ନିଡ଼ରରେ ନିର୍ଭୟରେ

ନିଡ଼ରରେ ନିର୍ଭୟରେ

ନିଡ଼ରରେ ନିର୍ଭୟରେ

ଫନି ମହାନ୍ତି

ଲହୁଲୁହରେ ମୁଁ ଜୁଡ଼ୁବୁଡ଼ୁ ହୋଇ ପଳପଳ
ମୋର ହୃଦୟ ଯାଉଛି ଜଳି ସଖାସୋଦର
ଆତ୍ମୀୟସ୍ବଜନ ବିଶ୍ବାସରେ ମତେ
ବିଷ ଦିଆଇଲେ କାପାଖେ କରିବ ଅଳି|

ଜୀବନ ତମାମ ଅଳିଅର୍ଦ୍ଦଳି ମାନ ଅପମାନ
କେତେ ମୁଁ ସହିଲି, ଲିଭିଲିଭି ଆସେ ନୁଖୁରା ସଳିତା,
ଜୀବନର ଶେଷ ଦୀପ,

ଦିଦିନର ୟେ ଜୀବନ ପାଇଁକି ଝାଳନାଳ ହୋଇ କେତେ ଅର୍ଜିବି ପାପ|

ପାପପୁଣ୍ୟ କିଛି ବିଚାର କରି ଅବାଟ ବାଟରେ ପାଦ
ବଢ଼ଉଛି ଅରଣା ମହିଷୀ ପରି, ବିଷୟାବାସରେ ଛଟପଟ
ହୋଇ ବନାଗ୍ନି ପରି ଜଳିପୋଡ଼ି ଗଲି
ଭାବ ଅଭାବରେ ସୁଖରେ ଦୁଃଖରେ ଦିନେ ଭଜିଲିନି ହରି|

ଆଖି ଥାଉଥାଉ ଆଖିରେ ବାନ୍ଧିଛି ଅନ୍ଧପୁଟୁଳି
ନାକରେ ହୀରାର ବସଣି, ଆଗପଛ କିଛି ବିଚାର
ନକରି ଠାଣି ମାଣିରେ କାହାକୁ
ମାରୁଛ କାହାକୁ ତାରୁଛ ଦିନକାଳ ମୋର ସରିଲାଣି|

କେତେ ଥାଟଭାଟ ଯୋଗୀ ସମ୍ରାଟ ଦୁଆରେ ରୁଣ୍ଡ ସାହାଣ ପଡ଼ିଛି ମେଲା,

ଆପଦେବିପଦେ ଭୋଗ ବୈରାଗ୍ୟ ୟେଅଭାଗା ପାଇଁ
ବିଧି ହେଲା ବାମ ଦିଅଁ ଦେଉଳବି ହେଲା ମନା|

ମତେ ମାରି ଯଦି ନିଜ ଯଶବାନା ନିଜେ ଉଡ଼େଇବ (ମୋର) ଆପତ୍ତି ଓଜର ନାହିଁ,
ୟେଭବଭୂମିରେ
ସତ୍ୟ ଅସତ୍ୟର ଭେଦଭାବ ମୁଁ ଜାଣେବା, ନଜାଣେ
ତମ ଶ୍ରୀଚରଣେ ମଥା ନୋଇଁବାକୁ ବାରଣ କରିନି ସାଇ|

କି ମାନ ମହତ ଥାଟପାଟ ମୋର ରଖିଛି କିବାବୁ
ହାଟେବାଟେ ଗଡ଼େ କଥା, ହାଟ ବଜାରରେ ପସରା
ମେଲେଇ ଅବିକ୍ରି ପଦାର୍ଥ ଶାଗପେଜ
ମୂଲେ ନିଲାମ କରୁଛି ଲାଜ ସରମରେ ପୋତିପୋତି ଯାଏ ମଥା,
ଜୀବ ଯିବାବେଳେ ତମ ଛଡ଼ାମାଳ ଗଳାରେ ନାଇ ମୁଁ
ସାଜିବି ଫଟା ନାଗର,
ଜୀବ ଯିବାବେଳେ ପାଖେଆଖେ
ଯଦି କେହି ନରହିବେ ତମେ ଏକା
ଥିବ ୟେ ମହୀମଣ୍ଡଳେ କାହାକୁ ବା ମୋର ଡର|

 

0 Response to "ନିଡ଼ରରେ ନିର୍ଭୟରେ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel