ଶାନ୍ତି

ଶାନ୍ତି

ଶାନ୍ତି

ଡା ନୀଳମାଧବ କର

କେବେ ଆଉ ଆସିବ ତମେ
ଅଙ୍ଗନରେ
କାଉଁରୀ ପରଶ ନେଇ
ସ୍ଵପ୍ନକୁ ସଜେଇ

ଆବାହନୀ ଝଡ଼ କେଉଁ କାଳୁ
ଗଲେଣି ବାହୁଡ଼ି
ଅଣୁ ପରମାଣୁ ଭେଦି

ତନ୍ତ୍ରୀ ଦୋହଲାଇ

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ରଙ୍ଗମଞ୍ଚରେ
ଧୂସର ଜୋଛନା
ଭୟଙ୍କର ବୃକ୍ଷର ପଞ୍ଜରା
ଅଟକି ଯାଇଥିବା
ନିରୀହ ଜଳର ଆଇନାରେ
ଅଶରୀରୀ ଛାଇ ଏଠି ସେଠି

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ

ତମ ଆସିବା ପାଇଁ
ସେ ସବୁଜ ପୃଥିବୀ ନାହିଁ
ନୀଳ ସମୁଦ୍ର ନାହିଁ
ଆକାଶ ନାହିଁ, ବର୍ଷା ନାହିଁ।
ତମକୁ ଭଲ ପାଇବାକୁ
ହୃଦୟଟେ ବି ନାହିଁ।
ତମ ଆଗମନୀର ଆଶାରେ
ଅପେକ୍ଷାରେ, ସମୟ (ବି) ସରି ଯାଇଛି
ତିଳ ତିଳ ହେଇ

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ଆମେ କ୍ଲାନ୍ତଆମ କବରରେ
ଜୀବନ୍ତ ଆଶାଟେ ସହ
ସତେ କି ଆସିବ ତମେ
ସିଞ୍ଚିଦେଇ ସଞ୍ଜୀବନୀ ମନ୍ତ୍ର!

 

0 Response to "ଶାନ୍ତି"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel