ବାଲକୁମାର ସାହୁ
ତୁ ଗଲାପରେ ଆଗୋ ପ୍ରିୟତମା ବସନ୍ତ ଯାଇଛି ମଉଳି ,
ଫଗୁଣର ରଙ୍ଗ ଫିକା ଫିକା ଲାଗେ ଜହ୍ନ ତ ପଡିଛି ଝାଉଁଳି
ଶୀତ ସକାଳର ଦର ଓଦା ଘାସ ପାରୁନି ଟିକିଏ ହସି ,
ସଜ ଗୋଲାପର ଯନ୍ତ୍ରଣା ଏତେ ଯେ ସେ ବି ଦିଶୁଛି ବାସି
ତତେ ଯେବେ କିଛି ମାଗିନି ଇସାରାରେ ଅଜାଡି ଦେଇଛୁ ,
ଆଜି ଯେବେ ହାତ ପାତୁଛି ସତରେ କାହିଁ ଛାଡି ଯାଇଛୁ
ଫେରିବୁନି କହି ଚାଲିଯାଇଛୁ ଯେ ତଥାପି କରିଛି ଅପେକ୍ଷା ,
ସ୍ମୃତି ଲିଭୁନାହିଁ ଆଖିର ଲୁହରେ ଆଗୋ ମୋ ଶେଷ ପ୍ରେମିକା
0 Response to "ଶେଷ ପ୍ରେମିକା"
Post a Comment