ପ୍ରଳୟ

ପ୍ରଳୟ

  


ପ୍ରଭାକର ମହାରଣା

ଆମେ ଖଟିଖିଆ ଆମେ ସର୍ବହରା
ଆମେ ଏ ମାଟିର ସନ୍ତାନ,
ଆମ ପରିଚୟ, ଆମ ସ୍ବାଭିମାନ
ଆମ ପାଇଁ ଅଟେ ଗରୀୟାନ |

ଆମ ହାତ ଲାଗି ସଉଧ ଉଠୁଛି
ଭୁଷୁଡ଼ି ଯାଉଛି ଆମ ଜୀବନ,
ଆମ ଛାତି ରକ୍ତ ଶୋଷୁଛ ତୁମେ ରେ
ଆମେ ହେଲୁ ସଇତାନ |

ଉଜୁଡ଼ି ଯାଉଛି ଆମ ପରିବାର
କୁଡ଼ିଆରେ ନାହିଁ ସ୍ପନ୍ଦନ,
ଆମ ରକ୍ତ ଧାର ପ୍ରଳୟର ଗାର
ବେଳ ଥାଉଁ ହୁଅ ସାବଧାନ |

0 Response to "ପ୍ରଳୟ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel