ସୁଧାଂଶୁ ଶେଖର ପାତ୍ର
ଅସ୍ତ ଗଗନେ ଅସ୍ତଛବି ମୁଁ
ସାଥୀ ମୋର ଅସ୍ତରାଗ,
ଅସ୍ତରାଗରେ ମୋ ଜୀବନ ଲିପି
ଲଭିଅଛି ସାଧୁବାଦ 1
ଆଦିମ ନାହିଁ ଅନ୍ତିମ ନାହିଁ
ମଧ୍ୟମ ସିନା ସ୍ଥିତି,
ମଧ୍ୟମ ନୁହେଁ ମାଧ୍ୟମ ମୁହିଁ
ଅନ୍ତରଙ୍ଗ କଳା ସୃଷ୍ଟି 1
ନନ୍ଦନ ବନେ ବନ୍ଦିନୀ ନାମେ
ଯଦି ବା ହେଲି ଖ୍ୟାତ,
ନନ୍ଦିନୀ ନୁହେଁ ବନ୍ଦିନୀ ନୁହେଁ
ଶୂନ୍ୟର ଅଭିଷେକ
0 Response to "ଅସ୍ତଛବି"
Post a Comment