କଲମ ଚାଳକ

କଲମ ଚାଳକ

କଲମ ଚାଳକ

 ଶଶିଭୂଷଣ ରଥ

କି ସମୟ ଆସିଗଲା ?
କଲମ ଚାଳକ କେବେବି କହୁ ନଥିଲେ
ମୁଁ ଫର୍ୱାର୍ଡ଼ ମୁଁ ବେକ୍ୱାର୍ଡ଼ |
ଆଗୁଆ ପଛୁଆ ବର୍ଗ ବର୍ଣ୍ଣ ବୈଷମ୍ୟ ନଥିଲା
କଲମ ଚାଳକଙ୍କର !
କିନ୍ତୁ କୁମ୍ଭୀର କାନ୍ଦଣା ଶୁଭୁଛି ଆଜି

ପୁରସ୍କାର ପାଇଲେ ଶୁଭୁଛି ବର୍ଣ୍ଣଖେଳ|

କବିଟିଏ ସରଳ ଥିଲା, ନିଷ୍କପଟ ଥିଲା
ଜିଇଥିଲା ଗୀତ ଲେଖୁଥିଲା ସବୁରି ପାଇଁ |
ସେଇ କବି ଥିଲା ଜାତିର ବା ପାର୍ଟିର
ଆଜି ନତମସ୍ତକ ହୋଇ ମାଗିଆଣିଥିବା ସାର୍ଟିଫିକେଟ୍‌|
ଭଡ଼ାରେ ମିଳୁଛନ୍ତି କଲମ ଚାଳକ
ଯାହା କହିବେ ତାଲେଖିବେ |
କବିଗୋଷ୍ଠୀ ଗାଉଛନ୍ତି ଗୀତ
କରୁଛନ୍ତି ଅଯୋଗ୍ୟ ରାଜାର ବନ୍ଦନା|
କେହିକେହି ସ୍ବଅର୍ଜିତ ବସ୍ତ୍ର ପରିହରି

ପିନ୍ଧିଛନ୍ତି ଖବରକାଗଜ ଆମୂଳଚୂଳ|

ଅବଶ୍ୟ….
ସମସ୍ତ କଲମ ଚାଳକ କବି ନୁହଁନ୍ତି
ସବୁ କବି କଲମ ଚାଳକ ନୁହଁନ୍ତି|
ଭଣ୍ଡ କଲମଚାଳକ କଲମ ଚଳାନ୍ତି
ଅର୍ଥ ବିନିମୟରେ ଡକ୍ଟରେଟ୍ସନ୍ଦର୍ଭ ଲେଖନ୍ତି|
ଆଉ କେହି କେହି ଅନୁବାଦ ବିକ୍ରି କରନ୍ତି
ଦାରିଦ୍ୟ୍ରର କଷାଘାତରୁ ନିସ୍ତାର ପାଇଁ|

ପୁରସ୍କାର ପ୍ରେକ୍ଷାଳୟରେ ଉପସ୍ଥିତ ରହି
ଅନାହତର ପୁରସ୍କାର ଦେଖି ବ୍ୟଥିତ ହୁଏନା|
କାରଣ ସେ ବିକ୍ରି କରିଦେଇଛି ତାକଲମ ଶ୍ରମ
ରକ୍ତଶିକୁଳିରେ ମରିଯାଇଥିବା ଝିଅର ରକ୍ତ କିଣିବା ପାଇଁ|
କଲମ ଚାଳକ ଚିନ୍ତା କରେନା ଏସବୁ
ପ୍ରତ୍ୟେକ ଜିନିଷ ପାଇଁ ପୁଣି ମୂଲ୍ୟ ଦେବାକୁ ହୁଏ !
ବିଖଣ୍ଡିତ ମନସ୍କ କବି କି ଲେଖିବ କବିତା
ଖାଲି କଲମ ଚାଳନାରେ କି ଜନ୍ମେ କବିତା ?

 

0 Response to "କଲମ ଚାଳକ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel