ଦେବବ୍ରତ ମଦନରାୟ
ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତାଶୂନ୍ୟ | ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆପତନି, କଦବା କ୍ବଚିତ ଧୂର୍ତ୍ତ ଶିଆଳ |
ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ ଅସ୍ପଷ୍ଟ, ମଳିନ |
ଗଛଗୁଡ଼ିକର ଛାଇ ଆଉ ଅନ୍ଧାର ସୂଚେଇଦେଉଥିଲା, ସମୟ ଅତିକ୍ରାନ୍ତ | ଅବଶ୍ୟ ସେଥିପାଇଁ ଡ୍ରାଇଭରକୁ ଦୋଷ ଦେଇ ଲାଭ ନାହିଁ | ବାହାରିବା ବେଳକୁ ପ୍ରବଳ ବର୍ଷା | ଆଉ ବର୍ଷା ଥମିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେଲା ଗଣ୍ଡମୁଣ୍ଡା ଗାଁରେ | କାମାକ୍ଷାନଗରରୁ ଷୋହଳ ସତର କିଲୋମିଟର ଦୂର | ପାହାଡ଼ ଉପରେ | ସମ୍ଭବତଃ ଅପ୍ରତ୍ୟାଶିତ ବର୍ଷା ଏତିକି ଚାହିଁଥିଲା |
କାହିଁକି କେଜାଣି ଗାଡ଼ିଟି ଗଡ଼ାଣିଆ ନାଳ ଦେଇ ଯାଉଥିବା ବେଳେ ଡ୍ରାଇଭରକୁ ଅତି ଧୀରେ ପଚାରିଲି, ‘ଏଠି ବାଘ ଅଛନ୍ତି ?’
ହସିଲା ସେ, ହଳଦିଆ ଦାନ୍ତ ଦେଖାଇ | ତାକୁ ନିଶା ଟିକେ ହୋଇଯାଇଥିଲା ବୋଧେ | ଗଣ୍ଡମୁଣ୍ଡା ଗାଁରେ ହାଣ୍ଡିଆ ପିଇ | ମଥା ହଲାଇ କହିଲା, ‘ନାଇଁ ଆଜ୍ଞା, ଏଠି ବାଘଫାଘ କୁଆଡ଼ୁ ଆସିବେ ? ଆଗେ କିନ୍ତୁ ଭାଲୁଗୁଡ଼ାଏ ଥିଲେ | ଏଇ ଆଦିବାସୀମାନେ ତୀର ମାରି ସବୁ ମାରିଦେଲେ | ଏବେ ଜଙ୍ଗଲ ଫାଙ୍କା |’
ତା’ର ବକ୍ତବ୍ୟ ଏତିକିରେ ଶେଷ ହେଲା ନାହିଁ | ଅବଶ୍ୟ ସେ ଅଟକିଗଲା କିଛି ସମୟ ପାଇଁ | କୌଣସି କଥାକୁ ମନେ ପକାଉଥିବାର ସମ୍ଭାବନା ତା’ ଭିତରେ ଉଙ୍କିମାରିଲା | ପୁଣି କହିଲା, ‘ଏଇ ବାଟେ ଯାଉଥିଲି | ହେଲାଣି ଗୁଡ଼ାଏ ଦିନ | ଆଉ ଟିକେ ଫର୍ଚ୍ଚା ଥିଲା | ଶିଆଳ ଗୋଟେ କୁଆଡୁ ଧାଇଁ ଆସି ମାଡ଼ିବସିଲା ଛେଳିଟାକୁ | ଏଇ ବୁଦୁବୁଦିଆ ରାସ୍ତା କଡ଼ରେ | ଗାଡ଼ି ଅଟକାଇ ଦେଇ ଡେଇଁପଡ଼ିଲି | ମୋ’ ସାଙ୍ଗରେ ଆଉ ଜଣେ ଥିଲା | ଜଗ୍ | ରଡ୍ | ନେଇ ଦୁହେଁ ଗୋଡ଼ାଇଲୁ | ଛାଡ଼ି ପଳାଇଲା ଶିଆଳ | ଆମେ କାନ୍ଧରେ ଛେଳିକୁ ବୋହିଆଣିଲୁ | ଓଜନ ପାଞ୍ଚ ସାତ କିଲେ ହେବ | ଗାଡ଼ିରେ ପକେଇ ନେଇଗଲୁ | ଆଉ ଗାଁରେ ସେଦିନ ଭୋଜି |’
ତା’ କଥା ଶୁଣିବାବେଳେ ମୋର ବୋଧ ହେଲା ଘଟଣାଟି କିଛି ସମୟ ପୂର୍ବରୁ ହିଁ ଘଟିଛି | ରାସ୍ତା ଉପରେ ଝରିପଡ଼ିଛି ଟୋପା ଟୋପା ରକ୍ତ | ଛେଳି ଦେହରୁ | ଏବଂ ଆତଙ୍କିତ ମୁହୂର୍ତ୍ତଟି ସେଇଠି କୋଉଠି ଲୁଚିରହିଛି |
ଆହୁରି ନଇଁଆସିଲା ଅନ୍ଧାର | ପତ୍ର ଦେହରେ ବୋଳିହୋଇଗଲା ଥରଥର ଭାବ | ପବନ ନାହିଁ | ଅଥଚ ଟପ୍ |ଟପ୍ | ହୋଇ ଖସିପଡ଼ିଲା କେତୋଟି ପାଣି ଟୋପା | ଜଙ୍ଗଲ ଭିତରଟି ମନେହେଲା ଅଧିକ ଅନ୍ଧାର ଆତଙ୍କିତ ଶାଳଗଛ ଭିତରେ |
ରାସ୍ତା ଭିଡ଼ିମୋଡ଼ି ହେଉଥାଏ ସରୀସୃପ ପରି | ଗୋଟେ ବୁଲାଣିରେ ଡ୍ରାଇଭର କହିଲା, ‘ଏଇ ସେପଟେ ସୁଆଗିନାଳି ଗାଁ | ସେଠି କେତେଜଣଙ୍କୁ କୃଷି ଋଣ ଦିଆଯାଇଛି |’
ଶାଳଗଛ ଉହାଡ଼ରେ ସେଇ ଆଡ଼କୁ ଚାହିଁବାବେଳେ ଝାପ୍ |ସା ହୋଇ କାହା ମୁହଁ ଝଲସିଉଠିଲା | ଚେପ୍ |ଟା ନାକ | ଚକ୍ |ଚକ୍ | ଆଖି | ବାଙ୍ଗରା | ସବୁବେଳେ ନିଜ ଭିତରେ ସେ ନିଜେ ହଜିଯାଉଥିଲା, ତାହା କେହି ଜାଣିପାରୁ ନ ଥିଲେ | କିଏ ସେହି ? ଆରେ, ହଁ | ସେହି ଜଣକ ହେଉଛି ବାଘ ପଧାନ | ମୋ’ ସାଥିରେ ପଢୁଥିଲା ଢେଙ୍କାନାଳରେ | ଅବଶ୍ୟ ପଢ଼ାପଢ଼ି ତା’ର ସେତେ ଭଲ ହେଉ ନ ଥିଲା | ମାତ୍ର ଖେଳରେ ହେଉଥିଲା ପ୍ରଥମ | ଦୌଡ଼ିବା, ଡେଇଁବାରେ ତା’ର ସମକକ୍ଷ କେହି ନ ଥିଲେ | ଲୁହା ପରି ଟାଣ ତା’ ହାତମୁଠା | ଗୋଟିଏ ବିଧାରେ ନଡ଼ିଆ ଭାଙ୍ଗି ଦି’ ଫାଳ କରିଦେଉଥିଲା | ଅହେତୁକ ଜିଦ୍ | ଥିଲା ତା’ ଭିତରେ | ଦିନେ ସନ୍ଧ୍ୟାବେଳେ ମୋ’ଠାରୁ ସାଇକେଲ ମାଗିନେଇଥିଲା | ଆଉ ଫେରାଇଲା ତା’ ପରଦିନ ସକାଳ ଆଠଟାରେ | କୁଆଡ଼େ ଯାଇଥିଲୁ ବୋଲି ପଚାରିବାରୁ ସେ ଠୋସ୍ | କରି ଉତ୍ତର ଯାହା ଦେଇଥିଲା ତାହା ବିଶ୍ବାସ କରିପାରି ନ ଥିଲି | ତା’ ନିଦା ଦେହକୁ ଥରେ ଚାହିଁ ନଜର ଫେରାଇନେଇଥିଲି ପାଣି ଓହଳା ପାହାଡ଼ ଆଡ଼କୁ | ବାଘ ପଧାନ ମୋତେ ଲାଗିଥିଲା ଆଉ ଏକ ପାହାଡ଼ ଯେମିତି |
ସେ ଚାଲିଯିବା ପରେ ବୁଝିଥିଲି, କିଛି ସମୟ ପୂର୍ବରୁ ସେ ଯାହା କହିଥିଲା ତାହା ସତ | ବାଘନାଚ ଦେଖିବା ପାଇଁ ସେ କଟକ ଯାଇଥିଲା | କେହି ଜଣେ ତାକୁ କହିଥିଲା, ବାଲିଯାତ୍ରାରେ ବାଘନାଚ ହେଉଚି | ବାଘନାଚ ଦେଖିବା ପ୍ରତି ତା’ ଆଗ୍ରହ ତାକୁ ପାଖାପାଖି ଦେଢ଼ଶହ କିଲୋମିଟର ଗୋଟେ ରାତି ଭିତରେ ଅତିକ୍ରମ କରାଇଦେଇଚି, ତାହା ବିଶ୍ବାସଯୋଗ୍ୟ ହୋଇ ନ ଥିଲେ ହେଁ ଆପାତତଃ ସତ |
କିଛିଦିନ ପରେ ମୁଁ ଦେଖିଥିଲି, ତା’ ଚାଲିଚଳନରେ କିଛିଟା ପରିବର୍ତ୍ତନ ଘଟିଛି | ଏକା ଏକା ଥିଲାବେଳେ ସେ ବାଘ ପରି ପାହୁଣ୍ଡ ପକାଇ ଚାଲୁଚି | ଆଖି ଡ଼ୋଳା ନଚଉଚି | କାନ୍ଧକୁ ଅଳ୍ପ ଟେକୁଚି | ନହେଲେ ଟିକେ ପଛକୁ ଘୁଞ୍ଚିଆସି ପୁଣି ଆକ୍ରମଣ କରିବା ଢଙ୍ଗରେ ଲମ୍ଫ ପ୍ରଦାନ କରୁଚି | ମନେହେଲା, ବାଘ ପଧାନ ଆଉ ମଣିଷ ନୁହେଁ, ବରଂ ସତକୁ ସତ ଗୋଟେ ବାଘ |
ତା’ ପରେ ? ପାଠ ଅଧାରୁ ଛାଡ଼ି ସେ ଚାଲିଗଲା କୁଆଡ଼େ ? ମୁଁ ଆଉ ତା’ ଖବର ଜାଣିପାରି ନାହିଁ | ଏତିକି ଜାଣିପାରିଥିଲି, ଟଙ୍କାପଇସା ଅଭାବରୁ ସେ ଆଉ ଆଗକୁ ପଢ଼ିପାରି ନ ଥିଲା | ଏହା ପଛରେ ତା’ ବାପାଙ୍କର ଅକାଳ ବିୟୋଗ ଏକ କାରଣ ବୋଲି ମୁଁ ଗ୍ରହଣ କରିନେଇଥିଲି |
ସୁଆଗିନାଳି ହେଉଚି ବାଘ ପଧାନର ଗାଁ | ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି | କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍ |ରେ ନିଶ୍ଚେ | ମହୁଲି ନିଶାରେ ନାଚୁଥିବ ବାଘ ପରି | କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି | ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲାସୁଆଗିନାଳି ହେଉଚି ବାଘ ପଧାନର ଗାଁ | ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି | କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍ |ରେ ନିଶ୍ଚେ | ମହୁଲି ନିଶାରେ ନାଚୁଥିବ ବାଘ ପରି | କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି | ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା | ଦୁଇ ବଖରା ଘର | ପଛଆଡ଼କୁ ବାରି | କଣ୍ଟା ବାଡ଼ରେ ସୁରକ୍ଷିତ | ତା’ ଭିତରେ ସୁମ୍ଭାବନାମୟ ପରିପୂର୍ଣ୍ଣ ଫସଲ | ବାଇଗଣ, ଝୁଡ଼ଙ୍ଗ, କଲରା, ଲଙ୍କା ଆଉ କାଙ୍କଡ଼ରେ ଭରା ଟୋକେଇ ଧରି ଯାଉଥିବ ବାଘ ପଧାନ | ସ୍ତ୍ରୀ ବସିଥିବ ପିଣ୍ଡା ଉପରେ | ସମ୍ଭବତଃ ଲେମ୍ବୁଗଛରେ ଝୁଲିଥିବା ପ୍ରତ୍ୟାଶାର ପାଚିଲା ଲେମ୍ବୁକୁ ଚାହିଁରହି | ଆଉ ତା’ ପାଖରେ ପିଲାଟି ଖେଳୁଥିବ | ଧୂଳିରେ ବୋଳିହୋଇ |
ଏ କଥା ଭାବିବାବେଳେ ଗୋଟେ ଖୁସି ସଂସାରର ଚିତ୍ର ଆଙ୍କିହୋଇଗଲା ମୋ’ ମନ ଭିତରେ | ସତ କହୁଚି, ଏଇ ଚିତ୍ରଟି କେବଳ ବାଘ ପଧାନ ଯୋଗୁ ହିଁ ଆଙ୍କି ହୋଇଯାଇଥିଲା | ବିଶ୍ବାସ ଓ ପ୍ରେମର ରଙ୍ଗର ସମ୍ମିଶ୍ରଣରେ | ସେହି ସଂସାରକୁ ଟିକେ ଦେଖିବା ପାଇଁ ଡ୍ରାଇଭରକୁ କହିଲି, ‘ଚାଲ, ଗାଁ ଭିତରକୁ |’
ଗାଡ଼ି ବୁଲିଲା | ନାଲି ଗୋଡ଼ି ରାସ୍ତା ଟପି ଗାଆଁ ମଝିରେ ଗାଡ଼ି ଅଟକିଗଲାବେଳେ ଆକାଶ ଦେଖାଗଲା ନାହିଁ ମେଘୁଆ, ବରଂ ମେଘୁଆ ଦେଖାଗଲା ସମୁଦାୟ ଘର ଓ ଗାଁ ଲୋକଙ୍କ ଭବିଷ୍ୟତ | ପିଣ୍ଡା ଉପରେ ବସିଥିବା ଲୋକ କେତୋଟି ଦେଖାଗଲେ ମଳିନ, ରୁଗ୍ |ଣ | ଡ୍ରାଇଭର ଡାକିବାରୁ ସେମାନେ ଗାଡ଼ି ପାଖକୁ ଆସିଲେ | ସେମାନଙ୍କ ସହ କଥା ହେଲି | ଚାଷବାସ ଓ ଋଣର କଥା | ସେମାନଙ୍କ କଥାରୁ ବୁଝିଲି ଋଣ ଶୁଝିବା ସକାଶେ ସମସ୍ତେ ଅସମର୍ଥ | ଚାଷରୁ ଯାହା ମିଳୁଚି ସେଥିରେ ଗୁଜୁରାଣ ମେଣ୍ଟିବା ଯଥେଷ୍ଟ ନୁହେଁ | କଥା ଶେଷରେ ବାଘ ପଧାନର ଘର କେଉଁଠି ପଚାରିବାରୁ ଜଣେ ଲୋକ ଦେଖାଇଦେଲା ଭାଙ୍ଗିପଡ଼ିଥିବା କାନ୍ଥ ଆଡ଼କୁ | ବର୍ଷାମାଡ଼ରେ ମାଟି ଖସିପଡ଼ିଥିବା ଘରଟି ନିଜ ବୋଝ ଧରିରଖିବା ପାଇଁ ଏବେ କ୍ଳାନ୍ତ, ଅସମର୍ଥ |
ସେହି ଘର ଭିତରୁ ଜଣେ ଦୁର୍ବଳ ସ୍ତ୍ରୀଲୋକ ବାହାରିଆସି ନିଜର ପରିଚୟ ଦେବା ଯୋଗୁଁ ହିଁ ଜାଣିଲି, ସେ ହେଉଛନ୍ତି ବାଘ ପଧାନର ମାଆ | ବାଘ ପଧାନ ସେଠି ରହୁନାହିଁ | ରହୁଚି ପଚାଶ କିଲୋମିଟର ଦୂରରେ, ଏକ ମଠରେ | ତାଙ୍କ କଥାକୁ ବିଶ୍ବାସ କରିପାରିଲି ନାହିଁ | ବାଘ ପଧାନର ମାଆ ବି ବିଶେଷ କିଛି କହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ବୋଧେ | ପଦେ ଅଧେ କଥା କହି ସେ ସେଠୁ ପଳାଇଗଲେ | ସମୁଦାୟ ପରିବେଶ ମୋତେ ଲାଗିଲା ରହସ୍ୟମୟ |
ଫେରିଆସିଲି କ୍ଳାନ୍ତି ଓ ଅନିଶ୍ଚିତତା ଭିତରେ | ବାଟସାରା ଯେତେ ଚେଷ୍ଟା କଲେ ବି ସମୁଚିତ ଉତ୍ତରଟିଏ ମୋତେ ମିଳିଲା ନାହିଁ |
ଶେଷରେ ମନେ ମନେ ସ୍ଥିର କଲି ସେଇ ମଠକୁ ଯିବାକୁ ହେବ ମୋତେ | ସେଠି ପାଇବି ସମୁଚିତ ଉତ୍ତର | ଶାଳ ଜଙ୍ଗଲ ଘେରା ଗାଁଆଟି ଭିତରେ ଲୁଚିରହିଥିବା ରହସ୍ୟମୟ କଥାଟିର ଖିଅ ମୋତେ ମିଳିଯିବ ନିଶ୍ଚେ |
ସେଠିକୁ ଯିବି ଯିବି ବୋଲି ଯାଇପାରିଲି ନାହିଁ | ବ୍ୟାଙ୍କ୍ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ବିତିଗଲା କିଛିଦିନ | ମୋ’ ମନ ଭିତରୁ ବାଘ ପଧାନ ମୁହଁଟି ଅସ୍ପଷ୍ଟ ହୋଇଆସିବା ପୂର୍ବରୁ ହଠାତ୍ | ଦିନେ ପହଞ୍ଚିଗଲା ସେ | ବ୍ୟାଙ୍କରେ | ସମୟ ବାରଟା ପାଖାପାଖି | ଡୋର୍ | ଠେଲି ଗେରୁଆ ଲୁଗା ଆଉ ଚାଦର ପରିହିତ ବ୍ୟକ୍ତି ଜଣକ ବାଘ ପଧାନ ବୋଲି ଚିହ୍ନିବାରେ ମୋତେ ଅଳ୍ପ ସମୟ ଲାଗିଥିଲା | ଅବଶ୍ୟ ତା’ ମୁହଁରେ ଥିବା ବହଳିଆ ଦାଢ଼ି ତାକୁ ଅଚିହ୍ନା କରିଦେବାରେ ସହାୟକ ହେଇଥିଲା | ମାତ୍ର ତା’ ଚକ୍ |ଚକ୍ | ଆଖି ଦୁଇଟିକୁ ଦେଖି ମୁଁ ତାକୁ ଚିହ୍ନିପାରିଲି |
ସେ ଗମ୍ଭୀର ସ୍ବରରେ କହିଲା, ‘ଆରେ ଚାହିଁରହିଚୁ କ’ଣ ? ମୁଁ ହେଉଛି ବାଘ ପଧାନ | ମୋ’ ଘର ସୁଆଗିନାଳି | ଯେଉଁ ଗାଆଁକୁ ଯାଇ ତୁ ମୋତେ ଖୋଜିଆସିଚୁ | ଜାଣିଚୁ, ସାଧୁସନ୍ନ୍ଯାସୀ ନିଜ ପରିଚୟ ସହ ଗାଁ କେଉଁଠି କହନ୍ତି ନାହିଁ, ମାତ୍ର ମୁଁ ତୋତେ କହିଲି | ମୋ’ ନିଜ ପରିଚୟ ଦେଲି | କାରଣ ମୁଁ ସନ୍ନ୍ଯାସୀ ନୁହେଁ |’
ତା’ପରେ ଅସ୍ବାଭାବିକ ଭାବେ ସେ ହସିଉଠିଲା | ତା’ କଥା ଆଉ ତା’ର ପୋଷାକ ମୋତେ ବିସ୍ମିତ କରିଦେଲା | ତାକୁ ବସିବାକୁ କହିଲି | ସେ ବସିଲା ସିଧା ହୋଇ | ଏକ ଅପୂର୍ବ ଠାଣିରେ | ବୋଧେ ବାଘ ବସିବା ପରି ଥିଲା ସେଇ ଠାଣି |
କିଛି ସମୟ ନୀରବ ରହିବା ପରେ ପଚାରିଲି, ‘ତୁ ସନ୍ନ୍ଯାସୀ ନୁହଁ, ତେବେ ଏ ପୋଷାକ ପିନ୍ଧିଚୁ କାହିଁକି ?’
ମୋ’ ପ୍ରଶ୍ନ ଶୁଣି ସେ ବୋଧେ ଅଣନିଶ୍ବାସୀ ହୋଇଉଠିଲା | ଗୋଟେ ତୀକ୍ଷ୍ଣ ଛୁରୀ ଯେପରି ଖଣ୍ଡ ଖଣ୍ଡ କରିଦେଲା ତା’ ଭିତର ସତ୍ତାକୁ |
କାନ୍ଥ ଆଡ଼କୁ ଚାହିଁ କହିଲା, ‘ମୋ’ ବାପାଙ୍କ ପାଇଁ | ପିଲାଦିନେ କ’ଣ ଗୋଟେ ରୋଗ ଧରିଥିଲା ଯେ ସେଇ ରୋଗରେ ମୁଁ କୁଆଡ଼େ ମରିଯାଇଥାଆନ୍ତି | ତେଣୁ ସେ ମଠକୁ ନେଇ ମୋତେ ଗୋଟେ ସନ୍ନ୍ଯାସୀକୁ ଦାନ କରିଦେଲେ | ଆଉ ମୁଁ ବଞ୍ଚିଗଲି | ବାହାଘର ପ୍ରସ୍ତାବ ଯେତେବେଳେ ଆସିଲା ସେଇ କଥାଟିକୁ ମୋତେ ବୋଉ ମନେ ପକାଇଦେଲା | ଆଉ ତା’ ସହ ମଠକୁ ଯାଇ ଅନୁମତି ଆଣିବା ପାଇଁ ଚେତେଇଦେଲା | ସେଠିକି ଗଲି | ଯାହାକୁ ବାପା ମୋତେ ଦାନ କରିଦେଇଥିଲେ ସେ ମୋତେ ମୁକୁଳାଇଦେବା ନିମନ୍ତେ ଗୋଟେ ଚିଠା ଧରାଇଦେଲେ | ସେଇ ଚିଠାରେ କ’ଣ ଲେଖାଯାଇଥିଲା ଜାଣିଚୁ ? ଶହେ ସନ୍ନ୍ଯାସୀଙ୍କୁ ଖାଇବାକୁ ଦେବାକୁହେବ | ସେମାନଙ୍କ ପାଇଁ ନୂଆ ଲୁଗା ଆଉ ଦକ୍ଷିଣା | ଦକ୍ଷିଣା ବି କମ୍ | ନୁହେଁ ରେ | ଦଶ ହଜାର ଟଙ୍କା | ଯଦି ଏତକ ନ ଦିଏ ତେବେ ବର୍ଷଟିଏ ମଠରେ ରହି ତାଙ୍କର ସେବା କରିବି | ତା’ ପରେ ସେ ଯାହା ବିଚାର କରିବେ | ମୁଁ ଆଉ କ’ଣ କରିଥାନ୍ତି ? ତାଙ୍କରି ସେବା ଏବେ କରୁଚି ସେଇ ମଠରେ ରହି | ଗେରୁଆ ପୋଷାକ ପିନ୍ଧି |’
କଥା ସରିବା ପରେ ତା’ର ଦୀର୍ଘଶ୍ବାସ କମ୍ପିଉଠିଲା | ବୋଧେ ହୃଦୟ ଭିତରେ ହୋଇଥିବା କ୍ଷତରେ ଅସହ୍ୟ ଯନ୍ତ୍ରଣା | ପୁଣି ରହି ରହି କହିଲା, ‘ମୋ’ ଭାଗ୍ୟ ଛୋଟ | ସେଦିନ ମୁଁ ରୋଗରେ ମରିଯାଇଥିଲେ ଭଲ ହୋଇଥାଆନ୍ତା | ହେଲେ, ମୋ’ ପାଇଁ କେବଳ ଦୁଃଖ ଅଛି | ପାଠ ପଢ଼ିପାରିଲ ନାହିଁ ଟଙ୍କା ଅଭାବରୁ | ଖେଳୁଥିଲି ଯେ ତାହା ବି ଭଲ ଭାବରେ ଖେଳିପାରିଲି ନାହିଁ | ଗୋଟେ ଝିଅକୁ ଭଲ ପାଉଚି ଯେ ତାକୁ ବାହା ହୋଇପାରୁ ନାହିଁ | ଜାଣିଛୁ, ବାହାଘର ପ୍ରସ୍ତାବଟି ମୋ’ ପ୍ରରୋଚନାରେ ତା’ ବାପା ଆମ ଘରକୁ ନେଇ ଆସିଥିଲେ | ମାତ୍ର ସେ କେତେଦିନ ଅପେକ୍ଷା କରିବେ ବଢ଼ିଲା ଝିଅକୁ ଘରେ ରଖି ?’
କିଛି ସମୟ ନିସ୍ତବ୍ଧ | ମୋର କ’ଣ କହିବା ପାଇଁ ଅଛି ବାଘ ପଧାନକୁ ମନେ ମନେ ଭାବିଲି | ଅନୁଭବ କଲି, ତା’ଭିତରେ ଥିବା କୋମଳ, ସୁକୁମାର ଜିନିଷଟି ମରି ହଜିଯାଉଚି | ଗୋଟେ ଅନ୍ଧବିଶ୍ବାସର ଶିକାର ହୋଇଚି ସେ | ଏହା ଛଡ଼ା ଆଉ କିଛି ନୁହେଁ | ଦୋଛକିରେ ଛିଡ଼ା ହୋଇଥିବା ମଣିଷଟି ଯେ ବାଟବଣା ହେବାର ଉଦାହରଣ ଅନେକ ରହିଛି ସେ କଥା କହି ତାକୁ ବୁଝାଇବା ସକାଶେ ଚେଷ୍ଟା କରି ନାହିଁ | ବରଂ ପଚାରିଲି, ‘ହଇରେ, ଯାହାକୁ ଭଲ ପାଉଛୁ, ସେ ଦେଖିବାକୁ କେମିତି ?’
ଚହଲିଗଲା ହଠାତ୍ | ସେ | କ’ଣ ଉତ୍ତର ଦେବ ତାହା ଚିନ୍ତା କରିପାରିଲା ନାହିଁ ବୋଧେ | ଟାଣ ଦିଶୁଥିବା ଲାଜଲାଜ ଦିଶିଲା | ବେକର ମାଂସପେଶୀ କୋହଳ ହୋଇଗଲା | ଗୋଟେ ଚମତ୍କାର ହସ ଖେଳିଗଲା ତା’ ମୁହଁରେ | ଝୁଲାମୁଣିରୁ ବାହାର କଲା ଫଟୋ | ମୋ’ ଆଡ଼କୁ ବଢ଼ାଇ କହିଲା, ‘ତୁ କହ, କର୍ପୂରୀ ସୁନ୍ଦରୀ ନା ଅସୁନ୍ଦରୀ |’
ଫଟୋଟିକୁ ତା’ ହାତରୁ ନେଲି | ସବୁ ସୁଖ ଭରିରଖିଥିବା ଗୋଟେ ଝିଅର ସୁନ୍ଦର ରୂପ | ଝଲସିଗଲା ଆକାଶରେ ଚିତ୍ରମୟ ଇନ୍ଦ୍ରଧନୁ ପରି | କେଉଁଠି ସୁଖ ଅଛି ପଚାରିଲେ ଯେ କେହି କହିଦେବ ସଙ୍କୋଚହୀନ ଭାବରେ ସେଇ ଝିଅଟି ଭିତରେ | ଅଳ୍ପ ହସିଦେଲି | କହିଲି, ‘ଏମିତି ସୁନ୍ଦରୀ ଝିଅକୁ ଭଲ ପାଇ କେହି କେବେ ସନ୍ନ୍ଯାସୀ ହୋଇପାରେ ?’
ବାଘ ପଧାନର ବେକର ଶିରାପ୍ରଶିରା ଟାଣିହୋଇଗଲା ହଠାତ୍ | | ହାତମୁଠା ଶକ୍ତ ହୋଇଗଲା ତା’ ଅଜାଣତରେ | ମୋ’ ହାତରୁ ଫଟୋଟିକୁ ନେଇ କହିଲା, ‘ତୁ ଯାହା କହୁଚୁ, ତାହା ଠିକ୍ | | ମୁଁ ଚାହେଁ ସୁଖମୟ ହେଉ ମୋ’ ସଂସାର | ପିଲାଦିନଟି କେମିତି କଟିଚି, ତୁ ତାହା ଜାଣିଚୁ | ଖାଲି ଦୁଃଖ | ଦୁଃଖ ଛଡ଼ା ଆଉ କାହାକୁ ଭେଟିନି | ଏବେ ଟିକିଏ ସୁଖ ଆସିଲା ଯେ ସନ୍ନ୍ଯାସୀଟା ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଚି | ଖାଲି ମୋ ବୋଉ ପାଇଁ | ତା’ ସୁଁସୁଁ କାନ୍ଦ ପାଇଁ ଆଜି ଏତେ କଥା | ଆଉ ପୁଣି ଆମ ଜାତି କଥା ଅଛି | ବାଛନ୍ଦ ହୋଇଯିବାର ଭୟରେ ମୁଁ କିଛି ପଦକ୍ଷେପ ନେଇପାରୁନି | ଜାଣିଚୁ, ଆଉ ପନ୍ଦର ଦିନ ଅଛି, ବର୍ଷଟିଏ ପୂରିବାକୁ | ସେ କ’ଣ ବିଚାର କରିବେ ତାହା ଅପେକ୍ଷାରେ…’
କଥା ଶେଷ ହେବାବେଳକୁ ଅଟକିଗଲା ବାଘ ପଧାନ | ବୋଧେ ଆଉ କିଛି ତା’ର କରିବାର ନ ଥିଲା | ତା’ ଆଡ଼କୁ ଚାହିଁଲା | ଫଟୋଟିକୁ ନେଇ ପୁଣି ଝୁଲାମୁଣିରେ ପୂରାଇଲା | ସେଇ ହାତଟି ପଦାକୁ ବାହାରିଯିବାବେଳକୁ ଅଙ୍ଗୁଳିରେ ନଖଗୁଡ଼ିକ ବାଘ ନଖ ପରି ମୋତେ ଦିଶିଲା | କଳା ଓ ହଳଦିଆ ରଙ୍ଗର ଲୋମ ଗଜୁରିଉଠିଥାଏ ସେଥିରେ | ଗୋଟେ ହିଂସ୍ର ବାଘର ପଞ୍ଝା ପାଲଟିଯାଇଥିଲା ତା’ ହାତ ବୋଧେ | ଚମକିପଡ଼ିଲି ମୁଁ | ତା’ ମୁହଁକୁ ଚାହିଁବା ପାଇଁ ମୋର ସାହସ ହେଲା ନାହିଁ | ସେ ଉଠିପଡ଼ିଲା ହଠାତ୍ | | ଯେମିତି ଆସିଥିଲା ସେମିତି ସେ ଚାଲିଗଲା |
ଧୀରସ୍ଥିର ହୋଇ ମୁଁ ତା’ ଯିବା ବାଟକୁ ଚାହିଁ ରହିଲି | ନୀରବରେ, ଧୈର୍ଯ୍ୟର ସହିତ | ଏତେ ଦୁଃଖ ସତ୍ତ୍ବେ ସେ ବଦଳି ନାହିଁ ଜମା | ଗୋଟେ ବିଧାରେ ନଡ଼ିଆ ଭାଙ୍ଗି ଦେବାର ସାମର୍ଥ୍ୟ ରଖିଥିବା ବାଘ ପଧାନ ବିଚାର ଅପେକ୍ଷାରେ ଅଛି ନା, ତା’ ପାଇଁ ବିଚାର ଅପେକ୍ଷା କରିଛି, ତାହା ମୁଁ ଜାଣିପାରିଲି ନାହିଁ | ମାତ୍ର ଅନୁଭବ କଲି, ମୋ’ ଦେହ ଭିତରେ କମ୍ପନଟିଏ ସୃଷ୍ଟି ହେଲା ଏବଂ ତାହାର ତରଙ୍ଗ ବ୍ୟାପିଗଲା ମୋ’ ସାରା ଶରୀରରେ | ଏହା କାହିଁକି ହେଲା ? ଏମିତି କଥା ଭାବିଲାବେଳକୁ ଗୋଟେ ମୁହଁ ମୋ’ ଆଖି ଆଗରେ ଭାସିଉଠିଲା | କିଛି ସମୟ ପୂର୍ବରୁ ଯେଉଁ ଫଟୋଟିକୁ ବାଘ ପଧାନକୁ ଫେରାଇଦେଇଥିଲି, ଏଇ ମୁହଁଟି ସେଇ ଝିଅର | ଢଳଢଳ ଆଖି, ପୂରିଲା ଓଠ ସହ ଭରପୁର ଦେହ | ସେଇ ଆଖିରେ ଦେଖାଗଲା ଲୁହ | ସେଇ ଓଠରୁ ଶୁଣାଗଲା ଦରଦ କଥା | ଆଉ ଦେହ କଥା ପଚାରନା | ଗୋଟେ କୋହରେ ଥରିଗଲା ସାରା ଦେହ |
ଦେଖ, କେତେଦିନ ଅପେକ୍ଷା କରିରହିବି ତାଙ୍କୁ | ଏଠି, ଏକା ଏକା | ସନ୍ନ୍ଯାସୀର ଚେଲା ହୋଇ ସେ ମଠରେ ରହିବେ ଆଉ ମୁଁ ଏକା ଏକା ସାରା ଜୀବନ କେମିତି କାଟିବି ? ମୁଁ ତ ପାଷାଣୀ ଅହଲ୍ୟା ନୁହେଁ, ସବୁ କିଛି ସହିନେବି | ମୋ’ ଦେହର ତ ଗୋଟେ ଦାବୀ ଅଛି !
ପୋତିହୋଇଗଲି ଯେମିତି ଗୋଟେ ବ୍ୟାକୁଳତାରେ | ଏଇ ବ୍ୟାକୁଳତା ଗୋଟେ ଝିଅର ନୁହେଁ, ବରଂ ସମଗ୍ର ନାରୀ ଜାତିର | ମୋ’ ଭିତର ନୀରବତା ଆଚ୍ଛନ୍ନ କରିଦେଲା ସେଇ କୋଠରିକୁ | ମାତ୍ର ମୁଁ ଧୀରେ ଧୀରେ ବିଚଳିତ ହୋଇପଡ଼ିଛି | ଏଇ କଥା କିପରି ବୁଝିପାରୁ ନାହାନ୍ତି ବାଘ ପଧାନର ଗୁରୁଜଣଙ୍କ ? ମୋହମାୟାର ଊର୍ଦ୍ଧ୍ବରେ ରହି ସଂସାରତ୍ୟାଗୀ ସନ୍ନ୍ଯାସୀଜଣଙ୍କର ହୃଦୟ କ’ଣ ନାହିଁ ? ଖାଲି ମିଛରେ ସନ୍ନ୍ଯାସୀର ପୋଷାକ ପିନ୍ଧିଛନ୍ତି | ଯେମିତି ଗେରୁଆ ପୋଷାକ ପିନ୍ଧିଛି ବାଘ ପଧାନ |
ଏଇ ସଙ୍କଟର ସମାଧାନର ସୂତ୍ର ଖୋଜିବାବେଳେ ମୁଁ ବାଟବଣା ହୋଇଗଲି | ଜଙ୍ଗଲ ଭିତରେ ଉଚ୍ଚା ଉଚ୍ଚା ଶାଳଗଛ ମଝିରେ ବାଟ ଖୋଜି ପାଉ ନ ଥିବା ବ୍ୟକ୍ତିଜଣକ କେବଳ ମୁଁ | ମୋ’ ଛଡ଼ା ଆଉ କେହି ନୁହେଁ ବୋଲି ଜାଣିବା ପରେ ଭୟ ଓ ଆଶଙ୍କାରେ ଜଡ଼ସଡ଼ ହୋଇଗଲି ଏବଂ ଘଟଣାଟି ତା’ ବାଟରେ ଯାଉ ଭାବିନେଇ ସବୁକିଛି ବାଘ ପଧାନ ଉପରେ ଛାଡ଼ିଦେଲି |
ସେଇ ମୁହୂର୍ତ୍ତରେ ମୁଁ ମୁକ୍ତ ହେଲି ଚାପା ଉତ୍ତେଜନାରୁ | ବ୍ୟାଙ୍କ୍ | କାର୍ଯ୍ୟରେ ବ୍ୟସ୍ତ ରହିଲି | ବାଘ ପଧାନ ଦିନେ ଆସି ତା’ କାହାଣୀର ଶେଷ ଭାଗ ଶୁଣାଇବ, ତାହା ଭୁଲିଗଲି | ଅନେକଥର ଗଣ୍ଡମୁଣ୍ଡା ଯାଇଥିଲେ ବି ମୁଁ ଆଉ କେବେ ଗଲି ନାହିଁ ସୁଆଗିନାଳି | ସେଇ ଗାଁରେ ବାଘ ପଧାନର ଘର ଅଛି ବୋଲି ମନେ ପକାଇଲି ନାହିଁ |
ଭୁଲିଗଲି ସବୁ କିଛି | କୃତଜ୍ଞ ହୋଇପଡ଼ିଲି ସମୟ ପ୍ରତି | ମାତ୍ର ଏହି ସମୟ ହିଁ ଅକୃତଜ୍ଞ ହୋଇଗଲା | ପୁଣି ଥରେ ଭେଟ କରାଇଲା ମୋତେ ବାଘ ପଧାନ ସହ | ହାଟ ଭିତରେ | ମୋତେ ସେ ଦେଖି ତରତର ହୋଇ କିଛି ଜିନିଷ ତା’ ଝୁଲାରେ ପୂରାଇଦେଲା | ଗେରୁଆ ରଙ୍ଗର ଝୁଲାରେ ଲାଗିଗଲା ହଳଦିଆ ରଙ୍ଗରୁ ମେଞ୍ଚାଏ | ମୁଁ କିଛି ପଚାରିବା ପୂର୍ବରୁ ସେ ଦଉଡ଼ିଲା ଭଳି ଚାଲିଗଲା | ଚାଲିଗଲାନି ତ ମୋତେ ଲାଗିଲା ସେ ଉଡ଼ିଗଲା ଉଦ୍ |ଭ୍ରାନ୍ତ ପକ୍ଷୀ ପରି |
ଏତିକିବେଳେ ଡ୍ରାଇଭର କହିଲା, ‘ସୁଆଗିନାଳି ଗାଁର ଜଣେ ଲୋକ ସହ ମୋର ଭେଟ ହୋଇଥିଲା | ବାଘ ପଧାନ କଥା ତାକୁ ପଚାରିବୁଝୁଥିଲି | ସେ ସେଇ ମଠରେ ଅଛି | ସେଇ ସନ୍ନ୍ଯାସୀଜଣକ ତାକୁ ଛାଡ଼ି ନାହାନ୍ତି | ଆଉ ବର୍ଷେ ତାଙ୍କ ପାଖରେ ରହିବା ସକାଶେ କଥା ସ୍ଥିର ହୋଇଛି | ସେ ଏତେ ସହଜରେ ତାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି | ତାଙ୍କର ଯୁକ୍ତି ହେଉଚି, ପୁଅ ହେଇଥିଲେ ତାଙ୍କୁ ସେ ସାରା ଜୀବନ ପୋଷିଥାନ୍ତା | ସାରା ଜୀବନ ପୋଷିବାରେ ଯାହା ଖର୍ଚ୍ଚ ହୋଇଥାନ୍ତା ତାଠାରୁ ତାଙ୍କର ଦାବି କ’ଣ କମ୍ | ନୁହେଁ ? ନିଶ୍ଚୟ କମ୍ | ଅଟେ |’
ନିଜ ପ୍ରଶ୍ନର ଉତ୍ତର ଦେଇ ଡ୍ରାଇଭର ସନ୍ତୁଷ୍ଟ ଦେଖାଗଲା | ମାତ୍ର ମୁଁ ଚାହିଁଥିଲି ଜନଗହଳି ଭିତରେ ହଜିଯାଇଥିବା ବାଘ ପଧାନ ଆଡ଼କୁ | ସେ ଏବେ କେଉଁଠି ? ଜନଗହଳି ଟପି କେଉଁ ରାସ୍ତାରେ ସେ ଏବେ ଚାଲିଥିବ ? ସୁଆଗିନାଳି, ଯେଉଁଠି ତା’ ପ୍ରେମିକା ଅପେକ୍ଷା କରିଥିବା ନା ପଚାଶ କିଲୋମିଟର ଦୂରରେ ଥିବା ମଠକୁ, ଯେଉଁଠି ପହଞ୍ଚି ସେ ଋଣମୁକ୍ତ ହେବ ?
ପ୍ରକୃତରେ ମୁଁ କୌଣସି ନିଶ୍ଚିତ ଉତ୍ତର ପାଇବାରେ ସଫଳ ହେଲି ନାହିଁ ଏବଂ ବାଘ ପଧାନକୁ ତା’ ଦୁର୍ଦ୍ଦଶା ସମୟରେ କିଛି ଟଙ୍କା ନ ଦେଇଥିବାରୁ ମୁଁ ନିଜକୁ କ୍ଷମା କରିପାରିଲି ନାହିଁ |
କ’ଣ କରିବି କିଛି ଚିନ୍ତା କରି ନ ପାରି ପରଦିନ ସକାଳେ ତା’ ଗାଁରେ ପହଞ୍ଚିଥିଲି | ଗାଁ ସାରା ନିସ୍ତବ୍ଧ | ଝଡ଼ ବହିଯାଇଚି ଯେମିତି କିଛି ସମୟ ପୂର୍ବରୁ | ବିପର୍ଯ୍ୟସ୍ତ ଦିଶୁଚି ଆମ୍ବଗଛ | ଘରଦ୍ବାର ଛିନ୍ନଛତ୍ର ହୋଇପଡ଼ିଛି | ଫାଟିଯାଇଚି ମାଟି କାନ୍ଥ | ସମସ୍ତଙ୍କ ମୁହଁରେ ସ୍ପଷ୍ଟ ହୋଇ ଥିଲା ଦୁଃଖ ଓ ଯନ୍ତ୍ରଣା | ମୁଁ ଆପାତତଃ ସଙ୍କୁଚିତ ହୋଇପଡ଼ିଲି | କାହାକୁ କିଛି ପଚାରିବା ପାଇଁ ସାହସ ହେଲା ନାହିଁ | ଏତିକିବେଳେ ଜଣେ ବୟସ୍କ ଲୋକ ମୋ’ ସାମନାକୁ ଆସିଲେ | ଥରଥର ସ୍ବରରେ କହିଲେ, ‘ଗତକାଲି ରାତିରେ ବାଘ ପଧାନ ଆସି ଏଇ ପଥର ଉପରେ ବସିରହିଲା | ତାକୁ ଯେତେ ଯିଏ କହିଲେ ଘରକୁ ଯିବା ପାଇଁ, ସେ ମନା କରିଦେଲା | ଶେଷରେ କର୍ପୂରୀ ଆସିଥିଲା | ତା’ କଥା ବି ସେ ଶୁଣିଲା ନାହିଁ | ଝୁଲାରେ ଆଣିଥିବା ରଙ୍ଗରେ ନିଜ ଦେହକୁ ରଙ୍ଗେଇଦେଲା | ମୁହଁରେ ପିନ୍ଧିଲା ବାଘ ମୁଖା | ଆଉ ବହେ ନାଚିଲା ଏଠିସେଠି | ତା’ ନାଚରେ ଥରିଉଠିଲା ସାରା ଗାଁ | ଏଇ ଦେଖୁନା, ହଳଦିଆ ଆଉ କଳାରଙ୍ଗ କେମିତି ପଡ଼ିଚି ଚଟାଣ ଉପରେ | ତା’ ଆଖିରୁ ନିଆଁ ବାହାରୁଥିଲା | ଆମେ ଜଳକା ହୋଇ ଚାହିଁରହିଥିଲୁ | ସେ ସତକୁସତ ବାଘ ପାଲଟିଗଲା | ଆଉ ହେଣ୍ଟାଳିଲା | ତା’ ହେଣ୍ଟାଳରେ ଗାଁ ଫଟାଇଦେଲା |
ଆମେ ଭୟରେ ତାଟିକବାଟ ଦେଇଦେଲୁ | ସେ ଲାଞ୍ଜ ପିଟି ଜଙ୍ଗଲ ଭିତରକୁ ପଳାଇଲା | ଆଉ ଆଜି…. |’
ବିସ୍ମିତ ହେଲି | ପଚାରିଲି, କ’ଣ ହେଲା ଆଜି ?
ଆହୁରି ଥରିଉଠିଲା ସେଇ ଲୋକର କଣ୍ଠସ୍ବର | ଛେପ ଢୋକି କହିଲା, ‘ଘଣ୍ଟାଏ ତଳେ ଖବର ପାଇଲୁ ଗୋଟେ ବାଘ ମଠରେ ଥିବା ସନ୍ନ୍ଯାସୀର ତଣ୍ଟିକୁ କଣା କରି ମାରିଦେଇଚି |’
ମନେ ମନେ ଭାବିଲି, ବାଘ ପଧାନର ଗେରୁଆ ରଙ୍ଗର ଝୁଲାରେ ହଳଦିଆ ରଙ୍ଗ ସହ କଳା ରଙ୍ଗ ନିଶ୍ଚେ ଲାଗିଥିବ | ହେଲେ, ତାହା ମୋ’ ନଜରକୁ ଏଡ଼ାଇଦେଲା କିପରି ? ମୋ’ ନଜରକୁ ତ ଏଡ଼ାଇଗଲା ଅଥଚ କର୍ପୂରୀର ନଜରରେ ତ ତାହା ଧରାପଡ଼ିଥାନ୍ତା ! ସେ କ’ଣ ଚାହିଁଥିବ ଏତେ ଭଲ ପାଇଥିବା ମଣିଷଟି ତା’ ଅଜାଣତରେ ବାଘ ପାଲଟିଯାଉ ! କେବେ ନୁହେଁ | ଏହା ନିର୍ମମ ଓ ଆକସ୍ମିକ ଘଟଣା ତା’ ପାଇଁ ନିଶ୍ଚେ |
ଗାଡ଼ି ପାଖକୁ ଫେରି ଆସିବାବେଳେ ନଜର ପଡ଼ିଲା ମଥା ନୁଆଁଇ ବସିଥିବା ଝିଅଟି ଉପରେ | ହଠାତ୍ | ଅନୁଭବ କଲି ଏକ ଶିହରଣ ସଞ୍ଚରିଯାଉଚି ମୋ’ ରକ୍ତକଣିକାରେ | ହାଡ଼ର ମଞ୍ଜ ଭିତରେ | ଚିହ୍ନିଲି ସେଇ ଝିଅକୁ | ସେ ହେଉଚି, କର୍ପୂରୀ | ବାଘ ପଧାନର ପ୍ରେମିକା | ତା’ ମୁହଁରେ ଖେଳୁଚି ମୁଗ୍ଧ ହସର ବିହ୍ବଳିତ ରେଖା | ଆଉ ତା’ ହାତ ପାପୁଲି ଜୁଡୁବୁଡୁ ହୋଇଚି କଳା ରଙ୍ଗରେ |
ଆଞ୍ଜୁଳାଏ ପବନ ବିଞ୍ଚିହୋଇଗଲା ମୋ’ କାନ ପାଖରେ | ଶୁଣିଲି, କେହି ଜଣେ ଫୁସ୍ |ଫୁସ୍ | କରି କହୁଚି, ଭୋକ ନୁହେଁ, ବରଂ ଭଲ ପାଇବା ହିଁ ମଣିଷକୁ ବାଘ କରିଦିଏ | ସତସତିକା ବାଘ |
0 Response to "ବାଘ"
Post a Comment