ ସୁମନ୍ୟୁ ଖୁବ୍ସଂକ୍ଷପରେ ମତେ ସେଦିନ ବୁଝାଇଦେଇପାରିଥିଲା | ମୋର ଛୋଟିଆବେଶ୍ଭଲ ଝିଅଟିଏମନ୍ତବ୍ୟ ଶୁଣିବା ପରେ ଟିକିଏ ଚୁପ୍ରହି, ଚାପା ଦୀର୍ଘନିଃଶ୍ବାସ ଛାଡ଼ି ସେ କହିଥିଲା-
ତାକୁ ଦେଖିଲେ ମତେ କେମିତି ଲାଗେ ମୁଁ ଆଦୌ ବୁଝାଇପାରିବି ନାହିଁ, ଦୀପକ | ତାକୁ କ୍ଲାସରେ ଦେଖିଲେ ମୋର ମନେ ହୁଏ ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଜୀବନରେ ମୁଁ ଆଉ କିଛି ଚାହେଁ ନାହିଁ | ମୁଁ ଏବେ ଏଇଠି ମରିଗଲେ ମଧ୍ୟ ମୋର କିଛି ଦୁଃଖ ନାହିଁ | ମୁଁ ସୁଖୀ | ମୁଁ ଧନ୍ୟ |

କେବଳ ଦୂରରୁ ପଲକଟିଏ ଦେଖିପାରିବାର ଯେଉଁ ସନ୍ତୋଷ, ସେ କଥା ବୋଧହୁଏ କେତେକଙ୍କୁ ଅଦ୍ଭୁତ ମନେ ହେବ | ପଦେ ବି କଥା କହି, ନିକଟ ସାନ୍ନିଧ୍ୟର କୌଣସି ଲାଳସା ରଖି, ଏତିକିରେ ପରିତୃପ୍ତ ହେବାର ଦୃଷ୍ଟାନ୍ତ ବୋଧହୁଏ ବହୁତ ବେଶି ନାହିଁ |
ସୁମନ୍ୟୁ କିନ୍ତୁ ସେହିପରି ଜଣେ |
ମୁଁ କହିଲି- ମତେ ସେଇ କବିତାଟି ଟିକିଏ ଦିଅ | ମୁଁ ଆଉ ଥରେ ଭଲକରି ପଢ଼ିବି |
କବିତାଟି ମୁଁ ସେହିଦିନ ତାଠାରୁ ନେଇ ପାଖରେ ରଖିଥିଲି | କେଉଁ ଦୁର୍ବୁଦ୍ଧିର ବଶବର୍ତ୍ତୀ ହୋଇ ଏପରି କାମଟିଏ ମୁଁ କରିଥିଲି, ତାହା ମୁଁ ଆଜି ପର୍ଯ୍ୟନ୍ତ ଠିକ୍ରୂପେ ବୁଝିପାରି ନାହିଁ | ଏହା ପ୍ରକୃତିରେ ଏକ ଦୁଃସାହସପୂର୍ଣ୍ଣ କାମ- ଅନ୍ତତଃ ମୋପକ୍ଷରେ | ଏପରି ଦୁଷ୍ଟାମି (ହଁ, ଦୁଷ୍ଟାମି ନୁହେଁ ଆଉ ?) ମୁଁ ମୋଜୀବନରେ ପୂର୍ବରୁ କେବେ କରିନଥିଲି | ପରେ କେବେ କରିବାକୁ ସାହସ ମଧ୍ୟ କରିନାହିଁ | ସେଇ ମୋର ପ୍ରଥମ ଶେଷ କଳୁଷିତ ଅପରାଧ |

ନା- କଳୁଷିତ ବୋଲି ମୁଁ କହିବି ନାହିଁ | ଏହା ପାପ- ଏହା ମଧ୍ୟ ମୁଁ ସ୍ବୀକାର କରେ ନାହିଁ | ତେବେ, ଅପରାଧ ନିଶ୍ଚୟ- ପ୍ରଚଳିତ ସାମାଜିକ ମୂଲ୍ୟବୋଧ ହିସାବରେ |
କିନ୍ତୁ ମୋର ସେହି ଅପରାଧର ପ୍ରାୟଶ୍ଚିତ୍ତ ମୁଁ କଲି ନାହିଁ | ଯେ କଲା ସେ ସୁମନ୍ୟୁ | ତାଆଖିରୁ ସେତେବେଳେ ଧାରଧାର ଲୁହ ନିଗିଡ଼ିପଡ଼ୁଥିଲା, ସେଇ ଲୁହ ଉଦ୍ଗତ କୋହ ଭିତରେ ଥରି ଥରି ସେ ମତେ କହିଲା
ଯାହା କହିଲା ସେ ପରର କାହାଣୀ | ତାପୂର୍ବରୁ ଯାହା ଘଟିଲା, ତାହା ପ୍ରଥମେ କହୁଛି |
ସୁମନ୍ୟୁଠାରୁ କବିତାଟି ମୁଁ ନେବାର ଦୁଇଦିନ ପରେ ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ | ବଡ଼ ଗମ୍ଭୀର, ଥମଥମ | ସେ ଜଣେ ବଡ଼ ଅଫିସର | ତାଙ୍କୁ ଆମ ସ୍କୁଲରେ ସମସ୍ତେ ଚିହ୍ନନ୍ତି | ତାଙ୍କ ସୁନ୍ଦର ଘରଟି ମଧ୍ୟ ଆମ ସମସ୍ତେ ଦେଖିଛୁ |
ଇନ୍ଦୁର ବାପା ସ୍କୁଲକୁ ଆସି ହେଡ଼୍ମାଷ୍ଟରଙ୍କ ସହିତ କଥାବାର୍ତ୍ତା ହେଲେ | ତାପରେ ଚାଲିଗଲେ | ସେ ଚାଲିଯିବା ଠିକ୍ପରେ ପରେ ଆମ କ୍ଲାସକୁ ହେଡ୍ସାର୍ଆସିଲେ | ହାତରେ ଗୋଟିଏ ଲମ୍ବା ବେତ- ସେହି ବେତର କରାମତି ଆମର କାହାରିକୁ ଅଜଣା ନୁହେଁ |
କ୍ଲାସରେ ପହଞ୍ଚି ସେ ଗମ୍ଭୀର ସ୍ବରରେ ଡାକିଲେ- ସୁମନ୍ୟୁ |
ସୁମନ୍ୟୁ କ୍ଲାସ୍ରେ ଅନ୍ୟମନସ୍କ ହୋଇ ବସିରହିଥିଲା; ଯେମିତି ସେ ଅଧିକାଂଶ ସମୟରେ ବସିରହିଥାଏ | ନିଜ ନାମ ଡକାହେବା ଶୁଣି ସେ ଠିଆ ହୋଇପଡ଼ିଲା |
ଏଠିକି ଆସ |
ସୁମନ୍ୟୁ ଟେବୁଲ୍ପାଖକୁ ଗଲା |
ହେଡ଼୍ସାର ତାଙ୍କ ହାତରେ ଧରିଥିବା ଗୋଟିଏ କାଗଜ ତାକୁ ଦେଖାଇଲେ | ଏଇଟା ତୁମେ ଲେଖିଚ ?
ସୁମନ୍ୟୁ କାଗଜଟି ଦେଖିଲା | ଚିହ୍ନିପାରିଲା | ଏକ ଶିହରିତ ବିସ୍ମୟ ଖେଳିଗଲା ତାଭିତରେ | ଏଇ କାଗଜଟି ହେଡ଼ସାର୍ଙ୍କ ହାତକୁ ଆସିଲା କିପରି?

ମୁଁ ବି ଚମକିଉଠିଲି | କିନ୍ତୁ ମୋର ଚମକିବାର କି କାରଣ ଥିଲା ? ଦୁଇଦିନ ତଳେ ମୁଁ ନିଜେ ଏଇ କବିତାଟିର ତଳେ ସୁମନ୍ୟୁ ମିଶ୍ର ନାମ ଲେଖି ଡାକରେ ପଠାଇଦେଇଥିଲି | ଇନ୍ଦୁର ଘର ଠିକଣାରେ | ତାଘର ଠିକଣା ଆମ ସ୍କୁଲରେ ଜାଣେ କିଏ |
ଏମିତି ମୁଁ କାହିଁକି କରିଥିଲି ? କାହିଁକି ? ନା- ମୁଁ ନିଜେ ମଧ୍ୟ ଜାଣେ ନାହିଁ | ଭଗବାନଙ୍କ ଦ୍ବାହି, ମୁଁ ଜାଣେ ନାହିଁ | କିନ୍ତୁ ପଠାଇଦେଇଥିଲି | ଆଜି ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ | ବର୍ତ୍ତମାନ ହେଡ଼୍ସାରଙ୍କ ହାତରେ ସେଇ ଅଭିଶପ୍ତ କାଗଜଖଣ୍ଡିକ | ମୋ ଆଖି ଆଗରେ ଏବେ ସଂପୂର୍ଣ୍ଣ ଚିତ୍ରଟି ସ୍ପଷ୍ଟ- ଦିନ ଆଲୁଅ ପରି |
ସୁମନ୍ୟୁର ଓଠରୁ ଏକ ନିରୁକ୍ତ ଯନ୍ତ୍ରଣାର ଭାଷା ବାହାରିଆସିଲା | ତାଉପରେ ସପାସପ ବେତ ଚାଲିଛି | ହେଡ଼୍ସାର ଅତି ରାଗୀ ଲୋକ | ପୁଣି ତାଙ୍କର ନୀତିନିୟମ ଜ୍ଞାନ ଅତି ବେଶି | ସୁମନ୍ୟୁର ଯେ ଆଜି ନିସ୍ତାର ନାହିଁ ସେ କଥା ବୁଝିପାରି କମ୍ପିଉଠିଲି ମନ ଭିତରେ |

ହେଡ଼୍ମାଷ୍ଟରଙ୍କ ବେତ-ସାପର ଲହଲହ ଜିଭ ସୁମନ୍ୟୁର ନରମ ଦୁର୍ବଳ ଦେହକୁ ଚାଟିଯାଉଥାଏ | ସେଇ ବିଷାକ୍ତ ଜ୍ବାଳାରେ ସୁମନ୍ୟୁ ତଳେ ବସିପଡ଼ିଲା- ଦୁଇ ହାତରେ ମୁଁହଁକୁ ଘୋଡ଼ାଇରଖି, ଉଦ୍ଗତ ଲୁହର ଧାରାଶ୍ରାବଣକୁ ଲୁଚାଇରଖି | କିନ୍ତୁ ତାକୋହ ଲୁଚି ରହିପାରିଲା ନାହିଁ |
ସୁମନ୍ୟୁ ଦେହରେ ନୋଳା ବସିଯାଇଥାଏ |
ଦଣ୍ଡ ଦେଇସାରି ହେଡ଼୍ସାର ଗୋଟିଏ ଛୋଟ ଭାଷଣ ଦେଇଥିଲେ ଆମକୁ | ମଣିଷ ଜୀବନରେ ଚରିତ୍ର ହିଁ ସବୁଠାରୁ ବଡ଼କଥା | ଯାହାର ଚରିତ୍ର ନାହିଁ ସେ ପଶୁ, ସେ ସତରେ କଳ୍ପନା କରିପାରି ଥିଲେ ଯେ ସୁମନ୍ୟୁ ନାମକ ଏକ ମେଧାବୀ ଛାତ୍ର ଏପରି ନୀଚ କାମଟିଏ କରିବ | ଯେଉଁ ଆର୍ଯ୍ୟଭୂମି ଭାରତବର୍ଷରେ ମହାତ୍ମାଗାନ୍ଧୀ ବୁଦ୍ଧଙ୍କ ପରି ମହାମାନବ ଜନ୍ମ ହୋଇଛନ୍ତି…. ଇତ୍ୟାଦି, ଇତ୍ୟାଦି |
ହେଡ଼୍ସାରଙ୍କ ଭାଷଣ ଆହୁରି ବଢିଥାଆନ୍ତା ବୋଧହୁଏ, କିନ୍ତୁ ଖେଳଛୁଟିର ଘଣ୍ଟା ବାଜିଉଠିଲା | ସେ ବିଦାୟ ନେଲେ |
ଏଇ ଆକସ୍ମିକ ଘଟଣାରେ ହତବାକ୍ ବିମୂଢ ଅନ୍ୟାନ୍ୟ ସବୁ ଛାତ୍ରମାନେ ମଧ୍ୟ ସାଙ୍ଗେ ସାଙ୍ଗେ କ୍ଲାସ୍ଛାଡ଼ି ଚାଲିଗଲେ- ବୋଧହୁଏ ଟିକିଏ ଅଧିକ ତରତର ହୋଇ |
କ୍ଲାସ ନିର୍ଜନ ହୋଇଯିବା ପରେ ମୁଁ ସୁମନ୍ୟୁ ପାଖକୁ ଗଲି | ସୁମନ୍ୟୁ ଟେବୁଲ ପାଖରେ ସେମିତି ଆଣ୍ଠୁ ମାଡ଼ି ବସି ଆଖି ଲୁହ ପୋଛୁଥାଏ |
ସୁମନ୍ୟୁ…. ମୁଁ ଭୀତ ସ୍ବରରେ ଡାକିଲି | ତା ଆହତ ଦେହରେ ହାତ ଦେବାପାଇଁ ମୋର ସାହସ ହେଉ ଥାଏ |
ସେ ମୋ ଡାକ ଶୁଣିଲା ନାହିଁ |
ସୁମନ୍ୟୁ, ଭାଇମୋର ଦୋଷ ହୋଇଛି | ମୁଁ ତୁମକୁ କହି
ମୋ ଭିତରେ କେଉଁଠି ଏତେ ଲୁହ, ଏତେ ଦୁଃଖ, ଏତେ ଅନୁତାପ ଜମିରହିଥିଲା କେଜାଣି, ମୁଁ ଭୋ ଭୋ କାନ୍ଦିଉଠିଲି | ତା ଗୋଟିଏ ହାତକୁ ମୋର ମୁହଁରେ ଚାପିରଖି |
ସୁମନ୍ୟୁ ତା ହାତଟି ମୋ ହାତରୁ ଛଡ଼ାଇନେଇଗଲା | ମୁଁ ତାପାଖରେ ବସି ସେମିତି କାନ୍ଦିଲାଗିଲି | ତାଆଖି ଏବେ ଶୁଖିଲା କିନ୍ତୁ ମୋ ଆଖିରୁ ଧାରଧାର ଲୁହ ବହିଲାଗିଲା | ମୁଁ ବିକଳ ହୋଇ କହିଲି- ମତେ କ୍ଷମା କର ସୁମନ୍ୟୁ- ମୁଁ ଜାଣି ଥିଲିଜାଣି ଥିଲି
ସୁମନ୍ୟୁର ହାତ ଏଥର ମୋ ଆଡ଼କୁ ଲମ୍ବିଆସିଲା | ମୋ ପିଠି ଉପରେ ହାତ ରଖି, ସେ ଅଶ୍ରୁସଜଳ କଣ୍ଠରେ କହିଲା- ମୁଁ ତୁମର କି ଦୋଷ କରିଥିଲି, ଦୀପକ-ତୁମେ ମତେ ଏମିତି….
ମୋର ଦୋଷ ହୋଇଛି ସୁମନ୍ୟୁ  | ମୋତେ କ୍ଷମା କର |
ମୁଁ ଏବେ- ମୁଁ ଏବେ ମୁହଁ ଦେଖେଇବି କାହାକୁ ? ମୁଁ ବଞ୍ଚିବି କିପରି |

ସେ ଦିନର ବର୍ଣ୍ଣନା ଆଉ ଦୀର୍ଘ କରିବା ମୋର ଅଭିପ୍ରାୟ ନୁହେଁ | ତେବେ ଏତିକି ଲେଖିଲେ ଯଥେଷ୍ଟ ହେବ ଯେ ସେଦିନ ସୁମନ୍ୟୁ ପଛ ସିଟ୍ରେ ବସିରହି ନିଃଶବ୍ଦରେ କାନ୍ଦୁଥିଲା ମୁଁ ଅନ୍ୟର ଅଲକ୍ଷ୍ୟରେ ତାପିଠି ଆଉଁସିଦେଉଥିଲି | କ୍ଲାସ ଶେଷ ହେବା ପରେ, ହେଡ଼୍ସାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଡିଟେଣ୍ଡ୍ରହିଥିଲା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ | ମୁଁ ସ୍କୁଲ ଗେଟ୍ପାଖରେ ଠିଆ ହୋଇ ଅଧୀର ଭାବରେ ତାକୁ ଅପେକ୍ଷା କରିରହିଥିଲି |
ସନ୍ଧ୍ୟା ଛଅଟା ବେଳେ, ବିଷର୍ଣ୍ଣ ମ୍ରିୟମାଣ ଗୋଟିଏ କିଶୋର କ୍ଲାସ-ରୁମ୍ଛାଡ଼ି ବାହାରିଆସିଥିଲା | ସାରାଦିନର ଶାରୀରିକ ନିର୍ଯ୍ୟାତନା ମାନସିକ ଯନ୍ତ୍ରଣାରେ ସେ ନଇଁପଡ଼ିଛି ଆଗକୁ | ମୁଣ୍ଡବାଳ ଅବିନ୍ୟସ୍ତ | ଆଖି ଲାଲ୍‌ | ଓଠ କମ୍ପୁଛି |
ସେ ଗେଟ୍ପାଖକୁ ଆସିବା କ୍ଷଣି, ମୁଁ ଆଗେଇଯାଇଥିଲି | ମୁଁ ଜାଣେ, ସୁମନ୍ୟୁ ମୋ ଅପରାଧକୁ କ୍ଷମା ଦେବ ନାହିଁ | ମୁଁ ତା ଏଇ ବିପର୍ଯ୍ୟୟର ଏକମାତ୍ର କାରଣ | ଆଜି ମୋତେ ଏଇ ଦଣ୍ଡ ଦିଆଯିବା ଉଚିତ ଥିଲା | କିନ୍ତୁ ମୁଁ ଦଣ୍ଡ ପାଇଲି ନାହିଁ | ଯେ ଦଣ୍ଡ ପାଇଲା ସେ ସୁମନ୍ୟୁ | କେହି ଜାଣିଲେ ନାହିଁ ଯେ ମୁଁ ଦୋଷୀ- ସୁମନ୍ୟୁ ନିର୍ଦ୍ଦୋଷ |

ଏକଥା ଭାବି ଭାବି ଆଗେଇ ଯାଉଯାଉ ମୁଁ ହଠାତ୍ରହିଗଲି | ଦେଖିବାକୁ ପାଇଲି-ଗେଟ୍ସେ ପାଖରୁ ଆଉ ଜଣେ ବାହାରିଆସୁଛି | ଅଶରୀରୀ ଛାୟା ପରି |
ସନ୍ଧ୍ୟାର ଛାୟାନ୍ଧକାର ଭିତରେ ସେ ପଟୁ ଯିଏ ବାହାରିଆସିଲା, ତାକୁ ମୁଁ ଚିହ୍ନିପାରିଲି | ସେ ଇନ୍ଦୁ |
ଇନ୍ଦୁ କଥା ମୁଁ ଯାଏ କିଛି କହିନାହିଁ | ହେଲେ ତାସମ୍ପର୍କରେ ଆଉ କହିବାର ବା ଥିଲା ? ସେ ଦିନସାରା ଅତି ଗମ୍ଭୀର ହୋଇ ନିଜ ସ୍ଥାନରେ ବସିରହିଥିଲା- ସୁମନ୍ୟୁ ଯେବେ ବେତମାଡ଼ ଖାଇ କାନ୍ଦୁଥିଲା, ହେଡ଼୍ସାର ଯେତେବେଳେ ଚରିତ୍ର ଉପରେ ଭାଷଣ ଦେଉଥିଲେ, ଯେତେବେଳେ ପିଅନ ନୋଟିସ୍ନେଇ ଆସିଲା ଯେ ସୁମନ୍ୟୁ ଆଜି ଛଅଟା ଯାଏ ଡିଟେଣ୍ଡ ରହିବ, ସାରା ସମୟ ଇନ୍ଦୁ ଥିଲା ନୀରବ, ନିଶ୍ଚଳ | ଯେମିତି ତାଦେହରେ ପ୍ରାଣ ନାହିଁ | ସେ ପଥର ପାଲଟିଯାଇଛି |
ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ- ସେ ଗେଟ୍ସେପଟରୁ ଧୀର ପାଦରେ ବାହାରିଆସିଲା | ଛପି ଛପି ଅତି ସନ୍ତର୍ପଣରେ | ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା | କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର |
ସୁମନ୍ୟୁ, ମୁଁ ତୁମକୁ ଭଲପାଏ |
ନୀରବ ନିର୍ଜନ ସେତେବେଳେ ସାରା ପୃଥିବୀ ଯେପରି | ଆକାଶରେ ସନ୍ଧ୍ୟାରେ ବିଷର୍ଣ୍ଣ ଅନ୍ଧାର | ପବନର ଗତି ନାହିଁ | ସାରା ପରିବେଶ ଶୂନ୍ୟ ନିର୍ଜନ | ସେହି ପରିବେଶ ଭିତରେ ସ୍ବୀକାରୋକ୍ତି ଶୁଣାଗଲା | ଅଦ୍ଭୁତ ଅସହାୟ ବିଦୀର୍ଣ୍ଣ | ମୋର ମନେ ହେଲା ଯେମିତି ସେଇ ସ୍ବରଟି ନିଃଶବ୍ଦରେ ବ୍ୟାପିଯାଇ ସାରା ଆକାଶ ଅନ୍ଧକାରକୁ ଆଚ୍ଛନ୍ନ କରିଦେଲା | ମୁମୂର୍ଷୁ ପବନରେ ପ୍ରାଣସ୍ପନ୍ଦନ ସଞ୍ଚାରିଦେଲା |
ତାପରେ ଇନ୍ଦୁ ସୁମନ୍ୟୁର ଅତି ନିକଟକୁ ଚାଲିଆସିଲା | କହିଲା- ସୁମନ୍ୟୁ, ମୁଁ ତୁମକୁ ସତରେ ଭଲପାଏ |
ଗଭୀର ବେଦନା ଅଶ୍ରୁରେ ଇନ୍ଦୁର ସ୍ବର ସଜଳ ହୋଇଉଠିଲା | ତା ନିଃଶ୍ବାସର ଗତି ଦ୍ରୁତ ହୋଇଉଠିଲା ଯେମିତି | ସେ ଦୁଇ ହାତରେ ସୁମନ୍ୟୁକୁ ନିଜ ଛାତିରେ ଚାପିଧରିଲା | ଗଭୀର ରୁପେ ତାଓଠରେ ଚୁମ୍ବନ ଦେଲା | ତାପରେ ଗୋଟିଏ ଝଟକାରେ ନିଜକୁ ମୁକ୍ତ କରିନେଇ, କେଉଁ ଅନ୍ଧାରରେ ମିଶିଗଲା |
ଏବଂ ସୁମନ୍ୟୁ ଏକ ବଜ୍ରାହତ ବୃକ୍ଷ ପରି କିଛି ସମୟ ନୀରବରେ ସେଇଠି ଠିଆ ହୋଇରହିଲା, ତଳକୁ ମୁଣ୍ଡ ପୋତି | ସ୍ଥିର, ନିଶ୍ଚଳ | ଯେମିତି ତା ଛାତି ହଠାତ୍ନିଷ୍ପନ୍ଦ ହୋଇଯାଇଛି | ନିଃଶ୍ବାସ ଯାଉନାହିଁ | ଦେହରେ ପ୍ରାଣ ନାହିଁ |
ତାପରେ ଟିକିଏ କମ୍ପିଉଠିଲା ତାଦେହ- ସେ ଧୀର ପାଦରେ ଚାଲିବାକୁ ଲାଗିଲା | ପ୍ରେତାୟିତ ଗତି ପରି ନିରୁଦ୍ଦିଷ୍ଟ |

ମୁଁ ମୋର ଲୁଚିବା ସ୍ଥାନରେ ହିଁ ଆପଣାକୁ ଗୋପନ କରି ରଖିଲି | ପଦାକୁ ବାହାରିଲି ନାହିଁ ବହୁତ ସମୟ ଧରି | ତାପରେ ଆକାଶର ଅସଂଖ୍ୟ ତାରା ମତେ ଚାହିଁ ମିଟିମିଟି ହସିବା ପରେ, ଗୋଟିଏ ଆହତ ପଶୁ ପରି ମୁଁ ବାହାରିଆସିଲି |
ପରଦିନଠାରୁ କିନ୍ତୁ ଆଉ ସୁମନ୍ୟୁର ଦେଖା ମିଳିଲା ନାହିଁ | ନା- ତାପରଦିନ ବି ନୁହେଁ | କ୍ରମଶଃ ଗୋଟିଏ ଗୁଜବ ରଟିଲା କ୍ଲାସରେ- ସୁମନ୍ୟୁ ଘର ଛାଡ଼ି କୁଆଡ଼େ ଚାଲିଯାଇଛି | କାହାକୁ କିଛି କହି, ଶୁଣି | ଠିକ୍ସେହି ଦିନ ରାତିରେ ହିଁ |
ଅବଶିଷ୍ଟ ଯେତେ ଦିନ ମୁଁ ସେ ସହରରେ ଥିଲି, ସୁମନ୍ୟୁର କୌଣସି ଖବର ଆଉ ମତେ ମିଳିନାହିଁ | ମୁଁ ସ୍କୁଲ ପାସ୍କରି କଟକକୁ ଆସି କଲେଜରେ ନାମ ଲେଖାଇଛି | ତାପରେ ମୋ ଜୀବନର ପଚିଶ ବର୍ଷ ପାଣି ପରି ବହିଯାଇଛି | କିନ୍ତୁ ମୁଁ ତାଖବର ଆଉ ପାଇନାହିଁ |
ମୁଁ ଜାଣେନାହିଁ, ସୁମନ୍ୟୁ ଏବେ କେଉଁଠି ଅଛି | ମୁଁ ଜାଣେ ନାହିଁ, ସେ ବଞ୍ଚିଛି କି ନାହିଁ | ହୁଏତ ସେ ଏଇଠି କେଉଁଠି ଅଛି | ଆମ ଭିତରେ | ହୁଏତ ସେ ମୋର ଏଇ ଗପଟି ପଢିବ | ପଢି ହସି ଦେବ | ‘କାପୁରୁଷ-ଭୀରୁ’- ଏତିକି ସେ କହିବ ମତେ ମନେ ମନେ |
ମୁଁ କାପୁରୁଷ ନିଶ୍ଚୟ | ଭୀରୁ ନିଶ୍ଚୟ | ନହେଲେ ସେଦିନର ସେଇ ଘଟଣାଟି ପରେ ମୁଁ ମୋର ଅପରାଧକୁ ଏମିତି ନୀଚ ଭାବରେ ଲୁଚାଇରଖିଥାଆନ୍ତି କିପରି ? ମୋର ଏତିକି ସତ୍ସାହସ ଥିଲା ଯେ ମୁଁ ଯାଇ କହିଥାଆନ୍ତି ଏଇ କବିତାଟି ସୁମନ୍ୟୁ ପଠାଇନାହିଁ | ମୁଁ ପଠାଇଛି ଇନ୍ଦୁ ପାଖକୁ | ମତେ କି ଦଣ୍ଡ ଦେଉଛନ୍ତି ଦିଅନ୍ତୁ |

ନା- ସେକଥା ମୁଁ କହିପାରିଲି ନାହିଁ | ତା କାରଣ ମୁଁ ଇନ୍ଦୁକୁ କେବେ ହୃଦୟ ଦେଇ ଭଲ ପାଇନାହିଁ | କେବଳ ତାରୂପକୁ ଦେଖି ମୁଗ୍ ସନ୍ତୁଷ୍ଟ ହୋଇଛି ମାତ୍ର | ତାରି ଆକର୍ଷଣ କରିବା ହିଁ ଥିଲା ମୋର ମୁଗ୍ ସନ୍ତୁଷ୍ଟ ମନର କାମନା | ସେଇଥିପାଇଁ ଏକ କାପୁରୁଷ ପରି, ଏକ ଭୀରୁ ପରି ମୁଁ ଆତ୍ମଗୋପନ କରିଗଲି | କିନ୍ତୁ ସୁମନ୍ୟୁ- ଆଖିର ଲୁହ ହୃଦୟର ଯନ୍ତ୍ରଣା ନେଇ ସେ ଚାଲିଗଲା | ବୋଧହୁଏ ଖୁବ୍ଦୂରକୁ | ଯେଉଁ ଦୂରତ୍ବ ଅତିକ୍ରମ କଲେ ପାଇବା ପାଇବାର ଅର୍ଥ ଏକ ହୋଇଯାଏ | ଆନନ୍ଦ ବେଦନାର ପାର୍ଥକ୍ୟ ଦୂର ହୋଇଯାଏ |
ସେହି ଦୂରତ୍ବ ବୋଧହୁଏ ସମସ୍ତେ ଅତିକ୍ରମ କରିପାରନ୍ତି ନାହିଁ |

 

0 Response to "କୋମଳ ଗାନ୍ଧାର"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel