ପ୍ରଭାକର ମହାରଣା
ଶୋଷିତ ହେଉଛି ନିରୀହ ଜନତା
ଶୋଷିତ ଶାସନେ ରହି ରହି,
ପ୍ରତିବାଦ କଲେ ଶୋଷକ କହୁଛି
ତୁହି ଅଟୁ ପରା ଦେଶଦ୍ରୋହୀ |
ପୂଣ୍ୟପ୍ରଭା ମାଟି ସତେକି ନୀରବ
ଶୋଷଣ ଶୋଷିତ ଜାଣେ ନାହିଁ,
ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ
ବିଧାତା ଜନମ ଦେଇନାହିଁ |
ତଥାପି ସଢୁଛୁ ଶୋଷିତ ହାତରେ
ପ୍ରତିବାଦ କିଆଁ ତୋର ନାହିଁ,
ତୋର ଜାତି ଭାଇ ମରଣ ମୁଁହରେ
ଜାତିର ପଛୁଆ ନାମ ନେଇ |
ଭଣ୍ଡାର ଭରୁଛି ଶୋଷକ ଏଠାରେ
ଗରୀବ ଛାତିର ରକ୍ତ ନେଇ,
ଗରୀବ କଙ୍କାଳେ ସଉଧ ତୋଳୁଛି
ସମାଜକୁ ଏଠି ଧୋକା ଦେଇ |
0 Response to "ନେପଥ୍ୟେ କୋଳାହଳ"
Post a Comment