ଭାବର ଶିହରଣ

ଭାବର ଶିହରଣ

ଭାବର ଶିହରଣ
ସନ୍ୟାସୀ ନାୟକ

ଆସ ପ୍ରିୟା ହୋଇଯିବା
ମିଥୁନ ମୁଦ୍ରାରେ
ଶିଳାରେ ଖୋଦିତ
ମୂର୍ତ୍ତି ମନୋରମ,
ନିହଣ ମୁନରେ ଫୁଟି ଉଠିବ

ସୃଷ୍ଟିର ସୂକ୍ଷ୍ମ ଅନୁପମ l l

ମନ୍ଦିର କାନ୍ଥରେ
ଜୀବନ୍ତ ନାଚିବା
ପ୍ରେମ ପ୍ରଣୟର ତାଳେ ତାଳେ
ସ୍ବର୍ଗୀୟ ଶୃଙ୍ଗାର,
ଶୀଳ୍ପି କାରୁକାର୍ଯ୍ୟେ

ଆଦିମ ଯୁଗକୁ ଫେରିଯିବା
ଭବିଷ୍ୟତ କରୁଥିବ
ଅତିବ ଆଦର l l

ଭକ୍ତଠାରୁ ଭାବୁକେ
ନିର୍ବାକେ ଦେଖିବେ
ସଂସାରର ଶ୍ରେଷ୍ଠ ଶିହରଣ,
ସୃଷ୍ଟି ପାଇଁ-
ଆମେ ଅର୍ପଣ ହୋଇଯିବା
ଖୋଲିଦେଇ ମାନବ ମନର
ଯେତେ ସବୁ ମିଛ ଆବରଣ l l

 

0 Response to "ଭାବର ଶିହରଣ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel