ରଜତ କୁମାର ମିଶ୍ର
ସ୍ବର କାହିଁକି ସିଢି ଚଢେ?
କାହା କଥା ମାନି?
“ସା ରୁ “ନି” ପର୍ଯ୍ୟନ୍ତ-
ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧)
ସ୍ବପ୍ନ, ସ୍ମୃତି ଓ କ୍ରାନ୍ତି ର
ଗୁଡ଼ିଏ ଅନାବନା ଶିହରଣ,
ଦୁଇ ପାଖୁଡ଼ା ଓଦା ଓଦା ଆଖିରେ ଲଟେଇ ଗଲେ-
“ସା” ହସିଦିଏ,
“ନି” ଟିକିଏ କମ୍ପିଯାଏ | (୨)
ଏବଂ ଠିକ୍ ସେତିକିବେଳେ-
ସେ ଯେଉଁ ଉଦ୍ଦାମ ଉତ୍ସବଟି,
ଫେଣୁଆ ଅନ୍ତରକୁ ଧରି,
ପଞ୍ଜରା ହାଡ଼ଙ୍କ ଉପରେ ଗୋଡ଼ ଜମାଇ ଜମାଇ ଉପରକୁ ଖେଦି ଯାଏ-
ସେଇ ଅଶ୍ରୁତ ଅସ୍ବରର ଉସ୍ତାଦ୍, ଭିମା ଭୋଇଙ୍କୁ ପଚାର | (୩)
ସେ କହିବେ-
ହୁ ହୁ ବତାସରେ, କୋଣାର୍କର ଚୂଡ଼ାନ୍ତରେ ପଥର ଆବୋରି
ସେ ବଚ୍ଚା ଶୁଣିଥିଲା-
ଶୁଣି ପାରିଥିଲା ସେ ଧରମା-ଗୁଡ଼ିଏ ତୀବ୍ର ଆର୍ତ୍ତନାଦ | (୪)
ତାର କଙ୍କାଳରେ ଥିଲା ସେ ତାକତ୍
ସେ କମ୍ପନର ତାଣ୍ଡବକୁ ନିହାଣରେ ଖୋଳି ଖୋଳି
ଲେଖିଗଲା ସ୍ବରଙ୍କ ନୂଆ ବ୍ୟାକରଣ
ସିଢିକୁ ପାଦରେ ଠେଲିଦେଇ… (୫)
0 Response to "ଅସଂଜ୍ଞା"
Post a Comment