ଇଚ୍ଛା ପୁରଣ

ଇଚ୍ଛା ପୁରଣ

ଇଚ୍ଛା ପୁରଣ
 ମୃଣାଳ

ବିଶାଳ ଘଞ୍ଚ ବଣ | ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ | ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ | ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା | ମନ୍ତ୍ରୀ ଆସିଥିଲେ | ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ | ଢେର ଭାଷଣ ହେଲା | ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ | ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି | ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଜଙ୍ଗଲଟି ରକ୍ଷା ପାଇଯାନ୍ତା | ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ |

ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍ସେଇ ଘଟଣାଟି ଘଟିଲା | ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ |

ପରଦିନ ସହରରେ ହୁଲସ୍ତୁଲ ! ସବୁଠିଁ ଗୋଟିଏ ଖବର : ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି |

 


0 Response to "ଇଚ୍ଛା ପୁରଣ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel