ଚନ୍ଦ୍ରଶେଖର ରଥ
(୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ । ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ । ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।
ରଚନବଳୀ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
- ଯନ୍ତ୍ରାରୁଢ଼ (୧୯୬୭)
- ଅସୂର୍ଯ୍ୟ ଉପନିବେଶ (୧୯୭୪)
- ନବଜାତକ (୧୯୮୧)
କ୍ଷୁଦ୍ରଗଳ୍ପ ସଙ୍କଳନ[ସମ୍ପାଦନା]
- ଅନେକ ବନ୍ୟା ପରେ (୧୯୭୮)
- ଅଶ୍ୱାରୋହୀର ଗଳ୍ପ (୧୯୭୯)
- ସମ୍ରାଟ ଓ ଅନ୍ୟମାନେ (୧୯୮୦)
- ଅନ୍ୟ ଏକ ସକାଳ (୧୯୮୧)
- ସବୁଯାକ ସ୍ୱପ୍ନ (୧୯୮୪)
- ବାଘ ସବାର (୧୯୮୭)
- ଏତେ ପାଖରେ ସମୁଦ୍ର (୧୯୮୮)
- ପାହାଡ ଚଢା
- ବିକ୍ରୀ ପାଇଁ ଫୁଲମାଳ (୧୯୯୦)
- ସ୍ୱପ୍ନ ବାହାକ (୧୯୯୨)
- ସବୁଠାରୁ ଦୀର୍ଘ ରାତି (୧୯୯୪)
- କ୍ରମଶ ଗଭୀର ନଇ (୧୯୯୬)
- ଅନ୍ତିମ (୧୯୯୬)
- ଶିଖର ଲଙ୍ଘନ (୨୦୦୨)
- ନାଗାନ୍ତକ ବିଦ୍ୟା (୨୦୦୪)
- ସନ୍ଧିକାଳ (୨୦୦୭)
ନିବନ୍ଧ ସଙ୍କଳନ[ସମ୍ପାଦନା]
- ଦୃଷ୍ଟି ଓ ଦର୍ଶନ (୧୯୭୧)
- ଏ ଯେଉଁ ପୃଥିବୀ (୧୯୭୫)
- ମୁଁ ସତ୍ୟଧର୍ମା କହୁଛି (୧୯୭୭)
- ମଧୁସନ୍ଧାନ (୧୯୭୮)
- ଉତ୍ତର ଅରଣ୍ୟ (୧୯୭୦/୮୦)
- ଅଶ୍ରୁତ ସ୍ୱର (୧୯୮୧)
- କ୍ରୀତଦାସର ସ୍ୱପ୍ନ (୧୯୮୧)
- ରଥ ସପ୍ତକ (୧୯୮୫)
- ବିଶେଷ କଥନ (୨୦୦୫)
- ଲଘୁ ସଂହିତା (୨୦୧୨)
- ନିବନ୍ଧ ସଂଗ୍ରହ (୨୦୧୨)
- ଉନ୍ମୋଚିତ ଦିଗ୍ବଳୟ (୨୦୧୨)
କବିତା ସଙ୍କଳନ[ସମ୍ପାଦନା]
- ତୁମ ପାଇଁ ପକ୍ଷୀଗାନ (୨୦୦୦)
- ଆଗକୁ ବନସ୍ତ (୨୦୦୨)
- ମୋ ଘର ବହୁତ ଦୂର (୨୦୧୨)
ଅନ୍ୟାନ୍ୟ ସଙ୍କଳନ[ସମ୍ପାଦନା]
- ଅତିବଡ଼ୀ ଶ୍ରୀମଦ୍ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
- ରିଚାର୍ଡ ବାକ୍ଙ୍କ ଜନାଥନ୍ ସି’ଗଲ୍ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
- ପାଠଚକ୍ର ଡାଏରୀ (୨୦୦୨)
- ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ପଦ୍ମଶ୍ରୀ, ୨୦୧୮
- ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୧
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦
- ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭
- ଶାରଳା ପୁରସ୍କାର, ୧୯୮୨
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
- ଅଶ୍ରୁତ ସ୍ୱର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
- ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
- ଝଙ୍କାର ପୁରସ୍କାର, ୧୯୭୪
- ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩
0 Response to "ଚନ୍ଦ୍ରଶେଖର ରଥ "
Post a Comment