ଛିଣ୍ଡା ଗୁଡି

ଛିଣ୍ଡା ଗୁଡି

ଛିଣ୍ଡା ଗୁଡି

 


 ପ୍ରସନ୍ନ ମହାନ୍ତି

ମୁଁ ଏକ ଛିଣ୍ଡା ଗୁଡି
ନଟେଇରୁ ଛିଣ୍ଡିଲା ପରେ
ମୁଁ ଖୋଜିଚାଲିଛି ଭୂପୃଷ୍ଠ
ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ |

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ
ମତେ ତରଳିବାକୁ ହେବ
ମାଘର କାଠୁଆ ଶୀତରେ
ଜଳିବାକୁ ହେବ ବୈଶାଖର
ତପ୍ତ ମଧ୍ୟାହ୍ନରେ
ଭିଜିବାକୁ ହେବ ଶ୍ରାବଣର ମୂଷଳଧାରାରେ |

ବିବର୍ଣ୍ଣ ଆକାଶ ତଳେ
ବିଷର୍ଣ୍ଣ ପୃଥିବୀ
ଉଦାସ ବସନ୍ତ
ଆଉ ବିବଶ ବାନ୍ଧବୀ |
ସମସ୍ତେ ଚାହିଁଥିବେ ମୋ ଖସିବା ବାଟକୁ

ବାରମ୍ବାର ଚାହୁଁଥିବେ
ଶୂନ୍ୟ ଆକାଶକୁ,
ନଟେଇ ଛିଣ୍ଡା ଗୁଡି ମୁଁ ନିଶ୍ଚେ ତ ଖସିବି ତଳକୁ |

0 Response to "ଛିଣ୍ଡା ଗୁଡି"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel