ତିନୋଟି ଲଘୁ କବିତା

ତିନୋଟି ଲଘୁ କବିତା

ତିନୋଟି ଲଘୁ କବିତା
 ଅଜୟ କୁମାର ଜେନା


ନୂଆ
ବର୍ଷ
ଶୁଭ ସକାଳର ଶୁଭ ଅଭିନନ୍ଦନ ଘେନିବୁ ବୋଲି ମୋ ଆଶା
ଫୁଲ ଫୁଟୁଥାଉ ତୋ ଚଲାବାଟେ ପୂରଣ ହେଉ ତୋ ଆଶା |

ତୋ ବାଟରୁ କଣ୍ଟା ତୋଳି ନେବାକୁ ରହିଛି ରହିବ ଜଣେ
ମନ୍ଦିରରେ ଜାଳେ ଦୀପ ତୋ ପାଇଁ ମନାସୁଛି ଶୁଭ ମନେ

ଦୁଃଖ ନେଇ ଯିଏ ସୁଖ ଦେଇପାରେ ସେଇ ତ ମଣିଷ ଜଣେ
ଛୋଟ କଥା ଏଇ ସବୁବେଳେ ଟିକେ ରଖୁଥିବୁ ତୋର ମନେ |

ହଁ…. ନା
ଲେଖିଦେଲି ସାଥୀ ଏ ଜୀବନ ତୋ ନାଆଁରେ
ଯୋଡ଼ିଦେଲି ଭାଗ୍ୟ ମୋର ତୋହରି ସାଥିରେ

ତୋ ଓଠରୁ ସବୁଦିନ ହସ ଝରୁଥାଉ
ନିଜ ପାଇଁ ସପନ ମୁଁ ଦେଖୁନାହିଁ ଆଉ

ଛୋଟ ଏକ ‘ହଁ’ ତୋର ମୋ ପାଇଁ ଚାନ୍ଦିନୀ ରାତି
‘
ନା’ ତୋର ମୋ ପାଇଁ ସ୍ମୃତିର ଅଲିଭା ଗୀତି |

ନିଦ
ଆସେନା ସେ ଯେବେ ଆଖିକୁ
ମନ ବି ବୁଝେଇ ପାରେନା
ନିଜେ ଜଦି ସିଏ ଜଳାଏ ମନକୁ
ନିଜ କଥା କେବେ ଭାବେନା |

କୁହୁକ ଛୁଆଁରେ କାହାର
ନିଦ ଆସିଯାଏ ଆଖିରେ
ନିଦରେ ଆସିଲେ ସପନ
ବସା ବାନ୍ଧିନିଏ ମନରେ

ଆଖି ଆଉ ନିଦ-ନିଦ ଆଉ ଆଖି
ଦୁହିଁଙ୍କ ପୀରତି ନିଆରା
ମନ ଯାହା ଖାଲି ଆବେଗର ସେତୁ
ଖୋଜୁଥାଏ ଟିକେ ସାହାରା  |

 

0 Response to "ତିନୋଟି ଲଘୁ କବିତା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel