ଫୁଲ

ଫୁଲ

                                                                                                 ଫୁଲ
                                                                                  ଲକ୍ଷ୍ମୀ ବେହେରା , ଅଷ୍ଟମ ଶ୍ରେଣୀ
                                                                                   S.K.R. HIGH SCHOOL 
ଫୁଲ ଏକ ପରୀ ରାଇଜର ରାଣୀଟିଏ | ସେ ମନରେ ଅସୀମ ଖୁସି ନେଇ ଏଇ ଧରା ହଗ୍ ପୃଷ୍ଠକୁ ଆସିଥାଏ | ସେ ତା’ର ସୁବାସରେ ପୃଥିବୀକୁ ମହାକାଇ ଥାଏ | ଫୁଲ ପରୀଠୁ ବି ଅଧିକ ସୁନ୍ଦର | ସତେ ସତେ ଯେପରି ସ୍ଵର୍ଗରୁ ଆବିର୍ଭୁତ ହୋଇଛି | ସେ କୋମଳ ଓ ନିଷ୍ପାପ | ସେ ଛୋଟ ହେଲେ ମଧ୍ୟ ତା’ର
ମହକରେ ଏ ଜଗତକୁ ସେ ମହି ନିଏ | ଇଚ୍ଛା ହୁଏ ଫୁଲକୁ ହୃଦୟରେ ବସାଇବା ପାଇଁ |
ବଗିଚାରେ ରଙ୍ଗ ବେରଙ୍ଗର ଫୁଲ ଫୁଟି ବଗିଚାର ଶୋଭା ବଢ଼ାଇଥାଏ | ମହୁମାଛି ମହୁ ପାଇଁ ଗୁଣୁଗୁଣୁ ଗୀତ ଗାଇ ତା’ ଆଡ଼କୁ ଆକର୍ଷିତ ହୁଏ | ଫୁଲ ତା’ର କୋଳରେ ମହୁମାଛିକୁ ବସାଇ ତା’ଠାରୁ
ମିଠା ମିଠା ଗୀତ ଶୁଣେ | ମହୁମାଛିକୁ ସେ ତା’ର ମହୁ ଦାନ କରିଥାଏ |
ଫୁଲଟି ସବୁବେଳେ ନମ୍ର , ସହନଶୀଳ, ଲାଜକୁଳି ଆଉ ସବୁଠାରୁ ସୁନ୍ଦର | ତାକୁ କେହି
ଆଘାତ କଲେବି ସେ ପ୍ରତିବାଦ କରେ ନାହିଁ | କାରଣ ସେ ବୁଝିଛି , ଏ ସଂସାରକୁ ସେ କେବଳ ସ୍ନେହ, ପ୍ରେମ, ଭଲ ପାଇବା ଆଦି ସ୍ଵର୍ଗୀୟ ଗୁଣ ପ୍ରଦାନ କରିବାକୁ ଆସିଛି | ନାରୀର ଅଳଙ୍କାର ଯେପରି ଲାଜ , ଫୁଲର ମଧ୍ୟ ସେହି ଲାଜ ଥାଏ | ତେଣୁ ସେ ନାରୀ ପରି ସହନଶୀଳ | ସେ କାହାକୁ ବି କଷ୍ଟ ବା ଯନ୍ତ୍ରଣା ଦେଇ ନ ଥାଏ , ବରଂ ନିଜେ ଦୁଃଖ,କଷ୍ଟ ଓ ଯନ୍ତ୍ରଣା ସହ୍ୟ କରିଥାଏ |
ଫୁଲ ଚାହେଁନା ଏ ଦୁଃଖ ଦୁନିଆରେ ରହିବାକୁ, ଯେଉଁଠାରେ ସ୍ନେହ, ଶ୍ରଦ୍ଧା, ପ୍ରେମ କିଛି ନାହିଁ | ଅଛି ଖାଲି ଟଙ୍କା, ସମ୍ପତି ଓ କଳହ | ତେଣୁ ସେ ପ୍ରକୃତିର ନିୟମକୁ ସ୍ଵାଗତ କରି ସଞ୍ଜ
ବେଳେ ମଉଳି ଯାଇଥାଏ |
ଏତେ ଗୁଣ ଛୋଟ ଫୁଲ ଭିତରେ ଯେଉଁ ଈଶ୍ଵର ସ୍ଥାପନ କରିଛନ୍ତି , ସେହି ଈଶ୍ଵରଙ୍କୁ ମୋର ପ୍ରାର୍ଥନା | ସେ ମୋତେ ପର ଜନ୍ମରେ ମଣିଷ ନ କରି ଗୋଟିଏ ଫୁଲ କରିଦିଅନ୍ତୁ | ଏ ମିଛ ଦୁନିଆରେ ଅନେକ ଦିନ ନ ବଞ୍ଚି ମାତ୍ର ଗୋଟିଏ ଦିନ ବଞ୍ଚିବି | ଦିନକ ପାଇଁ ହେଲେ ମଧ୍ୟ ମୁଁ ଦେବତାଙ୍କ ସେବାରେ ଲାଗିଲେ ମୋ’ର ଜୀବନ ଧନ୍ୟ ହୋଇଯିବ |
                                                                                      -----------------0------------------ 


Related Posts

0 Response to "ଫୁଲ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel