ପୁଅରେ, ତୁ ବାପା ହେଲେ ଜାଣିବୁ

ପୁଅରେ, ତୁ ବାପା ହେଲେ ଜାଣିବୁ

ପୁଅରେ, ତୁ ବାପା ହେଲେ ଜାଣିବୁ
ଶ୍ୟାମସୁନ୍ଦର ଅଗ୍ରୱାଲା

ପୁରୁଣା କଥା ମନେପଡୁଛିl ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁl ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍ଧରି କଟକ ଯାଉଥାଏl ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗଟା ନାହିଁl ବୁଝିଲାବେଳକୁ ନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତିl ମୁଁ ଟିକେ ବିରକ୍ତ ହୋଇକାହିଁକି ମୋ ବ୍ୟାଗଟା ଏତେ ସକାଳୁ ନେଇ ବାହାରେ ରଖି ଦେଇଛ ବୋଲିପଚାରିଲା ବେଳକୁ ସେ କୁହନ୍ତିଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛିl ଆଉ ପାଞ୍ଚଟା ପଇଁଚାଳିଶଠୁ ଛଅଟା ପନ୍ଦର ଯାଏଁ ମାହେନ୍ଦ୍ରବେଳା ଅଛି, ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍ଟିକୁ ଆଣି ଘର ବାହାରେ ରଖି ଦେଇଛିl ହଉ, ଶୀଘ୍ର ବାହାର ଡେରି ହୋଇଗଲାଣି, ବସ୍ଷ୍ଟାଣ୍ଡ ଯିବାl ତାପରେ ସେ ମୋ ପଛେ ପଛେ ଚାଲିଥିବେl ମୁଁ ମନେ ମନେ ବିରକ୍ତ ହେଉଥିବିl ସେ କିନ୍ତୁ ପଛେ ପଛେ ଚାଲିଥିବେl

ବସ୍ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନl ‘କଟକ ସହର, ଟିକେ ଦେଖିକି ଚଳିବୁl କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁl ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁl ବେଶୀ ଗୁଡ଼େ ସାଇକେଲ ଚଲେଇ ବୁଲିବୁ ନାହିଁl ଗାଡ଼ି ମଟର ଦେଖିକି ଯିବୁl ସଦାବେଳେ ବାଁକୁ କାଟି ଚଲେଇବୁl ବଜାରରୁ ୟ୍ୟାଡୁ ସ୍ୟାଡୁ ଗୁଡ଼େ କିଣିକି ଖାଇବୁ ନାହିଁଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ, ନନ୍ଷ୍ଟପ୍ବସ୍ଆସିବା ପର୍ଯ୍ୟନ୍ତl କଥାଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବିl ହଁ, ହଁ, ତମେ ଗଲମୋ ଏମିତି ବାରମ୍ବାର କହିବା ସତ୍ତ୍ବେ ବି ସେ ରୋଡ଼ ଆରପଟେ ଯାଇ ଛିଡ଼ା ହୋଇଯିବେl ବସ୍ଖିଡ଼ିକି ବାଟେ ମୋତେ ଦେଖି ପୁଣି ଆରମ୍ଭ କରିଦେବେହଁ, ପହଞ୍ଚି ଗୋଟେ ଫୋନ୍କରିଦେବୁl କଲେଜ ଛକରେ ଓହ୍ଲେଇ ପଡ଼ିବୁl ଦେଖିକି, ବସ୍ରହିଲା ପରେ ଯାଇ ଓହ୍ଲେଇବୁl ନହେଲେ ଆଗକୁ ମଙ୍ଗଳାବାଗ ଛକରୁ ରିକ୍ସା କରି ପଳେଇ ଆସିବୁl ହୋ, କଣ୍ଡକ୍ଟର ବାବୁ, ତୁମର କଲେଜ୍ଛକରେ ବସ୍ରହୁଛି କି ନାହିଁ ?’ ବାପାଙ୍କ ପ୍ରଶ୍ନକୁ ହେୟଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବl ମୁଁ ମନେ ମନେ ଭାବେଓହୋ, ମଣିଷ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରିଲାl’ ତାପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହୋଇଥାଏl

ବାପା କେବେଠୁ ଆରପରିକୁ ଗଲେଣିl ମୋତେ ବର୍ତ୍ତମାନ ଷାଠିଏ ପାଖାପାଖିl ମୋ ପୁଅଝିଅ ସବୁ ବଡ଼ ବଡ଼ ହୋଇଗଲେଣି, କିନ୍ତୁ ଏବେ ବି ମୋ ପୁଅଝିଅ ଯେତେବେଳେ ଟ୍ରେନ୍ରେ ବସି ବମ୍ବେ କି କଲିକତା ଯାଉଛନ୍ତି ମୁଁ ଠିକ୍ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛିl ଘରୁ ଆରମ୍ଭ ହୋଇଯିବ ମୋ ଡ୍ରାମାl ‘ଆରେ ଟିକେଟ୍ନେଲୁ କି ନାହିଁ ? କିଛି ଭୁଲିଲୁ ନାହିଁ ? ବଡ଼ ବଡ଼ ନୋଟ୍କୁ ଚୋରା ପାକେଟ୍ଭିତରେ ରଖିଦେl କୁଲିଫୁଲିକୁ ଦେବା ପାଇଁ ଛୋଟ ଛୋଟ ନୋଟ୍କିଛି ସାଇଡ଼ ପକେଟ୍ରେ ରଖl ବାଟରେ କିଏ ଯାଚିଲେ ଖାଇବୁ ନାହିଁl ତଳ ଚେନ୍ରେ ବାକ୍ସକୁ ବାନ୍ଧି ଦେବୁl ପ୍ଲାଟ୍ଫର୍ମରେ ମିଳୁଥିବା ବରା ପିଆଜିଗୁଡ଼ାକୁ ଖାଇବାକୁ ନାହିଁl ରାସ୍ତାରେ କାହା ସାଥୀରେ ଭାବଦୋସ୍ତି କରିବା ଦରକାର ନାହିଁl’ ପୁଅ ମନା କରିବା ସତ୍ତ୍ବେ ବି ମୁଁ ଷ୍ଟେସନ ଯାଇଥାଏl କ୍ୟାବିନ୍ଭିତରେ ସେ ବସିଥାଏl ମୁଁ ପ୍ଲାଟ୍ଫର୍ମ ଉପରେ ଛିଡ଼ା ହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଳେଇଥାଏl ବାରମ୍ବାର ସେଇ କଥାଟିକେଟ୍ରଖିଲୁ ? ସୁବିଧାରେ ଯିବୁl ଆଜିକାଲି ବହୁତ ପକେଟ୍ମାରl ଟିକିଏ ହୁସିଆର ରହିବୁl ଷ୍ଟେସନରୁ ଓହ୍ଲେଇ ଗୋଟେ ଅଟୋ କରି ପଳେଇବୁl ଅଟୋବାଲାଙ୍କ ସହିତ ବେଶୀ ଝକ୍ଝକ୍କରିବୁ ନାହିଁl ଟ୍ରେନ୍ଛାଡ଼ିଲା ପରେ ଶୋଇପଡ଼ିବୁl ମୋ ପୁଅର ବିରକ୍ତି ଭାବ ତାମୁହଁରେ ପ୍ରକାଶ ପାଉଥିଲେ ମଧ୍ୟ ମୁଁ ତାକୁ ଖାତିର ନକରି ସତର୍କତା ସହିତ ମୋ ଉପଦେଶଗୁଡ଼ିକ ବାରମ୍ବାର ଦେଇ ଚାଲିଥାଏl

ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲାପରେ ଠିକ୍ସେହିପରି ମୋ ପୁଅଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛିl ଫରକ୍ଏତିକି ଯେ, ମୁଁ ସେତେବେଳେ ଚୁପ୍ହୋଇକି ରହିଯାଉଥିଲି, ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇଦଉଛନ୍ତିl ଦିନେ ମୋର ଜଣେ ବନ୍ଧୁ ମୋ ଝିଅକୁ ବଜାରରେ ଖୁବ୍ଜୋର୍ରେ ସ୍କୁଟି ଚଳାଉଥିବାର ଦେଖି ମୋତେ ଖବର ଦେବାରୁ ମୁଁ ସେଦିନ ଡାଇନିଂ ହଲ୍ରେ ସମସ୍ତେ ଖାଇବସିଥିବା ବେଳେ ତାକୁ ତାଗିଦ୍କରିଥିଲିl ଭାଇଭଉଣୀ ଦୁହେଁ ମୋ ଏକଥାକୁ ପସନ୍ଦ ନକରି କହିଥିଲେବାପା, ତୁମେ ଏମିତି ଡରିଲେ ଚଳିବ ନାହିଁl ହେବ ? କିଛି ହେବ ନାହିଁl ଦିନକୁ ଦିନ ତୁମେ ଏତେ ଡରକୁଳା କାହିଁକି ହୋଇଯାଉଛ ?’ ମୁଁ ଅନୁଭବ କଲି ସେମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ୍ଠିକ୍କହୁଛନ୍ତିl ଆଜିକାଲି ଟିକିଏ ଟିକିଏ କଥାରେ ମୁଁ ଡରିଯାଉଛିl ବଡ଼ିଭୋର୍ରୁ ଫୋନ୍ଟେ ବାଜିଲେ ଡରିଯାଉଛିl ରାତି ଅଧରେ କିଏ ଉଠେଇଦେଲେ ଚମକି ପଡ଼ୁଛିl ବାଥ୍ରୁମ୍କବାଟ ଠକ୍ଠକ୍ହେଲେ ଘାବରେଇ ଯାଉଛିl ହେଲା କି ? କିଛି ଅଘଟଣ ଘଟିଲା କି ? ଅବେଳରେ କିଏ କାହିଁକି ଡାକୁଛି ?

ଦିନେ ପୁଅଝିଅଙ୍କୁ ନେଇ ବଜାରକୁ ଯାଇଥିଲିl ସେମାନେ ଗୋଟେ ଇଲେକ୍ଟ୍ରୋନିକ୍କାର୍ଗେମ୍ଖେଳିବାକୁ ଚାହିଁଲେl ମୁଁ ବି ଦଶଟଙ୍କିଆ କଏନ୍ଟିଏ ନେଇ ଖେଳିବାକୁ ସ୍ଥିର କଲିl ମୁଁ ଭଲଭାବରେ ଜାଣିଛି ଏଗୁଡ଼ାକ ଟିଭି ପର୍ଦ୍ଦା ଉପରେ ହେଉଛିl ମୋ ପାଖରେ ଛୋଟ ଛୋଟ ପିଲାମାନେ ଗାଡ଼ିଗୁଡ଼ିକୁ ଦୁଇଶହରୁ ଅଢ଼େଇଶହ କିଲୋମିଟର ସ୍ପିଡ୍ରେ ଚଲେଇ ଢ଼ୋ ଢ଼ୋ ଆକ୍ସିଡେଣ୍ଟ କରୁଛନ୍ତି ଅଥଚ ମୋର ସ୍ପିଡ୍ପର୍ଦ୍ଦାରେ ଷାଠିଏ ସତୁରୀରୁ ଅଧିକ ହୋଇଗଲା ପରେ ମୋ ହାତଗୋଡ଼ ଥରୁଛିl ଏଇଥିପାଇଁ ପ୍ରକୃତରେ ମୁଁ ଗାଡ଼ିରେ ବସି କୁଆଡେ ଯାଉଥିବା ବେଳେ ମୋ ପୁଅ କହେବାପା, ତୁମେ ପଛରେ ବସ,’ କାରଣ ମୁଁ ଆଗରେ ବସିଥିଲେ ପ୍ରତି ପାଞ୍ଚମିନିଟ୍ରେ ତାକୁ ସତର୍କ କରାଉଥିବିl ‘ଦେଖ, ଆଗରୁ ଟ୍ରକ୍ଟେ ଆସୁଛିl ଆରେ ଇଣ୍ଡିକେଟର ଦେ, ଟିକେ ସ୍ଲୋ କରିଦେl ପଛପଟ ଗାଡ଼ିଟାକୁ ପାସ୍ଦେଇଦେl ଆଗରେ ହମ୍ପ ଅଛି, ବ୍ରେକ୍ଦେ’….. ଇତ୍ୟାଦିl ମୋ କିନ୍ତୁ ଅଭ୍ୟାସ ଯେ ମୁଁ ପଛରେ ବସିବିନି ଆଉ ଆଗରେ ବସି ଏମିତି ଡାଇରେକ୍ସନ ଦେଉଥିବିl

ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି ? ମୁଁ ଭାବିବାରେ ମୋଭଳି ଆପଣମାନଙ୍କର ମଧ୍ୟ ଉଣା ଅଧିକେ ଏମିତି ହେଉଥିବl ଆଧୁନିକ ମନସ୍ତତ୍ତ୍ବବିତ୍ମାନଙ୍କ ମତରେ ଏହା ହେଉଛି ଏକ ଭୟର ଲକ୍ଷଣ, ଯାହା ଆପଣଙ୍କର ପିଲାମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏl ଏଭଳି ପ୍ରେମରୁ ମୋହ ଜାତ ହୋଇଥାଏ ମୋହରୁ ଭୟ ସୃଷ୍ଟି ହୋଇଥାଏl ଏହା ଲକ୍ଷ୍ୟ କରାଯାଏ ଯେ, ମାବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ ସେତିକି ମୋହ ପିଲାମାନଙ୍କର ବାପା ମାଙ୍କ ପ୍ରତି ନଥାଏ ବରଂ ବେଳେ ବେଳେ ଏହାର ବିପରୀତ ଭାବରେ ପ୍ରତିରୋଧ କଲାଭଳି ଏକ ଉଦାସୀନ ମନୋଭାବ ଥାଏl ବାପାଟିଏ ଚିନ୍ତା କରୁଛି ଯେ ସେ ଯାହା ଜାଣିଛି ଶିଖିଛି ସବୁ ବାଟିକି ତା ପିଲାକୁ ପିଆଇ ଦେବl ପିଲାଟି କିନ୍ତୁ ଯାହା ବାପା ମାକହୁଛନ୍ତି ତାକୁ ପାଳନ କରିବା ଦୂରର କଥା ବରଂ ଠିକ୍ଓଲଟା କଥାଟି ମାନ କରି ତା ଏକ ବିଦ୍ରୋହାତ୍ମାକ ଲକ୍ଷଣର ପରିଚୟ ଦେବl ଆପଣ ଆପଣଙ୍କ ସାଙ୍ଗସାଥୀରେ କଥାବାର୍ତ୍ତା ହେଉଛନ୍ତି କରିବି ? ପିଲାଟା ଆଦୌ ବୁଝୁନିl” ପିଲା କିନ୍ତୁ ତାସାଙ୍ଗ ମେଳରେ କଥାବାର୍ତ୍ତା ହେଉଛନ୍ତି ଜାଣନ୍ତି- “ କରିବି କହିଲୁ ? ବାପା ଆଦୌ ବୁଝୁନାହାଁନ୍ତିl”

ବନ୍ଧୁଗଣ, ଏହା ସ୍ବାଭାବିକl ଏଥିରେ ବ୍ୟସ୍ତ ହେବାର କିଛି ନାହିଁl ଥରେ ଭାବିଲେ ଆପଣ ଆପଣଙ୍କ ବାପାଙ୍କ ସବୁ କଥାକୁ ମାନିଥିଲେ ? ମୁଁ ମୋ ବାପାଙ୍କ ଅନେକ କଥାକୁ ମାନିନାହିଁl ବାପାଙ୍କୁ ଲୁଚେଇକି ମୁଁ ଗାଡ଼ି ଚଳେଇବା ଶିଖିଛିl ବାପା ଯଦି କହିବେ ବାଁକୁ ଚାଲେ, ମୁଁ ଡାହାଣକୁ ଚାଲିଛିl ବାପା ଯଦି କହିବେ ଉପରକୁ ଅନା ମୁଁ ତଳକୁ ଅନେଇଛିl ଗାଁ ଛାଡ଼ି ଯେତେବେଳେ ବାହାରକୁ ଆସିଲି ବାପା କହିଲେଚାକିରିରେ ଅଛି, ବେପାର କରl’ ମୁଁ କିନ୍ତୁ ତାଙ୍କ କଥା ନମାନି ଚାକିରି କଲିl ଆଉ ଯେତେବେଳେ ମୁଁ ନିଜେ ସ୍ଥିର କଲି ଯେ ଚାକିରି ଛାଡ଼ି ବେପାର କରିବି ସେତେବେଳେ ବାପା ପୁଣି କହିଲେଭୁବନେଶ୍ବରରେ ଅଛି, କଟକରେ ବେପାର କରl’ ମୁଁ ପୁଣି ତାଙ୍କ କଥାକୁ ବିରୋଧ କରି ଭୁବନେଶ୍ବରରେ ବେପାର କଲିl ଏଇଥିପାଇଁ ଅନେକ ଥର ଆମ ଘରେ ଅଶାନ୍ତି ହୋଇଛି କିନ୍ତୁ ମୁଁ ମୋ ସବୁ ଜିଦ୍ରେ ଅଟଳ ରହିଛିl ୟା ଅର୍ଥ ଆମ ବାପା ପୁଅର ସମ୍ପର୍କ କଟିଗଲା ?

ଜଣେ ଦାର୍ଶନିକ କହିଥିଲେଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍କହୁଥିଲେ ଠିକ୍ସେତିବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି, ଭୁଲ୍କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏl” ଏହା ଏକ ଗତାନୁଗତିକ ଧାରା, ଯାହା ବଂଶ ବଂଶ ଧରି ଚାଲିଥାଏl ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁl ମୁଁ ଜାଣେନି ଆପଣ ଜଣେ ବାପା କି ପୁଅ ? ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁl ସେ ଚାହୁଛନ୍ତି ଯେ ସେ ଜିଇଁ ଥାଉ ଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇ ଦେବେl ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟl ଯଦି ଆପଣ ବାପଟିଏ ହୋଇଥାନ୍ତି; ତେବେ ପୁଅର ସବୁ ପ୍ରତିରୋଧକୁ ହସି ହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁପୁଅରେ, ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁl

 

0 Response to "ପୁଅରେ, ତୁ ବାପା ହେଲେ ଜାଣିବୁ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel