ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଆମ ଗାଁ ମୁଣ୍ଡରେ
ସେ ପଦ୍ମପୋଖରୀ !
ତା ପେଟରେ ପେଟେ
ଗ୍ରାମସଡ଼କ ଯୋଜନାର ମାଟି1
ଛାତିରେ ତୀର ଭଳି ଗଳିଯାଇଛନ୍ତି
କେତେଟା କଂକ୍ରିଟ୍ ପିଲାର1
ତାକୁ ମୃତ୍ୟୁଦଣ୍ଡ ଦେଇଥିବା
କୃଷକ ବଜାରର ଆଖିରେ
ଆଜି, ତାର ଏକ ପ୍ରାମାଣିକ ଚିତ୍ର1
ଇଡ଼ିୟଟ ବାକ୍ସ ଭିତରେବି
ମେଘ ନଥିବା ଅମାବାସ୍ୟା ରାତିର
ଆକାଶୀ ତାରା ମାନଙ୍କ ଠାରୁ
ଖୁବ୍ ସୁନ୍ଦର ଦିଶୁ ଥିଲା
ଶହ ଶହ ପଦ୍ମଫୁଲ ମାନଙ୍କ
ସଂରକ୍ଷିତ ମନଖୋଲା ହସ
ପଦ୍ମମାନେ ହସୁଥିଲେ
ପରଦା ଉପରେ
ନିଜ ଗାଁ ପଦ୍ମପୋଖରୀର
ହଜିଲା ରୂପରେ
ଗାରେ ହସ ଉକୁଟି ଉଠିଲା
ଚାରିକୋଡ଼ି ଛୁଇଁ ଥିବା
ଜଣେ ବୃଦ୍ଧଙ୍କ ଓଠରେ
ଠିକ୍ ସେତିକିବେଳେ
ତଥାପି ବଞ୍ଚିଥିବା ଗୋଟିଏ ପଦ୍ମକଢ଼ି
ମଣ୍ଡକୋଡ଼ି କାନ୍ଦୁଥିଲା
କୃଷକ ବଜାରର ପାଇଲିଂ ଖୁଣ୍ଟରେ
ତୁଣ୍ଡ ବାଇଦ :
0 Response to "ଗୋଟିଏ ପଦ୍ମକଢ଼ିର କାହାଣୀ"
Post a Comment