ମୁଁ ଅନୁତପ୍ତ

ମୁଁ ଅନୁତପ୍ତ

ମୁଁ ଅନୁତପ୍ତ

 ସମ୍ବିତ କୁମାର ହୋତା

ନୟନ ର ସେଇ ପରଦା ତଳୁ
ଝରି ଯାଏ ଆଜି ପୁଣି ସେଇ ଅଶ୍ରୁଧାରା
ନୂଆ କଣ, ସେ ତ ସବୁବେଳେ କାନ୍ଦେ
ହେଲେ ଆଜି ..ନା କିଛି ଅଲଗା ଥିଲା
ଗୋଟିଏ ନୟନ ର ଅଶ୍ରୁଧାରା ରେ ଥିଲା ଉଷ୍ଣତା ଆଉ ଆରଟି ଶୀତଳ ଚନ୍ଦ୍ର ପରି
ଦୁହିଁଏ ଯେମିତି ମୋର ସେଇ ପଥର ଛାତି ଉପରେ ବରମ୍ବାର ପଡ଼ି
ତାକୁ ତରଳିବାକୁ କହୁଚନ୍ତି
ଆଉ କହୁଚନ୍ତି କାନ୍ଦେ ଆଜି ମନ ଖୋଲି କାନ୍ଦେ
ନୟନର ସେଇ କ୍ଷୁଦ୍ର ରନ୍ଧର ଥିବା ଶେଷ ଜଳ ବୁନ୍ଦା ସରିବା ଯାଏ କାନ୍ଦେ
ହେଲେ କେବେ ଭାବି ନଥିଲି ଯେ
ସେ ଜଳ ଧାରାରେ ବି ଏଭଳି ଏକ ପରିବର୍ତ୍ତନର ଢେଉ ଥିବ
ଗୋଟେ ପରେ ଗୋଟେ ବୁନ୍ଦା ଝରି ପଡୁଥାଏ
ଆଉ ପ୍ରତି ବୁନ୍ଦା ଯେମିତି ମୋ ଗାଲକୁ ଶକ୍ତ ଚାପୁଡ଼ା ମାରି
ମୋର ସବୁ ଭୁଲ୍ କୁ ଅନୁତପ୍ତ କରୁଥାଏ ମତେ
ସେଇ ଅନୁତପ୍ତ ରେ ଅନୁତାପ କରୁ ଥାଏ ମୋର ପ୍ରତି ଭୁଲ୍‌ କୁ
ଆଉ ମନ ଭରି କାନ୍ଦୁ ଥାଏ ସେଇ କ୍ଷଣିକ ପାଇଁ
କାରଣ ଅନୁତପ୍ତ ର ଆନଦ ଜଣେ ଅନୁତପ୍ତି ହି ଜାଣିଚି,
ସେ ଯୋଉ ଶୀତଳତା, ଯୋଉ ମାଦକତା ଆଉ ଯୋଉ ଶୂନ୍ୟତା
ରୁମ ମୁଳ ଜୀବିତ ହୋଇ ଉଠିଲା ମୋର

ବାସ୍ ଅଖି ଖୋଲି ଗଲା ମୋର
ସେଇ ଝରକା ଫାଙ୍କରେ ଆସୁ ଥିବା ଧଳା ଆଲୁଅ ରେ ଦେଖିଲି
ସତରେ ଥିଲା କିଛି ମୁକ୍ତା ପରି ଜଳ ବୁନ୍ଦା ମୋର ସେଇ ପଥର ଛାତି ଉପରେ
ପ୍ରାୟତ କିଛି ଭୁଲ୍ ହୋଇ ଯାଇଚି
ହେଲେ ମୁଁ ଅନୁତପ୍ତ କି ସେ ଅଜଣା ଭୁଲ୍‌ ପାଇଁ ମୁଁ ଅନୁତାପ କରି ପାରୁନି..

0 Response to "ମୁଁ ଅନୁତପ୍ତ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel