ଭବ୍ୟ

ଭବ୍ୟ
 
ଦିଲ୍ଲୀପ ଦାସ

ଉଠ ବନ୍ଧୁ|
ଉଠ|
ଆଗେଇ ଚାଲ କଦମ୍କଦମ୍
ଚାଲ ! ଚାଲ !
ଦୂର ଶେଷସୀମା ଯାଏଁ
ଯେଉଁଠି
ଅରଣ୍ୟ ଦାଢ଼ରେ
ଛୋଟ କୁଡ଼ିଆଘର ସେପାଖେ

ସୂର୍ଯ୍ୟ ଅସ୍ତଯାଏ ଭୋକିଲା ପେଟରେ|

ତମ୍ବା ପଟାଟେ ପାଇଁ
ମୁଣ୍ଡରେ ସାତକେରା ଦୁବ
ହଳଦିଆ ଅରୁଆ ଚାଉଳ ପକେଇ
ଆଉ କେତେ କାଳ
ପଢ଼ିଚାଲିଥିବ
ଛଳନାର ନାନ୍ଦୀମୁଖ
ରଙ୍ଗଶାଳା କାବ୍ୟ ମଞ୍ଚରେ ?

ନିତି
ଅସହ୍ୟ ପ୍ରଣୟ ଦୁର୍ନୀତିର|
ଭୋକିଲା ପେଟ ପାଇଁ
ଯେଉଁ ଲୁହଝରେ
ଖାଲି ଶବ୍ଦରେ
ପଥୁରିଆ ଅଦାଢ଼ ଧ୍ବନିରେ

କାବ୍ୟ, କବିତାରେ|
ପଙ୍କ କାଦୁଅରେ
ଚକାମାଡ଼ି
ବସି ଯାଇଥିବା ସୁବର୍ଣ୍ଣ କଙ୍କଣ ଦାନୀ
ଆମେ କଣ ସେଇ
ଛଳନାର ଅପାରଗ
ଛଳନାର ଅପାରକ
ବୃଦ୍ଧ ବାଘ ମାମୁଁ?

ଚାଲ ବନ୍ଧୁ ଚାଲ!
ସୁଦୂରର ଘନ ଆରଣ୍ୟିକା!!

ସବୁଜ ଅରଣ୍ୟରେ
ସବୁଜ ପୋଷାକ ପିନ୍ଧି
ଭୋକିଲା ମହାବଳ ହେଣ୍ଟାଳୁଛି
ଜଳ ପ୍ରପାତ ଭଳି
ଦ୍ରାବିଡ଼ ଶବ୍ଦରେ|

କାଳକୂଟମାନେ ଜଗି ବସିଛନ୍ତି
ବନ୍ଧୁକ ହାତରେ
ରାସ୍ତା, ଘାଟୀ
ନଦୀ ଉପତ୍ୟାକା|

ଯିବାକୁ ହେବ
ବେଳ ଥାଉ ଥାଉ|

ଆଉ କେତେ କାଳ!
ସୂର୍ଯ୍ୟ ରତ ରତ
ପୃଥିବୀ ?

 

0 Response to "ଭବ୍ୟ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel