ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ

ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ

ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ

 ଡଃ. ସତ୍ୟପ୍ରିୟ ମହାଳିକ

ଲୀଳାମୟ ଭଗବାନ ଦୁଷ୍ଟ ବିନାଶ ସାଧୁର ପରିତ୍ରାଣ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି | ଜଗନ୍ନାଥଙ୍କ ବିଷୟରେ ଐତିହାସିକ ତଥ୍ୟର ଆଲୋଚନା କଲେ ଜଣାଯାଏ ଯେ, ଯଥାର୍ଥରେ ୧୦ମ ଶତାବ୍ଦୀ ବେଳକୁ ଓଡ଼ିଶାରେ ସେ ରାଷ୍ଟ୍ରଦେବତା ରୂପେ ପରିଚିତ ହୋଇ ସାରିଥିଲେ | ଡଃ. ବାସୁଦେବ ସାହୁଙ୍କ ମତରେଦଶମ ଶତାବ୍ଦୀ ବେଳକୁ ଓଡ଼ିଶାର ରାଷ୍ଟ୍ରଦେବତାଙ୍କ ନାମ ଅନୁସାରେ ଲୋକମାନେ ପୁଅମାନଙ୍କର ନାମକରଣ ଆରମ୍ଭ କଲେଣି |ଆହୁରି ମଧ୍ୟ ଓଡ଼ିଶାର ଧର୍ମଧାରା ଆଲୋଚନାକରି ସିଦ୍ଧାନ୍ତରେ ପହଞ୍ଚି ହୁଏ ଯେ, ଓଡ଼ିଶାର ଜଗନ୍ନାଥ ପୀଠ ସର୍ବଧର୍ମ ସମନ୍ବୟ ସ୍ଥଳ ଏବଂ କାଳକ୍ରମେ ଜୈନ, ବୈଦ୍ଧ, ବୈଷ୍ଣବ ଇତ୍ୟାଦି ଧର୍ମ ଜଗନ୍ନାଥଙ୍କ ମଧ୍ୟରେ ମିଶି ଯାଇଛି |

ଚୈତନ୍ୟଙ୍କ ଆଗମନ (୧୫୦୯-୧୦) ପରେ ଯେଉଁ ଶୁଦ୍ଧ ବୈଷ୍ଣବ ଧର୍ମର ପ୍ରଚାର ଓଡ଼ିଶାରେ ଘଟିଥିଲା ତାହା କ୍ରମଶଃ ଜଗନ୍ନାଥଙ୍କ ଭିତରେ ଆବଦ୍ଧ ହୋଇ ପଡ଼ିଲା | ଫଳତଃ ଜଗନ୍ନାଥଙ୍କୁ ଅବତାରୀ ଶ୍ରୀକୃଷ୍ଣଙ୍କୁ ଅବତାର ଭାବେ ପରିକଳ୍ପନା କରାଗଲା | ୧୬ଶ ଶତାବ୍ଦୀର କବି ଦିବାକର ଦାସ ପ୍ରସଙ୍ଗରେ ଲେଖିଛନ୍ତି-

ଯେହୁ ଗୋଲକ ନିତ୍ୟ ସ୍ଥଳ | ସେଇଟି ଗିରି ନୀଳାଚଳ
କୋଟିଏ ଯୁଗ ଯେବେ ଯାଇ | ଏଥିରେ ଲୀଳା ନସରଇ
ଶ୍ରୀଜଗନ୍ନାଥ ଷୋଳକଳା | ଏଥୁ କଳାଏ ନନ୍ଦବଳା

କଳାକ ଷୋଳ କଳା ହୋଇ | ଘେନି ଜନ୍ମିଲେ ଗୋପେ ଯାଇ

ସୂତରାଂ ଓଡ଼ିଶୀ ବୈଷ୍ଣବର ଜଗନ୍ନାଥପ୍ରାଣତା ଗୌଡ଼ୀୟ ବୈଷ୍ଣବର କୃଷ୍ଣ ଚେତନାର ଏକ ଅପୂର୍ବ ସମନ୍ବୟ ସଂଘଟିତ ହୋଇଥିଲା | ସେହି ସମୟଠାରୁ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥଙ୍କ ନିଯୋଗ, ଆଚାର ଯାନିଯାତ୍ରାର କିଛି କୃଷ୍ଣତ୍ବ ବୈଷ୍ଣବତ୍ବର ଆରୋପ ହେଲା ଏବଂ ଜଗନ୍ନାଥ ଶ୍ରୀକୃଷ୍ଣଙ୍କର ଅଭେଦ ପରିକଳ୍ପନା କରାଗଲା |

ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଜଗନ୍ନାଥଙ୍କର ସେହି କୃଷ୍ଣତ୍ବର ଏକ ଚରମ ନିଦର୍ଶନ | ଶ୍ରୀଜଗନ୍ନାଥଙ୍କ ମନ୍ଦିରରେବାର ମାସରେ ତେରଯାତହୁଏ ବୋଲି ଲୋକ ମୁଖରେ ପ୍ରଚାରିତ ଅଛି | ମାତ୍ର ପ୍ରକୃତରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ଯାତ୍ରାମାନଙ୍କର ସଂଖ୍ୟା ବହୁତ ବେଶୀ | ତନ୍ମଧ୍ୟରୁ ଦ୍ବାଦଶ ଯାତ୍ରା ହେଉଛି ଜଗନ୍ନାଥଙ୍କର ମୁଖ୍ୟଯାତ୍ରା | ସେ ଗୁଡ଼ିକ ହେଲା- () ସ୍ନାନ ଯାତ୍ରା () ରଥ ଯାତ୍ରା () ଶୟନ () ଦକ୍ଷିଣାୟନୀ () ପାର୍ଶ୍ବପରିବର୍ତ୍ତନ () ଉତ୍ଥାପନ () ପ୍ରାବରଣ ଷଷ୍ଠୀ () ପୁଷ୍ୟପୂଜା () ଉତ୍ତରାୟଣ (୧୦) ଦୋଳଯାତ୍ରା (୧୧) ଦମନକ ଚତୁର୍ଦ୍ଦଶୀ (୧୨) ଅକ୍ଷୟ ତୃତୀୟା |

ଏହି ଲୀଳାମାନଙ୍କ ମଧ୍ୟରୁ ଦୋଳଯାତ୍ରାରେ ଶ୍ରୀଜଗନ୍ନାଥ ନିଜେ ମଦନଗୋପାଳ (ଶ୍ରୀକୃଷ୍ଣ ହୋଇ ଫଗୁ ଖେଳ ବା ଚାଚେରୀ ଲୀଳା କରନ୍ତି) | ଏହି ଯାତ୍ରାର ଐତିହାସିକ ଉତ୍ପତ୍ତି ସମ୍ବନ୍ଧରେମାଦଳା ପାଞ୍ଜିରେ ନିମ୍ନମତେ ଉଲ୍ଲେଖ ଅଛି-
ଗଉଡ଼ିଆ ଗୋବିନ୍ଦ ଦେବ ରାଜା ହେଲେ ଚାରି ବର୍ଷ, ସନ. ୧୪୮୩ ପର୍ଯ୍ୟନ୍ତ | ରାଜାଙ୍କ ଦିନରେ ଦୋଳବେଦି ଉପରେ ଦୋଳି ଛିଡ଼ି ପଡ଼ିଲା | ବଡ଼ଠାକୁରଙ୍କ ଭୂଜ ଭାଙ୍ଗିଗଲା | ଦେଉଳ ଭିତରେ ବିଜେକଲା ଉତ୍ତାରୁ ଶ୍ରୀଭୂଜ ନିର୍ମାଣ ମହାସ୍ନାନ ହୋଇ ଏହିଠାରୁ ଦୋଳଯାତ୍ରାକୁ ଦୋଳଗୋବିନ୍ଦ ବିଜେ କଲେ |

ଏଥିରୁ ଜଣାଯାଏ ଯେ ୧୫୭୩ (୧୪୮୩ ଶକାବ୍ଦ) ଖ୍ରୀ.ରେ ତତ୍କାଳୀନ ରାଜନୈତିକ ବିପର୍ଯ୍ୟୟ ସତ୍ତ୍ବେ କୃଷ୍ଣ ଉପାସନାର ପ୍ରାଧାନ୍ୟ ସଙ୍ଗେ ସଙ୍ଗେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହିତ ପାଳିତ ହେଉଥିଲା | ଯାତ୍ରା ସମ୍ପର୍କରେ ବିଭିନ୍ନ ପୁରାଣରେ ଅନେକ ତଥ୍ୟ ରହିଛି |ଯଥା ସ୍କନ୍ଦ ପୁରାଣ, ଯାତ୍ରା ଭାଗବତ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଆଦିରେ ଯାତ୍ରା ଫାଲ୍ଗୁନ ଶୁକ୍ଳଦଶମୀ ତିଥିରୁ ଆରମ୍ଭ ହୋଇଥାଏ ବୋଲି ଉଲ୍ଲେଖ ରହିଛି | ୧୨ଶ ଶତାବ୍ଦୀର କବି ଜୟଦେବଙ୍କଗୀତ ଗୋବିନ୍ଦରେ ନିମ୍ନମତେ ବସନ୍ତ ରାସର ବର୍ଣ୍ଣନା ରହିଛି-

ବସନ୍ତେ ବାସନ୍ତୀ କୁସୁମ ସୁକୁମାରୈ ରଚୟବୈ
ର୍ଭମନ୍ତୀ କାନ୍ତାରେ ବହୁ ବିହିତ କୃଷ୍ଣାନ୍ବସରଣାମ୍‌;
ଅମଳଂ କନ୍ଦର୍ପଜ୍ବର ଜନିତ ଚିନ୍ତାକୁଳତୟା

ଚଳନ୍ବାଧାଂ ରାଧାଂ ସରସମି ଦମ୍ବଚେ ସହଚରୀ ୥’

ଜୟଦେବଙ୍କ ବର୍ଣ୍ଣିତ ବସନ୍ତ ରାସ ଏହି ଦୋଳଯାତ୍ରାର ପ୍ରତୀକ ଅଟେ | ଶ୍ରୀଜଗନ୍ନାଥଙ୍କ ଏହି ଉତ୍ସବଟି ଶ୍ରୀମନ୍ଦିରରେ ପାଳିତ ହୁଏ | ଦୋଳବେଦୀ ନାମକ ଗୋଟିଏ ମନ୍ଦିର ଐଶାନ୍ୟ ଭାଗରେ ଅଛି | ସେହିଠାରେ ଦୋଳଗୋବିନ୍ଦ, ଲଷ୍ମୀ ସରସ୍ବତୀଙ୍କ ସହିତ ଦୋଳିରେ ବିଜେ କରନ୍ତି | ସେଠାରେ ଫୁଲଛତ୍ର ଫୁଲ ଚାନ୍ଦୁଆ ଟଣାଯାଏ | ଅବିର ଲାଗି ଚଣା ସାକର ପ୍ରଭୃତି ଭୋଗ ଅନେକ ନୀତି ହୋଇଥାଏ | ଦୋଳ ପୂର୍ଣ୍ଣମୀର ପାଞ୍ଚଦିନ ପୂର୍ବରୁ ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟାହ୍ନ ଭୋଗ ପରେ ଚାଚେରୀ ବେଶ କରାଯାଏ ଏବଂ ଚାଚେରୀ ଭୋଗ ନାମକ ଗୋଟିଏ ଅଧିକ ଭୋଗ ଲାଗି କରାଯାଏ | ତାହାପରେ ଠାକୁର ଦୋଳଗୋବିନ୍ଦ, ଲଷ୍ମୀ ସରସ୍ବତୀଙ୍କ ସହ ବିଜେ କରି ଚାଚେରୀ ଭ୍ରମଣ ପାଇଁ ବାହାରନ୍ତି | ଏଥିରେ ଫଗୁଲାଗି ମଧ୍ୟ ହୁଏ | ଏହିପରି ପାଞ୍ଚଦିନ ଧରି ଉତ୍ସବ ପାଳିତ ହୁଏ |

କବି ଶ୍ରୀହର୍ଷଙ୍କ ଦ୍ବାରା ରଚିତ ଶ୍ରୀଜଗନ୍ନାଥଙ୍କର ଏହି ମହିମାମୟ ଦୋଳ ବା ଚାଚେରୀ ଯାତ୍ରାର ମହତ୍ତ୍ବ ନିମ୍ନ ଶ୍ଳୋକରେ ବର୍ଣ୍ଣିତ |
ଦୋଳେଚ ଦୋଳ ଗୋବିନ୍ଦଂ
ଚାପେଚ ମଧୁସୂଦନଂ
ରଥତୁ ବାମନଂ ଦୃଷ୍ଟ୍ବା
ପୁନର୍ଜନ୍ମ ବିଦ୍ୟତେ ୥’
ଏହି ଦୋଳଯାତ୍ରା ବା ବସନ୍ତ ଉତ୍ସବକୁ ଚାଚେରୀ ବେଶ ଚାଚେରୀ ଯାତ୍ରା ବା ଚାଚେରୀ ଲୀଳା କୁହାଯାଏ | ଓଡ଼ିଆ କାବ୍ୟ କବିତାରେ ମଧ୍ୟ ଏହି ଦୋଳଯାତ୍ରା ଚାଚେରୀ ଲୀଳାର ଉଦାହରଣ ଦେଖିବାକୁ ମିଳେ | ଏହି ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଉପରେ ଚାଚେରୀ ଲୀଳା ଏକ ପ୍ରାମାଣିକ ଇତିହାସ | କାଳ୍ପନିକ କାହାଣୀ ପୌରାଣିକ ଘଟଣା ଅବତାରଣାର ଏକ ସମନ୍ବୟ ରକ୍ଷାକରି ଚାଚେରୀ ଲୀଳାର କାରଣ, ବିଧି, ପ୍ରସଙ୍ଗ ବର୍ଣ୍ଣନା ଇତ୍ୟାଦି- ଉପାଖ୍ୟାନ ଚମତ୍କାର କଥନ ଶୈଳୀରେ ବର୍ଣ୍ଣିତ |

ସ୍ବତରାଂ ଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ବା ଲୀଳାପରି ଦୋଳଯାତ୍ରାର ପୃଷ୍ଠଭୂମି ଏବଂ ଲୀଳା ପ୍ରସଙ୍ଗ ଚମତ୍କାର ଭାବ ଚେତନାର ସ୍ପର୍ଶ ଦିଏ |

ବି.ଦ୍ର.:- ଉକ୍ତ ଲେଖା ନିମନ୍ତେ ଜଗନ୍ନାଥ ଚେତନାର ଉଦ୍ଭବ ବିକାଶ, ମାଦଳା ପାଞ୍ଜି, ଗୀତ ଗୋବିନ୍ଦ, ରହସ୍ୟମଞ୍ଜରୀ, ବିଚିତ୍ର ରାମାୟଣ ପୁସ୍ତକ ସହିତଶ୍ରୀମନ୍ଦିର ପତ୍ରିକାବିଭିନ୍ନ ସଂଖ୍ୟାର ସହାୟତା ନିଆଯାଇଛି |

 

0 Response to "ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel