ମୋ ମିତଣୀ

ମୋ ମିତଣୀ

ମୋ ମିତଣୀ

 ବିଜନ ରାୟ

ଚଇତେ ପାଚିଲା ବେଲ
ମୋ ଗେହ୍ଲି ମିତଣୀ ଚନ୍ଦରବଦନୀ
ବାଡ଼ି କାଠ ଚମ୍ପା ଫୁଲ
କିଏ ହେବ ତା ସମତୁଲ ||

ଅସାଡ଼ୁଆ ପାଣି ସୁଅ

ମୋ ମିତଣୀ ରାଣୀ ଖାଣ୍ଟି ଗୁଆଘିଅ
ବାସୁଥାଏ ମହମହ
ତା କି ଗୁଣ ଗାଇବି କହ ||

ଯୋଡ଼ି ବଣି ଗଲେ ଉଡ଼ି
ଆମ ଇଲାକାର ଲଫଙ୍ଗା ଟୋକାଙ୍କ
ତାଙ୍କ ଘର ଆଗେ ଧାଡ଼ି
କଥା ହେବାକୁ ଉପରେ ପଡ଼ି ||

କଂସାରୀ ଘରର ପାରା

ମୋ ମିତଣୀ ପଛେ ଟାହି ଟାପରା ଲୋ
ହୁଅନ୍ତି ବସି ଛୋପରା
ମୋର ମିତଣୀ ଦିଏନି ଧରା ||

ବାଣୁଆ ପାତିଛି ଫାସ
ଆମ ଗାଁର ଯେତେ ଫଟାରସିକ ଲୋ
ହୋଇଲେଣି ଦେବଦାସ
ତା ପ୍ରେମରେ ହୋଇ ହତାସ ||

ବନସ୍ତେ ଡାକିଲା ଗଜ
ମୋ ମିତଣୀ ହାତ ଧରିବୁ ଯଦି ତୁ
ହେଉଥା ଏବେଠୁ ସଜ
ଆଗକୁ ଆସୁଛି ରଜ ମଉଜ | |

 

0 Response to "ମୋ ମିତଣୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel