ବାଗଦେବୀ ମିଶ୍ର
ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ ||
ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ
ମଝିରେ ମଦ ର ନଈ ଚିର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତା ର ବାଡ଼
ଅଭାବ ଅନାଟନର ବେତ୍ରାଘାତ ରେ ଭଙ୍ଗାରୁଜା ଶହଶହ ନୀଡ ||
ଏଇ ଭାରତରେ ନଗନ୍ୟ ମଣିଷ ଟେ ମୁଁ ଆଉ ମୋ ଭିତରର ଦୁଃଖ
ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ,
ଆଉ ନିଜ ଦୁଃଖକୁ ଆଙ୍କିବାକୁ ବସିଲେ ଭାରତଟେ ଆଙ୍କି ହୋଇଯାଏ ||
0 Response to "ମୋ ଦୁଃଖ ଓ ଭାରତର ମାନଚିତ୍ର"
Post a Comment