ଅଧିକାରବାଦ ଓ ଚେତନା

ଅଧିକାରବାଦ ଓ ଚେତନା

ଅଧିକାରବାଦ ଓ ଚେତନା

ଅଶୋକ ପ୍ରଧାନ

ଅଧିକାରକୁ ସାବ୍ୟସ୍ତ କରିବାକୁ ପଡେ | ତାକୁ ସୃଷ୍ଟି କରିବାକୁ ପଡେ | ତାର କ୍ଷେତ୍ରକୁ ସଂପ୍ରସାରିତ କରିବାକୁ ପଡେ | ବିନା ସଂଗ୍ରାମରେ, ବିନା ସେବାରେ, ବିନା ଦାନରେ ସେ ଅଧିକାର ମିଳେ କାହାକୁ ? ଅଧିକାର ମାଗିଲେ ମିଳେ ନାହିଁ- ତାକୁ ଛଡେଇ ନେବାକୁ ପଡେ |

ବିପ୍ଳବର କଥା ପଢିଦେଲେ ମଣିଷ ବିପ୍ଳବୀ ହୋଇଯାଏ ନାହିଁ | ବିପ୍ଳବୀ ପଣ ଏକ ନୂତନ ସୃଷ୍ଟି  | ସେ ବିଜ୍ଞାନର କ୍ଷେତ୍ର ହେଉ, ଦର୍ଶନର କ୍ଷେତ୍ର ହେଉ ବା ସାମଜିକ କ୍ଷେତ୍ର ହେଉ, -ଅନୁସନ୍ଧାନ, ନିଷ୍ଠା ଆନ୍ତରିକତା ଏକ ନୂତନସ୍ବରକୁ ଜନ୍ମ ଦିଏ | କିଛିକୁ ପ୍ରତିବାଦ କରିବାର ସ୍ବର; ଆପଣଙ୍କର ଯେ ଅଧିକାର ଅଛି ତାକୁ ସୂଚୀତ କରାଇଦିଏ | ଏଣୁ ବିଳ୍ପବ ଜରିଆରେ ଅଧିକାର ନୂତନ କ୍ଷେତ୍ରକୁ ସୃଷ୍ଟି କରାଯାଏ | ଯେଉଁ ସରକାରରେ କର୍ତ୍ତବ୍ୟ ଚେତନାର ପ୍ରସାର ଅପେକ୍ଷା, ଅଧିକାର ନାଁରେ ଅଳ୍ପ କେତେଜଣ, ଜନସାଧାରଣଙ୍କର ସମ୍ପତ୍ତିକୁ ଲୁଟିନେବାର ପ୍ରୟାସ ଅଧିକ ସେଠିତ ବିଳ୍ପବ ହେବ ହିଁ ହେବ |

ହେଲେ ଗୋଟାଏ ଶିଶୁ ମାଠାରୁ କ୍ଷିରଖାଇବ….. ସେଇଟା ତାର ଅଧିକାର ନା ମା ନୈତିକତା ? ସେ ନୈତିକତାଟିକୁ ତା ମୁଣ୍ଡରେ ଭରିଦେଇଛି କିଏ ?- ସୁପ୍ରିମ୍କୋର୍ଟ ନାଁ ପାର୍ଲିଆମେଣ୍ଟ ? ସେଠି ଅଧିକାରୀ କିଏ ?? ମାନା ପିଲା ??

ଆମକୁ ମୂଳଅଧିକାରତ ଦେଇଛି ସେଇପ୍ରକୃତି |

ପୃଥିବୀଟା କଣ ଏକୁଟିଆ ମୋର ? ମୁଁ ପୃଥିବୀକୁ ଆସିଥିଲି, ନାଚିଲି, ଗାଇଲି, ଖାଇଲି, ଶୋଇଲି, -ତାର ଆଲୁଅ-ଅନ୍ଧାର, ମାଟି, ପାଣି, ପବନ, ଗଛଲଟା, ପ୍ରତିଟିଜିନିଷକୁ ଅନୁଭବରେ ଆଣି ମୋ କାମରେ ଲଗାଇଲି | ଯେତେ ଯାହା କଲେ ମଧ୍ୟ, ଯେତେଯେତେ ଅଳିଆ ଅସ୍କରା ଜମେଇଲେ ମଧ୍ୟ ମୋର ସମସ୍ତ ଭୁଲ ତ୍ରୁଟିକୁ ସୁଧାରି ପୁଣି ତାକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣୁଛି କିଏ ସେ ? ପୁଣି କିପରି ଫେରାଇ ଆଣୁଛି ?

କାରଣ ଏଠି କେବଳ ମୋର ଜୀବନ ନାହିଁ, ପୃଥିବୀର ମଧ୍ୟ ଜୀବନ ଅଛି | ଏଠି ମୋର କେବଳ ଉତ୍ତାପ ନାହିଁ ପୃଥିବୀର ଶରୀର ଭିତରେ ବି ଆପଣାର ଉତ୍ତାପ ଭରି ରହିଛି | ବିଶ୍ବ ମଧ୍ୟ ସେହି ପ୍ରାଣମୟ ଜୀବନୀ ଶକ୍ତିରେ ଭରପୁର | ସମଗ୍ର ବିଶ୍ବ ସେହି ଜୀବନ୍ତ ତାର ଘୋଷଣା କରେ | ଏଠି ଗହମରେନକ୍ଷତ୍ରର ବିଲୟ ଘଟେ-ନୂତନ ନିହାରୀକାର ସୃଷ୍ଟି ଚାଲିଥାଏ |

ହେଲେ ଗତିଶୀଳ ସମୟ ଆପଣା କାମରେ ମତ୍ତରହେ | କାମ ସମାଜର ମଙ୍ଗଳ ଉପରେ ଅଧିକାରର ବିଚାରଟାକୁ ଛାଡିଦେଇ ଜନଜୀବନର ସଫଳତାକୁ ବିଚାରର ପ୍ରବାହରେ ନ୍ୟୁନତମ ବ୍ୟକ୍ତିକୁ ସାମିଲ୍ କରିବାର ଚେଷ୍ଟା ଜାରିରଖେ |

କର୍ମୀ କେବେ ଅଧିକାର ଅଧିକାର ଗହଳ କରେ ନାହିଁ | ସେ ଅଧିକାରର କ୍ଷେତ୍ର ସୃଷ୍ଟି କରେ | ପ୍ରତ୍ୟେକ ଅଧିକାର ମୂଳରେ କିଛି ବିଶ୍ବାସ ନିହିତ | ତେଣୁ ଅନ୍ୟମାନେ ଆମର ଅଧିକାରକୁ ବରଦାସ୍ତ କରନ୍ତି-ସହିନିଅନ୍ତି | ନହେଲେ ସେ ଅଧିକାରକୁ ଆମେ ଉପଭୋଗ କରନ୍ତୁ କିପରି ? ଆତ୍ମସମ୍ମାନ ବୋଲି ଜିନିଷକୁ ଦାବି କରନ୍ତୁ କିପରି ? ହେଲେ ସମାଜ ନଥାଇ ଆତ୍ମସମ୍ମାନ ଥାଏ କେଉଁଠି ?ଆତ୍ମସମ୍ମାନଜ୍ଞାନ ଆତ୍ମଶକ୍ତିକୁ ସଂଗଠିତ କରିପାରେ | ସେଇ ଆତ୍ମଶକ୍ତି ହିଁ କାଳକୁ ବଶକରିପାରେ |

କାଳକୁ ଆତ୍ମାବଶକରି-ବିଷୟଶକ୍ତିକୁ ଆବୋରି

ସେ ସୃଷ୍ଟି କାଳଚକ୍ରେଥାଇ-ସେ ଚକ୍ରେ ଜୀବକୁ ବସାଇ
ପେଡଇ ଇକ୍ଷୁଯନ୍ତ୍ରପ୍ରାୟେ-ତେଣୁ ପୀଡଇ ମୋର କାୟେ
ସେ ରୂପେ କର୍ମ କାଳରୂପୀ-ଯଜ୍ଞ ଶରୀର ବିଶ୍ବବ୍ୟାପୀ
କର୍ମ ସଂଯୋଗେ ଦେହ ବହି-ନିରତେ କର୍ମକୁ ସଞ୍ଚଇ

ଯାହା ମୋର ନୁହେଁ-ତା ଉପରେ ପୁଣି ମୋର କି ଅଧିକାର ? ତାକୁ ସେ ଅଧିକାର ଦେଲା କିଏ ?

ଜଣଙ୍କର ଧନ ଅଛିବୋଲି ନିର୍ଦ୍ଧନଙ୍କ ଉପରେ ଅତ୍ୟାଚାର କରିବାର ଅଧିକାର ତାଙ୍କୁ ଦେଲା କିଏ ?

ଜଣେ ସମ୍ମାନ ପାଇଛି ବୋଲି ଅନ୍ୟମାନଙ୍କୁ ହୀନିମାନକରି ରଖିବାର ଅଧିକାର ତାଙ୍କୁ ଦେଲା କିଏ ?

ଥରେ ବୁଦ୍ଧିମାନ ବୋଲି ଗଣାହୋଇଗଲେ କିଛି କରି ମଧ୍ୟ ସମସ୍ତଙ୍କୁ ନିର୍ବୋଧ କରି ରଖିବାର ଅଧିକାର ସେ ପାଇବ କାହିଁକି ?

ଅଧିକାରକୁ କେହି ନେଇକରି ଆସିନାହିଁ  | ବିଭିନ୍ନ କାର୍ଯ୍ୟର ପରିସର, ସେବା, ସାମାଜିକ ବ୍ୟବସ୍ଥା ଅଧିକାରକୁ ଜନ୍ମଦେଇଛି କିମ୍ବା ଅଧିଷ୍ଠିତ କରାଇଛି | ତେଣୁ ଯେଉଁ ଅଧିକାରୀବୋଲି ମନେକରେ | ଆପଣା ମଧ୍ୟରେ କେନ୍ଦ୍ରୀଭୂତ ହେବାକୁ ଭଲ ପାଏ | ହେଲେ ପ୍ରେମ ଅଧିକାରକୁ ବାଣ୍ଟି ଦିଏ | ସବୁ କିଛିର ଅଧିକାରୀ ଏକମାତ୍ର ପରମେଶ୍ବର ବୋଲି ଜ୍ଞାନ କରେ | ସେଇ ବିଶ୍ବତ୍ମାନିକଟରେ ଆପଣାକୁ ସମର୍ପଣ କରି ବସେ | ପ୍ରେମ ଅଧିକାରକୁ ସାବ୍ୟସ୍ତ କରାଉଥିବାବେଳେ ଘୃଣା ଅଧିକାରକୁ ବଞ୍ଚିତ କରାଇବସେ | ତେଣୁ ସେବାର ଉପଯୁକ୍ତତା ଯେଉଁଠି ସେଠି ଅଧିକାର ତୁମକୁ ଦେଲା କିଏସେ ?

ତେଣୁ ମୁଁ ନିଜକୁ ନଜାଣିଲେ , ଆପଣାର ଅଂହକୁ ନବୁଝିଲେ, ମୋର ନିର୍ଦ୍ଧାରିତ ପୋଜିସନ୍କୁ ଜାଣିଲେ, ମୋତେ ପ୍ରଦତ୍ତ ଅଧିକାର ତାର ପ୍ରୟୋଗକୁ ନଜାଣିଲେ ମୋର କର୍ତ୍ତବ୍ୟ ମୂଁ କରିବି କିପରି ? ଅନ୍ୟର ଅନୁଭୂତି ଯଦି ଆପଣଙ୍କର ଜ୍ଞାନ ହୋଇଥାଏ ତେବେ ସେ ଜ୍ଞାନର ଅଧିକାରୀ କଣ ଆପଣ ?

ବିଳ୍ପବର କଥା ପଢିଦେଲେ ମଣିଷ ବିଳ୍ପବୀ ହୋଇଯାଏ ନାହିଁ | ବିଳ୍ପବୀପଣ ଏକ ନୂତନ ସୃଷ୍ଟି | ସେ ବିଜ୍ଞାନର କ୍ଷେତ୍ର ହେଉ , ଦର୍ଶନର କ୍ଷେତ୍ର ହେଉ, ସଂସ୍କୃତିର କ୍ଷେତ୍ର ହେଉ ବା ସାମାଜିକ କ୍ଷେତ୍ର ହେଉ, -ଅନୁସନ୍ଧାନ, ନିଷ୍ଠା ଆନ୍ତରିକତା ଏକ ନୂତନ ସ୍ବରକୁ ଜନ୍ମ ଦିଏ | କିଛିକୁ ପ୍ରତିବାଦ କରିବାର ସ୍ବର, କିଛିକୁ ଗଢିବା ଭାଙ୍ଗିବା କିମ୍ବା ସୃଷ୍ଟି କରିବାର ସ୍ବର ବା କିଛିକୁ ପରିବର୍ତ୍ତନ କରିଦେବାର ସ୍ବର; ଆପଣଙ୍କର ଯେ ଅଧିକାର ଅଛି ତାକୁ ସୂଚୀତ କରାଇଦିଏ | ଏଣୁ ବିଳ୍ପବ ଜରିଆରେ ଅଧିକାରର ନୂତନ କ୍ଷେତ୍ରକୁ ସୃଷ୍ଟି କରାଯାଏ, ସମ୍ପ୍ରସାରିତ କରାଯାଏ | ଯେଉଁ ସରକାରରେ କର୍ତ୍ତବ୍ୟ ଚେତନାର ପ୍ରସାର ଅପେକ୍ଷା, ଅଧିକାର ନାଁରେ ଅଳ୍ପ କେତେଜଣ, ଜନସାଧାରଣଙ୍କର ସମ୍ପତ୍ତିକୁ ଲୁଟିନେବାର ପ୍ରୟାସ ଅଧିକ ସେଠିତ ବିଳ୍ପବ ହେବ ହିଁ ହେବ |

କେତେବେଳେ ଅଧିକାରର ପ୍ରଶ୍ନ ଉଠେ ? କେଉଁ ସ୍ଥଳରେ ଅଧିକାରୀ ଦରକାର ହୁଏ ? କେତେବେଳେ ଅଧିକାରକୁ ଅସ୍ବୀକାର କରାଯାଏ କେତେବେଳେ ଅଧିକାରର ଆବଶ୍ୟକତା ରହେ ନାହିଁ ? କେତେବେଳେ ଅଧିକାରର ବିଲୟ ଘଟେ |

ଆମକୁ ଲୋକେ ସମ୍ଭାଳିଛନ୍ତି ବୋଲି ଆମେ ବଡବୋଲି ନିଜକୁ ପରିଚୟ ଦେଉଛୁ-ଭେରାଇଟର କାର ଚଢୁଛୁ-ନାଲିବତୀ ନଲାଗିଲେ ଆମେ ଅଫିସର ବା ମନ୍ତ୍ରୀ ବୋଲି ନିଜକୁ ଲଜ୍ଜିତ ମନେକରୁଛୁ | ଅତି ଦାମିକା କୋଠା ବାଡିରେ ରହିପାରୁଛୁ | ନିଜର ରାଜନୈତିକ କ୍ଷମତା, ସାମାଜିକ ପ୍ରତିଷ୍ଠା ଆଭିଜାତ୍ୟକୁ ଦେଖାଇହୋଇ ପାରୁଛୁ | ଆମର ବଡବିଚାରାଳୟ, ବଡଜେଲ୍ ବଡ ଥାନାକୁ ଇଙ୍ଗିତ କରିପାରୁଛୁ |

ତଥାପି ସେଦିନ ଲୋକେ ବାଷ୍ଟାଇଲ୍କୁ ଭାଙ୍ଗିଦେଲେ-ଶହଶହ ସାଆନ୍ତକୁ ହତ୍ୟାକଲେ, ଶେଷକୁ ପଳାୟନ କରୁଥିବା ରାଜା ରାଣୀଙ୍କୁ ଗିଲୋଟିନ୍ଦ୍ବାରା ହତ୍ୟାକରାଗଲା |

ଦିନେ ଦେଖାଗଲା ସବୁ ପଠାଣମାନେ ନିଶ ଦାଢି କାଟିପକାଇଛନ୍ତି-ଆଉଦିନେ ଦେଖିଲୁ ଶିଖ୍ମାନେ ଦାଢିକାଟି, ଚୁଟିକାଟି, ପଗଡି ଉତ୍ତାରିଦେଇଛନ୍ତି | କାରଣ ସେଠି ଥିଲା ପ୍ରାଣର ଆତଙ୍କ | ଜୀବନକୁ ରକ୍ଷାକରି ବଞ୍ଚିବା ଥିଲା ସେ ସମୟର ମୂଳମନ୍ତ୍ର | ସେଇଠିଥିଲା ଧର୍ମର ଅସଲ ଉଚ୍ଚାରଣ | ଆମେ ବି ଦେଖିଲୁ, ନିଜକୁ ଇଶ୍ବରଙ୍କ ପୁତ୍ରବୋଲି ଦାବିକରୁଥିବା ସେ ଦିନର ରାଜାଥିଲା କେତେ ନିଃସହାୟ, ତାର ଆଇନ୍କେତେ ପ୍ରବଞ୍ଚନାପୂର୍ଣ୍ଣ ଦୁର୍ବଳ | ନକ୍ସଲଙ୍କ ବୋମାମାଡରୁ ରକ୍ଷାପାଇଯିବାପରେ ଅଫିସର ସେଦିନ ଚିନ୍ତାକରୁଥିଲେ, ଓଃ ଆପେ ବଞ୍ଚିଲେ ବାପର ନାଁ-କି ମିଳିବ ସେ ନାଲିବତୀରୁ ??

ସେ ସାମାଜିକ ପ୍ରଳୟ ହେଉ କିମ୍ବା ପ୍ରକୃତିଗତ ପ୍ରଳୟକାଳ ହେଉ, ସେତେବେଳେ ଅଧିକାର କୌଣସି କାମରେ ଆସେନାହିଁ | ତେଣୁ ସ୍ଥିତିକାଳରେ ସମାଜଠାରୁ, ଈଶ୍ବରଙ୍କଠାରୁ ବିଜ୍ଞମଣିଷ ଯେଉଁ ଅନୁଗ୍ରହ ଲାଭକରିଥାଏ, ସେ ତାକୁ କଦାପି ଭୁଲିଯାଏ ନାହିଁ | ଆପଣାର ଯୋଗ୍ୟତା ଅନୁସାରେ ସେ ତାକୁ କାମରେ ଲଗାଏ, ସମାଜର ସେବାକରି ଆପଣାର ତଥା ସମାଜର ଅଧିକାର କ୍ଷେତ୍ରକୁ ବିସ୍ତାରିତ କରେ | ଯୋଗ୍ୟତା ଆପଣାର ଶିକ୍ଷା ସାଂସ୍କୃତିକ ପରିବେଶ ଉପରେ ନିର୍ଭରଶୀଳ | ଏଣୁ ଚେତନାର ଯେତିକି ଯେତିକି ସ୍ତରକୁ ମଣିଷ ଉଠିଛି-ସେ ଦେଖିଛିଯେ ତାକୁ ଶିକ୍ଷାଦେବାପାଇଁ ପ୍ରତିଟି ସ୍ତରରେ କେହିନା କେହି ଗୁରୁ ତା ନିକଟରେ ବିଦ୍ୟମାନ ଅଛନ୍ତି |

ଆଜିର ମଣିଷ; ବ୍ୟକ୍ତି ହିସାବରେ, ସାମୂହିକତା ମଧ୍ୟରେ, ଜୀବନର ତାରତମ୍ୟ ଭିତରେ, ଫର୍ମର ତାରତମ୍ୟ ଭିତରେ ଯୋଗ୍ୟତା ଭିତରେ ଅଧିକାରର ଆକଳନ କରୁଛି | ହେଲେ ସେଠି ପରିବେଶର ପରିବର୍ତ୍ତନ ଘଟୁଛି, ମନୁଷ୍ୟର ବିବର୍ତ୍ତନ ଘଟୁଛି | ମନୁଷ୍ୟର ଚେତନା ତତ୍ ଜନିତ ଅଧିକାର ପରମ୍ପରାକ୍ରମେ ସେ ବିଶ୍ବସତ୍ତା ଦ୍ବାରା ପ୍ରଦତ୍ତ ତଥା ସମାଜ ଦ୍ବାରା ଅଧିଗୃହୀତ, ପ୍ରଚାରିତ ସ୍ବୀକୃତ | ତେଣୁ ସେବାକରିପାରିବାର ଶକ୍ତିର ଅନ୍ୟନାମ ଯୋଗ୍ୟତା, ଯାହାକି ଶିକ୍ଷାର ସ୍ବାତନ୍ତ୍ର୍ୟକ ସ୍ବୀକାର କରେ | ଗୋଟାଏ ସ୍ଥିତି ଆଧାରିତ ସମାଜରେ ହିଁ ସମ୍ବିଧାନ, ଅଧିକାର, ରାଜତନ୍ତ୍ର, କମ୍ୟୁନ୍ତନ୍ତ୍ର କିମ୍ବା ଲୋକତନ୍ତ୍ରରେ ପ୍ରଶ୍ନ ଉଠେ | ଏଣୁ ଅଧିକାର ଅପରିସୀମ ନୁହେଁ କିମ୍ବା ନିରବଚ୍ଛିନ୍ନ ନୁହେଁ | ଅଧିକାର ଅନୁଚିନ୍ତନ ସାପେକ୍ଷ-ସମାଜ ସାପେକ୍ଷ | ନୂତନ ସୃଷ୍ଟି ଏବଂ ଅଧିକାରର ନୂତନ ପ୍ରସ୍ଥପାଇଁ ଚିନ୍ତନରେ ପ୍ରଳୟ ଅନିବାର୍ଯ୍ୟ | ତାହା ହିଁ ବିକଶିତ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଜନ୍ମଦେବ | ତାହା ହିଁ ବ୍ୟକ୍ତିକୁ ତାର ନ୍ୟାର୍ଯ୍ୟ ଅଧିକାର ପ୍ରଦାନସହ ବଞ୍ଚିବାର ଭିତ୍ତିଭୂମି ଯୋଗାଇଦେବ |

 

0 Response to "ଅଧିକାରବାଦ ଓ ଚେତନା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel