ଗୋଟେ ସମୟ ଥିଲା

ଗୋଟେ ସମୟ ଥିଲା

ଗୋଟେ ସମୟ ଥିଲା

 ମୃଣାଳ

ସମୟ କେତେ ଜିନିଷ ବଦଳେଇ ଦିଏ | ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି | ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍ |

ସତୁରୀ ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି | ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା | ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ | ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା | ସେମିତି ଘଣ୍ଟା ଆମେ ଆଗରୁ ଦେଖି ନଥିଲୁ | ସେଥିରେ ଟିକ୍ଟିକ୍ କରି ଚାଲୁଥିବା ମିନିଟ୍କଣ୍ଟା, ସେକେଣ୍ଡ କଣ୍ଟା ନଥିଲା | ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ | ସୁଇଚ୍ଟିପିଦେଲେ ପୁଣି ଲାଇଟ୍ଜଳୁଥିଲା ସେ ଘଣ୍ଟା ଭିତରେ |

ଆମେ ଘଣ୍ଟା ଦେଖି ଟେରା | ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି |
ଆମେ ଆହୁରି ଟେରା |

ଗେଲୁ କହିଲା, ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ |

ଗେଲୁର ଭାଇ ଆମେରିକାରେ ରହୁଥିଲେ | ସେଠି ସେ କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ | ଆମ ସହରର ଗର୍ବ ଗୌରବ | ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇ ଥିଲେ | ସେତେବେଳେ ବିଦେଶ ଯାଉଥିବା ଲୋକ ଥିଲେ ହାତଗଣତି |
-
ଜାଣିଛୁ ୟାର ଦାମ୍କେତେ ? ଗେଲୁ ଆମକୁ ପଚାରିଲା |

-କେତେ ?
-
୫୦ ଡଲାର |
ଗୋଟିଏ ଡଲାର ସେତେବେଳେ ୧୫ ଟଙ୍କା | ଆମେ ଘଡି ଦାମ୍ଶୁଣି ଥମ୍ମାରି ରହିଗଲୁ | ଗେଲୁ ସେ ଘଡିରେ ଆମକୁ ହାତ ମରେଇ ଦେଉ ନଥିଲା | ଆମେ ଘଡି ପାଇଁ ତାକୁ ଇର୍ଷା କରୁଥିଲୁ | ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ | ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା |

ଏବେ ମୋ ବର୍ଷର ପୁଅ ସେମିତି ଘଡି ପିନ୍ଧି ଚାରିଟାବେଳେ କ୍ରିକେଟ ଖେଳିବାକୁ ଯାଏ | ଢେଙ୍କାନାଳର ଲକ୍ଷ୍ମୀପୂଜାମେଳାରେ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି | ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି |

ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ୭୦-୮୦ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା | ଟ୍ରଙ୍କକଲ୍ଟିଏ ବୁକ୍କରିଥିବ ବସିଥା | ଦି ଘଣ୍ଟା ତିନି ଘଣ୍ଟା | ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା | ଟେଲିଫୋନ୍ଯାହା ଘରେ ଥିଲା ସେ ଭାରି ବଡଲୋକରେ ଗଣା ହେଉଥିଲା | ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍ନମ୍ବରଟା ରଖନ୍ତୁ | ଘରେ ମଇଳା କପଡା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ | ଆସିଯିବି | ତୁଛାରେ କାହିଁକି ପ୍ରତି ଦିଦିନ ଛାଡି ଆସୁଥିବି | ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍‌ |

ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା | ଭେସ୍ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା | ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ | ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡି ଆଣି ଘରେ ଦେଇଯିବେ |

ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍ରୋହି, ମିରିକାଳିଠୁଁ କମ୍ଥିଲା | କୁକୁଡା ମାଂସର ଦାମ୍ଖାସି ମାଂସର ଡବଲ ଥିଲା | ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା | ଏବେ ଅବସ୍ଥା ଠିକ୍ ଓଲଟା |

ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ | ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍ଲୁଚାଉଥିଲେ | ଏବେ ସେ ସବୁ ଆଉ ପ୍ରାୟ ନାହିଁ | ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି | ସାଙ୍ଗରେ ସିଗାରେଟ୍ ଆଉ ଖାଉଛନ୍ତି |

ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହାସର କାମ ବୋଲି ଗଣ୍ୟ ହେଉଥିଲା | ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ | ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା | ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ | ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ | ଏବର -ମେଲ, ଏସ୍ଏମ୍ଏସ୍‌, ଏମ୍ଏମ୍ଏସ୍ଯୁଗରେ ଏସବୁ ଗଳ୍ପଭଳି ଲାଗିବ |

ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା | ଦୁର୍ନୀତି କରି ଧରା ପଡିଲେ ସମାଜରେ ଭାରି ବଦନାମ ହେଉଥିଲା |

ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ କୋଳାହଳମୟ ଥିଲା |

ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି | ତେବେ ଏମିତି ଗୋଟେ ସମୟ ଥିଲା |

 

0 Response to "ଗୋଟେ ସମୟ ଥିଲା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel