ମାଆ ଆସିବେ ବୋଲି

ମାଆ ଆସିବେ ବୋଲି

ମାଆ ଆସିବେ ବୋଲି

 ପ୍ରଭାତ ନଳିନୀ ସାହୁ

ମାଆ !
ତୁମେ ଆସିବ ବୋଲି
ମାଟି-ମଲାଟ ରେ
ବିଛେଇ ଯାଇଛି
ସବୁଜ ଘାସ-ଗାଲିଚା

ନଈ, ପୋଖରୀର କାଚକେନ୍ଦୁ ପାଣି

ଅନାଇ ରହିଛି-
ପଦ ଯୁଗଳ ଧୌତ ପାଇଁ..
ଚାମର କରୁଛି
ଶୁଭ୍ର କାଶତଣ୍ଡୀ  |

ରଜତ ଜୋଛନା
ବିଞ୍ଚି ଦେଇଛି ଜହ୍ନ
ଧରା-ଅଗଣାରେ  |
ଶେଫାଳି ଗୁନ୍ଥିଛି ହାର

ସାଜିବାକୁ କବରୀରେ  |

ଘରେ ଘରେ,
ପୁରେ ପୁରେ,
ସରୁଚକୁଳି, ଛୁଞ୍ଚିପତରରୁ
ମଣ୍ଡାପିଠା ଯାଏ
ଚାଲିଛି ତିଆରି
ନୈବେଦ୍ୟ ପାଇଁ ପୂଜାରେ  |

ନୀଳ ପଦ୍ମ ଢ଼ଳ ଢ଼ଳ,
ସ୍ବାଗତ ପାଇଁ
ପ୍ରଜାପତି, ଭ୍ରମର ମାଳ ମାଳ  |
ଆସ ମା !
ବାଢ଼ିବାକୁ ଭକ୍ତି ନୈବେଦ୍ୟ
ସମସ୍ତେ ବ୍ୟାକୁଳ  |

 

0 Response to "ମାଆ ଆସିବେ ବୋଲି"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel