ଶକ୍ତି ସିଆ
ମାତୃଭୂମି ଯାର ଓଡ଼ିଶା ଅଟଇ
ମାତୃଭାଷା ଯାର ଓଡ଼ିଆ
ତଥାପି କାହିଁକି ମନରେ ଏ ଭୟ
କହିବାକୁ ମୁଁ ଓଡ଼ିଆ।
ଓଡ଼ିଆ ହୋଇକି ଆଜି ମୁଁ ଗର୍ବିତ
ଏ ମାଟି ମହକ ପାଇଁ
ଓଡ଼ିଆ ହୋଇ ତୁ କାହିଁକି ଲଜ୍ଜିତ
ଓଡ଼ିଆ କହିବା ପାଇଁ ।
ଏଇ ସେ ଉତ୍କଳ ଏଇ ସେ କଳିଙ୍ଗ
ଏ ଆମ ଓଡ଼ିଆ ମାଟି
ସବୁରି ଶେଷରେ ଆମ ତା ସନ୍ତାନ
ରଖିବା ତା’ର ନାଆଁଟି।
ହଟେଇ ଦେବା ଅନ୍ୟାୟ ଅନୀତି
ନିଜ ସ୍ୱାଭିମାନ ପାଇଁ
ସ୍ୱାଭିମାନୀ ହୋଇ ବଞ୍ଚିବା ଆମେ
ନିଜକୁ ଓଡ଼ିଆ କହି।
ଦେଖିବା ନାହିଁ ସ୍ୱଚକ୍ଷୁରେ କେବେ
ଅନ୍ୟାୟ କି ଭ୍ରଷ୍ଟାଚାର
ସବୁ ଅଧର୍ମୀକୁ ଚେତେଇ ଦେବା
ପୁଅ ଆମେ ଓଡ଼ିଶାର।
0 Response to "ପୁଅ ଆମେ ଓଡ଼ିଶାର"
Post a Comment