ନାରୀ

ନାରୀ

 ଇପ୍‌ସିତା ମଧୁମିତା ଦାସ

ଅଇରିଶବ୍ଦର ଅର୍ଥ ଶତ୍ରୁ | ଅଇରି, ଅର୍ଥାତ୍ ଯାହାର କେହି ଶତ୍ରୁ ନାହାନ୍ତି | ନାରୀ ଏମିତି ଏକ ଶବ୍ଦ ଯାହା ବିନା ସଂସାର ମହକ ଥିବା ଫୁଲ ସଦୃଶ, ପାଣି ଥିବା ଶୁଷ୍କ ଜଳାଶୟ ସଦୃଶ ଏବଂ ଜ୍ୟୋତ୍ସ୍ନା ଥିବା ରାତ୍ରି ସଦୃଶ | ନାରୀ ମମତାର ପ୍ରତୀକ | ସେ ଆଦ୍ୟଶକ୍ତି | ଉପଯୁକ୍ତ ସମୟରେ ସେ ସୀତାଙ୍କ ପରି ରମଣୀୟ, ସାବିତ୍ରୀ ପରି ପବିତ୍ର, ଅହଲ୍ୟା ପରି ସହନଶୀଳ ବା ଦୁର୍ଗାଙ୍କ ପରି ଶତ୍ରୁ-ବିଧ୍ବଂସୀ | ସେ ହିଁ ଜଗତ୍ଜନନୀ ତଥା ସୃଷ୍ଟି, ସ୍ଥିତି ପ୍ରଳୟକାରୀ |

କିନ୍ତୁ ସମୟ କ୍ରମେ ନାରୀର ଏହି ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି | ବିଶାଳ ହୃଦୟ ଥିବା ନାରୀର ମାନସିକତା ଆଜି ସଂକୀର୍ଣ୍ଣତାରେ ଆବଦ୍ଧ | ଦେବୀ ରୂପେ ମଣ୍ଡପରେ ପୂଜା ପାଉଥିବା ନାରୀ ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତା, ଲାଞ୍ଛିତା | ସମାଜକୁ ଦିଗ୍ଦର୍ଶନ ଦେଉଥିବା ନାରୀ ଆଜି ନିଜେ ଦିଗ୍ଭ୍ରଷ୍ଟ | ସଶକ୍ତିକରଣ ତଥା ଅନ୍ୟାନ୍ୟ ଅନେକ ବିକଳ୍ପ ମଧ୍ୟରେ ପୁରାତନ ଶକ୍ତିମୟୀ ନାରୀ ଆଜି ଶକ୍ତି ଯୋଗାଡ଼ କରିବାରେ ବ୍ୟସ୍ତ | ପବିତ୍ରତା, ସରସତା, ମଧୁରତା, ତଥା ଆକର୍ଷଣର ଚଳନ୍ତି ପ୍ରତିମୂର୍ତ୍ତି ନାରୀ, କାହିଁକି ଆଜି ଅବହେଳିତା ? କନ୍ୟା ଭ୍ରୂଣ ହତ୍ୟା, ଯୌତୁକ ପାଇଁ ହତ୍ୟା, ବିବାହ ବିଚ୍ଛେଦ ଆଦି କାହିଁକି ଆଜି ଅହରହ ବିଭିନ୍ନ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରିବାରେ ବ୍ୟସ୍ତ? ଏହିପରି ଅନେକ କାହିଁକିର ବୁଢିଆଣୀ ଜାଲରେ ଆମେ ଛନ୍ଦା | ପ୍ରକୃତରେ ନାରୀର ଅଧୋପତନ ପାଇଁ ଦାୟୀ କିଏ ? ସମାଜ, ଆଧୁନିକ ମାନବର ପାଶବିକ ଚିନ୍ତାଧାରା ନା ନାରୀ ନିଜେ ?

ନାରୀ ଆଜି ଯାହା ହରେଇଛି ସେଥିପାଇଁ ଦାୟୀ କେହି ନୁହେଁ, ସିଏ ନିଜେ | ଯଦିଓ ସମସ୍ତେ ନୁହନ୍ତି, ଆଜିର ସମାଜରେ ଅଧିକାଂଶ ନାରୀ ଆଧୁନିକତାର ଦ୍ବାହି ଦେଇ, ବିଜ୍ଞାନ ଯୁଗ ସହ ନିଜକୁ ସାମିଲ କରିବାକୁ ଯାଇ ତା ସମସ୍ତ ଆଦର୍ଶକୁ, ଯୁଗ ଯୁଗର ପ୍ରତିଷ୍ଠାକୁ ବିସର୍ଜନ କରିଦେଇଛି | ଆଧୁନିକ ଫେସନ୍ ଯୋଗୁ ସେ ଉଗ୍ର ଆଧୁନିକତାକୁ ଆପଣେଇଛି, ତାହା ସହିତ ବଦଳାଇଦେଇଛି ତା ପାରମ୍ପରିକ ପୋଷାକ |

ଆଦିମ କାଳରୁ ପୋଷାକର ଆବଶ୍ୟକତା ଅନୁଭବ କରି ନିର୍ମିତ ହୋଇଥିଲା ଫ୍ରକ୍, ସାଲୁଆର୍-କମିଜ ଶାଢ଼ୀ | ବୟସକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ପୋଷାକର ବ୍ୟବହାର କରାଯାଇଥିଲା | ଆଧୁନିକା ନାରୀ ପାଇଁ କିନ୍ତୁ ଆଉ ୧୨ ହାତି ଶାଢୀର କୌଣସି ପ୍ରୟୋଜନ ନାହିଁ | ପୁରୁଷ ସମାଜ ଆଗରେ ଆଜି ନାରୀ ନିଜକୁ ଉପସ୍ଥାପିତ କରିବାକୁ ଚାହୁଁଛି ଉଗ୍ର ଭାବରେ | ହାତେ କି ଦିହାତିଆ ଅର୍ଦ୍ଧନଗ୍ନ ପୋଷାକ ସାଂଗକୁ ପଦ ପଦକେ ଇଂରାଜୀ ଭାଷାର ବିସ୍ଫୋରଣ | ଆହୁରି ମଧ୍ୟ ସେ ବିବାହିତା କି ଅବିବାହିତା, ଅନେକାଂଶରେ ଜାଣିବା କଷ୍ଟକର କାରଣ ସିନ୍ଦୂର ବା ଶଙ୍ଖାର କୌଣସି ପ୍ରୟୋଜନ ଆଜିକାଲି ନାହିଁ | ଜିନ୍ସ୍ ପ୍ୟାଣ୍ଟ୍ ଟି-ସାର୍ଟ ଆଜିର ମହିଳାଙ୍କ ପ୍ରିୟ ପୋଷାକ | ଟିଭି ଖୋଲିଲେ ହିଁ ପ୍ରାୟ ଚ୍ୟାନେଲରେ ଆପଣ ଏହି ବିନା ପୋଷାକବାଲି ଆଧୁନିକ ଝିଅଙ୍କୁ ଆଜିକାଲି ଦେଖିପାରିବେ | ଏବେ ଯୁକ୍ତି ଉଠିପାରେ, ସେମାନେ କେବଳ ଟିଭିରେ ସୁଟିଂ ପାଇଁ ଏଭଳି କରୁଛନ୍ତି; ମାତ୍ର ଚଳଚ୍ଚିତ୍ର ମାଧ୍ୟମରେ ହିଁ ଆମ ସମାଜ ଜୀବନର କାହାଣୀ ଦେଖାଯାଇଥାଏ |

ଆମ ସମାଜରେ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ଘୂରିବୁଲୁଥିବା ଏହି ଆଧୁନିକା ଚଢ଼େଇମାନଙ୍କୁ ଦେଖି ହିଁ ଚଳଚ୍ଚିତ୍ର ସବୁ ପ୍ରସ୍ତୁତ କରାଯାଇଛି | ବାହାର କଥା ଦେଖି ଆମ ଓଡ଼ିଆ ଝିଅମାନଙ୍କୁ ଓଲିଉଡ୍ ପରଦାରେ ଦେଖନ୍ତୁ | ଆପଣଙ୍କୁ ଲାଗିବ ଆପଣ ଓଡ଼ିଶା ନୁହେଁ ବରଂ ଇଂଲଣ୍ଡ କିମ୍ବା ଆମେରିକାରେ ଅଛନ୍ତି | ଓଡ଼ିଆ ସଂସ୍କୃତିର ପ୍ରତିଛବି, ଓଡ଼ିଆ ମା ହୃଦୟ ଏହି ଜିନ୍ପ୍ୟାଣ୍ଟ ପିନ୍ଧା ନାରୀମାନଙ୍କଠାରେ ଦେଖିବାକୁ ମିଳେନାହିଁ | ସରଳ ହୃଦୟା ନାରୀ ଆଜି ଆଧୁନିକତାର ଦ୍ବାହି ଦେଇ କର୍କଶ ହୃଦୟା ହୋଇଯାଇଛି | ନା ସେ ହୋଇପାରୁଛି ଜଣେ ଆଜ୍ଞା ପାଳନକାରୀ କନ୍ୟା, ନା ହୋଇପାରୁଛି ଆଦର୍ଶ ବୋହୂ, ନା ପତିବ୍ରତା ସ୍ତ୍ରୀ, ନା ଜଣେ ମମତାମୟୀ ଜନନୀ | ଶିକ୍ଷିତା ହୋଇ ଶିକ୍ଷାର ଉପଯୁକ୍ତ ବିନିଯୋଗ କରୁନାହିଁ ଆଧୁନିକା ନାରୀ | ଫଳରେ ତାକୁ ମିଳୁଛି ଶାଶୁ, ନଣନ୍ଦଙ୍କଠାରୁ ନିର୍ଯ୍ୟାତନା, ଯେଉଁମାନେ ନିଜେ ମଧ୍ୟ ଜଣେ ଜଣେ ନାରୀ | ପ୍ରତିହିଂସା ପରାୟଣ ହୋଇ ନାରୀ ହିଁ ପରୋକ୍ଷରେ ଆଉ ଜଣେ ନାରୀର ଗୋଡ଼ ଟାଣିବାରେ ବ୍ୟସ୍ତ | ନାରୀ ନାରୀ ମଧ୍ୟରେ ଯଦି ଯୁଦ୍ଧ ଚାଲିଛି ତେବେ କିଏ ଆସି ନାରୀର ସଶକ୍ତିକରଣ କରିବ ? କିଏ ଦେବ ନାରୀକୁ ସୁରକ୍ଷା ? ଆଜି ଛୁଆ କାନ୍ଦିଲେ ମାବି ଜାଣିପାରୁନି ଛୁଆକୁ ଭୋକ ହେଉଛି ବୋଲି, ତେଣୁ ସମାଜରେ ନିଜର ପୂର୍ବ ପ୍ରତିଷ୍ଠାକୁ ବଜାୟ ରଖିବାକୁ ହେଲେ ନାରୀକୁ ନିଜେ ହିଁ ସୁଧାରିବାକୁ ପଡ଼ିବ |

ଯେଉଁ ନାରୀମାନେ ସମାଜରେ ଅନୈତିକ କାର୍ଯ୍ୟ କରୁଛନ୍ତି; ମଦମାଂସ ଖାଇ ଜିନ୍ପ୍ୟାଣ୍ଟ ପିନ୍ଧି ସେମାନଙ୍କର ମହାନ ଆଧୁନିକତା ପ୍ରକାଶ କରିବାକୁ ବୃଥା ଚେଷ୍ଟା କରୁଛନ୍ତି, ସେମାନେ ନିଶ୍ଚୟ କାହାର ଝିଅ, କାହାର ଭଉଣୀ, କାହାର ସ୍ତ୍ରୀ କିମ୍ବା କାହାର ବୋହୂ, ତେଣୁ ସମସ୍ତେ ଯଦି ନିଜ ନିଜ ପରିବାରରୁ ଅଭିଯାନ ଆରମ୍ଭ କରି ନିଜ ଆତ୍ମୀୟସ୍ବଜନଙ୍କୁ ଉଗ୍ରତାର ପ୍ରଭାବରୁ ଓହରାଇପାରନ୍ତେ ତେବେ ହୁଏତ ସମାଜ ଜ୍ବଳନରୁ କିଛିଟା ରକ୍ଷା ପାଇପାରନ୍ତା | ନିଜର ସୁରକ୍ଷା ପାଇଁ ହୋଇଥିବା ଆଇନ୍ର ଦୁରୁପଯୋଗ କରି, ଆଜି ନାରୀ ପୁରୁଷକୁ କ୍ରୀଡ଼ନକ କରିବା ପାଇଁ ଚେଷ୍ଟା କରୁଛି | ସେମାନଙ୍କ ଉପରେ ଅତ୍ୟାଚାର କରୁଛି | ଦେବୀକୁ ଦେଖିଲେ ସିନା ମନରେ ପ୍ରେମ ଉପାସନାର ବହ୍ନି ଜଳେ କିନ୍ତୁ ରାକ୍ଷସୀକୁ କେହି କେବେ ପୂଜା କରେ କି? ତ୍ୟାଗ ପ୍ରେରଣା ମାଧ୍ୟମରେ ସମାଜର କଲ୍ୟାଣକାରିଣୀ ନାରୀ ଯେବେ ପ୍ରତିହିଂସା ପରାୟଣ ଧ୍ବଂସକାରିଣୀ ହୁଏ ସେତେବେଳେ ନାରୀ ତାର ମହନୀୟତା ହରାଇବସେ, ଯାହା ଆଜିର ସମାଜରେ ନାରୀର ସ୍ଥିତିରୁ ସହଜରେ ଅନୁମେୟ |

ଆଜିର ଉଦଣ୍ଡି ନାରୀଙ୍କୁ ଦେଖି ଜଣେ ପିତା ଡରିଯାଉଛି | କନ୍ୟା ସନ୍ତାନ ଜନ୍ମ ଦେବା ବଦଳରେ ବଢ଼ିଚାଲିଛି ଭ୍ରୂଣ ହତ୍ୟା, ନାରୀର ସ୍ବାଧୀନତାରେ ଆଞ୍ଚ ଆସୁଥିବାରୁ ବଢ଼ିଚାଲିଛି ବିବାହ ବିଚ୍ଛେଦ | କେତେ ଦିନ ଆଉ ଏମିତି ଚାଲିବ ? ଆସନ୍ତୁ ଆମେ ସମସ୍ତେ ମିଶି ସେହି ନାରୀ ଚରିତ୍ରକୁ, ତାର ଉଦଣ୍ଡ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା; ତାହା ହେଲେ ଯାଇ ହୋଇପାରିବ ଆମର ନାରୀ ସମାଜ ସୁରକ୍ଷିତ | ନିଜ ସଭ୍ୟତା, ପରମ୍ପରାକୁ ଭୁଲି ଯାଇ କାମ କଲେ ଆମେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିପାରିବା | ସଂଯତ ଭାବ, ସୁମଧୁର ବାକ୍ୟାଳାପ ଏବଂ ମାର୍ଜିତ ପୋଷାକ ପରିଧାନ ମଧ୍ୟରେ ଆମେ ନାରୀକୁ ଅତ୍ୟାଚାରିତା ହେବାରୁ ବଞ୍ଚାଇପାରିବା | କାରଣ ନାରୀର କେହି ଶତ୍ରୁ ନାହାନ୍ତି | ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ, ନାରୀ ହସିଲେ ସୃଷ୍ଟି ହସିବ |

 

0 Response to "ନାରୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel