ଦୀପଦୀପ୍ତି

ଦୀପଦୀପ୍ତି

ଦୀପଦୀପ୍ତି

 ରଜତ କୁମାର ମିଶ୍ର
ଦୀପଶିଖାଟିଏ,
ଅନ୍ଧାର ବୋଝରେ ନଇଁପଡ଼ିଲେବି,
ଜଳୁଥିଲା, ଦୀପ୍ତିର ହାତ ଧରି!
ଅୟୁତ ଜ୍ୟୋତିର ସୂର୍ଯ୍ୟ
ଅଦୃଶ୍ୟ ଦିଗନ୍ତ ସେପାରିରେ ତଥାପି ନିରୁଦ୍ଦିଷ୍ଟ
ଡରିଲାନି ସେ,
ତିଳ ତିଳ କରି ରାତିକୁ ଜାଳି,
କୁହୁଳୁଥିବା ‘କାଲି’ର ପ୍ରତୀକ୍ଷାରେ,
ଅମାନିଆ ପବନର କାନ୍ଧରେ,
ବେତାଳ ପରି ଝୁଲୁଥିବା ନିର୍ବାପିତ ଦୀପଶିଖାମାନେ
ହଜିଯାଉଥିବା ଧୂଆଁର ଚଦର ମାଗୁଥିଲେ ବି!
ବିକ୍ରମାଦିତ୍ୟଙ୍କ ଉତ୍ତର ସରିଲା୤
ପବନର ବନ୍ଧନରୁ ଖସିଯାଇ
ଶିଖାମାନେ,
ପାହାନ୍ତିଆ ଶିଶିରରେ ବୋଳୁଥିଲେ
ବର୍ଣ୍ଣାଳୀର ଆଭା!
ଦୀପଦୀପ୍ତିର ଶେଷ ନିଶ୍ବାସ
ଏବଂ ସୃଷ୍ଟିର ନବ ଅଙ୍କୁରଣ,
ଅନ୍ଧାରର ଚିତାଗ୍ନିରୁ ଏବେ ଜୀବନର ମଧୁ-ସୁଗନ୍ଧ,
କୃତଜ୍ଞ ଅନ୍ତରରୁ,
ଛନ୍ଦାୟିତ ଅନିନ୍ଦ୍ୟ ସଂକଳ୍ପ
ଐଶାନ୍ୟରୁ ଅଗ୍ନି ପର୍ଯ୍ୟନ୍ତ ବ୍ୟାପ୍ତ,
ସକାଳର ଅସଂଖ୍ୟ ଦୀପାଳି 

0 Response to "ଦୀପଦୀପ୍ତି"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel