ସତ୍ୟଜିତ୍ ନାଥଏବେ ହିସାବ କରିବାର ବେଳ
ପ୍ରାରମ୍ଭରୁ ବର୍ତ୍ତମାନ
ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ
ହାନିଲାଭ କ୍ଷୟକ୍ଷତି
ସୁଖଦୁଃଖ ପ୍ରେମକ୍ରୋଧ
ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ
କେତେ ଯେ ଅଡ଼ୁଆ ଖିଅ
ଛନ୍ଦିହେଇଯାଏ
ଅଗମୂଳ ଖୋଜୁଖୋଜୁ
ଜୀବନର କାଳ ପୂରିଯାଏ
ତଥାପି ହିସାବ ରହିଯାଏ ବାକି
ଆର ଜନ୍ମକୁ, ବାକି ଖାତାରେ
0 Response to "ବାକି ଖାତା"
Post a Comment