ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…
 
ଶ୍ୟାମସୁନ୍ଦର ଅଗ୍ରୱାଲା

ଏହା ଏକ ଚିରନ୍ତନ ସତ୍ୟ ଯେ, ପ୍ରତିଟି ସୁଖ ଭିତରେ ଦୁଃଖଟିଏ ଲୁଚିକରି ରହିଥାଏ | ଅଜ୍ଞାନ ମନୁଷ୍ୟ ସେଇଟିକୁ ଦେଖି ନପାରି କ୍ଷଣିକ ସୁଖରେ ଭୋଳ ହୋଇଯାଇଥାଏ ଏବଂ ଯେଉଁଦିନ ସେଇ ସତ୍ୟଟିକୁ ସାମ୍ନା କରିଥାଏ ସେଦିନ ସେ ଦୁଃଖରେ ଭାଙ୍ଗି ପଡ଼ିଥାଏ | ମୁଁ ଏହାର ସମସ୍ତେ ଉଣା ଅଧିକେ ଅଙ୍ଗେ ନିଭେଇଥିବା ଉଦାହରଣ ଦୁଇଟି ଦେବାକୁ ଚାହୁଁଛି |

ଗୋଟିଏ ବାପର ଜୀବନରେ ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା ପୁଅଟି ଚାକିରି କି ବେପାର କରି ପ୍ରଥମ ଉପାର୍ଜନ ଟଙ୍କା ଘରକୁ ଆଣି ତାକୁ ଦେଇଥାଏ | ସେଦିନ ବାପର ଗୋଡ଼ ହାତ ତଳେ ଲାଗି ନଥାଏ | ସାଇ ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ସେ ସେଇ କଥାଟି ବାରମ୍ବାର କହୁଥାଏ | ଶୁଣିଲଣି, ମୋ ପୁଅ ଚାକିରି ପାଇଗଲା | ମାସକୁ ଦରମା ଏତେକହି ତାଛାତିକୁ କୁଣ୍ଢେ ମୋଟ କରିଦେଇଥାଏ | କିନ୍ତୁ ସେତେବେଳକୁ ବାପଟି ବୁଝିପାରୁନି ଯେ, ଏଇଟା ହିଁ ତା ଦୁଃଖମୟ ଜୀବନର ପ୍ରଥମ ଦିନ | ଦିନକୁ ଦିନ ପୁଅ ଯେତେ ଅଧିକା ରୋଜଗାର କରୁଥାଏ, ସେତିକି ସେ ବାପାଠୁ ଦୂର ହୋଇ ଯାଉଥାଏ | ଯେଉଁଦିନ ପୁଅର ରୋଜଗାର ତା ଶୀର୍ଷ ସ୍ଥାନରେ ପହଞ୍ଚିଯାଏ ବାପାର ସର୍ବନିମ୍ନ ହୋଇଯାଏ, ସେଇଦିନ ସେମାନଙ୍କ ସମ୍ପର୍କ ପ୍ରାୟ ଛିନ୍ନ ହୋଇଯାଇଥାଏ | ତାପରେ ତାକୁ ପୁଅ ପାଖରେ ଟଙ୍କା ଶହେଟି ପାଇଁ ମଧ୍ୟ ହାତ ପତେଇବାକୁ ପଡ଼ିଥାଏ ଏବଂ ଏହି ଶହେଟି ଟଙ୍କା ଦେବା ଦେବା ପୁଅର ମର୍ଜି ଉପରେ ନିର୍ଭର କରିଥାଏ |

ଥରେ ଭାବନ୍ତୁ , ପୁଅର ଯେଉଁ ଟଙ୍କା ପ୍ରଥମ ଦିନ ଆପଣଙ୍କୁ ଏତେ ସୁଖ ଦେଉଥିଲା ସେ ଆପଣଙ୍କ କାମରେ ଆସିଲା ? ଯେଉଁଦିନ ଏଥିପାଇଁ ଆପଣ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ସେଦିନ ଗଲା କୁଆଡ଼େ ? ଯାହାକୁ ଆପଣ ସବୁଠୁ ବେଶୀ ସୁଖ ବୋଲି ଭାବିଥିଲେ ସେ ଆପଣଙ୍କୁ ସବୁଠୁ ବେଶୀ ଦୁଃଖ ଦେଲା ନାହିଁ କି ?

ମୋର ଜଣେ ବନ୍ଧୁଙ୍କ ପୁଅବୋହୂ ବିଦେଶରେ ଅଛନ୍ତି | ବିଦେଶୀ ମୁଦ୍ରାର ଆକର୍ଷଣରେ ଦିନେ ବାପା ମାଖୁସିରେ ନାଚି ଉଠିଥିଲେ | ଆଜି କିନ୍ତୁ ଘରେ ବୁଢ଼ାବୁଢ଼ୀ ଦୁଇଜଣ | ଦେହ ପା ହେଲେ କେହି ଟିକେ ଦେଖିବାକୁ ନାହାଁନ୍ତି | ପୁଅ କିନ୍ତୁ କହୁଛି ଯେ, ମୁଁ ବିଦେଶରେ ଥାଇ ମଧ୍ୟ ବାପା ମାଙ୍କର ସବୁ ବ୍ୟବସ୍ଥା କରିଦେଇଛି | ସେମାନଙ୍କର ଯଦି ଅକସ୍ମାତ କିଛି ହୋଇଯାଏ ତେବେ ଇନସ୍ୟୁରାନ୍ସ କମ୍ପାନୀ ତାଙ୍କର ଶବଦାହ ସମେତ ସମସ୍ତ ଶୁଦ୍ଧକର୍ମ କରି ପୁଅ ପାଖକୁ ତା ବିଲ୍ପଠେଇ ଦେବ | ବାପା ମାଯଦି ଚାହାନ୍ତି ତେବେ ତାଙ୍କ ଅସ୍ଥି ମଧ୍ୟ ଗଙ୍ଗାରେ ବିସର୍ଜନ କରି ବ୍ରାହ୍ମଣମାନଙ୍କୁ ଖୁଆଇପିଆଇ ସେ ବାବଦ ସମସ୍ତ ଖର୍ଚ୍ଚର ବିବରଣୀ ସହିତ ବିଲ୍ପଠେଇଦେଲେ ତାମଧ୍ୟ ପୈଠ ହୋଇଯିବ | ବଞ୍ଚିଥିବା ଯାକ ସବୁ ଖର୍ଚ୍ଚ ପାଇଁ ଦୁଇ ତିନିଟା କ୍ରେଡ଼ିଟ୍କାର୍ଡ଼ ମଧ୍ୟ ବାପା ମାଙ୍କ ହାତରେ ଧରେଇ ଦେଇଛନ୍ତି | ଥରେ ନିଜକୁ ପ୍ରଶ୍ନ କରନ୍ତୁ, ପୁଅ ଯେଉଁଦିନ ବିଦେଶ ଗସ୍ତ ପାଇଁ ଘର ଛାଡ଼ିଥିଲା, ସେଦିନ ଆପଣ ଏଇୟା ଚାହିଁଥିଲେ କି ?

ବାପାଙ୍କ ପରେ ଦ୍ବିତୀୟ ଉଦାହରଣଟି ହେଉଛିମା’ | ଗୋଟିଏ ମା ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା ପୁଅ ବାହାହୋଇ ସୁନାନାକୀ ବୋହୂଟିଏ ଘରକୁ ଆଣିଥାଏ | ସେଦିନ ମା ଗୋଡ଼, ହାତ ତଳେ ଲାଗି ନଥାଏ | ସାଇପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ବୋହୂଟିକୁ ଦେଖେଇବା ପରେ ତାଛାତି ଗର୍ବରେ ଫାଟି ପଡୁଥାଏ | “ମୋବୋହୂ ଗୋଟିଏ ଚାଉଳରେ ଗଢ଼ା | ମୋବୋହୂ ଆମ ଗାଁର ସବୁଠୁ ସୁନ୍ଦର ବୋହୂ | ମୋବୋହୂ ୟାଆଣିଛି, ମୋ ବୋହୂ ତାଆଣିଛି | ମୋବୋହୂଟି !” ମାକିନ୍ତୁ ଜାଣିପାରୁନି ଯେ, ତା ସମସ୍ତ ସୁଖ ଆନନ୍ଦର ଉତ୍ସ ବୋହୂଟି ଭିତରେ ହିଁ ତାଜୀବନର ସବୁଠୁ ଦୁଃଖମୟ କାହାଣୀଟି ଲୁଚି ରହିଛି | ଯେଉଁ ବୋହୂକୁ ମାଦିନେ ମୁଣ୍ଡ ଉପରେ ବସେଇ ବୁଲଉଥିଲା ସେଇ ବୋହୂ ହିଁ ପରେ ତାକୁ ଛେକରା ନାକରା କହି ନାକ ଟେକୁଛି ଆଉ ଆପଣ ଅସହାୟ ହୋଇ ଖାଲି ଚାହିଁ ରହୁଛନ୍ତି |

ଦୁନିଆରେ ପ୍ରତିଦିନ ଏମିତି ଘଟଣା ଘଟିବାରେ ଲାଗିଛି | ଗୋଟିଏ ମାତା ଚାରୋଟିଯାକ ପୁଅକୁ ଏକୁଟିଆ ପାଳି ପାରୁଛି ଅଥଚ ଚାରୋଟିଯାକ ପୁଅ ମିଶି ମାକୁ ପାଳି ପାରୁନାହାଁନ୍ତି | ଶେଷକୁ ମାବାଣ୍ଟି ହୋଇଯାଉଛି | ଆଜି ପୁଅ ଘରେ କାଲି ସେ ପୁଅ ଘରେ | ଜଣେ ପୁଅ ଯଦି ମାକୁ ଏକୁଟିଆ ରଖିବାକୁ ରାଜି ବି ହୋଇଯାଏ ତେବେ ଏଇ ବୋହୂଟି ସାଙ୍ଗେ ସାଙ୍ଗେ ଚିତ୍କାର କରି କହିବକାହିଁକି ? ମା ତୁମକୁ ଏକଲା ଜନମ କରିଥିଲା କି ? ହେଇଟି କାନ ଖୋଲିକି ଶୁଣ, ସେ ଶ୍ରବଣ କୁମାର ଡ୍ରାମା ଗୁଡ଼ାକ ମୋପାଖରେ ବଳିବନି | ମୁଁ ବର୍ଷକୁ ତିନିମାସରୁ ଅଧିକା ରଖି ପାରିବ ନାହିଁ |” ତାପରେ ଆପଣଙ୍କର ଥୋମଣୀ ଚୁପ୍‌ |

ଅନେକ ପୁଅଝିଅ ସେମାନଙ୍କର ଅସହାୟତା ସ୍ବୀକାର କରି ଯୁକ୍ତି କରନ୍ତି ଯେ, ଯେହେତୁ ଆଧୁନିକ ଜୀବନ ଅତି ବ୍ୟସ୍ତ ଏହାର ଗତି ଅତ୍ୟନ୍ତ ତୀବ୍ର, ଅନେକ କ୍ଷେତ୍ରରେ ଏହିପରି ଘଟଣା ବାଧ୍ୟ ବାଧକତାରେ ଘଟିଥାଏ | ମୋର ଏଠି ଏତିକି କହିବା କଥା ଯେ, ଆଧୁନିକ ଜୀବନ ଅତି ବ୍ୟସ୍ତ ହୋଇପାରେ ଏବଂ ଏହାର ଗତି ମଧ୍ୟ ଅତ୍ୟନ୍ତ ତୀବ୍ର ହୋଇପାରେ କିନ୍ତୁ ତାସହିତ ମାବାପାଙ୍କର ସୁଖ, ଦୁଃଖର କିଛିଟା ତାଳମେଳ ରହିବା ଆବଶ୍ୟକ | ନଚେତ୍ଏହି ସମ୍ପର୍କରେ ଏକ ବିରାଟ ଦୁର୍ଘଟଣା ଘଟିଥାଏ ଯାହାର ଅନୁଶୋଚନା ଆପଣଙ୍କର ଭବିଷ୍ୟତ ଜୀବନକୁ ଦୁର୍ବିସହ କରିପକାଏ |

 

0 Response to "ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel