ଏକାଦଶ ଅବତାରରେ କମ୍ପ୍ୟୁଟର

ଏକାଦଶ ଅବତାରରେ କମ୍ପ୍ୟୁଟର

ଏକାଦଶ ଅବତାରରେ କମ୍ପ୍ୟୁଟର

 ବିଜୟ ଚନ୍ଦ୍ର ମହାପାତ୍ର

ପୃଥିବୀ ପୃଷ୍ଠରେ ଧର୍ମ ବିଜ୍ଞାନ ମଧ୍ୟରେ ସଦାସର୍ବଦା ଦ୍ବନ୍ଦ୍ବ ରହିଆସିଛି | ମାତ୍ର କିଛି ବିଜ୍ଞାନୀ ଅଛନ୍ତି ଯେଉଁମାନେ ଖୁବ୍ଧାର୍ମିକ | ସେମିତି କେତେକ ଧର୍ମବିଶ୍ବାସୀ ବ୍ୟକ୍ତି ମଧ୍ୟ ବିଜ୍ଞାନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଆଧୁନିକ ବିଜ୍ଞାନର ପ୍ରତ୍ୟେକଟି ସଫଳତାକୁ ସ୍ବୀକାର କରନ୍ତି | ସମ୍ପ୍ରତି, କମ୍ପ୍ୟୁଟରଠାରୁ ଆରମ୍ଭ କରି ଜୀବଜଗତର କଲମୀକରଣ ପର୍ଯ୍ୟନ୍ତ, ଆମେ ଯେଉଁଭଳି ଭାବେ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛୁ, ସେ ସବୁର ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି | ତେବେ ଧାର୍ମିକ ବିଶ୍ବାସ ନେଇ ସବୁକୁ ଦେଖିଲେ ଆମେ କହିବା ? ଏକ ପ୍ରତି ନିବେଦନ |

ଶ୍ରୀମଦ୍ଭଗବତ୍ଗୀତାର ଜ୍ଞାନଯୋଗରେ ଥିବା ସପ୍ତମ ଅଷ୍ଟମ ପରିଚ୍ଛେଦରେ ଭଗବାନ ଶ୍ରୀକୃଷ୍ଣ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ କ୍ଷେତ୍ରରେ ବୁଝାଉଛନ୍ତି

ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ,
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ |

ପରିତ୍ରାଣାୟ ସାଧୁନାଂ ବିନାଶାୟ ଦୁଷ୍କୃତାମ୍‌,
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ |”

ଅର୍ଥାତ୍ସତ୍ୟଧର୍ମ ବିନାଶ ହେଲେ ଅଧର୍ମ ବଢ଼ିଲେ ମୁଁ ଧର୍ମ ରକ୍ଷା ଅର୍ଥେ ସଂସାରକୁ ଆସେ | ମୋର ଜାତି ଅଜାତି, ବ୍ରାହ୍ମଣ, ଚଣ୍ଡାଳ ଭେଦଭାବ କିଛି ନାହିଁ | ସମସ୍ତେ ମୋର ସମାନ | ମୋର ଶକ୍ତି ବଳରେ ଅଧର୍ମ ବିନାଶ ହୋଇ ଧର୍ମଭାବ ପୃଥିବୀରେ ଜାତ ହୁଏ |
ଆତତାୟୀ, ଗର୍ବୀ, ଖଳ, କୁଟିଳ, ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରି ସାଧୁଙ୍କୁ ରକ୍ଷା କରିବାକୁ ମୋହର ଚିତ୍ଶକ୍ତି ବଳରେ ମୁଁ ସଂସାରକୁ ଆସେ | ଏଠାରେ ସାଧୁମାନଙ୍କୁ ରକ୍ଷାକରି ଏବଂ ପାପୀମାନଙ୍କୁ ବିନାଶ କରି ପୁନର୍ବାର ଧର୍ମ ସ୍ଥାପନ କରେ |

ଯୁଗେ ଯୁଗେ ଭଗବାନ ବିଭିନ୍ନ ରୂପ ଅବତାରରେ ଧରା ପୃଷ୍ଠକୁ ଓହ୍ଲାଇଆସିଛନ୍ତି | ଏଠାରୁ ଦୁଃଖ, କ୍ଲେଶ, ପାପ, ଭୟ ନିର୍ଯ୍ୟାତନାର ବିନାଶ କରିବା ପାଇଁ | ଭଗବାନଙ୍କ ଦଶଟି ଅବତାର ଯଥା- ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ କଳ୍କି ଉପାଖ୍ୟାନ ଆମେ ଜାଣୁ | ବିଭିନ୍ନ ସମୟରେ ଭଗବାନ ଏହି ସବୁ ଅବତାର ଗ୍ରହଣ କରି ମର୍ତ୍ତ୍ୟଧାମକୁ ପାପଭାରରୁ ମୁକ୍ତ କରିଥିଲେ | ଏସବୁ ଆମର ଧର୍ମ ବିଶ୍ବାସ କଥା | ଆଧୁନିକ ବିଜ୍ଞାନ ସବୁକୁ ସହଜରେ ଗ୍ରହଣ କରିପାରେନାହିଁ | ତେବେ ବିଜ୍ଞାନ ଯେଭଳି ଭାବେ ପ୍ରଗତି ପଥେ ଆଗେଇଚାଲିଛି, ସେଥିରେ ନାନା ପ୍ରକାର ଚମତ୍କାର ଦେଖିବାକୁ ମିଳୁଛି | ଆମ୍ବ, ଲେମ୍ବୁ, କଲମୀ ଭଳି ମେଣ୍ଢା, ମାଙ୍କଡ଼, ମୂଷା ଆଦି ପ୍ରାଣୀମାନଙ୍କର କଲମୀ କରି ଦେଖାଇଦେବା ପରେ ବର୍ତ୍ତମାନ ବିଭିନ୍ନ ପ୍ରାଣୀ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଲମୀ କରିବା କଥା ଶୁଣାଗଲାଣି | ତେଣୁ ଉନ୍ନତ କଲମୀ ଦ୍ବାରା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଅବତାରର ମନୁଷ୍ୟ ଜନ୍ମ ଗ୍ରହଣ କରିବା କିଛି ଅସମ୍ଭବ ନୁହେଁ |

ବିଜ୍ଞାନକୁ ଉପଯୋଗ କରି ମନୁଷ୍ୟ ବର୍ତ୍ତମାନ ଅନେକ ସୁଖ, ସୁବିଧା ସ୍ବାଛନ୍ଦ୍ୟ ଜୀବନ ହାସଲ କରିପାରୁଥିବା ସହିତ ଅନେକ ସମସ୍ୟା ମଧ୍ୟକୁ ଟାଣିହୋଇଯାଇଛି | ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚି ସୁଦ୍ଧା ମନୁଷ୍ୟ ଦୁର୍ଗତିର, ଧ୍ବଂସର କରାଳଛାୟା ଦେଖି ଶଙ୍କିତ ହୋଇପଡୁଛି | ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହେତୁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଭୟ, ପରିବେଶ ଦୂଷିତକରଣ, ଜନସଂଖ୍ୟା ବିସ୍ଫୋରଣ ଇତ୍ୟାଦି ସମସ୍ୟାର ଭାରରେ ପୃଥିବୀ ବର୍ତ୍ତମାନ ଭାରାକ୍ରାନ୍ତ | ସବୁ ସମସ୍ୟାକୁ ମନୁଷ୍ୟ ହିଁ ସୃଷ୍ଟି କରୁଛି | କେତେଜଣଙ୍କର ଚିନ୍ତାଶୂନ୍ୟ, ଜିଦ୍ଖୋର ମନୋଭାବରୁ ହିଁ ଏସବୁ ସମସ୍ୟାର ସୃଷ୍ଟି |

ବିଜ୍ଞାନ ପ୍ରଗତିର ସଦ୍ୟତମ ନମୁନାଭାବେ କମ୍ପ୍ୟୁଟରକୁ ଗ୍ରହଣ କରାଯାଇପାରେ | ସାଧାରଣ ଅର୍ଥରେ କମ୍ପ୍ୟୁଟର ହେଉଛି ଗଣନା କରି ବିଶ୍ଲେଷଣ କରିପାରୁଥିବା ଏକ ଯନ୍ତ୍ର | କେତେକ କ୍ଷେତ୍ରରେ ଏହାକୁ ରୋବଟ୍ ବା ଯନ୍ତ୍ରମଣିଷ ମଧ୍ୟ କୁହାଯାଉଛି | ଚନ୍ଦ୍ର ପୃଷ୍ଠକୁ ମହାକାଶଯାନ ବା ଆପୋଲୋ ଯାନରେ ମଣିଷ କିମ୍ବା ମଙ୍ଗଳ ଗ୍ରହକୁପାଥ୍ଫାଇଣ୍ଡର୍‌’ ଭଳି ମହାକାଶଯାନ ପଠାଇ ଗବେଷଣା କରିବା ପଛରେ ଯେଉଁ ସୂକ୍ଷ୍ମ ଗଣନା ବିଶ୍ଲେଷଣର ଆବଶ୍ୟକତା ରହିଛି, ତାହା ବୈଜ୍ଞାନିକଙ୍କ ମଣିଷ ମସ୍ତିଷ୍କ ପକ୍ଷେ କରିପାରିବା ସମ୍ଭବ ହୋଇ ଥାନ୍ତା | ଏଥିପାଇଁ କମ୍ପ୍ୟୁଟରର ସାହାଯ୍ୟ ନିଆଯାଏ | ଆଜି ଚିନ୍ତା କରାଯାଉଛି, ବ୍ୟାପକ କ୍ଷେତ୍ର ପରିସର ବିଶିଷ୍ଟ କମ୍ପ୍ୟୁଟରକୁ କିଭଳି ଭାବେ ଅଧିକ ଉପଯୋଗ କରାଯାଇପାରିବ |

ମନୁଷ୍ୟ ପ୍ରକୃତିରେ ନାନା ଭିନ୍ନତା ରହିଥିବା ଆମେ ଜାଣୁ | ବୟସ, ଅବସ୍ଥା ପରିବେଶ ନେଇ ମନୁଷ୍ୟ ପ୍ରକୃତିରେ ବୈଷମ୍ୟ ଦେଖାଯାଏ | ଶରୀରରୁ କ୍ଷରିତ ହେଉଥିବା ବିଭିନ୍ନ ପ୍ରକାର ହର୍ମୋନ୍ ରାସାୟନିକ ପଦାର୍ଥ ହେତୁ ବିଭିନ୍ନ ସମୟରେ ବୟସରେ ପ୍ରକୃତିଗତ ଭିନ୍ନତା ପରିଲକ୍ଷିତ ହୋଇଥାଏ | ଶରୀରରେ ଥିବା ବିଭିନ୍ନ ଗ୍ରନ୍ଥି ମଧ୍ୟରୁ ଆଡ୍ରେନାଲ୍ଗ୍ରନ୍ଥିରୁ ଆଡ୍ରେନାଲିନ୍କ୍ଷରିତ ହୋଇ ରକ୍ତରେ ମିଶି ପ୍ରବାହିତ ହେବା ଫଳରେ ଆମ ହୃତ୍ପିଣ୍ଡ ଖୁବ୍ଦ୍ରୁତ ଗତିରେ ଦପ୍ଦପ୍ହୁଏ ଏବଂ ଦେହରୁ ଗମ୍ଗମ୍ଝାଳ ବାହାରେ | ଏହା ଅତ୍ୟନ୍ତ ଭୟଭୀତ ବା ବ୍ୟସ୍ତବିବ୍ରତ ହେବାର ଲକ୍ଷଣ | ସେହିଭଳି ଶରୀରର ପ୍ରଣାଳୀହୀନ ଗ୍ରନ୍ଥିରୁ କ୍ଷରିତ ରାସାୟନିକ ରସ ବା ହର୍ମୋନ୍ ମାତ୍ରା କମ୍ବେଶୀ ହେଲେ ଶରୀର କ୍ରିୟାର ବ୍ୟତିକ୍ରମ ଦେଖାଦେଇଥାଏ |

ଏବେ ନିକଟରେ ଆମେରିକାର ଚିକାଗୋ ସହରରେ ହୋଇଥିବା ଏକ ଗବେଷଣା ପରେ ବୈଜ୍ଞାନିକମାନେ କହୁଛନ୍ତି ଯେ ମନୁଷ୍ୟ ମନରେ କ୍ରୋଧ ସୃଷ୍ଟି ହେବା ପଛରେସେରୋଟନିନ୍‌’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର ଭୂମିକା ରହିଛି | ଏହାର ଅଭାବରେ ମଣିଷ କ୍ରୋଧୀ ହୋଇଯାଏ | ଏହାକୁ ଯଦି ଔଷଧ ଭାବେ ଜଣେ କ୍ରୋଧୀ ମଣିଷ ଶରୀରରେ ଦିଆଯାଇପାରିବ, ତେବେ ସେ ଅତ୍ୟନ୍ତ ଶାନ୍ତଶିଷ୍ଟ ପ୍ରକୃତିର ହୋଇପାରିବ | ଏହା ବ୍ୟତୀତ ଅନ୍ୟ କେତେ ପ୍ରକାରର ରାସାୟନିକ ରସର ପରିମାଣ ଅଧିକ ବା କମ୍ହେଲେ ମନୁଷ୍ୟର ମାନସିକ ସ୍ତରରେ ଭାବପ୍ରବଣତାର ପରିବର୍ତ୍ତନ ଘଟିଥାଏ | ଜଣେ ଖୁସିରେ ହସିବା, ଦୁଃଖରେ କାନ୍ଦିବା କିମ୍ବା ରାଗରେ କଳିଗୋଳ ଝଗଡ଼ା କରିବା ପଛରେ ମଧ୍ୟ କିଛି ରାସାୟନିକ ରସର ଭୂମିକା ରହିଛି | ତେଣୁ ବୈଜ୍ଞାନିକମାନେ ଚିନ୍ତା କଲେଣି, ବିଭିନ୍ନ ରାସାୟନିକ ରସକୁ ଛୋଟିଆ ଶିଶି ମଧ୍ୟରେ ରଖି ସେଥିରୁ ଦୁଇ ତିନି ଟୋପା ପ୍ରୟୋଗ କରି ମନୁଷ୍ୟର ସ୍ବଭାବ, ଆଚରଣ ବା ଚେତନାରେ ପରିବର୍ତ୍ତନ ଅଣାଯାଇପାରିବ |

ବିଭିନ୍ନ ସମୟରେ ଗୌତମବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ଯୀଶୁ, ନାନକ, ମହମ୍ମଦ ଭଳି ମହାପୁରୁଷମାନେ ଈଶ୍ବରଙ୍କ ଦୂତ ଭାବେ ଆବିର୍ଭୂତ ହୋଇ ପୃଥିବୀରେ ଶାନ୍ତି, ପ୍ରେମ, ସତ୍ୟ, ଅହିଂସା ସଦ୍ଭାବର ଅନେକ ପ୍ରଚାର କରିଯାଇଛନ୍ତି | ସେମାନଙ୍କ ଅମର ବାଣୀର ପ୍ରଚାର ବିଭିନ୍ନ ରାଷ୍ଟ୍ରନାୟକ ବା ଯୁଗପୁରୁଷଙ୍କ ଦ୍ବାରା ପ୍ରଚାରିତ ପ୍ରସାରିତ ହୋଇଛି | ଏବେ ମଧ୍ୟ ବିଭିନ୍ନ ଧର୍ମାନୁଷ୍ଠାନ ଆଧ୍ୟାତ୍ମିକ ସଂସ୍ଥା ଦ୍ବାରା ଏସବୁର ବହୁଳ ପ୍ରଚାର ଚାଲିଛି | ତେବେ ସେମାନଙ୍କ ଅନୁଗାମୀ ଭାବେ ମନୁଷ୍ୟ ସମାଜରେ ଭିନ୍ନ ଭିନ୍ନ ଗୋଷ୍ଠୀ, ଜାତି ସମ୍ପ୍ରଦାୟର ସୃଷ୍ଟି ହୋଇ, ମନୁଷ୍ୟର ପ୍ରକୃତି ଦିନୁଦିନ ଅଧିକରୁ ଅଧିକ କ୍ରୋଧାନ୍ବିତ ହିଂସାତ୍ମକ ହୋଇଚାଲିଛି | ଏହାର ପ୍ରତିକାର ବର୍ତ୍ତମାନ ଧର୍ମ ମାଧ୍ୟମରେ କରାଯିବା ସମ୍ଭବ ହେଉନାହିଁ | ସାମ୍ପ୍ରତିକ ନୂତନ ଯୁଗରେ ଧର୍ମ ଧାର୍ମିକମାନେ ପୁରୁଣା ହୋଇ କିଛିଟା ଅଚଳ ହୋଇଗଲେଣି |

ଆଜିର ଚିନ୍ତାନାୟକମାନେ କହୁଛନ୍ତି, ବିଜ୍ଞାନ ଦ୍ବାରା ହିଁ ମନୁଷ୍ୟ ପ୍ରକୃତିରେ ପରିବର୍ତ୍ତନ ଅଣାଯାଇପାରିବ | ଆଧୁନିକ ଯୁଗରେ ହୁଏତ ଭଗବାନ ବାଧ୍ୟ ହୋଇ ଏକ ନୂତନ ରୂପ ବା ଅବତାର ଗ୍ରହଣ ପୂର୍ବକ ସ୍ବର୍ଗରୁ ଓହ୍ଲାଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେବେ | ଖୁବ୍ସମ୍ଭବତଃ ଏହି ନୂତନ ଅବତାର ହୋଇପାରେ କମ୍ପ୍ୟୁଟର୍ରୂପରେ |

ସେହିକମ୍ପ୍ୟୁଟରାବତାରୀ ଈଶ୍ବରପ୍ରତ୍ୟେକଟି ମଣିଷର ହାରିଗୁହାରି ପ୍ରକୃତିକୁ ତ୍ବରାନ୍ବିତ ବେଗରେ ଗ୍ରହଣ କରି ପ୍ରତିଟି ମଣିଷ ପାଇଁ ଉଦ୍ଦିଷ୍ଟ ରାସାୟନିକ ରସର ନାମ ଉଲ୍ଲେଖ କରି ଛୋଟ ଛୋଟ ଶିଶି ମଧ୍ୟରେ ରଖିବେ | ଉପଯୁକ୍ତ ସମୟରେ ପ୍ରୟୋଗ କରାଯିବା ଫଳରେ ମାନବଜାତି ମଧ୍ୟରୁ ଦୁଃଖ, କ୍ଲେଶ, କ୍ରୋଧ, ହିଂସା, ଅଶାନ୍ତି ଭଳି ସମସ୍ୟାଗୁଡ଼ିକୁ ଦୂର କରାଯାଇପାରିବ |

ଆଜି ହୁଏତ ଏଭଳି ଚିନ୍ତାଧାରା ଆମକୁ ଅବାନ୍ତର ବା ବ୍ୟଙ୍ଗାତ୍ମକ ବୋଲି ମନେ ହୋଇପାରେ | କିନ୍ତୁ ବୈଜ୍ଞାନିକମାନେ ଦିଗରେ ଯେଭଳି ଦ୍ରୁତ ଉନ୍ନତି ହାସଲ କରୁଛନ୍ତି ସେଥିରୁ ମନେ ହେଉଛି, ଆସନ୍ତା ଶତାବ୍ଦୀ ମଧ୍ୟରେ ପୃଥିବୀରେ ଏକ ନୂତନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି |

ତେଣିକି ଆମେ ଦଶାବତାର ପରିବର୍ତ୍ତେ ଶେଷ ପଦରେ ଏକାଦଶବତାର ଈଶ୍ବରଙ୍କ ବନ୍ଦନା କରି ଗାଇବା
କେଶବ ! ଧୃତକମ୍ପ୍ୟୁଟର ରୂପଜୟ ଜଗଦୀଶ ହରେ |

 

0 Response to "ଏକାଦଶ ଅବତାରରେ କମ୍ପ୍ୟୁଟର"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel