ପ୍ରଶାନ୍ତ କୁମାର ବିଶ୍ବାଳ
ନିବୁଜ ପେଡ଼ି
କୁଆଁ କୁଆଁ ରଡ଼ି
ବଜାଇ ପାତକର ବାଡ଼ି
ବାଇଶ ପାହାଚ଼ ଚଢ଼ି
ପାପୁଲିରେ ସ୍ବପ୍ନର ଦିହୁଡ଼ି |
ଖୋଲିକି ପାରିବା ଆମେ ନିବୁଜ ପେଡ଼ି
ସେବକର ଦାଢ଼ି
ଭୋକିଲାର ରଡ଼ି
ବିରହୀର ଭିଜା ଶାଢ଼ି
ବିଧବାର ଭଙ୍ଗା ଚୁଡ଼ି
ପେଁ ପାଁ ମଟରଗାଡ଼ି
ଚଢ଼ିବାକୁ ପ୍ରାସାଦର ସିଢ଼ି
ଭିଡ଼ିବାକୁ ଚଲାପଥେ
ରଥର ଦଉଡ଼ି |
ଖୋଲି କି ପାରିବା ଆମେ ନିବୁଜ ପେଡ଼ି
ଅହିଂସାର ଶସ୍ୟକ୍ଷେତ୍ର
ପାଲଟେ ମରୁଡ଼ି
ଏଇଆସ ସମ୍ବିଧାନ ପେଡ଼ି
ଯା’ଭିତରେ ଥିଲା
ଦେଖିଥିଲୁ ଦିନେ ରାଜରାସ୍ତାରେ
ସାପୁଆ କେଳାର ହାତେ ମୁକ୍ତିର ପେଡ଼ି
ଦଂଶନର ଜ୍ବାଳା
କେତେ କୋମଳ ମୟ….
ହାତତାର ଗଣ୍ଠି ପାଲଟିଲା
ଚକ୍ରର ବିଣ୍ଡିସବୁ ବକୁଳି ବାନ୍ଧିଲେ
ପଦ୍ମ ପାପୁଲି ତା’ର ବିଖଣ୍ଡିତହେଲା
ଭିକ୍ଷାର ଚାଉଳ ସବୁ
ରଙ୍ଗ ବଦଳିଲା
ଭୋକିଲା ପେଟରେ ବିଷ ପାଲଟିଲା
କଙ୍କାଳ ଧାଡ଼ି ଧାଡ଼ି |
0 Response to "ନିବୁଜ ପେଡ଼ି"
Post a Comment