ସନ୍ତୋଷ କୁମାର ମିଶ୍ର
ଆଉ କେବେ ପଚାରନା
ବର୍ଷା ହେଲେ କବି କ’ଣ କରେ
ବର୍ଷା ଯାହା କବିତା ବି ସେୟା
ତା’ ପାଇଁ
କବିତାଠୁ ବରଷାକୁ
କବି କେବେ ଫେଡ଼ି ପାରେ ନାହିଁ1
ବର୍ଷାରେ ନିଗିଡ଼େ ଶ୍ରାବଣୀ ଧାରା କବିତାର
ବର୍ଷାରେ ବି ଉଜୁଡ଼େ କବିର ଯାହା
ଜୀବନ ବେଉଷା
ଘର ପରିବାର
ବତୁରି ବିଗିଡ଼େ କଦବା
ନିବିଡ଼ ଶବ୍ଦର ଅକ୍ଷର1
ତମେ କ’ଣ ବିଶ୍ବାସ କରିବ
କି କବିତାରେ ବ୍ରହ୍ମ ନାହିଁ ନିରୁତା
ଅନ୍ନ ବି ମିଶିଛି
କବି ତେଣୁ ଜାଣେ ଯେ ତା’ର
କବିତା ହିଁ
ଅନ୍ନଠାରୁ ବ୍ରହ୍ମର ଦୂରତା
ସନ୍ତୁଳିତ ହେବାକୁ ବାଧ୍ୟ
କବିର ନିୟତି
ପଚାରନି ଏଣିକି ଆଉ
ଅନ୍ନର ନା ବ୍ରହ୍ମର ପକ୍ଷରେ
କାହା ପାଇଁ କହ ତମେ କବି ?
ବର୍ଷା ହେଲେ କ’ଣ ବା କରନ୍ତା କବି
କବିତା ନ କରି ?
ଯେଣୁ ଜାଣି ଜଣାଏ ନିଜକୁ କବି ଯେ
କବିତା ଆଉ ବରଷିବ ନାହିଁ
ଯେ’ ଦିନ ସେ ଫେଡ଼ିଦେବ
ଅନ୍ନରୁ ବ୍ରହ୍ମକୁ ବା ବ୍ରହ୍ମରୁ ଅନ୍ନକୁ
0 Response to "ପଚାରନା ଆଉ"
Post a Comment