ବୁଢ଼ି ମା’

ବୁଢ଼ି ମା’

ବୁଢ଼ି ମା’

 ଅରୁଣ କୁମାର ତ୍ରିପାଠୀ

ତା’ ଚେହେରାର ଲାଲିମା
ଡୁବିବାକୁ ବସିଲାଣି ବୟସର ଅପରାହ୍ନରେ

ତା’ ପାକୁଆ ପାଟିର ହସ
ପରିବାରର ମନ କିଣେ
ଅସ୍ପଷ୍ଟ କଥାରେ ତା
ଅଭିଜ୍ଞତା ପୁର୍ଣ୍ଣ ରୂପ ନିଏ

ପରଳ ଆବଦ୍ଧ ଆଖିରେ
ସେ’ ଏବେ ବି ସବୁ କିଛି ଦେଖିପାରେ
ଅନ୍ଧାରରେ – ପାଦ ଶବ୍ଦରୁ
ବ୍ୟକ୍ତିର ପରିଚୟ ଜାଣିପାରେ

ଜୀବନ ସାଗରର ଜଣେ
ଦକ୍ଷ ପହଁରାଳି
କେତେ ଝଡ ଝଞ୍ଜା କେତେ ଅଣଚାଶ
ସବୁକୁ ସାମ୍ନାକରି
କେତେ ସମୟ ଭଉଁରିକୁ ଅତିକ୍ରମ କରି
ସେ’ ଆଜି ଶାନ୍ତ ଓ କମନୀୟ ଦିଶେ
ଦିବସର ମେଲାଣି ବେଳେ
ଅସ୍ତମାନ ସୂର୍ଯ୍ୟର ଅରୁଣିମା ପରି!!!

0 Response to "ବୁଢ଼ି ମା’"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel