ବାଇ ଚଢେଇର ଜମାନବନ୍ଦୀ

ବାଇ ଚଢେଇର ଜମାନବନ୍ଦୀ

ବାଇ ଚଢେଇର ଜମାନବନ୍ଦୀ

ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ

ସହର ମଝି | ଓଭରବ୍ରିଜ୍କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ | କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ  | ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ | ତାଘର ପାଇଁ କୋଉଠୁ ରୁଅ ପାଇଥାନ୍ତା ?

ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ | ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ ! ଚାରି ଦିନ ତଳେ, ମାବାଇଟି ଚାରିଟି ଅଣ୍ଡା ଦେଇଥିଲା | ଆଜି ଗୋଟିଏ ବି ନାହିଁ | ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି | ଚେଁ ନାହିଁ କି ଚାଁ ନାହିଁ | ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍ଚାପ୍ବସିଛନ୍ତି |
ପ୍ରତିରୋଧ କରୁନାହାନ୍ତି | ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ  |

ପ୍ରଥମେ ଗଛ କାଟି ପଦା କଲେ | କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ | ତାପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ | ଗାଁ ଛାଡି ଏବେ ସହରକୁ ଆସିଲୁ | ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର | ଛୋଟ ହେଉ ପଛେ ଖଜୁରୀ ଗଛଟିଏ ଏଠି ନିରୋଳାରେ ଥିଲା | ସାପ ବି ଆସିବାକୁ ଡରୁଥିଲା |
ହେଲେ ମଣିଷଗୁଡା ଏଡେ ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ ! ଏବେ ହାତ ଲମ୍ବାଉଛ | ଆମକୁ ବି ନେଇଯିବ, ନେଇଯାଉନ ?

ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ ?

ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା | ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ |

 

0 Response to "ବାଇ ଚଢେଇର ଜମାନବନ୍ଦୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel