ପ୍ରଶ୍ନ

ପ୍ରଶ୍ନ

ପ୍ରଶ୍ନ

 ଡ: କଲ୍ୟାଣୀ ପାଢୀ

ନିଜକୁ ଛଳନା କରି
ଭଲ ପାଇବାଟାକୁ ଅତୀତର ଦ୍ବାହି ଦେଇ
ତାଠାରୁ ଦୂରେଇ ଯିବା ଆଗରୁ
ନିଜକୁ ଥରେ ପ୍ରଶ୍ନ ପଚାରିବ ?

ଯଦି କେବେ ପତ୍ର ପାଅ
ତା ମୃତ୍ୟୁ ଶଯ୍ୟାରୁ

ଟିକିଏ ଆସବୋଲି
ଆସିବ କି, ଆସିବ ?

ଯଦି କେବେ ଦେଖ
ତୁମ ଅଗଣାରେ ନଈ ହୋଇ
ତାରି ଲୁହ ସବୁ ଯାଏ ବୋହି
ଅତୀତ ପ୍ରୀତିକୁ ଜାଗ୍ରତ କରି
କାନ୍ଦିବ କି, କାନ୍ଦିବ ?

ତା ପାଇଁ ଯେଉଁ ସୋହାଗର ଫୁଲ

ମନ ବଗିଚାରୁ ତୋଳି ରଖିଥିଲ
ଆଉ କାହା ପାଇଁ ସମର୍ପି ଦେବାରେ
ତୁମ ହାତ ଥରିବ କି, ଥରିବ |

ସ୍ବପ୍ନରେ କେବେ ଶୀତୁଆ ରାତିରେ
ଏକା ସେ ଯାଉଛି ଦେଖି
ସ୍ନେହ ଭରା ସୁରେ
ଡାକିବ କି ଡାକିବ |

ଯଦି ସବୁ ଯାକ ହଁ
ତେବେ ପୁଣି ଥରେ ତୁମ ମନକୁ ପଚାର
ତୁମେ ସତରେ ତାଠାରୁ ଦୂରେଇ ପାରିଛ?
ଅଯଥା ଦମ୍ଭରେ ଅଭିମାନ କରି
ଭଲା କି ଲାଭ ପାଇବ |

 

0 Response to "ପ୍ରଶ୍ନ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel