ଗଜାନନ ମିଶ୍ର
ପାହାଡ଼୍ କହୁଛେ ଚଢ଼୍ ମୋର ଉପ୍ରେ
ଆଲ୍ମାଲ୍ ଚଢ଼ିଗଲ ବଲ୍ଲେ,
ଫସିକରି ରହେଲ ନ ହେତାର୍ଠାନେ |
ହେକ୍ତେ ପଚ୍ରାବା କେନ୍ତା ଚଢ଼୍ଲ
ଆରୁ କେଁ ଉନିହାଟା ନି ଥେଇ
କହେବା ଆରୁ ନି ଚଢ଼୍ବ ନ
କାହାରିର୍ ଉପ୍ରେ କେଭେ ଆରୁ
ଉତାର୍ କେ ଉତାର୍
ଲମ୍ହେ ଲିଷ୍ଟ ଦେବା ଇଟା
କର୍ବ, ସେଟା ନେଇଁ କର୍ବ
ଆରୁ ମୋର ନୁ ଶୁନବାର୍ କାଜେ
ହେ ନି ଥିବା ନ କେହେନି ଠାନେ |
କାଁ ବଲି ହେଲେ କହେଁସି ମୁଇଁ
ଜାନି ଜାନି ଭାବ ରଁଗ ଏତ୍କି |
ଘରବୁଡ଼ି ପାଏନ୍ ଆଁଠେ
ଦଁ ଦଁ ଭି ଜଲୁଛେ ଜୁଏ
ହେଲେ ଜନ୍କେ ନି ପାରୁଛେ
ତତେଇ ଟିକେ ରଁଚେ
ଆରୁ ଭି ନି ପାରୁଛେ
ବେଲା କେ ସିତ୍ଲେଇ |
କାଣା କହେମି କାହାକେ
ଇନ୍କେ କିହେ ଜନେ ଅଧେ ଆସ୍ଲେ ତ
ଜାହା ବୁଝଲ ଥଉ ହେତ୍କି ଥି
ମତେ କହିଦେବ ବଏଲେ ଦିଅ କହି
ମୁଇଁ ସଲା ଦେହାତି ପାହାଡ଼ି |
0 Response to "କାଣା କହେମି"
Post a Comment