ଓଲଟା ଠିକ୍‌ ନା ଠିକ୍‌ ଓଲଟା

ଓଲଟା ଠିକ୍‌ ନା ଠିକ୍‌ ଓଲଟା

ଓଲଟା ଠିକ୍‌ ନା ଠିକ୍‌ ଓଲଟା

 


 ସନ୍ତୋଷ କୁମାର ପଣ୍ଡା

ଅପେକ୍ଷା କରିଛି ଭାଗ୍ୟ
ଅଣ୍ଡାଳି ଖୋଜୁଛି ସମୟ
ଚାହିଁଲି ହାତଘଣ୍ଟା
ମନେହେଲା ସୂଚାଉଛି ଦିଗ
ଦକ୍ଷିଣକୁ, ବିଶ୍ରାମ ନେଉଛି ସରୁକଣ୍ଟା
ଠିକ୍‌ ତା ଓଲଟାରେ
କ୍ଳାନ୍ତି ମେଣ୍ଟାଉଛନ୍ତି ଅନ୍ୟ ଦୁଇଟା

ଉପରକୁ ଦେଖିଲି ସୂର୍ଯ୍ୟର ପତ୍ତାନାହିଁ
କୋଳେଇ ନେଇଛି ପଣତ ବିଛେଇ
ଅଳସୀ ମେଘ, ମତେ ମାଲୁମ୍‌ ନାଇଁ !
କେତେ ଦିନ ହେଲାଣୀ
ଟଙ୍କା ଖୁଆଇ ପାରିନି
ସେଥିପାଇଁ ସାଥିରେ
ମୋବାଇଲ୍‌ ଧରିନି
ସମୟଟା କିନ୍ତୁ କୋଉଠି ଅଛି ଜାଣିବାକୁ ପଡିବ
ଅଟକିଥାଉ, ଗଡିଗଲେ କାଳେ ଭାଗ୍ୟ ସାଥିରେ ଭେଟ ନହେବ !

ଅଗତ୍ୟା ତା ପାଖକୁ ଗଲି
ଗଛକୁ ପିଠି ବଙ୍କେଇ ସେ ବସିଥିଲା
ଗୁଣୁଗୁଣୁ ହୋଇ ବୋଧେ ପାଗଳାଟା
ମତେ ଓଲଟା ଚାହିଁ ହସିଦେଲା
କିଛି ପଚାରିଲିନି ଖୋଜିଲିନି
ଠିକ୍‌ ବୁଝିଗଲି ମୁଁ ଇ ପାଗଳ ହାୟ
ଓଲଟି ପଡିଛି ଭାଗ୍ୟ (ଏବେ)
ଅଟକି ଯାଇଛି ସମୟ


0 Response to "ଓଲଟା ଠିକ୍‌ ନା ଠିକ୍‌ ଓଲଟା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel